Zechariah 8:12 in Oriya 12 କାରଣ ଶାନ୍ତିଯୁକ୍ତ ବୀଜ ବୁଣା ଯିବ। ଦ୍ରାକ୍ଷାଲତା ଫଳବତୀ ହେବ ଓ ଭୂମି ଆପଣା ଫଳ ଉତ୍ପନ୍ନ କରିବ, ଆଉ ଆକାଶ ଆପଣା ଶିଶିର ଦାନ କରିବ ଓ ଆମ୍ଭେ ଏହି ଅବଶିଷ୍ଟାଂଶ ଲୋକମାନଙ୍କୁ ଏହି ସମସ୍ତର ଅଧିକାରୀ କରାଇବା।
Other Translations King James Version (KJV) For the seed shall be prosperous; the vine shall give her fruit, and the ground shall give her increase, and the heavens shall give their dew; and I will cause the remnant of this people to possess all these things.
American Standard Version (ASV) For `there shall be' the seed of peace; the vine shall give its fruit, and the ground shall give its increase, and the heavens shall give their dew; and I will cause the remnant of this people to inherit all these things.
Bible in Basic English (BBE) For I will let the seed of peace be planted; the vine will give her fruit and the land will give her increase and the heavens will give their dew; and I will give to the rest of this people all these things for their heritage.
Darby English Bible (DBY) for the seed shall be prosperous, the vine shall give its fruit, and the ground shall give its produce, and the heavens shall give their dew; and I will cause the remnant of this people to possess all these [things].
World English Bible (WEB) "For the seed of peace and the vine will yield its fruit, and the ground will give its increase, and the heavens will give their dew; and I will cause the remnant of this people to inherit all these things.
Young's Literal Translation (YLT) Because of the sowing of peace, The vine doth give her fruit, And the earth doth give her increase, And the heavens do give their dew, And I have caused the remnant of this people To inherit all these.
Cross Reference Genesis 26:12 in Oriya 12 ଏଥିଉତ୍ତାରେ ଇସ୍ହାକ ସେହି ଦେଶରେ କୃଷିକର୍ମ କରି ସେହି ବର୍ଷ ଶହେ ଗୁଣ ଲାଭ କଲେ; ପୁଣି, ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ।
Genesis 27:28 in Oriya 28 ପରମେଶ୍ୱର ଆକାଶର କାକରରୁ ଓ ପୃଥିବୀର ଉର୍ବରତାରୁ ଉତ୍ପନ୍ନ (ଫଳ) ଓ ପ୍ରଚୁର ଶସ୍ୟ ଓ ଦ୍ରାକ୍ଷାରସ ତୁମ୍ଭକୁ ଦିଅନ୍ତୁ;
Leviticus 26:4 in Oriya 4 ତେବେ ଆମ୍ଭେ ଉପଯୁକ୍ତ ସମୟରେ ତୁମ୍ଭମାନଙ୍କୁ ବୃଷ୍ଟି ଦାନ କରିବା, ତହିଁରେ ଭୂମି ନିଜ ଶସ୍ୟର ପୂର୍ଣ୍ଣତା ଉତ୍ପନ୍ନ କରିବ ଓ କ୍ଷେତ୍ରର ବୃକ୍ଷସକଳ ଆପଣା ଆପଣା ଫଳ ଉତ୍ପନ୍ନ କରିବ।
Deuteronomy 28:4 in Oriya 4 ତୁମ୍ଭ ଶରୀରର ଫଳ, ତୁମ୍ଭ ଭୂମିର ଫଳ ଓ ତୁମ୍ଭ ପଶୁର ଫଳ, ଅର୍ଥାତ୍, ଗୋବତ୍ସ ଓ ମେଷପଲର ଶାବକ ଧନ୍ୟ ହେବ।
Deuteronomy 32:2 in Oriya 2 ମୋହର ଉପଦେଶ ବୃଷ୍ଟି ପରି ବର୍ଷିବ; ମୋହର କଥା ଶିଶିର ପରି କ୍ଷରିବ; ତାହା କୋମଳ ତୃଣ ଉପରେ ବୁନ୍ଦା ବୃଷ୍ଟି ତୁଲ୍ୟ ଓ ଶାକ ଉପରେ ଅସରା ବୃଷ୍ଟି ତୁଲ୍ୟ ହେବ।
Deuteronomy 33:13 in Oriya 13 ଆଉ ସେ ଯୋଷେଫ ବିଷୟରେ କହିଲେ, “ସଦାପ୍ରଭୁଙ୍କ ଦ୍ୱାରା ତାହାର ଦେଶ ଆଶୀର୍ବାଦ ପ୍ରାପ୍ତ ହେଉ; ଆକାଶର ଉତ୍ତମ ଦ୍ରବ୍ୟରେ, ଶିଶିରରେ ଓ ଅଧଃସ୍ଥାନରେ ବିସ୍ତୀର୍ଣ୍ଣ ବାରିଧିରେ,
Deuteronomy 33:28 in Oriya 28 “ତହିଁରେ ଇସ୍ରାଏଲ ନିର୍ଭୟରେ ବାସ କଲା, ଯାକୁବର ନିର୍ଝର ଏକାକୀ ଶସ୍ୟ ଓ ଦ୍ରାକ୍ଷାରସମୟ ଦେଶରେ ବାସ କଲା ହଁ, ତାହାର ଆକାଶରୁ ମଧ୍ୟ ଶିଶିର କ୍ଷରେ।
1 Kings 17:1 in Oriya 1 ଏଥିଉତ୍ତାରେ ଗିଲୀୟଦର ପ୍ରବାସୀ ତିସ୍ବୀୟ ଏଲୀୟ ଆହାବଙ୍କୁ କହିଲେ, “ମୁଁ ଯାହାଙ୍କ ସାକ୍ଷାତରେ ଛିଡ଼ା ହେଉଅଛି, ସେହି ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କେତେକ ବର୍ଷ କାକର କି ବୃଷ୍ଟି ପଡ଼ିବ ନାହିଁ, କେବଳ ମୋ' ବାକ୍ୟାନୁସାରେ ହେବ।”
Psalm 67:6 in Oriya 6 ପୃଥିବୀ ନିଜ ଫଳ ଉତ୍ପନ୍ନ କରିଅଛି; ପରମେଶ୍ୱର, ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ।
Psalm 72:3 in Oriya 3 ଧର୍ମ ଦ୍ୱାରା ପର୍ବତଗଣ ଓ ଉପପର୍ବତଗଣ ଲୋକମାନଙ୍କର ଶାନ୍ତି ଉତ୍ପନ୍ନ କରିବେ।
Proverbs 3:9 in Oriya 9 ତୁମ୍ଭେ ଆପଣା ଧନରେ ଓ ସମସ୍ତ ଆୟର ପ୍ରଥମ ଫଳରେ ସଦାପ୍ରଭୁଙ୍କର ସମାଦର କର।
Proverbs 19:12 in Oriya 12 ରାଜାର କୋପ ସିଂହଗର୍ଜ୍ଜନ ପରି; ମାତ୍ର ତାହାର ଅନୁଗ୍ରହ ତୃଣ ଉପରେ ଥିବା କାକର ତୁଲ୍ୟ।
Isaiah 30:23 in Oriya 23 ପୁଣି, ଭୂମିରେ ବୁଣିବା ନିମନ୍ତେ ସେ ତୁମ୍ଭ ବୀଜ ପାଇଁ ବୃଷ୍ଟି ଦେବେ; ଭୂମ୍ୟୁତ୍ପନ୍ନ ଭକ୍ଷ୍ୟ ଦେବେ ଓ ତାହା ଉତ୍ତମ ଓ ପ୍ରଚୁର ହେବ; ସେହି ଦିନରେ ତୁମ୍ଭ ପଶୁପଲ ପ୍ରଶସ୍ତ ଚରାସ୍ଥାନରେ ଚରିବେ।
Isaiah 61:7 in Oriya 7 ତୁମ୍ଭେମାନେ ଲଜ୍ଜାର ପରିବର୍ତ୍ତେ ଦୁଇ ଗୁଣ ସମ୍ମାନ ପାଇବ; ପୁଣି, ଅପମାନର ପରିବର୍ତ୍ତେ ସେମାନେ ଆପଣା ଆପଣା ଅଧିକାରରେ ଆନନ୍ଦ କରିବେ; ଏନିମନ୍ତେ ସେମାନେ ଆପଣାମାନଙ୍କ ଦେଶରେ ଦୁଇ ଗୁଣ ଅଂଶ ପାଇବେ; ସେମାନଙ୍କର ଅନନ୍ତକାଳସ୍ଥାୟୀ ଆହ୍ଲାଦ ହେବ।
Ezekiel 34:26 in Oriya 26 ପୁଣି, ଆମ୍ଭେ ସେମାନଙ୍କୁ ଓ ଆମ୍ଭ ପର୍ବତର ଚତୁର୍ଦ୍ଦିଗସ୍ଥିତ ସ୍ଥାନକୁ ଆଶୀର୍ବାଦ ସ୍ୱରୂପ କରିବା; ଆଉ, ଆମ୍ଭେ ଯଥା ସମୟରେ ଜଳଧାରା ବର୍ଷାଇବା; ତାହା ଆଶୀର୍ବାଦର ଜଳଧାରା ହେବ।
Ezekiel 36:12 in Oriya 12 ଆହୁରି, ଆମ୍ଭେ ତୁମ୍ଭମାନଙ୍କ ଉପରେ ମନୁଷ୍ୟମାନଙ୍କୁ, ଅର୍ଥାତ୍, ଆମ୍ଭର ଇସ୍ରାଏଲ ଲୋକଙ୍କୁ ଗତାୟାତ କରାଇବା ଓ ସେମାନେ ତୁମ୍ଭମାନଙ୍କୁ ଭୋଗ କରିବେ, ଆଉ ତୁମ୍ଭେ ସେମାନଙ୍କର ଅଧିକାର ସ୍ୱରୂପ ହେବ, ପୁଣି, ତୁମ୍ଭେ ଏହି ସମୟଠାରୁ ଆଉ ସେମାନଙ୍କୁ ସନ୍ତାନବିହୀନ କରିବ ନାହିଁ।
Ezekiel 36:30 in Oriya 30 ପୁଣି, ଆମ୍ଭେ ବୃକ୍ଷର ଫଳ ଓ କ୍ଷେତ୍ରର ଶସ୍ୟ ବୃଦ୍ଧି କରିବା, ତହିଁରେ ତୁମ୍ଭେମାନେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଦୁର୍ଭିକ୍ଷ ସକାଶୁ ଆଉ ନିନ୍ଦା ପାଇବ ନାହିଁ।
Hosea 2:21 in Oriya 21 ଆହୁରି, ସଦାପ୍ରଭୁ କହନ୍ତି, “ସେହି ଦିନ ଆମ୍ଭେ ଉତ୍ତର ଦେବା, ଆମ୍ଭେ ଆକାଶମଣ୍ଡଳକୁ ଉତ୍ତର ଦେବା ଓ ଆକାଶମଣ୍ଡଳ ପୃଥିବୀକୁ ଉତ୍ତର ଦେବ;
Hosea 14:5 in Oriya 5 ଆମ୍ଭେ ଇସ୍ରାଏଲ ପକ୍ଷରେ କାକର ତୁଲ୍ୟ ହେବା; ସେ କୋଇଁ ଫୁଲ ତୁଲ୍ୟ ଫୁଟିବ ଓ ଲିବାନୋନ୍ର ତୁଲ୍ୟ ମୂଳ ବାନ୍ଧିବ।
Joel 2:22 in Oriya 22 ହେ କ୍ଷେତ୍ରସ୍ଥ ପଶୁଗଣ, ତୁମ୍ଭେମାନେ ଭୟ କର ନାହିଁ; କାରଣ ପ୍ରାନ୍ତରସ୍ଥ ଚରାଣି ସ୍ଥାନ ସବୁ ଅଙ୍କୁରିତ ହେଉଅଛି, ବୃକ୍ଷ ଫଳ ଫଳୁଅଛି, ଡିମିରି ବୃକ୍ଷ ଓ ଦ୍ରାକ୍ଷାଲତା ଆପଣା ଶକ୍ତି ପ୍ରକାଶ କରୁଅଛି।
Amos 9:13 in Oriya 13 ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ହଳବାହକ ଶସ୍ୟ କଟାଳିର ପଛେ ଓ ଦ୍ରାକ୍ଷାପେଷକ ବୀଜବୁଣାଳୀର ପଛେ ଲାଗି ରହିବ, ଏପରି ସମୟ ଆସୁଅଛି ଓ ପର୍ବତଗଣ ମିଷ୍ଟ ଦ୍ରାକ୍ଷାରସ ଝରାଇବ, ଆଉ ଉପପର୍ବତସକଳ ତରଳି ଯିବେ।
Obadiah 1:17 in Oriya 17 ମାତ୍ର ରକ୍ଷାପ୍ରାପ୍ତ ଲୋକମାନେ ସିୟୋନରେ ଥିବେ ଓ ତାହା ପବିତ୍ର ହେବ; ଆଉ, ଯାକୁବର ବଂଶ ଆପଣାମାନଙ୍କର ଅଧିକାର ଭୋଗ କରିବେ।
Micah 4:6 in Oriya 6 ସଦାପ୍ରଭୁ କହନ୍ତି, ସେହି ଦିନ ଆମ୍ଭେ ପଙ୍ଗୁକୁ ସଂଗ୍ରହ କରିବା, ପୁଣି ଯେ ତାଡ଼ିତ ହୋଇଅଛି ଓ ଯାହାକୁ ଆମ୍ଭେ କ୍ଳେଶ ଦେଇଅଛୁ, ତାହାକୁ ଏକତ୍ର କରିବା।
Haggai 1:10 in Oriya 10 ଏଥିପାଇଁ ତୁମ୍ଭମାନଙ୍କ ସକାଶୁ ଆକାଶ ଶିଶିରରହିତ ହୋଇଅଛି ଓ ପୃଥିବୀ ଆପଣା ଫଳରହିତ ହୋଇଅଛି।
Haggai 2:19 in Oriya 19 ଅମାରରେ କି ଏପର୍ଯ୍ୟନ୍ତ ଶସ୍ୟ ଅଛି ? ଯେପରି ଏପର୍ଯ୍ୟନ୍ତ ଦ୍ରାକ୍ଷାଲତା ଓ ଡିମିରି ବୃକ୍ଷର, ଡାଳିମ୍ବ ଓ ଜୀତ ବୃକ୍ଷର ଫଳ ଫଳି ନାହିଁ; ମାତ୍ର ଆଜିଠାରୁ ଆମ୍ଭେ ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା।
Zechariah 8:6 in Oriya 6 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଏହି ଅବଶିଷ୍ଟାଂଶ ଲୋକମାନଙ୍କର ଦୃଷ୍ଟିରେ ସେହି ସମୟରେ ତାହା ଅସମ୍ଭବ ହେଲେ, ହେଁ ଆମ୍ଭ ଦୃଷ୍ଟିରେ କି ତାହା ଅସମ୍ଭବ ହେବ ? ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି।
Matthew 6:33 in Oriya 33 କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।
1 Corinthians 3:21 in Oriya 21 ଅତଏବ, କେହି ମନୁଷ୍ୟଠାରେ ଗର୍ବ ନ କରୁ;
James 3:18 in Oriya 18 ପୁଣି, ଶାନ୍ତିକାରକ ଲୋକମାନଙ୍କ ଦ୍ୱାରା ଶାନ୍ତିର ବୀଜ ବୁଣାଯାଏ ଧାର୍ମିକତା ରୂପ ଫଳ କାଟିବେ।