Revelation 3:17 in Oriya 17 ତୁମ୍ଭେ କହୁଅଛ, ମୁଁ ଧନୀ, ମୋହର ବହୁତ ସମ୍ପତ୍ତି ଅଛି, ମୋହର କୌଣସି ଅଭାବ ନାହିଁ; ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ ଓ ଉଲଙ୍ଗ, ଏହା ଜାଣ ନାହିଁ;
Other Translations King James Version (KJV) Because thou sayest, I am rich, and increased with goods, and have need of nothing; and knowest not that thou art wretched, and miserable, and poor, and blind, and naked:
American Standard Version (ASV) Because thou sayest, I am rich, and have gotten riches, and have need of nothing; and knowest not that thou art the wretched one and miserable and poor and blind and naked:
Bible in Basic English (BBE) For you say, I have wealth, and have got together goods and land, and have need of nothing; and you are not conscious of your sad and unhappy condition, that you are poor and blind and without clothing.
Darby English Bible (DBY) Because thou sayest, I am rich, and am grown rich, and have need of nothing, and knowest not that *thou* art the wretched and the miserable, and poor, and blind, and naked;
World English Bible (WEB) Because you say, 'I am rich, and have gotten riches, and have need of nothing;' and don't know that you are the wretched one, miserable, poor, blind, and naked;
Young's Literal Translation (YLT) because thou sayest -- I am rich, and have grown rich, and have need of nothing, and hast not known that thou art the wretched, and miserable, and poor, and blind, and naked,
Cross Reference Genesis 3:7 in Oriya 7 ତହିଁରେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ, ସେମାନେ ନିଜ ଉଲଙ୍ଗତାର ବୋଧ ପାଇ ଡିମ୍ବିରି ବୃକ୍ଷର ପତ୍ର ସିଁଇ ଘାଗରା ବନାଇଲେ।
Genesis 3:10 in Oriya 10 ସେ ଉତ୍ତର କଲେ, “ମୁଁ ଉଦ୍ୟାନ ମଧ୍ୟରେ ତୁମ୍ଭ ରବ ଶୁଣି ଆପଣା ଉଲଙ୍ଗତା ସକାଶେ ଭୀତ ହୋଇ ଲୁଚିଲି।”
Exodus 32:35 in Oriya 35 ପୁଣି, ସଦାପ୍ରଭୁ ଲୋକମାନଙ୍କୁ ଆଘାତ କଲେ, ଯେହେତୁ ହାରୋଣ-ନିର୍ମିତ ବାଛୁରି ସେମାନେ ନିର୍ମାଣ କରିଥିଲେ।
Deuteronomy 8:12 in Oriya 12 ନୋହିଲେ ତୁମ୍ଭେ ଭୋଜନ କରି ତୃପ୍ତ ହେଲେ ଓ ଉତ୍ତମ ଗୃହ ନିର୍ମାଣ କରି ତହିଁରେ ବାସ କଲେ,
Proverbs 13:7 in Oriya 7 କେହି ଆପଣାକୁ ଧନୀ ଦେଖାଏ, କିନ୍ତୁ ତାହାର କିଛି ହିଁ ନାହିଁ; କେହି ବା ଆପଣାକୁ ଦରିଦ୍ର ଦେଖାଏ, କିନ୍ତୁ ତାହାର ମହାଧନ ଅଛି।
Proverbs 30:9 in Oriya 9 ନୋହିଲେ ମୁଁ ପରିତୃପ୍ତ ହୋଇ ତୁମ୍ଭକୁ ଅସ୍ୱୀକାର କରି କହିବି, ସଦାପ୍ରଭୁ କିଏ ? କିଅବା ଦରିଦ୍ର ହେଲେ ଚୋରି କରି ଆପଣା ପରମେଶ୍ୱରଙ୍କର ନାମ ମିଥ୍ୟାରେ ନେବି।
Isaiah 42:19 in Oriya 19 ଆମ୍ଭର ଦାସ ଛଡ଼ା ଅନ୍ଧ କିଏ ? ଅବା ଆମ୍ଭ ପ୍ରେରିତ ଦୂତ ପରି ବଧିର କିଏ ? ଆମ୍ଭ ସଙ୍ଗେ ମିଳନରେ ଥିବା ଲୋକ ପରି ଅନ୍ଧ ଓ ସଦାପ୍ରଭୁଙ୍କର ଦାସ ପରି ଅନ୍ଧ କିଏ ?
Jeremiah 2:31 in Oriya 31 ହେ ବର୍ତ୍ତମାନ କାଳର ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଆଲୋଚନା କର, ଆମ୍ଭେ କି ଇସ୍ରାଏଲ ପ୍ରତି ପ୍ରାନ୍ତର ସ୍ୱରୂପ, ଅବା ନିବିଡ଼ ଅନ୍ଧକାରମୟ ଦେଶ ସ୍ୱରୂପ ହୋଇଅଛୁ ? ଆମ୍ଭର ଲୋକମାନେ କାହିଁକି କହୁଅଛନ୍ତି, “ଆମ୍ଭେମାନେ ବନ୍ଧନଛିଣ୍ଡା ହୋଇଅଛୁ; ଆମ୍ଭେମାନେ ଆଉ ତୁମ୍ଭ ନିକଟକୁ ଆସିବୁ ନାହିଁ ?
Hosea 12:8 in Oriya 8 ପୁଣି, ଇଫ୍ରୟିମ କହିଲା, “ନିଶ୍ଚୟ ମୁଁ ଧନୀ ହୋଇଅଛି, ମୁଁ ଆପଣା ନିମନ୍ତେ ସମ୍ପତ୍ତି ପାଇଅଛି; ମୋ'ର ସବୁ ପରିଶ୍ରମରେ ସେମାନେ ପାପଯୁକ୍ତ କୌଣସି ଅଧର୍ମ ମୋ'ଠାରେ ପାଇବେ ନାହିଁ।”
Zechariah 11:5 in Oriya 5 ସେମାନଙ୍କୁ ଯେଉଁମାନେ କ୍ରୟ କରି ବଧ କରନ୍ତି ମାତ୍ର ଦଣ୍ଡ ପାଆନ୍ତି ନହିଁ; ଆଉ, ଯେଉଁମାନେ ସେମାନଙ୍କୁ ବିକ୍ରୟ କରନ୍ତି, ସେମାନେ କହନ୍ତି, ସଦାପ୍ରଭୁ ଧନ୍ୟ ହେଉନ୍ତୁ, କାରଣ ମୁଁ ଧନୀ ହୋଇଅଛି ଓ ସେମାନଙ୍କର ନିଜ ପାଳକମାନେ ସେମାନଙ୍କୁ ଦୟା କରି ନାହାନ୍ତି।
Matthew 5:3 in Oriya 3 ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର।
Matthew 9:12 in Oriya 12 କିନ୍ତୁ ଯୀଶୁ ତାହା ଶୁଣି କହିଲେ, ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ଆବଶ୍ୟକ ନାହିଁ, ମାତ୍ରା ଅସୁସ୍ଥ ଲୋକମାନଙ୍କର ଆବଶ୍ୟକ ଅଛି।
Luke 1:53 in Oriya 53 ସେ କ୍ଷୁଧିତମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି, ଧନୀମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଅଛନ୍ତି।
Luke 6:24 in Oriya 24 କିନ୍ତୁ ହାୟ, ଦଣ୍ଡର ପାତ୍ର ଧନୀ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ ଆପଣା ଆପଣା ସୁଖଭୋଗ କରିଅଛ।
Luke 18:11 in Oriya 11 ଫାରୂଶୀ ଠିଆ ହୋଇ ଆପଣା ନିକଟରେ ଏହି ପ୍ରକାର ପ୍ରାର୍ଥନା କରିବାକୁ ଲାଗିଲେ, ହେ ଈଶ୍ୱର, ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି ଯେ, ମୁଁ ଅନ୍ୟ ସମସ୍ତ ଲୋକଙ୍କ ପରି ଅତ୍ୟାଚାରୀ, ଅଧାର୍ମିକ, ବ୍ୟଭିଚାରୀ କିମ୍ବା ଏହି କର ଆଦାୟକାରୀ ପରି ସୁଦ୍ଧା ନୁହେଁ;
John 9:40 in Oriya 40 ଫାରୂଶୀମାନଙ୍କ ମଧ୍ୟରୁ ଯେଉଁମାନେ ତାହାଙ୍କ ସାଙ୍ଗରେ ଥିଲେ, ସେମାନେ ଏହା ଶୁଣି ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ କ'ଣ ଅନ୍ଧ ?
Romans 2:17 in Oriya 17 କିନ୍ତୁ ଯଦି ତୁମ୍ଭେ ଯିହୂଦୀ ନାମ ବହନ କରି ମୋଶାଙ୍କ ବ୍ୟବସ୍ଥା ଉପରେ ନିର୍ଭର କରୁଅଛ ଓ ଈଶ୍ୱରଙ୍କଠାରେ ଗର୍ବ କରୁଅଛ,
Romans 7:24 in Oriya 24 ହାୟ, ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ, ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ ?
Romans 11:20 in Oriya 20 ଭଲ କଥା, ସେମାନଙ୍କର ଅବିଶ୍ୱାସ ହେତୁ ସେମାନେ ଉଚ୍ଛିନ୍ନ ହେଲେ, ଆଉ ବିଶ୍ୱାସ ହେତୁ ତୁମ୍ଭେ ସ୍ଥାନ ପ୍ରାପ୍ତ ହୋଇଅଛ। ଗର୍ବିତମନା ହୁଅ ନାହିଁ, କିନ୍ତୁ ଭୟ କର;
Romans 11:25 in Oriya 25 କାରଣ, ହେ ଭାଇମାନେ, ତୁମ୍ଭେମାନେ ଯେପରି ଆପଣା ଆପଣାକୁ ବୁଦ୍ଧିମାନ ବୋଲି ମନେ ନ କର ଏଥି ନିମନ୍ତେ ତୁମ୍ଭେମାନେ ଯେ ଏହି ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ଅଜ୍ଞ ରୁହ, ଏହା ମୋହର ଇଚ୍ଛା ନୁହେଁ, ଅର୍ଥାତ୍, ଯେପର୍ଯ୍ୟନ୍ତ ଅଣଯିହୂଦୀମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରି ନାହାଁନ୍ତି, ସେପର୍ଯ୍ୟନ୍ତ ଇସ୍ରାଏଲ ଅଂଶକ୍ରମେ କଠିନ ହୋଇଅଛି;
Romans 12:3 in Oriya 3 କାରଣ ମୋତେ ପ୍ରଦତ୍ତ ଅନୁଗ୍ରହ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଜଣକୁ କହୁଅଛି, ଆପଣା ବିଷୟରେ ଯେପରି ମନେ କରିବା ଉଚିତ୍, ତାହାଠାରୁ ଆପଣାକୁ ଅଧିକ ବଡ଼ ମନେ ନ କର; କିନ୍ତୁ ଈଶ୍ୱର ଯାହାକୁ ଯେ ପରିମାଣରେ ବିଶ୍ୱାସ ବିତରଣ କରିଅଛନ୍ତି, ସେହି ଅନୁସାରେ ପ୍ରତ୍ୟେକ ଜଣ ସୁବୋଧର ପରି ଆପଣା ବିଷୟରେ ମନେ କର।
1 Corinthians 4:8 in Oriya 8 ଇତିମଧ୍ୟରେ ତୁମ୍ଭେମାନେ କ'ଣ ପରିତୃପ୍ତ ହୋଇଗଲଣି ? ଇତିମଧ୍ୟରେ ତୁମ୍ଭେମାନେ କ'ଣ ଧନବାନ ହୋଇଗଲଣି ? ଆମ୍ଭମାନଙ୍କ ବିନା ତୁମ୍ଭେମାନେ କଅଣ ରାଜା ହୋଇଅଛ ? ହଁ, ତୁମ୍ଭେମାନେ ରାଜା ହୋଇଥିଲେ ଭଲ ହୋଇଥାଆନ୍ତା, ଯେପରି ଆମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ସହିତ ରାଜତ୍ୱ କରି ପାରିଥାଆନ୍ତୁ।
2 Peter 1:9 in Oriya 9 ମାତ୍ର ଏହି ସବୁ ଯାହାଠାରେ ନାହିଁ, ସେ ଦୂରଦର୍ଶୀ ନ ହୋଇ ଅନ୍ଧ ହୋଇଅଛି, ପୁଣି, ଆପଣା ପୂର୍ବକୃତ ପାପରୁ ପରିଷ୍କୃତ ହେବା ବିଷୟ ପାସୋରି ଯାଇଅଛି।
Revelation 2:9 in Oriya 9 ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କ୍ଲେଶ ଓ ଦୀନତା ଜାଣୁ, (କିନ୍ତୁ ତୁମ୍ଭେ ଧନବାନ ), ଆଉ ଯେଉଁମାନେ ଆପଣାମାନଙ୍କୁ ଯିହୂଦୀ ବୋଲି କହନ୍ତି, ମାତ୍ର ପ୍ରକୃତରେ ଯିହୂଦୀ ନୁହଁନ୍ତି, ବରଂ ଶୟତାନର ଦଳ, ସେମାନଙ୍କର ନିନ୍ଦା ମଧ୍ୟ ଆମ୍ଭେ ଜାଣୁ।
Revelation 16:15 in Oriya 15 ଦେଖ, ଆମ୍ଭେ ଚୋର ପରି ଆସୁଅଛୁ; ଯେ ଜାଗ୍ରତ ଥାଇ ଆପଣା ବସ୍ତ୍ର ରକ୍ଷା କରେ, ସେ ଧନ୍ୟ, କାରଣ ତାହା କଲେ ସେ ଉଲଙ୍ଗ ହୋଇ ବୁଲିବ ନାହିଁ ଓ ଲୋକେ ତାହାର ଲଜ୍ଜା ଦେଖିବେ ନାହିଁ।