Psalm 56:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ଯୋନତ୍-ଏଲମ୍ ହେ ପରମେଶ୍ୱର, ମୋତେ ଦୟା କର; କାରଣ ମନୁଷ୍ୟ ମୋତେ ଗ୍ରାସ କରିବାକୁ ଉଦ୍ୟତ; ସେ ସାରାଦିନ ଯୁଦ୍ଧ କରି ମୋ' ପ୍ରତି ଉପଦ୍ରବ କରଇ।
Other Translations King James Version (KJV) Be merciful unto me, O God: for man would swallow me up; he fighting daily oppresseth me.
American Standard Version (ASV) Be merciful unto me, O God; for man would swallow me up: All the day long he fighting oppresseth me.
Bible in Basic English (BBE) <To the chief music-maker; put to Jonath elem rehokim. Of David. Michtam. When the Philistines took him in Gath.> Have mercy on me, O God, for man is attempting my destruction; every day he makes cruel attacks against me.
Darby English Bible (DBY) {To the chief Musician. On Jonathelem-rechokim. Of David. Michtam; when the Philistines took him in Gath.} Be gracious unto me, O God; for man would swallow me up: all the day long fighting he oppresseth me.
World English Bible (WEB) > Be merciful to me, God, for man wants to swallow me up. All day long, he attacks and oppresses me.
Young's Literal Translation (YLT) To the Overseer. -- `On the Dumb Dove far off.' -- A secret treasure of David, in the Philistines' taking hold of him in Gath. Favour me, O God, for man swallowed me up, All the day fighting he oppresseth me,
Cross Reference 1 Samuel 21:11 in Oriya 11 ତହିଁରେ ଆଖୀଶ୍ର ଦାସମାନେ ତାକୁ କହିଲେ, ଏହି ଦାଉଦ କି ଦେଶର ରାଜା ନୁହନ୍ତି ? ପୁଣି, ଲୋକମାନେ ତାଙ୍କ ବିଷୟରେ ନୃତ୍ୟ କରି କି ପରସ୍ପର କହି ନ ଥିଲେ, ଶାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟୁତ ଅୟୁତ ?
1 Samuel 29:4 in Oriya 4 ମାତ୍ର ପଲେଷ୍ଟୀୟ ଅଧିପତିମାନେ ତାହା ଉପରେ କ୍ରୁଦ୍ଧ ହେଲେ ଓ ପଲେଷ୍ଟୀୟ ଅଧିପତିମାନେ ତାହାକୁ କହିଲେ, ତୁମ୍ଭେ ସେ ଲୋକକୁ ଫେରାଇ ଦିଅ, ତୁମ୍ଭେ ତାହା ପାଇଁ ଯେଉଁ ସ୍ଥାନ ନିରୂପଣ କରିଅଛ, ସେ ଆପଣାର ସେହି ସ୍ଥାନକୁ ଫେରିଯାଉ, ସେ ଆମ୍ଭମାନଙ୍କ ସଙ୍ଗରେ ଯୁଦ୍ଧକୁ ଯିବ ନାହିଁ, କେଜାଣି ଯୁଦ୍ଧ ସମୟରେ ସେ ଆମ୍ଭମାନଙ୍କର ବିପକ୍ଷ ହୋଇ ପଡ଼ିବ; ଏଇଟା ଆଉ କାହିଁରେ ଆପଣା ପ୍ରଭୁକୁ ପ୍ରସନ୍ନ କରିବ ? କି ଏହି ଲୋକମାନଙ୍କ ମସ୍ତକ ଦ୍ୱାରା ନୁହେଁ ?
Psalm 16:1 in Oriya 1 ଦାଉଦଙ୍କର ମିକ୍ତାମ୍ (ଗୀତରତ୍ନ।) ହେ ପରମେଶ୍ୱର, ମୋତେ ରକ୍ଷା କର; କାରଣ ମୁଁ ତୁମ୍ଭଠାରେ ଶରଣ ନିଏ।
Psalm 21:9 in Oriya 9 ତୁମ୍ଭେ ଆପଣା କ୍ରୋଧ ସମୟରେ ସେମାନଙ୍କୁ ପ୍ରଜ୍ୱଳିତ ଭାଟୀ ତୁଲ୍ୟ କରିବ। ସଦାପ୍ରଭୁ ଆପଣା କୋପରେ ସେମାନଙ୍କୁ ଗ୍ରାସ କରିବେ, ପୁଣି, ଅଗ୍ନି ସେମାନଙ୍କୁ ଭକ୍ଷଣ କରିବ।
Psalm 27:2 in Oriya 2 ଦୁଷ୍କର୍ମକାରୀଗଣ ମୋହର ମାଂସ ଗ୍ରାସ କରିବା ପାଇଁ ମୋତେ ଆକ୍ରମଣ କରିବା ବେଳେ ମୋହର ସେହି ବିପକ୍ଷ ଓ ଶତ୍ରୁମାନେ ଝୁଣ୍ଟି ପତିତ ହେଲେ।
Psalm 31:9 in Oriya 9 ହେ ସଦାପ୍ରଭୁ, ମୋ' ପ୍ରତି ଦୟା କର, କାରଣ ମୁଁ ବିପଦଗ୍ରସ୍ତ; ଦୁଃଖରେ ମୋହର ଚକ୍ଷୁ, ମୋହର ପ୍ରାଣ ଓ ମୋହର ଶରୀର କ୍ଷୀଣ ହେଉଅଛି।
Psalm 35:25 in Oriya 25 “ହଁ, ସେପରି ହେଉ ବୋଲି ଆମ୍ଭମାନଙ୍କ ଇଚ୍ଛା,” ଏହା ସେମାନେ ଆପଣା ଆପଣା ମନରେ ନ କହନ୍ତୁ; “ଆମ୍ଭେମାନେ ତାହାକୁ ଗ୍ରାସ କରିଅଛୁ” ବୋଲି ସେମାନେ ନ କହନ୍ତୁ।
Psalm 57:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍; ଗୁମ୍ଫାରେ ଶାଉଲଙ୍କ ସମ୍ମୁଖରୁ ପଳାଇବା ବେଳେ ରଚିତ। ହେ ପରମେଶ୍ୱର, ମୋତେ ଦୟା କର; ମୋତେ ଦୟା କର; କାରଣ ମୋ' ପ୍ରାଣ ତୁମ୍ଭର ଶରଣାଗତ; ଆଉ, ଏହିସବୁ ବିପଦ ବହିଯିବା ପର୍ଯ୍ୟନ୍ତ ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ ନେବି।
Psalm 58:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ୱରରେ ଦାଉଦଙ୍କର ଗୀତ; ମିକ୍ତାମ୍। ପ୍ରକୃତରେ କି ତୁମ୍ଭେମାନେ ନୀରବ ହୋଇ ଧର୍ମନୀତି କହୁଅଛ ? ହେ ମନୁଷ୍ୟ-ସନ୍ତାନଗଣ, ତୁମ୍ଭେମାନେ କି ନ୍ୟାୟରେ ବିଚାର କରୁଅଛ ?
Psalm 59:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍; ଶାଉଲ ଲୋକ ପଠାନ୍ତେ, ସେମାନେ ଦାଉଦଙ୍କୁ ବଧ କରିବା ପାଇଁ ତାଙ୍କର ଗୃହ ଜଗି ବସିବା ସମୟରେ ରଚିତ। ହେ ମୋହର ପରମେଶ୍ୱର, ମୋ' ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର; ମୋ' ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କଠାରୁ ମୋତେ ଉଚ୍ଚରେ ସ୍ଥାପନ କର।
Psalm 59:10 in Oriya 10 ମୋହର ଦୟାବାନ ପରମେଶ୍ୱର ମୋହର ସମ୍ମୁଖବର୍ତ୍ତୀ ହେବେ; ପରମେଶ୍ୱର ମୋ' ଶତ୍ରୁମାନଙ୍କ ଉପରେ ମୋ' ବାଞ୍ଛା ସଫଳ ହେବାର ମୋତେ ଦେଖାଇବେ।
Psalm 60:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ଶୂଷନ୍-ଏଦୁତ୍ ସ୍ୱରରେ ଶିକ୍ଷାର୍ଥକ ଦାଉଦଙ୍କର ମିକ୍ତାମ୍; ଅରାମନହରୟିମ ଓ ଅରାମ-ସୋବା ସଙ୍ଗରେ ଯୁଦ୍ଧ କରିବା ବେଳେ ଓ ଯୋୟାବ ଫେରି ଲବଣ-ଉପତ୍ୟକାରେ ଇଦୋମୀୟ ବାର ହଜାର ଲୋକଙ୍କୁ ବଧ କରିବା ସମୟରେ ରଚିତ। ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଦୂର କରିଅଛ, ତୁମ୍ଭେ ଆମ୍ଭମାନଙ୍କୁ ଭାଙ୍ଗି ପକାଇଅଛ; ତୁମ୍ଭେ କ୍ରୁଦ୍ଧ ହୋଇଅଛ; ଆମ୍ଭମାନଙ୍କୁ ପୁନଃସ୍ଥାପନ କର।
Psalm 69:13 in Oriya 13 ମାତ୍ର ହେ ସଦାପ୍ରଭୁ, ଗ୍ରାହ୍ୟ ସମୟରେ ମୋହର ପ୍ରାର୍ଥନା ତୁମ୍ଭଠାରେ ଅଛି; ହେ ପରମେଶ୍ୱର, ତୁମ୍ଭ ଦୟାର ବାହୁଲ୍ୟରେ, ତୁମ୍ଭ ପରିତ୍ରାଣର ସତ୍ୟତାନୁସାରେ ମୋତେ ଉତ୍ତର ଦିଅ।
Psalm 106:17 in Oriya 17 ପୃଥିବୀ ଫାଟିଯାଇ ଦାଥନକୁ ଗ୍ରାସ କଲା ଓ ଅବିରାମର ଦଳକୁ ଆଚ୍ଛାଦନ କଲା।
Psalm 124:3 in Oriya 3 ତେବେ ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥାନ୍ତେ;
Psalm 136:10 in Oriya 10 ପ୍ରଥମଜାତମାନଙ୍କୁ (ସଂହାର କରିବା ଦ୍ୱାରା) ମିସରକୁ ଆଘାତ କଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
Psalm 136:15 in Oriya 15 ମାତ୍ର ଫାରୋ ଓ ତାହାର ସୈନ୍ୟଗଣକୁ ସୂଫ ସାଗରରେ ଠେଲି ଦେଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;
Psalm 136:17 in Oriya 17 ଯେ ମହାରାଜାଗଣକୁ ସଂହାର କଲେ, ତାହାଙ୍କର (ଧନ୍ୟବାଦ କର;) କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;
Psalm 143:12 in Oriya 12 ପୁଣି, ତୁମ୍ଭ ସ୍ନେହପୂର୍ଣ୍ଣ କରୁଣାରେ ମୋ' ଶତ୍ରୁମାନଙ୍କୁ ଉଚ୍ଛିନ୍ନ କର ଓ ମୋ' ପ୍ରାଣର କ୍ଳେଶଦାୟୀ ସମସ୍ତଙ୍କୁ ନାଶ କର; କାରଣ ମୁଁ ତୁମ୍ଭର ଦାସ।
Proverbs 1:12 in Oriya 12 ପାତାଳର ନ୍ୟାୟ ଆମ୍ଭେମାନେ ସେମାନଙ୍କୁ ଜୀଅନ୍ତା ଗ୍ରାସ କରୁ ଓ ଗର୍ତ୍ତପତିତ ଲୋକ ପରି ସେମାନଙ୍କୁ ସର୍ବତୋଭାବେ ଗ୍ରାସ କରୁ;
Lamentations 2:2 in Oriya 2 ପ୍ରଭୁ ଯାକୁବର ସକଳ ବାସ ସ୍ଥାନ ଗ୍ରାସ କରିଅଛନ୍ତି ଓ ଦୟା କରି ନାହାନ୍ତି, ସେ ଆପଣା କୋପରେ ଯିହୁଦା କନ୍ୟାର ଦୃଢ଼ ଦୁର୍ଗସବୁ ଉତ୍ପାଟନ କରିଅଛନ୍ତି; ସେସବୁକୁ ସେ ଭୂମିସାତ୍ କରିଅଛନ୍ତି ରାଜ୍ୟ ଓ ତହିଁର ଅଧିପତିଗଣକୁ ସେ ଅଶୁଚି କରିଅଛନ୍ତି।
Lamentations 2:5 in Oriya 5 ପ୍ରଭୁ ଶତ୍ରୁ ତୁଲ୍ୟ ହୋଇଅଛନ୍ତି, ସେ ଇସ୍ରାଏଲକୁ ଗ୍ରାସ କରିଅଛନ୍ତି; ସେ ତାହାର ଅଟ୍ଟାଳିକାସକଳ ଗ୍ରାସ କରିଅଛନ୍ତି, ସେ ତାହାର ଦୁର୍ଗସବୁ ଧ୍ୱଂସ କରିଅଛନ୍ତି; ଆଉ, ସେ ଯିହୁଦାର କନ୍ୟା ମଧ୍ୟରେ ଶୋକ ଓ ବିଳାପ ବୃଦ୍ଧି କରିଅଛନ୍ତି।
Lamentations 2:16 in Oriya 16 ତୁମ୍ଭର ଶତ୍ରୁସକଳ ତୁମ୍ଭ ବିରୁଦ୍ଧରେ ଆପଣା ଆପଣା ମୁଖ ମେଲାଇ ପରିହାସ କରନ୍ତି; ସେମାନେ ଶୀସ୍ ଦିଅନ୍ତି ଓ ଦନ୍ତ କଡ଼ମଡ଼ କରନ୍ତି; ସେମାନେ କହନ୍ତି, ଆମ୍ଭେମାନେ ତାହାକୁ ଗ୍ରାସ କରିଅଛୁ; ଆମ୍ଭେମାନେ ଯେଉଁ ଦିନର ଅପେକ୍ଷା କଲୁ, ଏ ଅବଶ୍ୟ ସେହି ଦିନ; ଆମ୍ଭେମାନେ ତାହା ପାଇଅଛୁ, ଆମ୍ଭେମାନେ ତାହା ଦେଖିଅଛୁ।
Hosea 8:8 in Oriya 8 ଇସ୍ରାଏଲ ଗ୍ରାସିତ ହୋଇଅଛି; ଏବେ ସେମାନେ ଅପ୍ରୀତିକର ପାତ୍ର ତୁଲ୍ୟ ନାନା ଗୋଷ୍ଠୀ ମଧ୍ୟରେ ଅଛନ୍ତି।
1 Corinthians 15:54 in Oriya 54 କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଓ ଏହି ମର୍ତ୍ତ୍ୟ ଶରୀର ଅମରତାରୂପ ବସ୍ତ୍ର ପରିଧାନ କଲା ଉତ୍ତାରେ ଏହି ଲିଖିତ ବାକ୍ୟ ସଫଳ ହେବ,