Numbers 16:5 in Oriya 5 ପୁଣି, ସେ କୋରହକୁ ଓ ତାହାର ଦଳସ୍ଥ ସମସ୍ତଙ୍କୁ କହିଲେ, “କିଏ ତାହାଙ୍କର ଲୋକ ଓ କିଏ ପବିତ୍ର, ଏହା ସଦାପ୍ରଭୁ କାଲି ଦେଖାଇବେ, ପୁଣି, ସେ ତାହାକୁ ଆପଣା ନିକଟକୁ ଆଣିବେ; ସେ ଯାହାକୁ ମନୋନୀତ କରିବେ, ତାହାକୁ ଆପଣା ନିକଟକୁ ଆଣିବେ।
Other Translations King James Version (KJV) And he spake unto Korah and unto all his company, saying, Even to morrow the LORD will show who are his, and who is holy; and will cause him to come near unto him: even him whom he hath chosen will he cause to come near unto him.
American Standard Version (ASV) and he spake unto Korah and unto all his company, saying, In the morning Jehovah will show who are his, and who is holy, and will cause him to come near unto him: even him whom he shall choose will he cause to come near unto him.
Bible in Basic English (BBE) And he said to Korah and his band, In the morning the Lord will make clear who are his, and who is holy, and who may come near him: the man of his selection will be caused to come near him.
Darby English Bible (DBY) And he spoke to Korah and to all his band, saying, Even to-morrow will Jehovah make known who is his, and who is holy; and he will cause him to come near to him; and him whom he has chosen, him will he cause to come near to him.
Webster's Bible (WBT) And he spoke to Korah and to all his company, saying, Even to-morrow the LORD will show who are his, and who is holy; and will cause him to come near to him: even him whom he hath chosen will he cause to come near to him.
World English Bible (WEB) and he spoke to Korah and to all his company, saying, In the morning Yahweh will show who are his, and who is holy, and will cause him to come near to him: even him whom he shall choose will he cause to come near to him.
Young's Literal Translation (YLT) and he speaketh unto Korah, and unto all his company, saying, `Morning! -- and Jehovah is knowing those who are his, and him who is holy, and hath brought near unto Him; even him whom He doth fix on He bringeth near unto Him.
Cross Reference Exodus 28:1 in Oriya 1 ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଆପଣା ଭ୍ରାତା ହାରୋଣକୁ ଓ ତାହା ସଙ୍ଗେ ତାହାର ପୁତ୍ରଗଣଙ୍କୁ, ଅର୍ଥାତ୍, ହାରୋଣ, ନାଦବ୍ ଓ ଅବୀହୂ, ଇଲୀୟାଜର ଓ ଈଥାମରକୁ ଆପଣା ନିକଟକୁ ଆଣିବ।
Exodus 28:43 in Oriya 43 ପୁଣି, ଯେତେବେଳେ ହାରୋଣ ଓ ତାହାର ପୁତ୍ରଗଣ ସମାଗମ-ତମ୍ବୁରେ ପ୍ରବେଶ କରିବେ, କିଅବା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ବେଦିର ନିକଟବର୍ତ୍ତୀ ହେବେ, ସେତେବେଳେ ସେମାନେ ଯେପରି ଅପରାଧ କରି ନ ମରନ୍ତି, ଏନିମନ୍ତେ ସେମାନେ ଏହି ବସ୍ତ୍ର ପରିଧାନ କରିବେ; ଏହା ହାରୋଣର ଓ ତାହାର ଭବିଷ୍ୟତ ବଂଶର ପାଳନୀୟ ଅନନ୍ତକାଳୀନ ବିଧି ହେବ।
Leviticus 8:2 in Oriya 2 “ତୁମ୍ଭେ ହାରୋଣକୁ ଓ ତାହା ସହିତ ତାହାର ପୁତ୍ରଗଣଙ୍କୁ, ଆଉ ବସ୍ତ୍ରସକଳ, ଅଭିଷେକାର୍ଥକ ତୈଳ, ପାପାର୍ଥକ ବଳିର ଗୋବତ୍ସ, ଦୁଇ ମେଷ ଓ ତାଡ଼ିଶୂନ୍ୟ ରୁଟିର ଟୋକେଇ ଆପଣା ସଙ୍ଗେ ନିଅ।
Leviticus 10:3 in Oriya 3 ତହୁଁ ମୋଶା ହାରୋଣଙ୍କୁ କହିଲେ, “ସଦାପ୍ରଭୁ ଏହି କଥା କହିଲେ, ଯେଉଁମାନେ ଆମ୍ଭ ନିକଟକୁ ଆସନ୍ତି, ସେମାନଙ୍କ ମଧ୍ୟରେ ଆମ୍ଭେ ପବିତ୍ର ରୂପେ ମାନ୍ୟ ହେବା; ଓ ସମସ୍ତ ଲୋକଙ୍କ ସମ୍ମୁଖରେ ଆମ୍ଭେ ଗୌରବାନ୍ୱିତ ହେବା।” ତହିଁରେ ହାରୋଣ ମୌନ ହେଲେ।
Leviticus 21:6 in Oriya 6 ସେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବେ ଓ ଆପଣାମାନଙ୍କ ପରମେଶ୍ୱରଙ୍କ ନାମ ଅପବିତ୍ର କରିବେ ନାହିଁ; କାରଣ ସେମାନେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର, ଅର୍ଥାତ୍, ଆପଣାମାନଙ୍କ ପରମେଶ୍ୱରଙ୍କ ଭକ୍ଷ୍ୟ ଉତ୍ସର୍ଗ କରନ୍ତି; ଏହେତୁ ସେମାନେ ପବିତ୍ର ହେବେ।
Leviticus 21:12 in Oriya 12 ଅଥବା ପବିତ୍ର ସ୍ଥାନରୁ ବାହାରିବ ନାହିଁ, ଅବା ଆପଣା ପରମେଶ୍ୱରଙ୍କ ପବିତ୍ର ସ୍ଥାନକୁ ଅପବିତ୍ର କରିବ ନାହିଁ; କାରଣ ତାହାର ପରମେଶ୍ୱରଙ୍କ ଅଭିଷେକାର୍ଥକ ତୈଳରୂପ ମୁକୁଟ ତାହା ଉପରେ ଅଛି; ଆମ୍ଭେ ସଦାପ୍ରଭୁ ଅଟୁ।
Numbers 16:3 in Oriya 3 ଆଉ ସେମାନେ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ଏକତ୍ର ହୋଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣାମାନଙ୍କ ଉପରେ ବହୁତ ନେଲଣି, ସମସ୍ତ ମଣ୍ଡଳୀର ପ୍ରତ୍ୟେକ ଜଣ ତ ପବିତ୍ର, ପୁଣି, ସଦାପ୍ରଭୁ ସେମାନଙ୍କ ମଧ୍ୟରେ ଅଛନ୍ତି, ତେବେ କାହିଁକି ତୁମ୍ଭେମାନେ ସଦାପ୍ରଭୁଙ୍କ ସମାଜ ଉପରେ ଆପଣାମାନଙ୍କୁ ଉନ୍ନତ କରୁଅଛ?”
Numbers 17:5 in Oriya 5 ଏହା କଲା ଉତ୍ତାରେ, ଆମ୍ଭେ ଯେଉଁ ବ୍ୟକ୍ତିକୁ ମନୋନୀତ କରିବା, ତାହାର ଯଷ୍ଟି ପୁଷ୍ପିତ ହେବ; ତହିଁରେ ଇସ୍ରାଏଲ-ସନ୍ତାନଗଣ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ବଚସା କରନ୍ତି, ସେହି ବଚସା ଆମ୍ଭେ ଆପଣା ନିକଟରୁ ନିବୃତ୍ତ କରାଇବା।”
1 Samuel 2:28 in Oriya 28 ଓ ଆମ୍ଭେ କି ଆମ୍ଭ ବେଦି ଉପରକୁ ଯିବାକୁ ଓ ଧୂପ ଜ୍ୱଳାଇବାକୁ ଓ ଆମ୍ଭ ସମ୍ମୁଖରେ ଏଫୋଦ ପରିଧାନ କରିବାକୁ ସମଗ୍ର ଇସ୍ରାଏଲ ଗୋଷ୍ଠୀ ମଧ୍ୟରୁ ତାହାକୁ ଯାଜକ ହେବା ପାଇଁ ମନୋନୀତ କରି ନାହୁଁ ? ଆହୁରି, ଆମ୍ଭେ କି ଇସ୍ରାଏଲ ସନ୍ତାନଗଣର ଅଗ୍ନିକୃତ ସମସ୍ତ ଉପହାର ତୁମ୍ଭ ପିତୃଗୃହକୁ ଦେଇ ନାହୁଁ ?
Psalm 65:4 in Oriya 4 ତୁମ୍ଭେ ଯାହାକୁ ତୁମ୍ଭ ପ୍ରାଙ୍ଗଣରେ ବାସ କରିବା ପାଇଁ ମନୋନୀତ କର ଓ ଆପଣା ନିକଟକୁ ଆସିବାକୁ ଦିଅ, ସେ ଲୋକ ଧନ୍ୟ; ଆମ୍ଭେମାନେ ତୁମ୍ଭ ଗୃହର, ଅର୍ଥାତ୍, ତୁମ୍ଭ ମନ୍ଦିରର ପବିତ୍ର ସ୍ଥାନର ଉତ୍ତମ ଦ୍ରବ୍ୟରେ ପରିତୃପ୍ତ ହେବା।
Psalm 105:26 in Oriya 26 ସେ ଆପଣା ସେବକ ମୋଶାଙ୍କୁ ଓ ଆପଣା ମନୋନୀତ ହାରୋଣଙ୍କୁ ପଠାଇଲେ।
Isaiah 61:5 in Oriya 5 ପୁଣି, ଅପରିଚିତ ଲୋକମାନେ ତୁମ୍ଭମାନଙ୍କର ପଲ ଚରାଇବା ପାଇଁ ଠିଆ ହେବେ ଓ ବିଦେଶୀୟମାନେ ତୁମ୍ଭମାନଙ୍କର ଶସ୍ୟକ୍ଷେତ୍ରର ଓ ଦ୍ରାକ୍ଷାକ୍ଷେତ୍ରର କୃଷକ ହେବେ।
Ezekiel 40:46 in Oriya 46 ଆଉ, ଯେଉଁ କୋଠରୀର ମୁଖ ଉତ୍ତରଆଡ଼େ ଅଛି, ତାହା ଯଜ୍ଞବେଦିର ରକ୍ଷଣୀୟ ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି; ଏମାନେ ସାଦୋକର ସନ୍ତାନ, ଲେବୀର ସନ୍ତାନଗଣ ମଧ୍ୟରୁ ଏମାନେ ସଦାପ୍ରଭୁଙ୍କର ପରିଚର୍ଯ୍ୟା କରିବା ପାଇଁ ତାହାଙ୍କ ନିକଟକୁ ଆସନ୍ତି।”
Ezekiel 44:15 in Oriya 15 ମାତ୍ର ଇସ୍ରାଏଲ ସନ୍ତାନମାନେ ଆମ୍ଭଠାରୁ ବିପଥ-ଗମନ କରିବା ସମୟରେ ସାଦୋକର ସନ୍ତାନ ଯେଉଁ ଲେବୀୟ ଯାଜକଗଣ ଆମ୍ଭ ପବିତ୍ର ସ୍ଥାନର ରକ୍ଷଣୀୟ ରକ୍ଷା କଲେ, ସେମାନେ ଆମ୍ଭ ଉଦ୍ଦେଶ୍ୟରେ ପରିଚର୍ଯ୍ୟା କରିବା ନିମନ୍ତେ ଆମ୍ଭ ନିକଟକୁ ଆସିବେ ଓ ଆମ୍ଭ ଉଦ୍ଦେଶ୍ୟରେ ମେଦ ଓ ରକ୍ତ; ଉତ୍ସର୍ଗ କରିବା ନିମନ୍ତେ ଆମ୍ଭ ସମ୍ମୁଖରେ ଠିଆ ହେବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି;
Malachi 3:18 in Oriya 18 ସେତେବେଳେ ତୁମ୍ଭେମାନେ, ଧାର୍ମିକ ଓ ଦୁଷ୍ଟ, ଯେ ପରମେଶ୍ୱରଙ୍କ ସେବା କରେ ଓ ଯେ ତାହାଙ୍କର ସେବା ନ କରେ, ସେମାନଙ୍କ ମଧ୍ୟରେ ପ୍ରଭେଦ ଦେଖିବ।
John 15:16 in Oriya 16 ତୁମ୍ଭେମାନେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଅଛି, ଆଉ ତୁମ୍ଭେମାନେ ଯେପରି ଯାଇ ଫଳ ଉତ୍ପନ୍ନ କର ଓ ତୁମ୍ଭମାନଙ୍କର ଫଳ ସ୍ଥାୟୀ ହୁଏ, ଏଥି ନିମନ୍ତେ ତୁମ୍ଭମାନଙ୍କୁ ନିଯୁକ୍ତ କରିଅଛି। ସେଥିରେ ତୁମ୍ଭେମାନେ ମୋ' ନାମରେ ପିତାଙ୍କୁ ଯାହା କିଛି ମାଗିବ, ସେ ତାହା ତୁମ୍ଭମାନଙ୍କୁ ଦେବେ;
Acts 1:2 in Oriya 2 ସେହି ଦିନ ପର୍ଯ୍ୟନ୍ତ ସେ ଯେଉଁ ସବୁ କାର୍ଯ୍ୟ କରିବାକୁ ଓ ଶିକ୍ଷା ଦେବାକୁ ଆରମ୍ଭ କରିଥିଲେ, ସେହି ସମସ୍ତ ବିଷୟ ନେଇ ମୁଁ ପ୍ରଥମ ଲୂକ ପୁସ୍ତକଟି ଲେଖିଅଛି।
Acts 1:24 in Oriya 24 “ହେ ପ୍ରତ୍ୟେକ ହୃଦୟକୁ ଜାଣିବାର ପ୍ରଭୁ, ଯିହୂଦା ନିଜ ଉପଯୁକ୍ତ ସ୍ଥାନକୁ ଯିବା ନିମନ୍ତେ ଏହି ଯେଉଁ ସେବା ଓ ପ୍ରେରିତ ପଦରୁ ପତିତ ହୋଇଅଛି,
Acts 13:2 in Oriya 2 ସେମାନେ ପ୍ରଭୁଙ୍କ ସେବା ଓ ଉପବାସ କରୁଥିବା ସମୟରେ ପବିତ୍ର ଆତ୍ମା କହିଲେ, ଯେଉଁ କର୍ମ ନିମନ୍ତେ ଆମ୍ଭେ ବର୍ଣ୍ଣବ୍ବା ଓ ଶାଉଲକୁ ଆହ୍ୱାନ କରିଅଛୁ, ସେଥିପାଇଁ ସେମାନଙ୍କୁ ପୃଥକ୍ କର।
Acts 15:7 in Oriya 7 ଅନେକ ତର୍କବିତର୍କ ହେଲା ଉତ୍ତାରେ ପିତର ଉଠି ସେମାନଙ୍କୁ କହିଲେ, ହେ ଭାଇମାନେ, ଆପଣମାନେ ଜାଣନ୍ତି ଯେ, ମୋହର ମୁଖ ଦ୍ୱାରା ଅଣଯିହୂଦୀମାନେ ଯେପରି ସୁସମାଚାର ବାକ୍ୟ ଶୁଣି ବିଶ୍ୱାସ କରନ୍ତି, ଏଥିପାଇଁ ଅନେକ ଦିନ ପୂର୍ବେ ଈଶ୍ୱର ଆପଣମାନଙ୍କ ମଧ୍ୟରୁ ମୋତେ ମନୋନୀତ କରିଥିଲେ।
Acts 22:14 in Oriya 14 ପୁଣି, ସେ କହିଲେ, ଆମ୍ଭମାନଙ୍କର ପିତୃପୁରୁଷଙ୍କର ଈଶ୍ୱର ତାହାଙ୍କ ଇଚ୍ଛା ଜାଣିବା ପାଇଁ ଓ ସେହି ଧାର୍ମିକ ବ୍ୟକ୍ତିଙ୍କୁ ଦେଖିବା ପାଇଁ ପୁଣି, ତାହାଙ୍କ ମୁଖରୁ ବାଣୀ ଶୁଣିବା ପାଇଁ ମନୋନୀତ କରିଅଛନ୍ତି,
Ephesians 2:13 in Oriya 13 କିନ୍ତୁ ପୂର୍ବେ ତୁମ୍ଭେମାନେ ଦୂରରେ ଥିଲ ଯେ, ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ।
2 Timothy 2:3 in Oriya 3 ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ଯୋଦ୍ଧା ପରି ମୋ ସହିତ କ୍ଲେଶ ସହ୍ୟ କର।
2 Timothy 2:19 in Oriya 19 ତଥାପି ଇଶ୍ବରଙ୍କ ସ୍ଥାପିତ ସୁଦୃଢ଼ ଭିତ୍ତିମୂଳ ଅଟଳ ରହିଅଛି, ଆଉ ତହିଁ ଉପରେ ଏହା ମୁଦ୍ରାଙ୍କିତ ହୋଇଅଛି, ପ୍ରଭୁ ଆପଣା ଲୋକମାନଙ୍କୁ ଜାଣନ୍ତି, ଆଉ, ଯେ କେହି ପ୍ରଭୁଙ୍କର ନାମ ଧରେ, ସେ ଅଧର୍ମରୁ ଦୂରରେ ରହୁ।
Hebrews 10:19 in Oriya 19 ଅତଏବ, ହେ ଭାଇମାନେ, ଯୀଶୁ ବିଚ୍ଛେଦବସ୍ତ୍ର, ଅର୍ଥାତ୍, ଆପଣା ଶରୀର ଦ୍ୱାରା ଯେଉଁ ନୂତନ ଓ ଜୀବନଦାୟକ ପଥ ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି,
Hebrews 12:14 in Oriya 14 ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର, ପୁଣି, ଯେଉଁ ପବିତ୍ରତା ବିନା କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ, ସେଥିର ଅନୁସରଣ କର,
1 Peter 2:5 in Oriya 5 ତାହାଙ୍କ ନିକଟକୁ ଆସି ତୁମ୍ଭେମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଇଶ୍ବରଙ୍କ ନିକଟରେ ସୁଗ୍ରାହ୍ୟ ଆତ୍ମିକ ବଳି ଉତ୍ସର୍ଗ କରିବା ନିମନ୍ତେ ପବିତ୍ର ଯାଜକବର୍ଗ ହେବା ପାଇଁ ଜୀବନ୍ତ ପ୍ରସ୍ତର ସ୍ୱରୂପ ହୋଇ ଗୋଟିଏ ଆତ୍ମିକ ଗୃହରୂପରେ ନିର୍ମିତ ହୁଅ।
Revelation 1:6 in Oriya 6 ପୁଣି, ଆମ୍ଭମାନଙ୍କୁ ଗୋଟିଏ ରାଜକୁଳ ପରି ଆପଣା ଈଶ୍ୱର ଓ ପିତାଙ୍କ ନିକଟରେ ଯାଜକ ସ୍ୱରୂପେ ନିଯୁକ୍ତି କରିଅଛନ୍ତି, ତାହାଙ୍କ ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ। ଆମେନ୍।
Revelation 5:9 in Oriya 9 ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, ତୁମ୍ଭେ ସେହି ପୁସ୍ତକ ନେବାକୁ ଓ ସେଥିର ମୁଦ୍ରାସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ, ପୁଣି, ଆପଣା ରକ୍ତ ଦ୍ୱାରା ସର୍ବଗୋଷ୍ଠୀ, ଭାଷାବାଦୀ, ବଂଶ ଓ ଜାତି ମଧ୍ୟରୁ ଇଶ୍ବରଙ୍କ ନିମନ୍ତେ ଲୋକମାନଙ୍କୁ କିଣିଅଛ,