Matthew 20:12 in Oriya 12 ଏହି ଶେଷର ଲୋକମାନେ ଘଣ୍ଟାଏ ମାତ୍ର କାମ କଲେ, ଆଉ ଆମ୍ଭେମାନେ ଦିନଯାକ ଖଟି ଖଟି ଖରାରେ ଜଳି ପୋଡ଼ିଗଲେ ସୁଦ୍ଧା ତୁମ୍ଭେ ସେମାନଙ୍କୁ ଆମ୍ଭମାନଙ୍କ ସମାନ କଲ।
Other Translations King James Version (KJV) Saying, These last have wrought but one hour, and thou hast made them equal unto us, which have borne the burden and heat of the day.
American Standard Version (ASV) saying, These last have spent `but' one hour, and thou hast made them equal unto us, who have borne the burden of the day and the scorching heat.
Bible in Basic English (BBE) Saying, These last have done only one hour's work, and you have made them equal to us, who have undergone the hard work of the day and the burning heat.
Darby English Bible (DBY) saying, These last have worked one hour, and thou hast made them equal to us, who have borne the burden of the day and the heat.
World English Bible (WEB) saying, 'These last have spent one hour, and you have made them equal to us, who have borne the burden of the day and the scorching heat!'
Young's Literal Translation (YLT) that These, the last, wrought one hour, and thou didst make them equal to us, who were bearing the burden of the day -- and the heat.
Cross Reference Isaiah 58:2 in Oriya 2 ତଥାପି ସେମାନେ ପ୍ରତିଦିନ ଆମ୍ଭର ଅନ୍ୱେଷଣ କରନ୍ତି ଓ ଆମ୍ଭ ପଥ ବିଷୟ ଜାଣିବାକୁ ସନ୍ତୁଷ୍ଟ ହୁଅନ୍ତି; ଯେଉଁ ଗୋଷ୍ଠୀୟ ଲୋକେ ଧର୍ମକର୍ମ କରନ୍ତି ଓ ଆପଣାମାନଙ୍କ ପରମେଶ୍ୱରଙ୍କର ବିଧାନ ତ୍ୟାଗ କରି ନାହାନ୍ତି, ସେମାନଙ୍କ ପରି ସେମାନେ ଧର୍ମ ବିଧାନ ବିଷୟ ଆମ୍ଭକୁ ପଚାରନ୍ତି ଓ ପରମେଶ୍ୱରଙ୍କର ନିକଟକୁ ଆସିବାକୁ ସନ୍ତୁଷ୍ଟ ହୁଅନ୍ତି।
Jonah 4:8 in Oriya 8 ପୁଣି, ସୂର୍ଯ୍ୟୋଦୟ ସମୟରେ ପରମେଶ୍ୱର ପୂର୍ବୀୟ ଝଞ୍ଜା ବାୟୁ ନିରୂପଣ କଲେ; ଆଉ, ଯୂନସଙ୍କ ମସ୍ତକରେ ଏପରି ଖରା ଲାଗିଲା ଯେ, ସେ କ୍ଳାନ୍ତ ହୋଇ ଆପଣାର ମୃତ୍ୟୁୁ ପ୍ରାର୍ଥନା କରି କହିଲେ, “ବଞ୍ଚିବା ଅପେକ୍ଷା ମୋର ମରିବାର ଭଲ।”
Zechariah 7:3 in Oriya 3 ଓ ସୈନ୍ୟାଧିପତି ସଦାପ୍ରଭୁଙ୍କ ଗୃହର ଯାଜକମାନଙ୍କୁ ଓ ଭବିଷ୍ୟଦ୍ବକ୍ତାମାନଙ୍କୁ ଏହି କଥା ପଚାରିଲେ, ସେମାନେ କହିଲେ, “ମୁଁ ଏତେ ବର୍ଷଯାଏ ଯେପରି କରି ଆସିଅଛି, ସେପରି ମୁଁ କି ପଞ୍ଚମ ମାସରେ ଆପଣାକୁ ଉପବାସ କରି ବିଳାପ କରିବି ?”
Malachi 1:13 in Oriya 13 ଆହୁରି, ତୁମ୍ଭେମାନେ କହୁଅଛ, “ଦେଖ, ଏହା କିପରି କ୍ଳାନ୍ତିଜନକ ଓ ତୁମ୍ଭେମାନେ ତାହା ତୁଚ୍ଛ ଜ୍ଞାନ କରିଅଛ,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; “ଆଉ, ତୁମ୍ଭେମାନେ ବଳାତ୍କାରରେ ଧୃତ ଓ ଲେଙ୍ଗଡ଼ା ଓ ରୋଗୀ ପଶୁ ଆଣିଅଛ; ଏହିରୂପେ ତୁମ୍ଭେମାନେ ନୈବେଦ୍ୟ ଆଣୁଅଛ; ଏହା କି ଆମ୍ଭେ ତୁମ୍ଭମାନଙ୍କ ହସ୍ତରୁ ଗ୍ରହଣ କରିବା ?” ଏହା ସଦାପ୍ରଭୁ କହନ୍ତି।
Malachi 3:14 in Oriya 14 ତୁମ୍ଭେମାନେ କହିଅଛ, ପରମେଶ୍ୱରଙ୍କର ସେବା କରିବାରେ କି ଲାଭ ? ଆଉ, ଆମ୍ଭେମାନେ ଯେ ତାହାଙ୍କର ଅାଜ୍ଞା ରକ୍ଷା କରିଅଛୁ, ସୈନ୍ୟାଧିପତି ସଦାପ୍ରଭୁଙ୍କ ଛାମୁରେ ଅନୁତପ୍ତ ହୋଇ ଗମନାଗମନ କରିଅଛୁ, ଏଥିରେ ଆମ୍ଭମାନଙ୍କର କି ଲାଭ ?
Luke 12:55 in Oriya 55 ପୁଣି, ଦକ୍ଷିଣା ପବନ ବହିବା ଦେଖିଲେ ତୁମ୍ଭେମାନେ କୁହ, ବଡ଼ ଖରା ହେବ, ପୁଣି, ତାହା ଘଟେ।
Luke 14:10 in Oriya 10 କିନ୍ତୁ ଯେତେବେଳେ ତୁମ୍ଭେ ନିମନ୍ତ୍ରିତ ହୁଅ, ସେତେବେଳେ ଯାଇ ନିମ୍ନତମ ସ୍ଥାନରେ ବସ, ଯେପରି ତୁମ୍ଭର ନିମନ୍ତ୍ରଣକାରୀ ବ୍ୟକ୍ତି ଆସି ତୁମ୍ଭକୁ କହିବେ, ହେ ବନ୍ଧୁ, ଉଚ୍ଚତର ସ୍ଥାନକୁ ଆସ; ସେତେବେଳେ ତୁମ୍ଭ ସହିତ ଭୋଜନରେ ବସୁଥିବା ସମସ୍ତ ଲୋକଙ୍କ ଆଗରେ ତୁମ୍ଭର ଗୌରବ ହେବ।
Luke 15:29 in Oriya 29 ମାତ୍ର ସେ ପିତାଙ୍କୁ ଉତ୍ତର ଦେଲେ, ଦେଖ, ଏତେ ବର୍ଷ ହେଲା ମୁଁ ତୁମ୍ଭର ଦାସ ପରି ଖଟି ଆସିଅଛି, ପୁଣି, କେବେହେଲେ ତୁମ୍ଭର ଆଜ୍ଞା ଅମାନ୍ୟ କରି ନାହିଁ, ତଥାପି ମୋର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ ତୁମ୍ଭେ ମୋତେ କେବେହେଲେ ଛେଳି ଛୁଆଟିଏ ସୁଦ୍ଧା ଦେଇ ନାହଁ;
Luke 18:11 in Oriya 11 ଫାରୂଶୀ ଠିଆ ହୋଇ ଆପଣା ନିକଟରେ ଏହି ପ୍ରକାର ପ୍ରାର୍ଥନା କରିବାକୁ ଲାଗିଲେ, ହେ ଈଶ୍ୱର, ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି ଯେ, ମୁଁ ଅନ୍ୟ ସମସ୍ତ ଲୋକଙ୍କ ପରି ଅତ୍ୟାଚାରୀ, ଅଧାର୍ମିକ, ବ୍ୟଭିଚାରୀ କିମ୍ବା ଏହି କର ଆଦାୟକାରୀ ପରି ସୁଦ୍ଧା ନୁହେଁ;
Romans 3:22 in Oriya 22 ଅର୍ଥାତ୍, ଈଶ୍ୱରଙ୍କର ଯେଉଁ ଧାର୍ମିକତା ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସମସ୍ତ ବିଶ୍ୱାସୀଙ୍କ ପ୍ରତିବର୍ତ୍ତେ, କାରଣ କୌଣସି ପ୍ରଭେଦ ନାହିଁ,
Romans 3:27 in Oriya 27 ତେବେ ଗର୍ବ କେଉଁଠାରେ ? ତାହା ଦୂରୀକୃତ ହେଲା। କେଉଁ ପ୍ରକାର ବ୍ୟବସ୍ଥା ଦ୍ୱାରା ? କ୍ରିୟାକର୍ମ ଦ୍ୱାରା ? ନୁହେଁ, କିନ୍ତୁ ବିଶ୍ୱାସର ବ୍ୟବସ୍ଥା ଦ୍ୱାରା।
Romans 3:30 in Oriya 30 କାରଣ ଈଶ୍ୱର ତ ଏକ, ଆଉ ସେ ବିଶ୍ୱାସ ହେତୁ ସୁନ୍ନତିକୁ ଓ ବିଶ୍ୱାସ ଦ୍ୱାରା ଅସୁନ୍ନତିକୁ ଧାର୍ମିକ ଗଣିବେ।
Romans 9:30 in Oriya 30 ତେବେ, ଆମ୍ଭେମାନେ କ'ଣ କହିବା ? ଯେଉଁ ଅଣଯିହୂଦୀମାନେ ଧାର୍ମିକତାର ଅନୁଗମନ କରୁ ନ ଥିଲେ, ସେମାନେ ଧାର୍ମିକତା, ଏପରିକି ବିଶ୍ୱାସମୂଳକ ଧାର୍ମିକତା ଲାଭ କରିଅଛନ୍ତି।
Romans 10:1 in Oriya 1 ହେ ଭାଇମାନେ, ସେମାନେ ଯେପରି ପରିତ୍ରାଣ ପାଆନ୍ତି, ଏହା ମୋହର ହୃଦୟର ବାଞ୍ଛା ଏବଂ ସେମାନଙ୍କ ନିମନ୍ତେ ଇଶ୍ବରଙ୍କ ଛାମୁରେ ମୋହର ପ୍ରାର୍ଥନା।
Romans 11:5 in Oriya 5 ସେହିପରି ଏହି ବର୍ତ୍ତମାନ ସମୟରେ ମଧ୍ୟ ଅନୁଗ୍ରହର ନିର୍ବାଚନ ଅନୁସାରେ ଗୋଟିଏ ଅବଶିଷ୍ଟ ଅଂଶ ରହିଅଛି।
1 Corinthians 4:11 in Oriya 11 ଏସମୟ ପର୍ଯ୍ୟନ୍ତ ସୁଦ୍ଧା ଆମ୍ଭେମାନେ କ୍ଷୁଧିତ ଓ ତୃଷିତ, ବସ୍ତ୍ରହୀନ ଓ ପ୍ରହାରିତ ହେଉଅଛୁ, ପୁଣି, ନିରାଶ୍ରୟ ହୋଇ ଭ୍ରମଣ କରୁ କରୁ
2 Corinthians 11:23 in Oriya 23 ସେମାନେ କି ଖ୍ରୀଷ୍ଟଙ୍କ ସେବକ ? (ମୁଁ ପାଗଳପରି କହୁଅଛି), ମୁଁ ଅଧିକ ରୂପେ ଖ୍ରୀଷ୍ଟଙ୍କର ସେବକ, ଅଧିକ ପରିଶ୍ରମ କରିବାରେ, ଅଧିକ କାରାବାସ ଭୋଗରେ, ଅପରିମିତ ପ୍ରହାର ସହ୍ୟ କରିବାରେ, ବାରମ୍ବାର ମୃତ୍ୟୁର ସମ୍ମୁଖୀନ ହେବାରେ;
Ephesians 3:6 in Oriya 6 ଅର୍ଥାତ୍ ସୁସମାଚାର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଣଯିହୂଦୀମାନେ ମଧ୍ୟ ଅଂଶାଧିକାରୀ, ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ପ୍ରତିଜ୍ଞାର ସହଭାଗୀ ଅଟନ୍ତି;
James 1:11 in Oriya 11 ଯେଣୁ ସୂର୍ଯ୍ୟ ସତାପରେ ଉଦୟ ହୁଅନ୍ତେ, ଘାସ ଯେପରି ଶୁଖିଯାଏ ଓ ତାହାର ଫୁଲ ଝଡ଼ିପଡ଼େ ପୁଣି, ତାହାର ରୂପର ସୌନ୍ଦର୍ଯ୍ୟ ନାଶ ହୁଏ, ସେହିପରି ଧନୀ ଲୋକ ହିଁ ଆପଣାର ସବୁ ଗତିରେ ଝାଉଁଳି ପଡ଼ିବ।