Mark 10:24 in Oriya 24 ତାହାଙ୍କ କଥା ଶୁଣି ଶିଷ୍ୟମାନେ ବିସ୍ମୟାନ୍ୱିତ ହେଲେ। କିନ୍ତୁ ଯୀଶୁ ପୁନର୍ବାର ସେମାନଙ୍କୁ ଉତ୍ତର ଦେଲେ, ବତ୍ସଗଣ, ଇଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟକର !
Other Translations King James Version (KJV) And the disciples were astonished at his words. But Jesus answereth again, and saith unto them, Children, how hard is it for them that trust in riches to enter into the kingdom of God!
American Standard Version (ASV) And the disciples were amazed at his words. But Jesus answereth again, and saith unto them, Children, how hard is it for them that trust in riches to enter into the kingdom of God!
Bible in Basic English (BBE) And the disciples were full of wonder at his words. But Jesus said to them again, Children, how hard it is for those who put faith in wealth to come into the kingdom of God!
Darby English Bible (DBY) And the disciples were amazed at his words. And Jesus again answering says to them, Children, how difficult it is that those who trust in riches should enter into the kingdom of God!
World English Bible (WEB) The disciples were amazed at his words. But Jesus answered again, "Children, how hard is it for those who trust in riches to enter into the Kingdom of God!
Young's Literal Translation (YLT) And the disciples were astonished at his words, and Jesus again answering saith to them, `Children, how hard is it to those trusting on the riches to enter into the reign of God!
Cross Reference Job 31:24 in Oriya 24 ଯେବେ ମୁଁ ସୁବର୍ଣ୍ଣକୁ ଆଶାଭୂମି କରିଥାଏ ଓ ତୁମ୍ଭେ ମୋହର ଆଶ୍ରୟ ବୋଲି ଶୁଦ୍ଧ ସୁବର୍ଣ୍ଣକୁ କହିଥାଏ;
Psalm 17:14 in Oriya 14 ହେ ସଦାପ୍ରଭୁ, ଆପଣା ହସ୍ତ ଦ୍ୱାରା ଲୋକମାନଙ୍କଠାରୁ, ଯେଉଁମାନଙ୍କର ଅଂଶ ଇହଜୀବନରେ ଅଛି ଓ ଯେଉଁମାନଙ୍କ ଉଦର ତୁମ୍ଭେ ନିଜ ଧନରେ ପୂର୍ଣ୍ଣ କରୁଅଛ, ଏପରି ସାଂସାରିକ ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର; ସେମାନେ ସନ୍ତାନସନ୍ତତିରେ ପରିତୃପ୍ତ ଓ ଆପଣା ଆପଣା ଶିଶୁଗଣ ନିମନ୍ତେ ଆପଣାମାନଙ୍କ ଅବଶିଷ୍ଟ ସମ୍ପତ୍ତି ଛାଡ଼ିଯା'ନ୍ତି।
Psalm 49:6 in Oriya 6 ଯେଉଁମାନେ ଆପଣାମାନଙ୍କ ସମ୍ପତ୍ତିରେ ନିର୍ଭର ରଖନ୍ତି; ଓ ଆପଣାମାନଙ୍କ ଧନର ବାହୁଲ୍ୟରେ ଦର୍ପ କରନ୍ତି;
Psalm 52:7 in Oriya 7 ଦେଖ, ଏହି ଲୋକ ପରମେଶ୍ୱରଙ୍କୁ ଆପଣାର ବଳ ସ୍ୱରୂପ କଲା ନାହିଁ; ମାତ୍ର ଆପଣା ଧନର ବାହୁଲ୍ୟରେ ନିର୍ଭର କଲା। ପୁଣି, ଆପଣା ଦୁଷ୍ଟତାରେ ଆପଣାକୁ ବଳବାନ କଲା।
Psalm 62:10 in Oriya 10 ଦୌରାତ୍ମ୍ୟରେ ନିର୍ଭର ରଖ ନାହିଁ ଓ ଅପହରଣରେ ଦର୍ପୀ ହୁଅ ନାହିଁ; ଧନ ବଢ଼ିଲେ ତହିଁରେ ମନ ଦିଅ ନାହିଁ।
Proverbs 11:28 in Oriya 28 ଆପଣା ଧନରେ ଯେ ନିର୍ଭର ରଖେ, ସେ ପତିତ ହେବ; ମାତ୍ର ଧାର୍ମିକ ଲୋକ ସତେଜ ପତ୍ର ପରି ପ୍ରଫୁଲ୍ଲ ହେବ।
Proverbs 18:11 in Oriya 11 ଧନବାନର ଧନ ତାହାର ଦୃଢ଼ ନଗର, ପୁଣି, ତାହାର ବୋଧରେ ଉଚ୍ଚ ପ୍ରାଚୀର ସ୍ୱରୂପ।
Proverbs 23:5 in Oriya 5 ଯାହା ନାହିଁ, ତୁମ୍ଭେ କି ତହିଁ ପ୍ରତି ଆପଣା ଚକ୍ଷୁ ନିର୍ଦ୍ଦେଶ କରିବ ? କାରଣ ଆକାଶରେ ଉଡ଼ନ୍ତା ଉତ୍କ୍ରୋଶ ପକ୍ଷୀ ପରି ନିଶ୍ଚୟ ଧନ ଆପଣା ପାଇଁ ପକ୍ଷ କରେ।
Jeremiah 9:23 in Oriya 23 ସଦାପ୍ରଭୁ ଏହି କଥା କହନ୍ତି, “ଜ୍ଞାନବାନ ଆପଣା ଜ୍ଞାନରେ ଦର୍ପ ନ କରୁ, କିଅବା ବଳବାନ ଆପଣା ବଳରେ ଦର୍ପ ନ କରୁ, ଧନବାନ ଆପଣା ଧନରେ ଦର୍ପ ନ କରୁ;
Ezekiel 28:4 in Oriya 4 ତୁମ୍ଭେ ଆପଣା ଜ୍ଞାନ ଓ ବୁଦ୍ଧି ଦ୍ୱାରା ଧନ ପ୍ରାପ୍ତ ହୋଇଅଛ ଓ ଆପଣା ଭଣ୍ଡାରରେ ସୁନା ଓ ରୂପା ସଞ୍ଚୟ କରିଅଛ;
Habakkuk 2:9 in Oriya 9 ଯେଉଁ ଜନ ଉଚ୍ଚରେ ଆପଣା ବସା କରିବା ପାଇଁ, ବିପଦର ହସ୍ତରୁ ଉଦ୍ଧାର କରିବା ପାଇଁ ଆପଣା ବଂଶ ନିମନ୍ତେ କୁଲାଭ ଉପାର୍ଜନ କରେ, ସେ ସନ୍ତାପର ପାତ୍ର !
Zephaniah 1:18 in Oriya 18 ପୁଣି, ସଦାପ୍ରଭୁଙ୍କ କ୍ରୋଧର ଦିନରେ ସେମାନଙ୍କର ରୂପା କିଅବା ସେମାନଙ୍କର ସୁନା ସେମାନଙ୍କୁ ଉଦ୍ଧାର କରି ପାରିବ ନାହିଁ; ମାତ୍ର ତାହାଙ୍କର ଅନ୍ତର୍ଜ୍ୱାଳାରୂପ ଅଗ୍ନିରେ ସମୁଦାୟ ଦେଶ ଗ୍ରାସିତ ହେବ; କାରଣ ସେ ଦେଶନିବାସୀ ସମସ୍ତଙ୍କୁ ନିଃଶେଷ କରିବେ, ହଁ, ଭୟାନକ ରୂପେ ନିଃଶେଷ କରିବେ।
Matthew 19:25 in Oriya 25 ଶିଷ୍ୟମାନେ ଏହା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ ?
Luke 12:16 in Oriya 16 ଆଉ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ, ଜଣେ ଧନୀ ଲୋକର କ୍ଷେତରେ ବହୁତ ଫସଲ ହେଲା।
Luke 16:14 in Oriya 14 ଏହି ସବୁ କଥା ଶୁଣି ଧନଲୋଭୀ ଫାରୂଶୀମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ।
Luke 18:26 in Oriya 26 ଯେଉଁମାନେ ଏହା ଶୁଣିଲେ, ସେମାନେ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ ?
John 6:60 in Oriya 60 ଅତଏବ, ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ଏହା ଶୁଣି କହିଲେ, ଏ ଘୃଣାଜନକ କଥା, କିଏ ଏହା ଶୁଣି ପାରେ ?
John 13:33 in Oriya 33 ବତ୍ସଗଣ, ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସାଙ୍ଗରେ ଅଛି। ତୁମ୍ଭେମାନେ ମୋହର ଅନ୍ୱେଷଣ କରିବ; ଆଉ ମୁଁ ଯେଉଁ ସ୍ଥାନକୁ ଯାଉଅଛି, ତୁମ୍ଭେମାନେ ସେ ସ୍ଥାନକୁ ଯାଇ ପାର ନାହିଁ, ଏହା ମୁଁ ଯେପରି ଯିହୂଦୀମାନଙ୍କୁ କହିଲି, ସେହିପରି ଏବେ ତୁମ୍ଭମାନଙ୍କୁ ମଧ୍ୟ କହୁଅଛି।
John 21:5 in Oriya 5 ଯୀଶୁ ସେମାନଙ୍କୁ କହିଲେ, ପିଲାମାନେ ତୁମ୍ଭମାନଙ୍କ ପାଖରେ କ'ଣ କିଛି ଖାଇବାର ଅଛି ? ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାହିଁ।
Galatians 4:19 in Oriya 19 ହେ ମୋହର ପିଲାମାନେ, ଯେପର୍ଯ୍ୟନ୍ତ ତୁମ୍ଭମାନଙ୍କଠାରେ ଖ୍ରୀଷ୍ଟରୂପ ହୋଇନାହିଁ, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କ ସକାଶେ ମୁଁ ପୁନର୍ବାର ପ୍ରସବ ବେଦନାରେ ବ୍ୟଥିତ ହେଉଅଛି।
1 Timothy 6:17 in Oriya 17 ଯେଉଁମାନେ ଏହିକାଳରେ ଧନୀ, ସେମାନେ ଯେପରି ଅହଙ୍କାରୀ ନ ହୁଅନ୍ତି ଏବଂ ଅସ୍ଥାୟୀ ଧନ ଉପରେ ନିର୍ଭର ନ କରନ୍ତି, ବରଂ ଉପଭୋଗ କରିବା ନିମନ୍ତେ ସମସ୍ତ ବିଷୟ ପ୍ରଚୁରଭାବେ ଆମ୍ଭମାନଙ୍କୁ ଦାନ କରନ୍ତି ଯେଉଁ ଈଶ୍ୱର, ତାହାଙ୍କ ଉପରେ ନିର୍ଭର କରନ୍ତି,
James 5:1 in Oriya 1 ଏବେ ଦେଖ, ହେ ଧନୀମାନେ, ତୁମ୍ଭମାନଙ୍କର ଆସନ୍ନ ଦୁର୍ଦ୍ଦଶା ନିମନ୍ତେ କ୍ରନ୍ଦନ ଓ ହାହାକାର କର।
1 John 2:1 in Oriya 1 ହେ ମୋହର ପ୍ରିୟମାନେ, ତୁମ୍ଭେମାନେ ଯେପରି ପାପ ନ କର, ଏଥି ନିମନ୍ତେ ମୁଁ ଏହି ସବୁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି। କିନ୍ତୁ କେହି ଯଦି ପାପ କରେ, ତାହାହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ସେ ଧାର୍ମିକ ଯୀଶୁ ଖ୍ରୀଷ୍ଟ।
1 John 4:4 in Oriya 4 ହେ ବତ୍ସଗଣ, ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଜାତ, ଆଉ ତୁମ୍ଭେମାନେ ସେମାନଙ୍କୁ ଜୟ କରିଅଛ, କାରଣ ତୁମ୍ଭମାନଙ୍କଠାରେ ଯେ ଅଛନ୍ତି, ସେ, ଜଗତରେ ଯେ ଅଛି, ତାହାଠାରୁ ମହାନ।
1 John 5:21 in Oriya 21 ହେ ବତ୍ସଗଣ, ପ୍ରତିମାମାନଙ୍କଠାରୁ ଆପଣା ଆପଣାକୁ ରକ୍ଷା କର। ଆମେନ୍।
Revelation 3:17 in Oriya 17 ତୁମ୍ଭେ କହୁଅଛ, ମୁଁ ଧନୀ, ମୋହର ବହୁତ ସମ୍ପତ୍ତି ଅଛି, ମୋହର କୌଣସି ଅଭାବ ନାହିଁ; ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ ଓ ଉଲଙ୍ଗ, ଏହା ଜାଣ ନାହିଁ;