Job 1:1 in Oriya 1 ଊଷ ଦେଶରେ ଆୟୁବ ନାମକ ଏକ ବ୍ୟକ୍ତି ଥିଲା; ଆଉ ସେ ସିଦ୍ଧ, ସରଳ, ପରମେଶ୍ୱର-ଭୟକାରୀ ଓ କୁକ୍ରିୟାତ୍ୟାଗୀ ଥିଲା।
Other Translations King James Version (KJV) There was a man in the land of Uz, whose name was Job; and that man was perfect and upright, and one that feared God, and eschewed evil.
American Standard Version (ASV) There was a man in the land of Uz, whose name was Job; and that man was perfect and upright, and one that feared God, and turned away from evil.
Bible in Basic English (BBE) There was a man in the land of Uz whose name was Job. He was without sin and upright, fearing God and keeping himself far from evil.
Darby English Bible (DBY) There was a man in the land of Uz whose name was Job; and this man was perfect and upright, and one that feared God and abstained from evil.
Webster's Bible (WBT) There was a man in the land of Uz, whose name was Job; and that man was perfect and upright, and one that feared God, and shunned evil.
World English Bible (WEB) There was a man in the land of Uz, whose name was Job. That man was blameless and upright, and one who feared God, and turned away from evil.
Young's Literal Translation (YLT) A man there hath been in the land of Uz -- Job his name -- and that man hath been perfect and upright -- both fearing God, and turning aside from evil.
Cross Reference Genesis 6:9 in Oriya 9 ନୋହଙ୍କର ବଂଶାବଳୀ ଏହି। ନୋହ ଆପଣା ସେହି ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ; ନୋହ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ।
Genesis 17:1 in Oriya 1 ଅବ୍ରାମଙ୍କର ଅନେଶ୍ୱତ ବର୍ଷ ବୟସରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, “ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର; ଆମ୍ଭ ଛାମୁରେ ଧର୍ମାଚରଣ କରି ତୁମ୍ଭେ ସିଦ୍ଧ ହୁଅ।
Genesis 22:12 in Oriya 12 ତହିଁରେ ସେ କହିଲେ, “ତୁମ୍ଭେ ସେହି ବାଳକର ପ୍ରତିକୂଳରେ ହସ୍ତ ବିସ୍ତାର କର ନାହିଁ ଓ ତାହା ପ୍ରତି କିଛି କର ନାହିଁ; କାରଣ ପରମେଶ୍ୱରଙ୍କ ପ୍ରତି ତୁମ୍ଭର ଭୟ ଅଛି, ଏହା ଏବେ ଆମ୍ଭେ ବୁଝିଲୁ; ଯେହେତୁ ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ହିଁ ଅସମ୍ମତ ନୋହିଲ।”
Genesis 22:20 in Oriya 20 ସେହି ଘଟଣା ଉତ୍ତାରେ ଅବ୍ରହାମଙ୍କୁ ଏହି ସମ୍ବାଦ ଦିଆଗଲା, “ଶୁଣ, ମିଲ୍କା ମଧ୍ୟ ତୁମ୍ଭ ଭ୍ରାତା ନାହୋର ନିମନ୍ତେ ସନ୍ତାନସନ୍ତତି ପ୍ରସବ କରିଅଛି।
Genesis 36:28 in Oriya 28 ପୁଣି, ଦୀଶନର ପୁତ୍ର ଊଷ୍ ଓ ଅରାନ୍।
Exodus 18:21 in Oriya 21 ଆହୁରି, ତୁମ୍ଭେ ଏହି ଲୋକମାନଙ୍କ ମଧ୍ୟରୁ କର୍ମକ୍ଷମ, ଅର୍ଥାତ୍, ପରମେଶ୍ୱରଙ୍କ ପ୍ରତି ଭୟକାରୀ, ସତ୍ୟବାଦୀ ଓ ଅନ୍ୟାୟ-ଲାଭ ଘୃଣାକାରୀ ଲୋକଙ୍କୁ ମନୋନୀତ କର; ପୁଣି, ସେମାନଙ୍କୁ ଲୋକମାନଙ୍କ ଉପରେ ସହସ୍ରପତି, ଶତପତି, ପଚାଶତ୍ପତି ଓ ଦଶପତି ରୂପେ ନିଯୁକ୍ତ କର।
2 Kings 20:3 in Oriya 3 “ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି, ମୁଁ କିପରି ସତ୍ୟତାରେ ଓ ସିଦ୍ଧ ଅନ୍ତଃକରଣରେ ତୁମ୍ଭ ସମ୍ମୁଖରେ ଗମନାଗମନ କରିଅଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମ କରିଅଛି, ଏହା ଏବେ ସ୍ମରଣ କର।” ଆଉ ହିଜକୀୟ ଅତିଶୟ ରୋଦନ କଲେ।
1 Chronicles 1:17 in Oriya 17 ଶେମର ସନ୍ତାନଗଣ; ଏଲମ୍, ଅଶୂର, ଅର୍ଫକ୍ଷଦ, ଲୁଦ୍, ଅରାମ, ଊସ୍, ହୂଲ, ଗେଥର ଓ ମେଶକ୍।
1 Chronicles 1:42 in Oriya 42 ଏତ୍ସରର ପୁତ୍ର ବିଲ୍ହନ୍ ଓ ସାବନ୍, ଯାକନ୍। ଦୀଶନର ପୁତ୍ର ଊସ୍ ଓ ଅରାଣ।
2 Chronicles 31:20 in Oriya 20 ହିଜକିୟ ଯିହୁଦାର ସର୍ବତ୍ର ଏପ୍ରକାର କଲେ; ପୁଣି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ ଓ ବିଶ୍ୱସ୍ତତାର କର୍ମ କଲେ।
Job 1:8 in Oriya 8 ତହୁଁ ସଦାପ୍ରଭୁ ଶୟତାନକୁ କହିଲେ, ତୁମ୍ଭେ କି ଆମ୍ଭ ଦାସ ଆୟୁବ ପ୍ରତି ମନ ଦେଇଅଛ ? କାରଣ ତାହାର ସମାନ ସିଦ୍ଧ ଓ ସରଳ, ପରମେଶ୍ୱର-ଭୟକାରୀ ଓ କୁକ୍ରିୟାତ୍ୟାଗୀ ଲୋକ ପୃଥିବୀରେ କେହି ନାହିଁ ?
Job 2:3 in Oriya 3 ତହୁଁ ସଦାପ୍ରଭୁ ଶୟତାନଙ୍କୁ ପଚାରିଲେ, “ତୁମ୍ଭେ କି ଆମ୍ଭ ଦାସ ଆୟୁବ ପ୍ରତି ମନ ଦେଇଅଛ ? କାରଣ ତାହାର ସମାନ ସିଦ୍ଧ ଓ ସରଳ, ପରମେଶ୍ୱର-ଭୟକାରୀ ଓ କୁକ୍ରିୟାତ୍ୟାଗୀ ଲୋକ ପୃଥିବୀରେ କେହି ନାହିଁ; ପୁଣି, ଅକାରଣରେ ତାହାକୁ ନାଶ କରିବା ପାଇଁ ତୁମ୍ଭେ ତାହା ବିରୁଦ୍ଧରେ ଆମ୍ଭକୁ ପ୍ରବର୍ତ୍ତାଇଲେ ହେଁ ସେ ଏ ପର୍ଯ୍ୟନ୍ତ ଆପଣା ସରଳତା ଦୃଢ଼ କରି ଧରିଅଛି।”
Job 23:11 in Oriya 11 ମୋହର ପାଦ ତାହାଙ୍କର ପଦଚିହ୍ନ ଦୃଢ଼ ରୂପେ ଧରିଅଛି; ମୁଁ ତାହାଙ୍କ ପଥ ରକ୍ଷା କରିଅଛି ଓ ବିପଥଗାମୀ ହୋଇ ନାହିଁ।
Job 28:28 in Oriya 28 ପୁଣି, ସେ ମନୁଷ୍ୟକୁ କହିଲେ, ‘ଦେଖ, ପ୍ରଭୁ ବିଷୟକ ଭୟ ହିଁ ଜ୍ଞାନ ଓ କୁକ୍ରିୟା ତ୍ୟାଗ ହିଁ ବୁଦ୍ଧି।'”
Job 31:1 in Oriya 1 ମୁଁ ଆପଣା ଚକ୍ଷୁ ସଙ୍ଗେ ନିୟମ କଲି; ତେବେ ମୁଁ ଯୁବତୀ ପ୍ରତି କିପରି ଅନାଇବି ?
Proverbs 8:13 in Oriya 13 ସଦାପ୍ରଭୁଙ୍କ ବିଷୟକ ଭୟ, ମନ୍ଦତା ପ୍ରତି ଘୃଣା; ଅହଙ୍କାର, ଦାମ୍ଭିକତା ଓ କୁପଥ ଏବଂ କୁଟିଳମୁଖ ମୁଁ ଘୃଣା କରେ।
Proverbs 16:6 in Oriya 6 ଦୟା ଓ ସତ୍ୟତାରେ ପାପର ପ୍ରାୟଶ୍ଚିତ୍ତ ହୁଏ, ପୁଣି, ସଦାପ୍ରଭୁ ବିଷୟକ ଭୟ ଦ୍ୱାରା ମନୁଷ୍ୟମାନେ କୁକ୍ରିୟା ତ୍ୟାଗ କରନ୍ତି।
Jeremiah 25:20 in Oriya 20 ପୁଣି, ମିଶ୍ରିତ ଲୋକ ସମସ୍ତଙ୍କୁ ଓ ଉଷ୍ ଦେଶସ୍ଥ ସମସ୍ତ ରାଜାଙ୍କୁ ଓ ପଲେଷ୍ଟୀୟ ଦେଶସ୍ଥ ସମସ୍ତ ରାଜାଙ୍କୁ ଆଉ ଅସ୍କିଲୋନ, ଘଷା, ଇକ୍ରୋଣ ଓ ଅସ୍ଦୋଦର ଅବଶିଷ୍ଟାଂଶକୁ ପାନ କରାଇଲି;
Lamentations 4:21 in Oriya 21 ହେ ଉଷ ଦେଶ ନିବାସିନୀ ଇଦୋମର କନ୍ୟେ, ତୁମ୍ଭେ ଆନନ୍ଦ କର ଓ ପୁଲକିତା ହୁଅ; ସେହି ପାନପାତ୍ର ତୁମ୍ଭ ନିକଟକୁ ହିଁ ଯିବ; ତୁମ୍ଭେ ମତ୍ତା ହେବ ଓ ଆପଣାକୁ ଉଲଙ୍ଗିନୀ କରିବ।
Ezekiel 14:14 in Oriya 14 ସେତେବେଳେ ନୋହ, ଦାନିୟେଲ ଓ ଆୟୁବ, ଏହି ତିନି ବ୍ୟକ୍ତି ଯଦି ତହିଁ ମଧ୍ୟରେ ଥା'ନ୍ତେ, ତେବେ ସେମାନେ ଆପଣା ଆପଣା ଧାର୍ମିକତା ଦ୍ୱାରା ଆପଣା ପ୍ରାଣ ମାତ୍ର ରକ୍ଷା କରନ୍ତେ,” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Ezekiel 14:20 in Oriya 20 ତେବେ ନୋହ, ଦାନିୟେଲ ଓ ଆୟୁବ ତହିଁ ମଧ୍ୟରେ ଥିଲେ ହେଁ ପ୍ରଭୁ, ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ ସେମାନେ ପୁତ୍ର କିମ୍ବା କନ୍ୟାକୁ ଉଦ୍ଧାର କରି ପାରିବେ ନାହିଁ; ସେମାନେ ଆପଣା ଆପଣା ଧାର୍ମିକତା ଦ୍ୱାରା କେବଳ ନିଜ ନିଜ ପ୍ରାଣ ଉଦ୍ଧାର କରିବେ।”
Luke 1:6 in Oriya 6 ସେମାନେ ଉଭୟେ ପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ନିୟମ ଅନୁସାରେ ନିର୍ଦ୍ଦୋଷ ରୂପେ ଆଚରଣ କରି ଇଶ୍ବରଙ୍କ ଦୃଷ୍ଟିରେ ଧାର୍ମିକ ଥିଲେ।
James 5:11 in Oriya 11 ଦେଖ, ଯେଉଁମାନେ ସହିଷ୍ଣୁ ହୋଇ ରହିଥିଲେ, ଆମ୍ଭେମାନେ ସେମାନଙ୍କୁ ଧନ୍ୟ ବୋଲି କହିଥାଉ। ତୁମ୍ଭେମାନେ ଆୟୁବଙ୍କ ସହିଷ୍ଣୁତା ବିଷୟରେ ଶୁଣିଅଛ, ପୁଣି, ପ୍ରଭୁଙ୍କ ଶେଷ କାର୍ଯ୍ୟ ଦେଖି ଜାଣିଅଛ ଯେ, ସେ ଦୟାରେ ପରିପୂର୍ଣ୍ଣ ଓ କୃପାବାନ ଅଟନ୍ତି।
1 Peter 3:11 in Oriya 11 ସେ ମନ୍ଦରୁ ବିମୁଖ ହୋଇ ସତ୍କର୍ମ କରୁ; ସେ ଶାନ୍ତି ଅନ୍ୱେଷଣ କରି ସେଥିର ଅନୁଗାମୀ ହେଉ।