Isaiah 5:6 in Oriya 6 ପୁଣି, ମୁଁ ତାହା ଉଜାଡ଼ କରିବି; ତାହାର ଡାଳ କଟା ହେବ ନାହିଁ କିମ୍ବା ଭୂମି କୋଡ଼ା ହେବ ନାହିଁ; ମାତ୍ର ତାହା କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ; ମଧ୍ୟ ତହିଁ ଉପରେ ଜଳ ବର୍ଷଣ ନ କରିବା ପାଇଁ ମୁଁ ମେଘମାଳକୁ ଆଜ୍ଞା କରିବି।
Other Translations King James Version (KJV) And I will lay it waste: it shall not be pruned, nor digged; but there shall come up briers and thorns: I will also command the clouds that they rain no rain upon it.
American Standard Version (ASV) and I will lay it waste; it shall not be pruned nor hoed; but there shall come up briers and thorns: I will also command the clouds that they rain no rain upon it.
Bible in Basic English (BBE) And I will make it waste; its branches will not be touched with the knife, or the earth worked with the spade; but blackberries and thorns will come up in it: and I will give orders to the clouds not to send rain on it.
Darby English Bible (DBY) and I will make it a waste -- it shall not be pruned nor cultivated, but there shall come up briars and thorns; and I will command the clouds that they rain no rain upon it.
World English Bible (WEB) I will lay it a wasteland. It won't be pruned nor hoed, But it will grow briers and thorns. I will also command the clouds that they rain no rain on it."
Young's Literal Translation (YLT) And I make it a waste, It is not pruned, nor arranged, And gone up have brier and thorn, And on the thick clouds I lay a charge, From raining upon it rain.
Cross Reference Leviticus 26:33 in Oriya 33 ଆଉ ଆମ୍ଭେ ନାନା ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ପଶ୍ଚାତ୍ ଖଡ୍ଗ ନିଷ୍କୋଷ କରିବା; ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ୟସ୍ଥାନ ହେବ ଓ ତୁମ୍ଭମାନଙ୍କ ନଗରସକଳ ମରୁଭୂମି ହେବ।
Deuteronomy 28:23 in Oriya 23 ପୁଣି ତୁମ୍ଭ ମସ୍ତକ-ଉପରିସ୍ଥ ଆକାଶ ପିତ୍ତଳ ହେବ ଓ ତୁମ୍ଭ ନୀଚସ୍ଥିତ ପୃଥିବୀ ଲୁହା ହେବ।
Deuteronomy 29:23 in Oriya 23 ଅର୍ଥାତ୍, ସଦାପ୍ରଭୁ ଆପଣା କ୍ରୋଧ ଓ କୋପରେ ଯେଉଁ ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟିମ୍ ନଗରମାନ ଉତ୍ପାଟନ କରିଥିଲେ, ତାହା ପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ, ଲବଣ ଓ ଦହନରେ ପରିପୂର୍ଣ୍ଣ ହୋଇଅଛି, ତହିଁରେ କିଛି ବୁଣାଯାଏ ନାହିଁ, କି ଫଳ ଉତ୍ପନ୍ନ ହୁଏ ନାହିଁ, କି ତହିଁରେ କୌଣସି ତୃଣ ବଢ଼େ ନାହିଁ (ଏସବୁ ଯେତେବେଳେ ଦେଖିବେ);
1 Kings 17:1 in Oriya 1 ଏଥିଉତ୍ତାରେ ଗିଲୀୟଦର ପ୍ରବାସୀ ତିସ୍ବୀୟ ଏଲୀୟ ଆହାବଙ୍କୁ କହିଲେ, “ମୁଁ ଯାହାଙ୍କ ସାକ୍ଷାତରେ ଛିଡ଼ା ହେଉଅଛି, ସେହି ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କେତେକ ବର୍ଷ କାକର କି ବୃଷ୍ଟି ପଡ଼ିବ ନାହିଁ, କେବଳ ମୋ' ବାକ୍ୟାନୁସାରେ ହେବ।”
2 Chronicles 36:19 in Oriya 19 ପୁଣି, ସେମାନେ ପରମେଶ୍ୱରଙ୍କ ଗୃହ ଦଗ୍ଧ କଲେ ଓ ଯିରୂଶାଲମର ପ୍ରାଚୀର ଭଗ୍ନ କଲେ ଓ ତହିଁର ଅଟ୍ଟାଳିକାସବୁ ଅଗ୍ନିରେ ଦଗ୍ଧ କରି ସେଠାରେ ଥିବା ମନୋହର ପାତ୍ରସବୁ ବିନାଶ କଲେ।
Isaiah 5:9 in Oriya 9 ସୈନ୍ୟାଧିପତି ସଦାପ୍ରଭୁ ମୋ' କର୍ଣ୍ଣରେ କହନ୍ତି, ନିଶ୍ଚୟ ଅନେକ ଗୃହ ଧ୍ୱଂସସ୍ଥାନ, ମଧ୍ୟ ବୃହତ ଓ ସୁନ୍ଦର ଗୃହମାନ ନିବାସବିହୀନ ହେବ।
Isaiah 6:11 in Oriya 11 ତେବେ ମୁଁ କହିଲି, “ହେ ପ୍ରଭୁ, କେତେ କାଳ ଯାଏ ?” ତହିଁରେ ସେ ଉତ୍ତର କଲେ, ଯେପର୍ଯ୍ୟନ୍ତ ନଗରସବୁ ନିବାସୀବିହୀନ ଓ ଗୃହସବୁ ନରଶୂନ୍ୟ ହୋଇ ଉଜାଡ଼ ନ ହୁଏ ଓ ଭୂମି ସମ୍ପୂର୍ଣ୍ଣ ରୂପେ ଉଜାଡ଼ ନ ହୁଏ,
Isaiah 7:23 in Oriya 23 ଆହୁରି, ଯେଉଁ ଯେଉଁ ସ୍ଥାନରେ ସହସ୍ର ରୌପ୍ୟ ମୁଦ୍ରା ମୂଲ୍ୟର ଦ୍ରାକ୍ଷାଲତା ଥିଲା, ସେହି ଦିନ ସେ ପ୍ରତ୍ୟେକ ସ୍ଥାନ କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ।
Isaiah 24:1 in Oriya 1 ଦେଖ, ସଦାପ୍ରଭୁ ପୃଥିବୀକୁ ଶୂନ୍ୟ ଓ ଉଜାଡ଼ କରୁଅଛନ୍ତି, ଆଉ ତାହା ଓଲଟାଇ ତହିଁର ନିବାସୀମାନଙ୍କୁ ଛିନ୍ନଭିନ୍ନ କରୁଅଛନ୍ତି।
Isaiah 24:12 in Oriya 12 ନଗରରେ ଧ୍ୱଂସତା ମାତ୍ର ଅବଶିଷ୍ଟ ଥାଏ ଓ ଦ୍ୱାର ଭଗ୍ନ ହୋଇ ବିନଷ୍ଟ ହୋଇଅଛି।
Isaiah 30:23 in Oriya 23 ପୁଣି, ଭୂମିରେ ବୁଣିବା ନିମନ୍ତେ ସେ ତୁମ୍ଭ ବୀଜ ପାଇଁ ବୃଷ୍ଟି ଦେବେ; ଭୂମ୍ୟୁତ୍ପନ୍ନ ଭକ୍ଷ୍ୟ ଦେବେ ଓ ତାହା ଉତ୍ତମ ଓ ପ୍ରଚୁର ହେବ; ସେହି ଦିନରେ ତୁମ୍ଭ ପଶୁପଲ ପ୍ରଶସ୍ତ ଚରାସ୍ଥାନରେ ଚରିବେ।
Isaiah 32:13 in Oriya 13 ମୋ' ଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳି ବୃକ୍ଷମୟ ହେବ; ହଁ, ଉଲ୍ଲାସପ୍ରିୟ ନଗରର ଯାବତୀୟ ଆନନ୍ଦ-ଗୃହ ତାହା ହିଁ ହେବ;
Jeremiah 14:1 in Oriya 1 ଅନାବୃଷ୍ଟି ବିଷୟରେ ଯିରିମୀୟଙ୍କ ନିକଟରେ ଉପସ୍ଥିତ ସଦାପ୍ରଭୁଙ୍କର ବାକ୍ୟ।
Jeremiah 14:22 in Oriya 22 ଅନ୍ୟ ଦେଶୀୟମାନଙ୍କର ଅସାର ଦେବତାଗଣ ମଧ୍ୟରେ ଯେ ବୃଷ୍ଟି କରାଇପାରେ, ଏପରି କି କେହି ଅଛି ? ଅଥବା ଆକାଶମଣ୍ଡଳ କି ବୃଷ୍ଟିଦାନ କରି ପାରେ ? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ହିଁ କି ସେହି ବୃଷ୍ଟିଦାତା ନୁହଁ ? ଏନିମନ୍ତେ ଆମ୍ଭେମାନେ ତୁମ୍ଭ ଅପେକ୍ଷାରେ ରହିବା; କାରଣ ତୁମ୍ଭେ ଏହିସବୁର ଉତ୍ପାଦନ କରିଅଛ।
Jeremiah 25:11 in Oriya 11 ତହିଁରେ ଏହି ସମୁଦାୟ ଦେଶ ଉତ୍ସନ୍ନ ସ୍ଥାନ ଓ ବିସ୍ମୟର ବିଷୟ ହେବ ଓ ଏହିସବୁ ଗୋଷ୍ଠୀ ସତୁରି ବର୍ଷ ବାବିଲ ରାଜାର ଦାସତ୍ୱ କରିବେ।”
Jeremiah 45:4 in Oriya 4 ତୁମ୍ଭେ ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଯାହା ନିର୍ମାଣ କରିଅଛୁ, ତାହା ଆମ୍ଭେ ଭାଙ୍ଗି ପକାଇବା ଓ ଯାହା ରୋପଣ କରିଅଛୁ, ତାହା ଆମ୍ଭେ ଉପାଡ଼ି ପକାଇବା, ଆଉ, ସମୁଦାୟ ଦେଶରେ ଏହା କରିବା।
Hosea 3:4 in Oriya 4 କାରଣ ଇସ୍ରାଏଲ ସନ୍ତାନଗଣ ଅନେକ ଦିନ ପର୍ଯ୍ୟନ୍ତ ରାଜାହୀନ, ଅଧିପତିହୀନ, ଯଜ୍ଞହୀନ, ସ୍ତମ୍ଭହୀନ ଓ ଏଫୋଦ ଅବା ଠାକୁରହୀନ ହୋଇ ରହିବେ;
Amos 4:7 in Oriya 7 “ଆହୁରି, ଶସ୍ୟ ପାଚିବାର ତିନି ମାସ ପୂର୍ବେ ଆମ୍ଭେ ତୁମ୍ଭମାନଙ୍କଠାରୁ ବୃଷ୍ଟି ନିବାରଣ କରିଅଛୁ; ପୁଣି, ଏକ ନଗରରେ ଜଳ ବର୍ଷାଇ ଅଛୁ ଓ ଅନ୍ୟ ନଗରରେ ଜଳ ବର୍ଷାଇ ନାହୁଁ; ଏକ କ୍ଷେତ୍ରରେ ବୃଷ୍ଟି ହେଲା ଓ ଯେଉଁ କ୍ଷେତ୍ରରେ ବୃଷ୍ଟି ହେଲା ନାହିଁ, ତାହା ଶୁଷ୍କ ହେଲା।
Zechariah 14:16 in Oriya 16 ଆଉ, ଯେଉଁ ଗୋଷ୍ଠୀସବୁ ଯିରୂଶାଲମ ବିରୁଦ୍ଧରେ ଆସିଲେ, ସେମାନଙ୍କ ମଧ୍ୟରୁ ଯେଉଁମାନେ ଅବଶିଷ୍ଟ ରହିବେ, ସେ ପ୍ରତ୍ୟେକେ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କ ନିକଟରେ ପ୍ରଣାମ କରିବା ପାଇଁ ଓ ପତ୍ର-କୁଟୀର ପର୍ବ ପାଳନ କରିବା ପାଇଁ ବର୍ଷକୁ ବର୍ଷ ଆସିବେ।
Luke 21:24 in Oriya 24 ଆଉ ସେମାନେ ଖଡ଼୍ଗରେ ହତ ହେବେ ଓ ବନ୍ଦୀ ହୋଇ ସମସ୍ତ ଅଣଯିହୂଦୀ ମଧ୍ୟକୁ ନିଆ ହେବେ, ପୁଣି, ଅଣଯିହୂଦୀୟମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ସେମାନଙ୍କର ପଦତଳିତ ହୋଇ ରହିବ।
Hebrews 6:6 in Oriya 6 ସେମାନେ ଯଦି ସତ୍ୟଭ୍ରଷ୍ଟ ହୁଅନ୍ତି, ତାହାହେଲେ ମନ ପରିବର୍ତ୍ତନ ନିମନ୍ତେ ସେମାନଙ୍କୁ ପୁନର୍ବାର ନୂତନ କରାଇବା ଅସାଧ୍ୟ, ଯେଣୁ ସେମାନେ ଆପଣା ଆପଣାର ବିନାଶ ନିମନ୍ତେ ଇଶ୍ବରଙ୍କ ପୁତ୍ରଙ୍କୁ, ପୁଣି, କ୍ରୁଶାର୍ପଣ କରି ପ୍ରକାଶ୍ୟରେ ତାହାଙ୍କୁ ନିନ୍ଦାର ପାତ୍ର କରନ୍ତି।
Revelation 11:6 in Oriya 6 ସେମାନେ ଭାବବାଣୀ କହିବା ସମୟ ମଧ୍ୟରେ ଯେପରି ବୃଷ୍ଟି ନ ହୁଏ, ଏଥି ନିମନ୍ତେ ଆକାଶ ବନ୍ଦ କରିବାକୁ ସେମାନଙ୍କର କ୍ଷମତା ଅଛି, ପୁଣି, ଯେତେ ଥର ଇଚ୍ଛା, ସେତେ ଥର ଜଳକୁ ରକ୍ତରେ ପରିଣତ କରିବାକୁ ଓ ପୃଥିବୀକୁ ସମସ୍ତ ପ୍ରକାର ମହାମାରୀ ଦ୍ୱାରା ଆଘାତ କରିବାକୁ ମଧ୍ୟ ସେମାନଙ୍କର କ୍ଷମତା ଅଛି।