Isaiah 48:8 in Oriya 8 ବାସ୍ତବିକ, ତୁମ୍ଭେ ଶୁଣିଲ ନାହିଁ; ତୁମ୍ଭେ ଜାଣିଲ ନାହିଁ; ପୂର୍ବରୁ ତୁମ୍ଭର କର୍ଣ୍ଣ ମୁକ୍ତ ହୋଇ ନ ଥିଲା; କାରଣ ତୁମ୍ଭେ ଯେ ଭାରୀ ବିଶ୍ୱାସଘାତକତା କଲ ଓ ଗର୍ଭରୁ ଅଧର୍ମାଚାରୀ ବୋଲି ବିଖ୍ୟାତ ହୋଇଥିଲ, ଏହା ଆମ୍ଭେ ଜାଣିଲୁ।
Other Translations King James Version (KJV) Yea, thou heardest not; yea, thou knewest not; yea, from that time that thine ear was not opened: for I knew that thou wouldest deal very treacherously, and wast called a transgressor from the womb.
American Standard Version (ASV) Yea, thou heardest not; yea, thou knewest not; yea, from of old thine ear was not opened: for I knew that thou didst deal very treacherously, and wast called a transgressor from the womb.
Bible in Basic English (BBE) Truly you had no word of them, no knowledge of them; no news of them in the past had come to your ears; because I saw how false was your behaviour, and that your heart was turned against me from your earliest days.
Darby English Bible (DBY) Yea, thou heardest not, yea, thou knewest not, yea, from of old thine ear was not opened; for I knew that thou wouldest ever deal treacherously, and thou wast called a transgressor from the womb.
World English Bible (WEB) Yes, you didn't hear; yes, you didn't know; yes, from of old your ear was not opened: for I knew that you did deal very treacherously, and was called a transgressor from the womb.
Young's Literal Translation (YLT) Yea, thou hast not heard, Yea, thou hast not known, Yea, from that time not opened hath thine ear, For I have known thou dealest treacherously, And `Transgressor from the belly,' One is crying to thee.
Cross Reference Deuteronomy 9:7 in Oriya 7 ତୁମ୍ଭେ ଏହି ପ୍ରାନ୍ତର ମଧ୍ୟରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ କିପରି କ୍ରୁଦ୍ଧ କରାଇଅଛ, ତାହା ସ୍ମରଣ କର, ତୁମ୍ଭେ ତାହା ପାସୋର ନାହିଁ; ତୁମ୍ଭେ ମିସର ଦେଶରୁ ବାହାର ହେବା ଦିନଠାରୁ ଏହି ସ୍ଥାନକୁ ଆସିବା ପର୍ଯ୍ୟନ୍ତ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହୋଇଅଛ।
Psalm 40:6 in Oriya 6 ବଳିଦାନ ଓ ନୈବେଦ୍ୟରେ ତୁମ୍ଭର ସନ୍ତୋଷ ନାହିଁ; ତୁମ୍ଭେ ମୋହର କର୍ଣ୍ଣ ମୁକ୍ତ କରିଅଛ; ତୁମ୍ଭେ ହୋମବଳି ଓ ପାପାର୍ଥକ ବଳି ଚାହିଁ ନାହଁ।
Psalm 51:5 in Oriya 5 ଦେଖ, ଅପରାଧରେ ମୁଁ ନିର୍ମିତ ହେଲି ଓ ପାପରେ ମୋ' ମାତା ମୋତେ ଗର୍ଭରେ ଧାରଣ କଲା।
Psalm 58:3 in Oriya 3 ଦୁଷ୍ଟମାନେ ଗର୍ଭରୁ ବିପଥଗାମୀ; ସେମାନେ ଜନ୍ମଠାରୁ ମିଥ୍ୟା କହି କହି ବିପଥରେ ଗମନ କରନ୍ତି।
Psalm 139:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, ତୁମ୍ଭେ ମୋହର ଅନୁସନ୍ଧାନ କରିଅଛ ଓ ମୋହର ପରିଚୟ ନେଇଅଛ।
Isaiah 6:9 in Oriya 9 ତହିଁରେ ସେ କହିଲେ, “ଯାଅ ଓ ଏହି ଗୋଷ୍ଠୀକୁ କୁହ, ତୁମ୍ଭେମାନେ ଶୁଣୁଛ ନିଶ୍ଚୟ, ମାତ୍ର ବୁଝୁ ନାହଁ ଓ ଦେଖୁଛ ନିଶ୍ଚୟ, ମାତ୍ର ଜାଣୁ ନାହଁ।
Isaiah 21:2 in Oriya 2 ଏକ ଦୁଃଖଦାୟକ ଦର୍ଶନ ଆମ୍ଭ ପ୍ରତି ପ୍ରକାଶିତ ହୋଇଅଛି; ବିଶ୍ୱାସଘାତକ ବିଶ୍ୱାସଘାତକତା କରୁଅଛି ଓ ଲୁଟିତକାରୀ ଲୁଟୁଅଛି। ହେ ଏଲମ୍, ଉପରକୁ ଯାଅ; ହେ ମାଦୀୟେ, ଅବରୋଧ କର; ମୁଁ ତହିଁର ହାହାକାର ଧ୍ୱନିସବୁ ନିବୃତ୍ତ କରିଅଛି।
Isaiah 26:11 in Oriya 11 ହେ ସଦାପ୍ରଭୁ, ତୁମ୍ଭର ହସ୍ତ ଉତ୍ଥିତ ହୋଇଅଛି, ତଥାପି ସେମାନେ ଦେଖନ୍ତି ନାହିଁ, ମାତ୍ର ଲୋକମାନଙ୍କ ପକ୍ଷରେ ତୁମ୍ଭର ଉଦ୍ଯୋଗ ଦେଖି ସେମାନେ ଲଜ୍ଜିତ ହେବେ; ହଁ, ଅଗ୍ନି ତୁମ୍ଭ ବିପକ୍ଷଗଣକୁ ଗ୍ରାସ କରିବ।
Isaiah 29:10 in Oriya 10 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଘୋର ନିଦ୍ରାଜନକ ଆତ୍ମା ଢାଳିଅଛନ୍ତି ଓ ତୁମ୍ଭମାନଙ୍କର ଭବିଷ୍ୟଦ୍-ବକ୍ତାଗଣରୂପ ଚକ୍ଷୁ ମୁଦ୍ରିତ କରିଅଛନ୍ତି ଓ ଦର୍ଶକଗଣ ସ୍ୱରୂପ ତୁମ୍ଭମାନଙ୍କର ମସ୍ତକ ସେ ଆଚ୍ଛାଦିତ କରିଅଛନ୍ତି।
Isaiah 42:19 in Oriya 19 ଆମ୍ଭର ଦାସ ଛଡ଼ା ଅନ୍ଧ କିଏ ? ଅବା ଆମ୍ଭ ପ୍ରେରିତ ଦୂତ ପରି ବଧିର କିଏ ? ଆମ୍ଭ ସଙ୍ଗେ ମିଳନରେ ଥିବା ଲୋକ ପରି ଅନ୍ଧ ଓ ସଦାପ୍ରଭୁଙ୍କର ଦାସ ପରି ଅନ୍ଧ କିଏ ?
Isaiah 46:8 in Oriya 8 ତୁମ୍ଭେମାନେ ଏହା ସ୍ମରଣ କର ଓ ପୁରୁଷତ୍ୱ ପ୍ରକାଶ କର; ହେ ଅଧର୍ମାଚାରୀମାନେ, ମନରେ କର।
Isaiah 48:4 in Oriya 4 ତୁମ୍ଭେ ଅବାଧ୍ୟ, ତୁମ୍ଭର ଗ୍ରୀବା ଲୌହନଳୀ ଓ ତୁମ୍ଭର କପାଳ ପିତ୍ତଳ ସ୍ୱରୂପ ବୋଲି ଆମ୍ଭେ ଜାଣିଲୁ।
Isaiah 50:5 in Oriya 5 ପ୍ରଭୁ, ସଦାପ୍ରଭୁ ମୋହର କର୍ଣ୍ଣ ଫିଟାଇ ଅଛନ୍ତି, ପୁଣି ମୁଁ ବିରୁଦ୍ଧାଚାରୀ ହୋଇ ନାହିଁ, କିଅବା ପଛକୁ ଫେରି ନାହିଁ।
Jeremiah 3:7 in Oriya 7 ପୁଣି, ସେ ଏସବୁ କାର୍ଯ୍ୟ କଲା ଉତ୍ତାରେ ଆମ୍ଭେ କହିଲୁ, ‘ସେ ଆମ୍ଭ ନିକଟକୁ ଫେରି ଆସିବ,' ମାତ୍ର ସେ ଫେରି ଆସିଲା ନାହିଁ; ଆଉ, ତାହାର ବିଶ୍ୱାସଘାତିନୀ ଭଗିନୀ ଯିହୁଦା ଏହା ଦେଖିଲା।
Jeremiah 3:20 in Oriya 20 ସଦାପ୍ରଭୁ କହନ୍ତି, ଯେପରି କୌଣସି ଭାର୍ଯ୍ୟା ବିଶ୍ୱାସଘାତକତାପୂର୍ବକ ଆପଣା ସ୍ୱାମୀକି ଛାଡ଼ିଯାଏ, ସେପରି ହେ ଇସ୍ରାଏଲ, ତୁମ୍ଭେ ନିଶ୍ଚୟ ଆମ୍ଭ ପ୍ରତି ସେହି ପ୍ରକାର ବିଶ୍ୱାସଘାତକତା କରିଅଛ।
Jeremiah 5:11 in Oriya 11 ସଦାପ୍ରଭୁ କହନ୍ତି, “ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ଆମ୍ଭ ବିରୁଦ୍ଧରେ ଅତ୍ୟନ୍ତ ବିଶ୍ୱାସଘାତକତା କରିଅଛନ୍ତି।”
Jeremiah 5:21 in Oriya 21 ହେ ଅଜ୍ଞାନ ଓ ବୁଦ୍ଧିହୀନ ଲୋକେ, ଚକ୍ଷୁ ଥାଉ ଥାଉ ଦେଖୁ ନାହଁ; କର୍ଣ୍ଣ ଥାଉ ଥାଉ ଶୁଣୁ ନାହଁ ଯେ ତୁମ୍ଭେମାନେ, ତୁମ୍ଭେମାନେ ଏବେ ଏହି କଥା ଶୁଣ;
Jeremiah 6:10 in Oriya 10 ସେମାନେ ଯେପରି ଶୁଣିବେ, ଏଥିପାଇଁ ମୁଁ କାହାକୁ କହିବି ଓ କାହାକୁ ସାକ୍ଷ୍ୟ ଦେବି ? ଦେଖ, ସେମାନଙ୍କର କର୍ଣ୍ଣ ଅସୁନ୍ନତ ଓ ସେମାନେ ଶୁଣି ପାରନ୍ତି ନାହିଁ; ଦେଖ, ସଦାପ୍ରଭୁଙ୍କର ବାକ୍ୟ ସେମାନଙ୍କ ନିକଟରେ ତୁଚ୍ଛନୀୟ ହୋଇଅଛି; ତହିଁରେ ସେମାନଙ୍କର କିଛି ଆହ୍ଲାଦ ନାହିଁ।
Ezekiel 16:3 in Oriya 3 ଆଉ କୁହ, ପ୍ରଭୁ, ସଦାପ୍ରଭୁ ଯିରୂଶାଲମକୁ ଏହି କଥା କହନ୍ତି: ତୁମ୍ଭର ଉତ୍ପତ୍ତି ଓ ଜନ୍ମସ୍ଥାନ କିଣାନୀୟ ଦେଶ ଅଟେ; ପୁଣି ତୁମ୍ଭର ପିତା ଇମୋରୀୟ ଓ ମାତା ଜଣେ ହିତ୍ତୀୟା ଥିଲା।
Hosea 5:7 in Oriya 7 ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଶ୍ୱାସ ଘାତକତା କରିଅଛନ୍ତି; କାରଣ ସେମାନେ ଅବୈଧ ସନ୍ତାନ ଉତ୍ପନ୍ନ କରିଅଛନ୍ତି; ଏବେ ଅମାବାସ୍ୟା ସେମାନଙ୍କୁ ଓ ସେମାନଙ୍କ କ୍ଷେତ୍ରସବୁକୁ ଗ୍ରାସ କରିବ।
Hosea 6:7 in Oriya 7 ମାତ୍ର ଆଦମର ତୁଲ୍ୟ ସେମାନେ ନିୟମ ଲଙ୍ଘନ କରିଅଛନ୍ତି; ସେହି ସ୍ଥାନରେ ସେମାନେ ଆମ୍ଭ ବିରୁଦ୍ଧରେ ବିଶ୍ୱାସ ଘାତକତା କରିଅଛନ୍ତି।
Malachi 2:11 in Oriya 11 ଯିହୁଦା ବିଶ୍ୱାସଘାତକତା କରିଅଛି, ଆଉ ଇସ୍ରାଏଲର ମଧ୍ୟରେ ଓ ଯିରୂଶାଲମ ମଧ୍ୟରେ ଘୃଣାଯୋଗ୍ୟକ୍ରିୟା କରାଯାଇଅଛି; କାରଣ ସଦାପ୍ରଭୁଙ୍କର ପ୍ରିୟ ବା ପବିତ୍ର ମନ୍ଦିର, ଯିହୁଦା ତାହା ଅପବିତ୍ର କରିଅଛି ଓ ବିଦେଶୀୟ ଦେବତାର କନ୍ୟାକୁ ବିବାହ କରିଅଛି।
Matthew 13:13 in Oriya 13 ସେମାନେ ଦେଖୁ ଦେଖୁ ଦେଖନ୍ତି ନାହିଁ ଓ ଶୁଣୁ ଶୁଣୁ ଶୁଣନ୍ତି ନାହିଁ କି ବୁଝନ୍ତି ନାହିଁ; ଏଣୁ ମୁଁ ସେମାନଙ୍କୁ ଦୃଷ୍ଟାନ୍ତ ଦ୍ୱାରା କଥା କହୁଅଛି।
John 12:39 in Oriya 39 ଏହି କାରଣରୁ ସେମାନେ ବିଶ୍ୱାସ କରି ପାରୁ ନ ଥିଲେ, ଯେଣୁ ଯିଶାଇୟ ପୁନଶ୍ଚ କହିଅଛନ୍ତି,
Ephesians 2:3 in Oriya 3 ସେହି ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଲାଷ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମନର କାମନା ପୂର୍ଣ୍ଣ କରୁଥିଲୁ, ପୁଣି, ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବତଃ କ୍ରୋଧର ପାତ୍ର ଥିଲୁ;