Isaiah 48:20 in Oriya 20 ତୁମ୍ଭେମାନେ ବାବିଲରୁ ବାହାରି ଯାଅ, କଲ୍ଦୀୟମାନଙ୍କ ମଧ୍ୟରୁ ପଳାଅ; ତୁମ୍ଭେମାନେ ଗାୟନ ଧ୍ୱନିରେ ପ୍ରଚାର କରି ଜଣାଅ, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ପ୍ରକାଶ କର; ତୁମ୍ଭେମାନେ କୁହ, ସଦାପ୍ରଭୁ ଆପଣା ଦାସ ଯାକୁବକୁ ମୁକ୍ତ କରିଅଛନ୍ତି।”
Other Translations King James Version (KJV) Go ye forth of Babylon, flee ye from the Chaldeans, with a voice of singing declare ye, tell this, utter it even to the end of the earth; say ye, The LORD hath redeemed his servant Jacob.
American Standard Version (ASV) Go ye forth from Babylon, flee ye from the Chaldeans; with a voice of singing declare ye, tell this, utter it even to the end of the earth: say ye, Jehovah hath redeemed his servant Jacob.
Bible in Basic English (BBE) Go out of Babylon, go in flight from the Chaldaeans; with the sound of song make it clear, give the news, let the word go out even to the end of the earth: say, The Lord has taken up the cause of his servant Jacob.
Darby English Bible (DBY) Go ye forth from Babylon, flee from the Chaldeans, with a voice of singing; declare, cause this to be heard, utter it to the end of the earth; say ye, Jehovah hath redeemed his servant Jacob.
World English Bible (WEB) Go you forth from Babylon, flee you from the Chaldeans; with a voice of singing declare you, tell this, utter it even to the end of the earth: say you, Yahweh has redeemed his servant Jacob.
Young's Literal Translation (YLT) Go out from Babylon, flee from the Chaldeans, With a voice of singing declare, Cause ye this to be heard, Bring it forth unto the end of the earth, Say, Redeemed hath Jehovah His servant Jacob.
Cross Reference Exodus 15:1 in Oriya 1 ସେତେବେଳେ ମୋଶା ଓ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ଗାନ କଲେ, ଯଥା-ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବା, କାରଣ ସେ ଅତିଶୟ ଉନ୍ନତ ହୋଇଅଛନ୍ତି; ସେ ଅଶ୍ୱ ଓ ଅଶ୍ୱାରୋହୀଙ୍କୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି।
Exodus 19:4 in Oriya 4 ଆମ୍ଭେ ମିସ୍ରୀୟମାନଙ୍କ ପ୍ରତି ଯାହା କଲୁ ଓ ତୁମ୍ଭମାନଙ୍କୁ କିପରି ଉତ୍କୋଶ ପକ୍ଷୀର ପକ୍ଷରେ ବହି ଆପଣା ନିକଟକୁ ଆଣିଲୁ, ତାହା ତୁମ୍ଭେମାନେ ଦେଖିଅଛ।
2 Samuel 7:23 in Oriya 23 ତୁମ୍ଭ ଲୋକ ଇସ୍ରାଏଲ ତୁଲ୍ୟ ପୃଥିବୀରେ ଆଉ କେଉଁ ଗୋଷ୍ଠୀ ଅଛି ? ସେମାନଙ୍କୁ ଆପଣା ଉଦ୍ଦେଶ୍ୟରେ ଏକ ଲୋକ ରୂପେ ମୁକ୍ତ କରିବାକୁ, ଓ ଆପଣା ନାମ କରିବାକୁ ପୁଣି ମିସରରୁ, ନାନା ଗୋଷ୍ଠୀ ଓ ସେମାନଙ୍କ ଦେବଗଣଠାରୁ ତୁମ୍ଭ ଉଦ୍ଦେଶ୍ୟରେ ମୁକ୍ତ ତୁମ୍ଭର ସେହି ଲୋକମାନଙ୍କ ସମ୍ମୁଖରେ ସେମାନଙ୍କ ପାଇଁ ମହତ୍ କର୍ମ ଓ ତୁମ୍ଭ ଦେଶ ପାଇଁ ଭୟାନକ କର୍ମ କରିବାକୁ ପରମେଶ୍ୱର ଆଗମନ କରିଥିଲେ।
Psalm 126:1 in Oriya 1 ଆରୋହଣ-ଗୀତ। ସଦାପ୍ରଭୁ ସିୟୋନର ଦାସତ୍ୱାବସ୍ଥା ପରିବର୍ତ୍ତନ କରିବା ବେଳେ ଆମ୍ଭେମାନେ ସ୍ୱପ୍ନଦର୍ଶକମାନଙ୍କ ପରି ଥିଲୁ।
Isaiah 12:1 in Oriya 1 ସେହି ଦିନରେ ତୁମ୍ଭେ କହିବ, “ହେ ସଦାପ୍ରଭୁ, ମୁଁ ତୁମ୍ଭର ଧନ୍ୟବାଦ କରିବି; କାରଣ ତୁମ୍ଭେ ଆମ୍ଭ ପ୍ରତି କ୍ରୁଦ୍ଧ ଥିଲ, ତୁମ୍ଭର କ୍ରୋଧ ନିବୃତ୍ତ ହୋଇଅଛି ଓ ତୁମ୍ଭେ ଆମ୍ଭକୁ ସାନ୍ତ୍ୱନା କରୁଅଛ।
Isaiah 26:1 in Oriya 1 ସେହି ଦିନ ଯିହୁଦା ଦେଶରେ ଏହି ଗୀତ ଗାନ କରାଯିବ; “ଆମ୍ଭମାନଙ୍କର ଗୋଟିଏ ଦୃଢ଼ ନଗର ଅଛି; ସେ ପରିତ୍ରାଣକୁ ତହିଁର ପ୍ରାଚୀର ଓ ପରିଖା ସ୍ୱରୂପ କରିବେ।
Isaiah 45:22 in Oriya 22 ହେ ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ, ତୁମ୍ଭେମାନେ ଆମ୍ଭ ପ୍ରତି ଅନାଇ ପରିତ୍ରାଣ ପ୍ରାପ୍ତ ହୁଅ; କାରଣ ଆମ୍ଭେ ପରମେଶ୍ୱର, ଆମ୍ଭ ଛଡ଼ା ଦ୍ୱିତୀୟ ନାହିଁ।
Isaiah 48:6 in Oriya 6 ତୁମ୍ଭେ ଶୁଣିଅଛ; ଏହିସବୁ ଦେଖ ଓ ତୁମ୍ଭେମାନେ କି ତାହା ପ୍ରକାଶ କରିବ ନାହିଁ ? ଏହି ସମୟଠାରୁ ଆମ୍ଭେ ତୁମ୍ଭକୁ ନୂତନ ବିଷୟ, ଅର୍ଥାତ୍, ତୁମ୍ଭର ଅଜ୍ଞାତ ନିଗୂଢ଼ ବିଷୟ ଦେଖାଇ ଅଛୁ।
Isaiah 49:13 in Oriya 13 ହେ ଆକାଶମଣ୍ଡଳ, ଗାନ କର; ହେ ପୃଥିବୀ, ଉଲ୍ଲସିତ ହୁଅ; ହେ ପର୍ବତମାଳ, ଉଚ୍ଚସ୍ୱରେ ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି ଓ ଆପଣାର କ୍ଳିଷ୍ଟ ଲୋକମାନଙ୍କୁ କରୁଣା କରିବେ।
Isaiah 52:9 in Oriya 9 ହେ ଯିରୂଶାଲମର ଉତ୍ସନ୍ନ ସ୍ଥାନସକଳ, ଉଚ୍ଚ ଆନନ୍ଦ ଧ୍ୱନି କର, ଏକତ୍ର ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି, ସେ ଯିରୂଶାଲମକୁ ମୁକ୍ତ କରିଅଛନ୍ତି।
Isaiah 52:11 in Oriya 11 ତୁମ୍ଭେମାନେ ପ୍ରସ୍ଥାନ କର, ପ୍ରସ୍ଥାନ କର, ସେହି ସ୍ଥାନରୁ ବାହାରି ଯାଅ, କୌଣସି ଅଶୁଚି ବସ୍ତୁ ଛୁଅଁ ନାହିଁ; ତୁମ୍ଭେମାନେ ତାହାର ମଧ୍ୟରୁ ବାହାରି ଯାଅ; ହେ ସଦାପ୍ରଭୁଙ୍କର ପାତ୍ରବାହକଗଣ, ତୁମ୍ଭେମାନେ ଶୁଚି ହୁଅ।
Isaiah 63:9 in Oriya 9 ସେମାନଙ୍କର ସବୁ ଦୁଃଖରେ ସେ ଦୁଃଖିତ ହେଲେ ଓ ତାହାଙ୍କର ଶ୍ରୀମୁଖ ସ୍ୱରୂପ ଦୂତ ସେମାନଙ୍କୁ ପରିତ୍ରାଣ କଲେ; ସେ ଆପଣା ପ୍ରେମ ଓ ଆପଣା ଦୟାରେ ସେମାନଙ୍କୁ ମୁକ୍ତ କଲେ ଓ ପୁରାତନ କାଳର ସମସ୍ତ ଦିନ ସେମାନଙ୍କୁ ବହନ କଲେ।
Jeremiah 31:10 in Oriya 10 ହେ ଗୋଷ୍ଠୀବର୍ଗ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ ଓ ଦୂରସ୍ଥ ଦ୍ୱୀପସମୂହରେ ତାହା ପ୍ରଚାର କରି କୁହ, “ଯେ ଇସ୍ରାଏଲକୁ ଛିନ୍ନଭିନ୍ନ କଲେ, ସେ ତାହାକୁ ସଂଗ୍ରହ କରିବେ, ଆଉ ପାଳକ ଯେପରି ଆପଣା ପଲ ରକ୍ଷା କରେ, ସେପରି ସେ ତାହାକୁ ରକ୍ଷା କରିବେ।”
Jeremiah 31:12 in Oriya 12 ପୁଣି, ସେମାନେ ଆସି ସିୟୋନର ଶୃଙ୍ଗରେ ଗାନ କରିବେ ଓ ସ୍ରୋତ ତୁଲ୍ୟ ସଦାପ୍ରଭୁଙ୍କ ଉତ୍ତମତାର ନିକଟକୁ, ଶସ୍ୟ ଓ ଦ୍ରାକ୍ଷାରସ, ତୈଳ ଓ ପଲର ମେଷବତ୍ସ ଓ ଗୋପଲର ଗୋବତ୍ସ ନିକଟକୁ ବହି ଆସିବେ ଓ ସେମାନଙ୍କର ପ୍ରାଣ ସୁସିକ୍ତ ଉଦ୍ୟାନ ତୁଲ୍ୟ ହେବ; ପୁଣି, ସେମାନେ ଆଉ କିଛି ଶୋକ କରିବେ ନାହିଁ।
Jeremiah 50:2 in Oriya 2 “ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ପ୍ରକାଶ କରି ପ୍ରଚାର କର ଓ ଧ୍ୱଜା ଉଠାଅ; ପ୍ରଚାର କର ଓ ଗୋପନ ନ କରି କୁହ, ‘ବାବିଲ ହସ୍ତଗତ ହେଲା, ବେଲ ଲଜ୍ଜିତ ହେଲା, ମରୋଦକ ବିସ୍ମିତ ହେଲା; ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦେବତା ସକଳ ବିସ୍ମିତ ହେଲେ।'
Jeremiah 50:8 in Oriya 8 ତୁମ୍ଭେମାନେ ବାବିଲ ମଧ୍ୟରୁ ପଳାଅ ଓ କଲ୍ଦୀୟମାନଙ୍କ ଦେଶ ମଧ୍ୟରୁ ବାହାରି ଯାଅ, ପୁଣି ପଲର ଅଗ୍ରଗାମୀ ଛାଗସ୍ୱରୂପ ହୁଅ।
Jeremiah 51:6 in Oriya 6 ତୁମ୍ଭେମାନେ ବାବିଲ ମଧ୍ୟରୁ ପଳାଅ ଓ ପ୍ରତ୍ୟେକ ଜଣ ଆପଣା ଆପଣା ପ୍ରାଣ ରକ୍ଷା କର; ତାହାର ଅଧର୍ମରେ ଉଚ୍ଛିନ୍ନ ହୁଅ ନାହିଁ; କାରଣ ସଦାପ୍ରଭୁଙ୍କର ପ୍ରତିଶୋଧ ନେବାର ସମୟ ଏହି; ସେ ତାହାକୁ ପ୍ରତିଫଳ ଦେବେ।
Jeremiah 51:45 in Oriya 45 ହେ ଆମ୍ଭର ଲୋକେ, ତୁମ୍ଭେମାନେ ତାହାର ମଧ୍ୟରୁ ବାହାରି ଯାଅ ଓ ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧରୁ ଆପଣା ଆପଣାକୁ ରକ୍ଷା କରୁ।
Jeremiah 51:48 in Oriya 48 ସେସମୟରେ ସ୍ୱର୍ଗ ଓ ପୃଥିବୀ ଓ ତନ୍ମଧ୍ୟସ୍ଥିତସକଳ ବାବିଲ ବିଷୟରେ ଆନନ୍ଦଗାନ କରିବେ; କାରଣ ସଦାପ୍ରଭୁ କହନ୍ତି, “ଉତ୍ତର ଦିଗରୁ ବିନାଶକଗଣ ତାହା ବିରୁଦ୍ଧରେ ଆସିବେ।”
Zechariah 2:6 in Oriya 6 “ଆହେ, ଆହେ, ଉତ୍ତର ଦେଶରୁ ପଳାଅ,” ଏହା ସଦାପ୍ରଭୁ କହନ୍ତି। “କାରଣ ଆମ୍ଭେ ତୁମ୍ଭମାନଙ୍କୁ ଆକାଶର ଚତୁର୍ଦ୍ଦିଗ-ବାୟୁ ତୁଲ୍ୟ ବିସ୍ତୃତ କରିଅଛୁ,” ଏହା ସଦାପ୍ରଭୁ କହନ୍ତି।
Revelation 18:4 in Oriya 4 ପରେ ମୁଁ ସ୍ୱର୍ଗରୁ ଆଉ ଗୋଟିଏ ସ୍ଵର ଏହା କହିବାର ଶୁଣିଲି, ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ ଯେପରି ତାହାର ପାପର ସହଭାଗୀ ନ ହୁଅ ଓ ତାହାର କ୍ଲେଶର ଅଂଶୀ ନ ହୁଅ, ଏଥି ନିମନ୍ତେ ତାହାଠାରୁ ବାହାରି ଆସ;
Revelation 18:20 in Oriya 20 ହେ ସ୍ଵର୍ଗ, ହେ ସାଧୁବୃନ୍ଦ, ହେ ପ୍ରେରିତବର୍ଗ, ହେ ଭାବବାଦୀ ସମସ୍ତେ, ତୁମ୍ଭେମାନେ ତାହାର ପତନରେ ଆନନ୍ଦ କର, ଈଶ୍ୱର ତୁମ୍ଭମାନଙ୍କ ସକାଶେ ତାହାଠାରୁ ପ୍ରତିଶୋଧ ନେଇଛନ୍ତି।
Revelation 19:1 in Oriya 1 ଏଥିଉତ୍ତାରେ ମୁଁ ସ୍ଵର୍ଗରେ ମହାଜନତାର ଶଦ୍ଦ ପରି ଗୋଟିଏ ମହା ଶଦ୍ଦ ଏହା କହିବାର ଶୁଣିଲି, ହାଲ୍ଲିଲୂୟା; ପରିତ୍ରାଣ, ଗୌରବ ଓ ପରାକ୍ରମ ଆମ୍ଭମାନଙ୍କ ଈଶ୍ୱରଙ୍କର,