Isaiah 48:1 in Oriya 1 ହେ ଇସ୍ରାଏଲ ନାମରେ ଖ୍ୟାତ ଓ ଯିହୁଦାର ଜଳାଶୟରୁ ଉତ୍ପନ୍ନ ଯାକୁବ ବଂଶ, ତୁମ୍ଭେମାନେ ଏହି କଥା ଶୁଣ; ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛ ଓ ଇସ୍ରାଏଲର ପରମେଶ୍ୱରଙ୍କ ନାମ କୀର୍ତ୍ତନ କରୁଅଛ, ମାତ୍ର ସତ୍ୟରେ କିଅବା ଧାର୍ମିକତାରେ ନୁହେଁ।
Other Translations King James Version (KJV) Hear ye this, O house of Jacob, which are called by the name of Israel, and are come forth out of the waters of Judah, which swear by the name of the LORD, and make mention of the God of Israel, but not in truth, nor in righteousness.
American Standard Version (ASV) Hear ye this, O house of Jacob, who are called by the name of Israel, and are come forth out of the waters of Judah; who swear by the name of Jehovah, and make mention of the God of Israel, but not in truth, nor in righteousness.
Bible in Basic English (BBE) Give ear to this, O family of Jacob, you who are named by the name of Israel, and have come out of the body of Judah; who take oaths by the name of the Lord, and make use of the name of the God of Israel, but not truly and not in good faith.
Darby English Bible (DBY) Hear ye this, house of Jacob, who are called by the name of Israel, and are come forth out of the waters of Judah, who swear by the name of Jehovah, and make mention of the God of Israel, not in truth, nor in righteousness.
World English Bible (WEB) Hear you this, house of Jacob, who are called by the name of Israel, and are come forth out of the waters of Judah; who swear by the name of Yahweh, and make mention of the God of Israel, but not in truth, nor in righteousness
Young's Literal Translation (YLT) Hear ye this, O house of Jacob, Who are called by the name of Israel, And from the waters of Judah came out, Who are swearing by the name of Jehovah, And of the God of Israel make mention, Not in truth nor in righteousness.
Cross Reference Genesis 32:28 in Oriya 28 ସେ କହିଲେ, “ତୁମ୍ଭେ ଯାକୁବ ନାମରେ ଆଉ ବିଖ୍ୟାତ ହେବ ନାହିଁ, ମାତ୍ର ଇସ୍ରାଏଲ ନାମରେ ବିଖ୍ୟାତ ହେବ; କାରଣ, ତୁମ୍ଭେ ପରମେଶ୍ୱର ଓ ମନୁଷ୍ୟ ସହିତ ଯୁଦ୍ଧ କରି ଜୟୀ ହୋଇଅଛ।”
Genesis 35:10 in Oriya 10 ପୁଣି, ପରମେଶ୍ୱର ତାଙ୍କୁ କହିଲେ, “ତୁମ୍ଭର ନାମ ଯାକୁବ; ମାତ୍ର ତୁମ୍ଭର ନାମ ଆଉ ଯାକୁବ ହେବ ନାହିଁ, ତୁମ୍ଭର ନାମ ଇସ୍ରାଏଲ ହେବ; ଆଉ ସେ ତାଙ୍କର ନାମ ଇସ୍ରାଏଲ ରଖିଲେ।”
Exodus 23:13 in Oriya 13 ଆମ୍ଭେ ତୁମ୍ଭମାନଙ୍କୁ ଯାହା ଯାହା କହିଅଛୁ, ସେସମସ୍ତ ବିଷୟରେ ସାବଧାନ ହୁଅ; ଅନ୍ୟ ଦେବଗଣର ନାମ ସ୍ମରଣ କରାଅ ନାହିଁ, କିଅବା ତୁମ୍ଭମାନଙ୍କ ମୁଖରୁ ତାହା ଶୁଣା ନ ଯାଉ।
Leviticus 19:12 in Oriya 12 ଆଉ, ତୁମ୍ଭେମାନେ ଆମ୍ଭ ନାମ ନେଇ ମିଥ୍ୟା ଶପଥ କରିବ ନାହିଁ, ତାହା କଲେ, ତୁମ୍ଭେ ଆପଣା ପରମେଶ୍ୱରଙ୍କ ନାମ ଅପବିତ୍ର କରିବ; ଆମ୍ଭେ ସଦାପ୍ରଭୁ।
Numbers 24:7 in Oriya 7 ତାହାର କଳସରୁ ଜଳ ଉଚ୍ଛୁଳିବ, ତାହାର ବୀଜ ଅନେକ ଜଳରେ ପଡ଼ିବ, ପୁଣି, ତାହାର ରାଜା ଆଗାଗଠାରୁ ଉଚ୍ଚୀକୃତ ହେବେ ଓ ତାହାର ରାଜ୍ୟ ଉନ୍ନତ ହେବ।
Deuteronomy 5:28 in Oriya 28 ତୁମ୍ଭେମାନେ ଯେତେବେଳେ ମୋତେ ଏହି କଥା କହିଲ, “ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କର ସେହି ବାକ୍ୟର ରବ ଶୁଣି ମୋତେ କହିଲେ, ଏହି ଲୋକମାନେ ତୁମ୍ଭକୁ ଯାହା କହିଅଛନ୍ତି, ଆମ୍ଭେ ସେହି ବାକ୍ୟର ରବ ଶୁଣିଅଛୁ; ସେମାନେ ଯାହା କହିଅଛନ୍ତି, ତାହା ଭଲ କହିଅଛନ୍ତି।
Deuteronomy 6:13 in Oriya 13 ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବ ଓ ତୁମ୍ଭେ ତାହାଙ୍କର ସେବା କରିବ ଓ ତାହାଙ୍କ ନାମରେ ଶପଥ କରିବ।
Deuteronomy 10:20 in Oriya 20 ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବ; ତାହାଙ୍କର ତୁମ୍ଭେ ସେବା କରିବ ଓ ତାହାଙ୍କଠାରେ ତୁମ୍ଭେ ଆସକ୍ତ ହେବ, ପୁଣି ତାହାଙ୍କ ନାମରେ ତୁମ୍ଭେ ଶପଥ କରିବ।
Deuteronomy 33:28 in Oriya 28 “ତହିଁରେ ଇସ୍ରାଏଲ ନିର୍ଭୟରେ ବାସ କଲା, ଯାକୁବର ନିର୍ଝର ଏକାକୀ ଶସ୍ୟ ଓ ଦ୍ରାକ୍ଷାରସମୟ ଦେଶରେ ବାସ କଲା ହଁ, ତାହାର ଆକାଶରୁ ମଧ୍ୟ ଶିଶିର କ୍ଷରେ।
2 Kings 17:34 in Oriya 34 ସେମାନେ ଆଜି ପର୍ଯ୍ୟନ୍ତ ପୂର୍ବ ରୀତି ଅନୁସାରେ କରୁଅଛନ୍ତି; ସେମାନେ ସଦାପ୍ରଭୁଙ୍କୁ ଭୟ କରୁ ନାହାନ୍ତି, କିଅବା ସଦାପ୍ରଭୁ ଯେଉଁ ଯାକୁବଙ୍କୁ ଇସ୍ରାଏଲ ନାମ ଦେଇଥିଲେ, ତାଙ୍କ ସନ୍ତାନଗଣର ସେମାନଙ୍କର ବିଧି ଅନୁସାରେ ଓ ସେମାନଙ୍କ ଶାସନାନୁସାରେ ଓ ସେମାନଙ୍କୁ ଦତ୍ତ ତାହାଙ୍କର ବ୍ୟବସ୍ଥା ଓ ଆଜ୍ଞାନୁସାରେ କରୁ ନାହାନ୍ତି।
Psalm 50:16 in Oriya 16 ମାତ୍ର ଦୁଷ୍ଟକୁ ପରମେଶ୍ୱର କହନ୍ତି, “ଆମ୍ଭର ବିଧି ପ୍ରଚାର କରିବାକୁ ଓ ତୁମ୍ଭେ ଯେ ଆମ୍ଭର ନିୟମ ଆପଣା ମୁଖରେ ନେଇଅଛ, ତୁମ୍ଭର କି ଅଧିକାର ?
Psalm 63:11 in Oriya 11 ମାତ୍ର ରାଜା ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ; ତାହାଙ୍କ ନାମରେ ଶପଥକାରୀ ପ୍ରତ୍ୟେକ ଲୋକ ଦର୍ପ କରିବେ; କାରଣ ମିଥ୍ୟାବାଦୀମାନଙ୍କ ମୁଖ ରୁଦ୍ଧ ହେବ।
Psalm 66:3 in Oriya 3 ପରମେଶ୍ୱରଙ୍କୁ କୁହ, “ତୁମ୍ଭ କର୍ମସକଳ କିପରି ଭୟଙ୍କର ! ତୁମ୍ଭ ପରାକ୍ରମର ମହତ୍ତ୍ୱ ଦ୍ୱାରା ତୁମ୍ଭ ଶତ୍ରୁଗଣ ଆପେ ତୁମ୍ଭର ବଶୀଭୂତ ହେବେ।”
Psalm 68:26 in Oriya 26 ତୁମ୍ଭେମାନେ ଜନ-ସମାଗମ ମଧ୍ୟରେ ପରମେଶ୍ୱରଙ୍କର ଧନ୍ୟବାଦ କର, ହେ ଇସ୍ରାଏଲର ନିର୍ଝରରୁ ଜାତ ଲୋକମାନେ, ତୁମ୍ଭେମାନେ ପ୍ରଭୁଙ୍କର ଧନ୍ୟବାଦ କର।
Proverbs 5:16 in Oriya 16 ତୁମ୍ଭର ନିର୍ଝର କ'ଣ ବାହାରେ ଏଣେତେଣେ ବିସ୍ତାରିତ ହେବ ? ଓ ରାଜଦାଣ୍ଡରେ କ'ଣ ଜଳସ୍ରୋତ ବହିଯିବ ?
Isaiah 1:10 in Oriya 10 ହେ ସଦୋମର ଶାସନକର୍ତ୍ତାମାନେ, ସଦାପ୍ରଭୁଙ୍କର ବାକ୍ୟ ଶୁଣ, ହେ ହମୋରାର ଲୋକମାନେ, ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟବସ୍ଥାରେ କର୍ଣ୍ଣପାତ କର।
Isaiah 26:13 in Oriya 13 ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭ ଛଡ଼ା ଅନ୍ୟ ପ୍ରଭୁମାନେ ଆମ୍ଭମାନଙ୍କ ଉପରେ ରାଜତ୍ୱ କରିଥିଲେ, ମାତ୍ର କେବଳ ତୁମ୍ଭ ଦ୍ୱାରା ଆମ୍ଭେମାନେ ତୁମ୍ଭ ନାମର କୀର୍ତ୍ତନ କରିବା।
Isaiah 44:5 in Oriya 5 ଏକ ଜଣ କହିବ, ଆମ୍ଭେ ସଦାପ୍ରଭୁଙ୍କର; ଅନ୍ୟ ଜଣ ଯାକୁବ ନାମରେ ଆପଣାକୁ ଖ୍ୟାତ କରିବ; ଆଉ, ଜଣେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱହସ୍ତରେ ସ୍ୱାକ୍ଷର କରିବ ଓ ଇସ୍ରାଏଲୀୟ କୁଳ ନାମରେ ଆପଣାକୁ ପ୍ରସିଦ୍ଧ କରିବ।”
Isaiah 45:23 in Oriya 23 ଆମ୍ଭେ ଆପଣା ନାମ ନେଇ ଶପଥ କରିଅଛୁ ଓ ଧର୍ମମୟ ବାକ୍ୟ ଆମ୍ଭ ମୁଖରୁ ନିର୍ଗତ ହୋଇଅଛି, ତାହା ଅନ୍ୟଥା ହେବ ନାହିଁ, ଆମ୍ଭ ଛାମୁରେ ପ୍ରତ୍ୟେକ ଆଣ୍ଠୁ ନତ ହେବ, ପ୍ରତ୍ୟେକ ଜିହ୍ୱା ଶପଥ କରିବ।
Isaiah 58:2 in Oriya 2 ତଥାପି ସେମାନେ ପ୍ରତିଦିନ ଆମ୍ଭର ଅନ୍ୱେଷଣ କରନ୍ତି ଓ ଆମ୍ଭ ପଥ ବିଷୟ ଜାଣିବାକୁ ସନ୍ତୁଷ୍ଟ ହୁଅନ୍ତି; ଯେଉଁ ଗୋଷ୍ଠୀୟ ଲୋକେ ଧର୍ମକର୍ମ କରନ୍ତି ଓ ଆପଣାମାନଙ୍କ ପରମେଶ୍ୱରଙ୍କର ବିଧାନ ତ୍ୟାଗ କରି ନାହାନ୍ତି, ସେମାନଙ୍କ ପରି ସେମାନେ ଧର୍ମ ବିଧାନ ବିଷୟ ଆମ୍ଭକୁ ପଚାରନ୍ତି ଓ ପରମେଶ୍ୱରଙ୍କର ନିକଟକୁ ଆସିବାକୁ ସନ୍ତୁଷ୍ଟ ହୁଅନ୍ତି।
Isaiah 62:8 in Oriya 8 ସଦାପ୍ରଭୁ ଆପଣାର ଡାହାଣ ହସ୍ତ ଓ ବଳବାନ ବାହୁ ଦ୍ୱାରା ଶପଥ କରିଅଛନ୍ତି, “ନିଶ୍ଚୟ ଆମ୍ଭେ ତୁମ୍ଭର ଶସ୍ୟ ତୁମ୍ଭ ଶତ୍ରୁଗଣର ଖାଦ୍ୟ ନିମନ୍ତେ ଆଉ ଦେବା ନାହିଁ ଓ ଯହିଁ ନିମନ୍ତେ ତୁମ୍ଭେ ପରିଶ୍ରମ କରିଅଛ, ତୁମ୍ଭର ସେହି ଦ୍ରାକ୍ଷାରସ ବିଦେଶୀମାନେ ଆଉ ପାନ କରିବେ ନାହିଁ।
Isaiah 65:16 in Oriya 16 ତହିଁରେ ଯେଉଁ ଲୋକ ପୃଥିବୀରେ ଆପଣାକୁ ଆଶୀର୍ବାଦ କରେ, ସେ ସତ୍ୟ ପରମେଶ୍ୱରଙ୍କଠାରୁ ଆପଣାକୁ ଆଶୀର୍ବାଦ କରିବ ଓ ଯେଉଁ ଲୋକ ପୃଥିବୀରେ ଶପଥ କରେ, ସେ ସତ୍ୟ ପରମେଶ୍ୱରଙ୍କ ଦ୍ୱାରା ଶପଥ କରିବ; ଯେହେତୁ ପୂର୍ବକାଳର ସଙ୍କଟସବୁ ବିସ୍ମୃତ ହୋଇଅଛି ଓ ତାହାସବୁ ଆମ୍ଭ ଦୃଷ୍ଟିରୁ ଗୁପ୍ତ ହୋଇଅଛି।
Jeremiah 4:2 in Oriya 2 ଆଉ, ତୁମ୍ଭେ ସତ୍ୟରେ, ନ୍ୟାୟରେ ଓ ଧାର୍ମିକତାରେ ଜୀବିତ ସଦାପ୍ରଭୁଙ୍କ ନାମରେ ଶପଥ କରିବ; ତହିଁରେ ନାନା ଦେଶୀୟମାନେ ତାହାଙ୍କଠାରେ ଆପଣାମାନଙ୍କୁ ଆଶୀର୍ବାଦର ପାତ୍ର କରିବେ ଓ ତାହାଙ୍କଠାରେ ଦର୍ପ କରିବେ।
Jeremiah 5:2 in Oriya 2 ସେମାନେ ଜୀବିତ ସଦାପ୍ରଭୁ ବୋଲି କହିଲେ ହେଁ ନିତାନ୍ତ ମିଥ୍ୟାରେ ଶପଥ କରନ୍ତି।
Jeremiah 7:9 in Oriya 9 ତୁମ୍ଭେମାନେ କି ଚୋରି, ନରହତ୍ୟା ଓ ବ୍ୟଭିଚାର ଓ ମିଥ୍ୟା ଶପଥ ଓ ବାଲ୍ଦେବ ଉଦ୍ଦେଶ୍ୟରେ ଧୂପଦାହ ଓ ତୁମ୍ଭମାନଙ୍କର ଅଜ୍ଞାତ ଅନ୍ୟ ଦେବଗଣର ପଶ୍ଚାଦ୍ଗମନ କରିବ,
Zephaniah 1:5 in Oriya 5 ଆଉ, ଯେଉଁମାନେ ଛାତ ଉପରେ ଆକାଶର ବାହିନୀକୁ ପ୍ରଣାମ କରନ୍ତି ଓ ଯେଉଁମାନେ ସଦାପ୍ରଭୁଙ୍କ ନିକଟରେ ଶପଥ କରନ୍ତି ଓ ମାଲ୍କମ୍ ନାମରେ ଶପଥ କରି ପ୍ରଣାମ କରନ୍ତି;
Malachi 3:5 in Oriya 5 “ପୁଣି, ଆମ୍ଭେ ବିଚାର କରିବା ପାଇଁ ତୁମ୍ଭମାନଙ୍କ ନିକଟକୁ ଆସିବା ଆଉ, ତାନ୍ତ୍ରିକ ଓ ବ୍ୟଭିଚାରୀ ଓ ମିଥ୍ୟା ଶପଥକାରୀମାନଙ୍କ ବିରୁଦ୍ଧରେ ଓ ଯେଉଁମାନେ ବେତନଜୀବୀର ବେତନ ବିଷୟରେ, ବିଧବା ଓ ପିତୃହୀନ ପ୍ରତି ଅତ୍ୟାଚାର କରନ୍ତି, ଆଉ ବିଦେଶୀର ପ୍ରତି ଅନ୍ୟାୟ କରନ୍ତି ଓ ଆମ୍ଭଙ୍କୁ ଭୟ ନ କରନ୍ତି, ସେମାନଙ୍କ ବିରୁଦ୍ଧରେ ଆମ୍ଭେ ଶୀଘ୍ର ସାକ୍ଷୀ ହେବା,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
Matthew 15:8 in Oriya 8 ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ।
Matthew 23:13 in Oriya 13 କିନ୍ତୁ ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ମନୁଷ୍ୟମାନଙ୍କ ସମ୍ମୁଖରେ ସ୍ୱର୍ଗରାଜ୍ୟ ବନ୍ଦ କରୁଥାଅ; ତୁମ୍ଭେମାନେ ତ ନିଜେ ପ୍ରବେଶ କରୁ ନାହଁ, ପୁଣି, ପ୍ରବେଶ କରିବାକୁ ଇଚ୍ଛୁକ ଲୋକମାନଙ୍କୁ ସୁଦ୍ଧା ପ୍ରବେଶ କରାଇ ଦେଉ ନାହଁ।
John 1:47 in Oriya 47 ଯୀଶୁ ନଥନିୟେଲଙ୍କୁ ଆପଣା ନିକଟକୁ ଆସୁଥିବା ଦେଖି ତାଙ୍କ ବିଷୟରେ କହିଲେ, ଏହି ଦେଖ, ପ୍ରକୃତରେ ଏ ଜଣେ ଇସ୍ରାଏଲୀୟ ଲୋକ, ଏହାଙ୍କଠାରେ ଛଳନା ନାହିଁ।
John 4:24 in Oriya 24 ଈଶ୍ୱର ଆତ୍ମା ଅଟନ୍ତି, ପୁଣି, ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେମାନେ ଆତ୍ମାରେ ଓ ସତ୍ୟରେ ଉପାସନା କରିବା ଉଚିତ୍।
Romans 2:17 in Oriya 17 କିନ୍ତୁ ଯଦି ତୁମ୍ଭେ ଯିହୂଦୀ ନାମ ବହନ କରି ମୋଶାଙ୍କ ବ୍ୟବସ୍ଥା ଉପରେ ନିର୍ଭର କରୁଅଛ ଓ ଈଶ୍ୱରଙ୍କଠାରେ ଗର୍ବ କରୁଅଛ,
Romans 2:28 in Oriya 28 କାରଣ ବାହାରେ ଯେ ଯିହୂଦୀ, ସେ ଯିହୂଦୀ ନୁହେଁ, କିଅବା ବାହାର ଶରୀରରେ ଯେ ସୁନ୍ନତ, ତାହା ସୁନ୍ନତ ନୁହେଁ;
Romans 9:6 in Oriya 6 କିନ୍ତୁ ଇଶ୍ବରଙ୍କ ବାକ୍ୟ ଯେ ବିଫଳ ହୋଇଅଛି, ଏପରି ନୁହେଁ। କାରଣ ଯେଉଁମାନେ ଇସ୍ରାଏଲ ବଂଶରେ ଜାତ, ସେମାନେ ଯେ ସମସ୍ତେ ଇସ୍ରାଏଲ,
Romans 9:8 in Oriya 8 ଏଥିର ଅର୍ଥ ଏହି, ଶାରୀରିକ ଭାବେ ଯେଉଁମାନେ ସନ୍ତାନ, ସେମାନେ ଯେ ଇଶ୍ବରଙ୍କ ସନ୍ତାନ, ତାହା ନୁହେଁ, କିନ୍ତୁ ପ୍ରତିଜ୍ଞାର ସନ୍ତାନ ବଂଶ ରୂପେ ଗଣିତ ହୁଅନ୍ତି।
1 Timothy 4:2 in Oriya 2 ପ୍ରତାରଣାପୂର୍ଣ୍ଣ ଆତ୍ମାମାନଙ୍କ ପ୍ରତି ଓ ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରି ବିଶ୍ୱାସ ପରିତ୍ୟାଗ କରିବେ;
2 Timothy 3:2 in Oriya 2 କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଂକାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ,
Revelation 2:9 in Oriya 9 ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କ୍ଲେଶ ଓ ଦୀନତା ଜାଣୁ, (କିନ୍ତୁ ତୁମ୍ଭେ ଧନବାନ ), ଆଉ ଯେଉଁମାନେ ଆପଣାମାନଙ୍କୁ ଯିହୂଦୀ ବୋଲି କହନ୍ତି, ମାତ୍ର ପ୍ରକୃତରେ ଯିହୂଦୀ ନୁହଁନ୍ତି, ବରଂ ଶୟତାନର ଦଳ, ସେମାନଙ୍କର ନିନ୍ଦା ମଧ୍ୟ ଆମ୍ଭେ ଜାଣୁ।
Revelation 3:9 in Oriya 9 ଦେଖ, ଯେଉଁମାନେ ଯିହୂଦୀ ନୁହଁନ୍ତି, କିନ୍ତୁ ମିଥ୍ୟାରେ ଆପଣାମାନଙ୍କୁ ଯିହୂଦୀ ବୋଲି କହନ୍ତି, ଏପରି ଶୟତାନର ଦଳର ଲୋକମାନଙ୍କୁ ଆମ୍ଭେ ଆଣି ତୁମ୍ଭର ଚରଣ ତଳେ ପ୍ରଣାମ କରାଇବୁ, ଆଉ ଆମ୍ଭେ ଯେ ତୁମ୍ଭକୁ ପ୍ରେମ କରିଅଛୁ, ଏହା ସେମାନଙ୍କୁ ଜ୍ଞାତ କରାଇବୁ।