Isaiah 24:5 in Oriya 5 ପୃଥିବୀ ତନ୍ନିବାସୀମାନଙ୍କ ପଦ ତଳେ ଅପବିତ୍ର ହୋଇଅଛି, କାରଣ ସେମାନେ ବ୍ୟବସ୍ଥାସବୁ ଲଙ୍ଘନ କରିଅଛନ୍ତି, ବିଧି ଅନ୍ୟଥା କରିଅଛନ୍ତି, ଅନନ୍ତକାଳସ୍ଥାୟୀ ନିୟମ ଭାଙ୍ଗିଅଛନ୍ତି।
Other Translations King James Version (KJV) The earth also is defiled under the inhabitants thereof; because they have transgressed the laws, changed the ordinance, broken the everlasting covenant.
American Standard Version (ASV) The earth also is polluted under the inhabitants thereof; because they have transgressed the laws, violated the statutes, broken the everlasting covenant.
Bible in Basic English (BBE) The earth has been made unclean by those living in it; because the laws have not been kept by them, the orders have been changed, and the eternal agreement has been broken.
Darby English Bible (DBY) And the land is polluted under the inhabitants thereof; for they have violated the laws, changed the statute, broken the everlasting covenant.
World English Bible (WEB) The earth also is polluted under the inhabitants of it; because they have transgressed the laws, violated the statutes, broken the everlasting covenant.
Young's Literal Translation (YLT) And the land hath been defiled under its inhabitants, Because they have transgressed laws, They have changed a statute, They have made void a covenant age-during.
Cross Reference Genesis 3:17 in Oriya 17 ଆଉ ସେ ଆଦମଙ୍କୁ କହିଲେ, “ଯେଉଁ ବୃକ୍ଷର ଫଳ ଖାଇବା ବିଷୟରେ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହିଥିଲୁ, ତାହା ଖାଇବ ନାହିଁ, ତୁମ୍ଭେ ଆପଣା ଭାର୍ଯ୍ୟାର କଥା ଶୁଣି ତାହା ଖାଇଅଛ; ଏଣୁ ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା; ତୁମ୍ଭେ ଯାବଜ୍ଜୀବନ କ୍ଳେଶରେ ତହିଁରୁ ଭକ୍ଷ୍ୟ ପାଇବ।
Genesis 6:11 in Oriya 11 ସେହି ସମୟରେ ପୃଥିବୀ ପରମେଶ୍ୱରଙ୍କ ସାକ୍ଷାତରେ ଭ୍ରଷ୍ଟ ଥିଲା ଓ ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଥିଲା।
Genesis 17:13 in Oriya 13 ପୁଣି, ତୁମ୍ଭର ଗୃହଜାତ ଅଥବା ମୂଲ୍ୟକ୍ରୀତ ଲୋକର ସୁନ୍ନତ ଅବଶ୍ୟ କର୍ତ୍ତବ୍ୟ; ତହିଁରେ ଅନନ୍ତକାଳ ନିମିତ୍ତ ତୁମ୍ଭମାନଙ୍କ ମାଂସରେ ଆମ୍ଭ ନିୟମର ଚିହ୍ନ ଥିବ।
Leviticus 18:24 in Oriya 24 ତୁମ୍ଭେମାନେ ଏହିସବୁ ମଧ୍ୟରୁ କୌଣସି କ୍ରିୟା ଦ୍ୱାରା ଆପଣାମାନଙ୍କୁ ଅଶୁଚି କର ନାହିଁ; କାରଣ ଆମ୍ଭେ ଯେଉଁ ଦେଶୀୟ ଲୋକମାନଙ୍କୁ ତୁମ୍ଭ ସମ୍ମୁଖରୁ ଦୂର କରୁଅଛୁ, ସେମାନେ ଏହିସବୁ କ୍ରିୟା ଦ୍ୱାରା ଅଶୁଚି ହୋଇଅଛନ୍ତି।
Leviticus 20:22 in Oriya 22 ଏଥିନିମନ୍ତେ ତୁମ୍ଭେମାନେ ଆମ୍ଭର ସମସ୍ତ ବିଧି ଓ ଆମ୍ଭର ସମସ୍ତ ଆଜ୍ଞା ମାନ୍ୟ କରି ପାଳନ କରିବ; ତହିଁରେ ଆମ୍ଭେ ଯେଉଁ ଦେଶରେ ବାସ କରିବା ନିମନ୍ତେ ତୁମ୍ଭମାନଙ୍କୁ ନେଇ ଯାଉଅଛୁ, ସେହି ଦେଶ ତୁମ୍ଭମାନଙ୍କୁ ଉଦ୍ଗାର କରିବ ନାହିଁ।
Numbers 35:33 in Oriya 33 ଏହିରୂପେ ତୁମ୍ଭେମାନେ ଆପଣାମାନଙ୍କ ନିବାସ ଦେଶ ଅପବିତ୍ର କରିବ ନାହିଁ; କାରଣ ରକ୍ତ ହିଁ ଦେଶକୁ ଅପବିତ୍ର କରେ; ଆଉ ଦେଶରେ ଯେଉଁ ରକ୍ତପାତ ହୁଏ, ରକ୍ତପାତୀର ରକ୍ତ ବିନା ତହିଁ ନିମନ୍ତେ କୌଣସି ପ୍ରାୟଶ୍ଚିତ୍ତ କରାଯାଇ ନ ପାରେ।
Deuteronomy 32:15 in Oriya 15 ମାତ୍ର ଯିଶୁରୁଣ ଚର୍ବିରେ ଫୁଲି ପଦାଘାତ କଲା; ତୁମ୍ଭେ ଚର୍ବିରେ ଫୁଲିଅଛ, ତୁମ୍ଭେ ମୋଟା ହୋଇଅଛ, ତୁମ୍ଭେ ଚିକ୍କଣ ହୋଇଅଛ; ତହୁଁ ସେ ଆପଣା ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ତ୍ୟାଗ କଲା, ପୁଣି ଆପଣା ତ୍ରାଣ ରୂପ ଶୈଳଙ୍କୁ ଲଘୁ ଜ୍ଞାନ କଲା।
Deuteronomy 32:20 in Oriya 20 ଆଉ ସେ କହିଲେ, “ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇବା, ସେମାନଙ୍କର ଶେଷ ଦଶା କ'ଣ ହେବ, ତାହା ଆମ୍ଭେ ଦେଖିବା; କାରଣ ସେମାନେ ନିତାନ୍ତ ବକ୍ରଗାମୀ ବଂଶ, ଏପରି ସନ୍ତାନ, ଯେଉଁମାନଙ୍କଠାରେ କିଛି ବିଶ୍ୱସ୍ତତା ନାହିଁ।
Joshua 24:25 in Oriya 25 ତହିଁରେ ଯିହୋଶୂୟ ସେହି ଦିନ ଲୋକମାନଙ୍କ ସହିତ ନିୟମ ସ୍ଥିର କରି ଶିଖିମରେ ସେମାନଙ୍କ ନିମନ୍ତେ ବିଧି ଓ ଶାସନ ସ୍ଥାପନ କଲେ।
2 Samuel 23:5 in Oriya 5 ସତ୍ୟ, ମୋହର ବଂଶ ପରମେଶ୍ୱରଙ୍କ ନିକଟରେ ସେପରି ନୁହେଁ କି ? ସେ ମୋ' ସହିତ ସର୍ବ ବିଷୟରେ ସୁସମ୍ପନ୍ନ ଓ ସୁରକ୍ଷିତ ଏକ ଅନନ୍ତକାଳୀନ ନିୟମ କରି ନାହାନ୍ତି କି ? ସେ କି ମୋର ରକ୍ଷା କରିବେ ନାହିଁ ?
2 Kings 17:7 in Oriya 7 ଏଥିର କାରଣ ଏହି, ଇସ୍ରାଏଲ ସନ୍ତାନଗଣର ଯେଉଁ ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ମିସର ଦେଶରୁ, ଅର୍ଥାତ୍, ମିସ୍ରୀୟ ରାଜା ଫାରୋର ହସ୍ତାଧୀନରୁ ବାହାର କରି ଆଣିଥିଲେ, ତାହାଙ୍କ ବିରୁଦ୍ଧରେ ସେମାନେ ପାପ କରି ଅନ୍ୟ ଦେବଗଣକୁ ଭୟ କଲେ,
2 Kings 22:13 in Oriya 13 “ତୁମ୍ଭେମାନେ ଯାଅ, ଏହି ପ୍ରାପ୍ତ ପୁସ୍ତକର ବାକ୍ୟ ବିଷୟରେ ଆମ୍ଭ ପାଇଁ ଓ ଲୋକମାନଙ୍କ ପାଇଁ ଓ ସମଗ୍ର ଯିହୁଦା ପାଇଁ ସଦାପ୍ରଭୁଙ୍କୁ ପଚାର, କାରଣ ଆମ୍ଭମାନଙ୍କ ବିଷୟରେ ଏହି ପୁସ୍ତକ ଲିଖିତ ସମସ୍ତ ବାକ୍ୟାନୁସାରେ କର୍ମ କରିବା ପାଇଁ ଆମ୍ଭମାନଙ୍କ ପିତୃଲୋକମାନେ ମନୋଯୋଗୀ ନ ହେବାରୁ, ଆମ୍ଭମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ ପ୍ରଜ୍ୱଳିତ କ୍ରୋଧ ଗୁରୁତର ହୋଇଅଛି।”
2 Kings 23:26 in Oriya 26 ତଥାପି ମନଃଶି ଯେସବୁ ବିରକ୍ତିଜନକ କ୍ରିୟା ଦ୍ୱାରା ସଦାପ୍ରଭୁଙ୍କୁ ବିରକ୍ତ କରିଥିଲେ, ତହିଁ ସକାଶୁ ଯିହୁଦା ପ୍ରତିକୂଳରେ ତାହାଙ୍କର ଯେଉଁ କ୍ରୋଧ ପ୍ରଜ୍ୱଳିତ ହୋଇଥିଲା, ସଦାପ୍ରଭୁ ଆପଣାର ସେହି ପ୍ରଚଣ୍ଡ ମହାକୋପରୁ ଫେରିଲେ ନାହିଁ।
2 Chronicles 33:9 in Oriya 9 ମାତ୍ର ମନଃଶି ଯିହୁଦା ଓ ଯିରୂଶାଲମ ନିବାସୀମାନଙ୍କୁ ବିପଥଗାମୀ କରାଇଲେ, ତହିଁରେ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଯେଉଁ ଦେଶୀୟମାନଙ୍କୁ ବିନାଶ କରିଥିଲେ, ସେମାନଙ୍କ କ୍ରିୟା ଅପେକ୍ଷା ସେମାନେ ଅଧିକ କୁକ୍ରିୟା କଲେ।
Ezra 9:6 in Oriya 6 “ହେ ମୋହର ପରମେଶ୍ୱର, ମୁଁ ଲଜ୍ଜିତ ଅଛି, ହେ ମୋହର ପରମେଶ୍ୱର, ମୁଁ ତୁମ୍ଭ ଆଡ଼େ ମୁଖ ଟେକିବାକୁ ବିଷଣ୍ଣ ଅଛି; କାରଣ ଆମ୍ଭମାନଙ୍କ ଅପରାଧ ଆମ୍ଭମାନଙ୍କ ମସ୍ତକର ଉର୍ଦ୍ଧ୍ୱରେ ବଢ଼ି ଉଠିଅଛି ଓ ଆମ୍ଭମାନଙ୍କ ଦୋଷ ଗଗନସ୍ପର୍ଶୀ ହୋଇଅଛି।
Psalm 55:5 in Oriya 5 ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି, ପୁଣି, ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି।
Psalm 105:10 in Oriya 10 ପୁଣି, ସେ ଯାକୁବ ପ୍ରତି ତାହା ବିଧି ରୂପେ ଓ ଇସ୍ରାଏଲ ପ୍ରତି ଅନନ୍ତକାଳୀନ ନିୟମ ରୂପେ ଦୃଢ଼ କରି କହିଲେ,
Psalm 106:36 in Oriya 36 ଆଉ, ସେମାନଙ୍କ ଦେବତାଗଣର ସେବା କଲେ; ତାହା ସେମାନଙ୍କ ପ୍ରତି ଫାନ୍ଦ ସ୍ୱରୂପ ହେଲା।
Isaiah 1:2 in Oriya 2 ହେ ଆକାଶମଣ୍ଡଳ, ଶୁଣ, ହେ ପୃଥିବୀ, କର୍ଣ୍ଣପାତ କର, କାରଣ ସଦାପ୍ରଭୁ କହିଅଛନ୍ତି; “ଆମ୍ଭେ ସନ୍ତାନଗଣକୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ, ମାତ୍ର ସେମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି।”
Isaiah 10:6 in Oriya 6 ଆମ୍ଭେ ତାହାକୁ ଲୁଟିତ ଦ୍ରବ୍ୟ ଓ ମୃଗୟା ନେଇ ଯିବା ନିମନ୍ତେ ଓ ଲୋକମାନଙ୍କୁ ବାଟର କାଦୁଅ ତୁଲ୍ୟ ଦଳିତ କରିବା ନିମନ୍ତେ ଧର୍ମହୀନ ଗୋଷ୍ଠୀର ଓ ଆମ୍ଭ କ୍ରୋଧପାତ୍ର ଲୋକମାନଙ୍କ ବିରୁଦ୍ଧରେ ଆଜ୍ଞା ଦେବା।
Isaiah 50:1 in Oriya 1 ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଯେଉଁ ପତ୍ର ଦ୍ୱାରା ତୁମ୍ଭମାନଙ୍କ ମାତାକୁ ତ୍ୟାଗ କରିଅଛୁ, ତାହାର ସେହି ଛାଡ଼ପତ୍ର କାହିଁ ? ଅଥବା ଆମ୍ଭ ବ୍ୟବସାୟୀମାନଙ୍କ ମଧ୍ୟରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରୟ କରିଅଛୁ ? ଦେଖ, ତୁମ୍ଭେମାନେ ନିଜ ଅପରାଧ ସକାଶୁ ବିକ୍ରୀତ ହୋଇଥିଲ ଓ ତୁମ୍ଭମାନଙ୍କ ଅଧର୍ମ ସକାଶୁ ତୁମ୍ଭମାନଙ୍କର ମାତା ତ୍ୟକ୍ତା ହୋଇଥିଲା।
Isaiah 59:1 in Oriya 1 ଦେଖ, ସଦାପ୍ରଭୁଙ୍କର ହସ୍ତ ଛୋଟ ହୋଇ ଯାଇ ନାହିଁ ଯେ, ତାହା ପରିତ୍ରାଣ କରି ନ ପାରେ, କିଅବା ତାହାଙ୍କର କର୍ଣ୍ଣ ଭାରୀ ହୋଇ ନାହିଁ, ଯେ ତାହା ଶୁଣି ନ ପାରେ।
Isaiah 59:12 in Oriya 12 କାରଣ ତୁମ୍ଭ ସାକ୍ଷାତରେ ଆମ୍ଭମାନଙ୍କର ଅଧର୍ମ ବୃଦ୍ଧି ପାଇଅଛି ଓ ଆମ୍ଭମାନଙ୍କର ପାପ ଆମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେଉଅଛି; ଯେହେତୁ ଆମ୍ଭମାନଙ୍କର ଅଧର୍ମସବୁ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ଓ ଆମ୍ଭମାନଙ୍କର ଅପରାଧସବୁ ଆମ୍ଭେମାନେ ତ ଜାଣୁ;
Jeremiah 3:1 in Oriya 1 ଲୋକେ କହନ୍ତି, “କେହି ଆପଣା ଭାର୍ଯ୍ୟାକୁ ତ୍ୟାଗ କଲେ, ସେ ସ୍ତ୍ରୀ ତାହା ନିକଟକୁ ଯାଇ ଯଦି ଅନ୍ୟ ପୁରୁଷର ହୁଏ, ତେବେ ତାହାର ସ୍ୱାମୀ କି ପୁନର୍ବାର ତାହା ନିକଟକୁ ଯିବ ?” ଗଲେ, ସେହି ଦେଶ କି ଅତ୍ୟନ୍ତ ଅଶୁଚି ହେବ ନାହିଁ ? ମାତ୍ର ତୁମ୍ଭେ ଅନେକ ଉପପତିର ସଙ୍ଗେ ବ୍ୟଭିଚାର କରିଅଛ ? ତଥାପି ସଦାପ୍ରଭୁ କହନ୍ତି, “ତୁମ୍ଭେ ପୁନର୍ବାର ଆମ୍ଭ ନିକଟକୁ ଫେରି ଆସୁଅଛ !
Jeremiah 50:5 in Oriya 5 ସେମାନେ ସିୟୋନର ବିଷୟ ପଚାରିବେ, ତହିଁଆଡ଼େ ମୁଖ କରି କହିବେ, ‘ତୁମ୍ଭେମାନେ ଆସ, ଅନନ୍ତ କାଳସ୍ଥାୟୀ ଅବିସ୍ମରଣୀୟ ନିୟମ ଦ୍ୱାରା ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅ।'
Ezekiel 7:20 in Oriya 20 ସେ ଆପଣାର ଶୋଭାରୂପ ଅଳଙ୍କାର ମହତ୍ତ୍ୱରେ ସ୍ଥାପନ କଲେ; ମାତ୍ର ସେମାନେ ତହିଁ ମଧ୍ୟରେ ଆପଣାମାନଙ୍କର ଅଶୁଚି ଓ ଘୃଣାଯୋଗ୍ୟ ପ୍ରତିମାଗଣ ନିର୍ମାଣ କଲେ; ଏହେତୁ ଆମ୍ଭେ ତାହା ସେମାନଙ୍କ ପ୍ରତି ଅଶୁଚି ବସ୍ତୁ ସ୍ୱରୂପ କରିଅଛୁ।
Ezekiel 20:13 in Oriya 13 ମାତ୍ର ଇସ୍ରାଏଲ ବଂଶ ପ୍ରାନ୍ତରରେ ଆମ୍ଭର ବିଦ୍ରୋହାଚାରୀ ହେଲେ; ସେମାନେ ଆମ୍ଭର ବିଧିରୂପ ପଥରେ ଚାଲିଲେ ନାହିଁ ଓ ଆମ୍ଭର ଶାସନସକଳ ଅଗ୍ରାହ୍ୟ କଲେ, ମନୁଷ୍ୟ ଯଦି ତାହା ପାଳନ କରେ, ତେବେ ତହିଁରେ ସେ ବଞ୍ଚିବ; ପୁଣି, ସେମାନେ ଆମ୍ଭର ବିଶ୍ରାମ ଦିନସକଳ ଅତ୍ୟନ୍ତ ଅପବିତ୍ର କଲେ; ସେତେବେଳେ ଆମ୍ଭେ ପ୍ରାନ୍ତରରେ ସେମାନଙ୍କୁ ସଂହାର କରିବା ନିମନ୍ତେ ସେମାନଙ୍କ ଉପରେ ଆପଣା କୋପ ଢାଳିବା ବୋଲି କହିଲୁ।
Ezekiel 20:24 in Oriya 24 କାରଣ ସେମାନେ ଆମ୍ଭର ଶାସନସକଳ ପାଳନ କଲେ ନାହିଁ, ମାତ୍ର ଆମ୍ଭର ବିଧିସକଳ ଅଗ୍ରାହ୍ୟ କଲେ ଓ ଆମ୍ଭର ବିଶ୍ରାମ ଦିନସକଳ ଅପବିତ୍ର କଲେ, ପୁଣି, ସେମାନଙ୍କ ପିତୃବର୍ଗର ପ୍ରତିମାଗଣ ପ୍ରତି ସେମାନଙ୍କର ଦୃଷ୍ଟି ରହିଲା।
Ezekiel 22:24 in Oriya 24 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ତାହାକୁ କୁହ, ଯେଉଁ ଦେଶ ପରିଷ୍କୃତ ହୋଇ ନାହିଁ, କିଅବା କ୍ରୋଧର ଦିନରେ ଯହିଁ ଉପରେ ବୃଷ୍ଟି ହୋଇ ନାହିଁ, ତୁମ୍ଭେ ଏପରି ଦେଶ ଅଟ।
Ezekiel 37:26 in Oriya 26 ଆହୁରି, ଆମ୍ଭେ ସେମାନଙ୍କ ସହିତ ଶାନ୍ତିର ଏକ ନିୟମ ସ୍ଥିର କରିବା; ତାହା ସେମାନଙ୍କ ସହିତ ଚିରକାଳୀନ ନିୟମ ହେବ; ପୁଣି, ଆମ୍ଭେ ସେମାନଙ୍କୁ ବସାଇବା ଓ ବଢ଼ାଇବା ଓ ସେମାନଙ୍କ ମଧ୍ୟରେ ସଦା କାଳ ଆମ୍ଭେ ଆପଣା ଧର୍ମଧାମ ସ୍ଥାପନ କରିବା।
Daniel 7:25 in Oriya 25 ପୁଣି, ସେ ସର୍ବୋପରିସ୍ଥଙ୍କ ବିରୁଦ୍ଧରେ କଥା କହିବ ଓ ସର୍ବୋପରିସ୍ଥଙ୍କର ପବିତ୍ରଗଣଙ୍କୁ ଦମନ କରିବ; ଆଉ, ସେ କାଳ ଓ ବ୍ୟବସ୍ଥାର ପରିବର୍ତ୍ତନ କରିବାକୁ ବିଚାର କରିବ; ପୁଣି, ଏକ କାଳ, (ଦୁଇ) ପବିତ୍ର ପର୍ବ ଓ ଅର୍ଦ୍ଧ ପବିତ୍ର ପର୍ବ ପର୍ଯ୍ୟନ୍ତ ସେମାନେ ତାହା ହସ୍ତରେ ସମର୍ପିତ ହେବେ।
Daniel 9:5 in Oriya 5 ଆମ୍ଭେମାନେ ପାପ ଓ କୁଟିଳାଚରଣ କରିଅଛୁ ଓ ଦୁଷ୍କର୍ମ କରି ବିଦ୍ରୋହୀ ହୋଇଅଛୁ, ଆଉ ତୁମ୍ଭର ବିଧି ଓ ଶାସନର ପଥ ତ୍ୟାଗ କରିଅଛୁ।
Daniel 9:10 in Oriya 10 ଓ ସେ ଆପଣା ଭବିଷ୍ୟଦ୍ବକ୍ତାଗଣ ଦ୍ୱାରା ଆପଣାର ଯେଉଁ ବ୍ୟବସ୍ଥାସକଳ ଆମ୍ଭମାନଙ୍କ ସମ୍ମୁଖରେ ରଖିଲେ, ତଦନୁସାରେ ଆଚରଣ କରିବା ପାଇଁ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରବରେ ମନୋଯୋଗ କରି ନାହୁଁ।
Micah 2:10 in Oriya 10 ତୁମ୍ଭେମାନେ ଉଠ ଓ ପ୍ରସ୍ଥାନ କର; କାରଣ ଏ ତୁମ୍ଭମାନଙ୍କର ବିଶ୍ରାମ ସ୍ଥାନ ନୁହେଁ; ଯେହେତୁ ଅଶୁଚିତା ବିନାଶ, ଅର୍ଥାତ୍, ଭୟାନକ ବିନାଶ କରୁଅଛି।
Mark 7:7 in Oriya 7 ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି।
Luke 1:6 in Oriya 6 ସେମାନେ ଉଭୟେ ପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ନିୟମ ଅନୁସାରେ ନିର୍ଦ୍ଦୋଷ ରୂପେ ଆଚରଣ କରି ଇଶ୍ବରଙ୍କ ଦୃଷ୍ଟିରେ ଧାର୍ମିକ ଥିଲେ।
Romans 8:20 in Oriya 20 କାରଣ ସୃଷ୍ଟି ଅସାରତାର ବଶୀଭୂତ ହେଲା, ତା'ର ନିଜ ଇଚ୍ଛାରୁ ନୁହେଁ, କିନ୍ତୁ ଯେ ତାକୁ ବଶୀଭୂତ କଲେ, ତାହାଙ୍କ ଇଚ୍ଛାରୁ;
Hebrews 9:1 in Oriya 1 ପ୍ରକୃତରେ ସେହି ପ୍ରଥମ ନିୟମର ମଧ୍ୟ ଉପାସନା ସମ୍ବନ୍ଧୀୟ ନାନା ବିଧିବିଧାନ ଓ ଗୋଟିଏ ପାର୍ଥିବ ପବିତ୍ର ସ୍ଥାନ ଥିଲା।
Hebrews 13:20 in Oriya 20 ଯେଉଁ ଶାନ୍ତିଦାତା ଈଶ୍ୱର ଅନନ୍ତକାଳସ୍ଥାୟୀ ନିୟମର ରକ୍ତ ହେତୁ ପ୍ରଧାନ ମେଷପାଳକ, ଅର୍ଥାତ୍, ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଫେରାଇ ଆଣିଲେ;