Isaiah 14:32 in Oriya 32 ଆଉ, ଏହି ଗୋଷ୍ଠୀର ଦୂତଗଣକୁ କି ଉତ୍ତର ଦିଆଯିବ ? ଏହି ଯେ, ସଦାପ୍ରଭୁ ସିୟୋନର ଭିତ୍ତିମୂଳ ସ୍ଥାପନ କରିଅଛନ୍ତି ଓ ତହିଁ ମଧ୍ୟରେ ତାହାଙ୍କର ଦୁଃଖଗ୍ରସ୍ତ ଲୋକମାନେ ଆଶ୍ରୟ ନିଅନ୍ତି।
Other Translations King James Version (KJV) What shall one then answer the messengers of the nation? That the LORD hath founded Zion, and the poor of his people shall trust in it.
American Standard Version (ASV) What then shall one answer the messengers of the nation? That Jehovah hath founded Zion, and in her shall the afflicted of his people take refuge.
Bible in Basic English (BBE) What answer, then, will my people give to the representatives of the nation? That the Lord is the builder of Zion, and she will be a safe place for the poor of his people.
Darby English Bible (DBY) And what shall be answered to the messengers of the nation? That Jehovah hath founded Zion, and the afflicted of his people find refuge in it.
World English Bible (WEB) What then shall one answer the messengers of the nation? That Yahweh has founded Zion, and in her shall the afflicted of his people take refuge.
Young's Literal Translation (YLT) And what doth one answer the messengers of a nation? `That Jehovah hath founded Zion, And in it do the poor of His people trust!'
Cross Reference 2 Samuel 8:10 in Oriya 10 ଦାଉଦ ରାଜାଙ୍କର ମଙ୍ଗଳ ବାର୍ତ୍ତା ପଚାରିବା ନିମନ୍ତେ ଓ ହଦଦେଷର ପ୍ରତିକୂଳରେ ଯୁଦ୍ଧ କରି ପରାସ୍ତ କରିବା ସକାଶୁ ତାଙ୍କୁ ଧନ୍ୟବାଦ ଦେବା ନିମନ୍ତେ ସେ ଆପଣା ପୁତ୍ର ଯୋରାମକୁ ତାଙ୍କ ନିକଟକୁ ପଠାଇଲା; ଯେହେତୁ ହଦଦେଷର ସଙ୍ଗେ ତୟିର ଯୁଦ୍ଧ ଥିଲା। ପୁଣି ଯୋରାମ୍ ଆପଣା ସଙ୍ଗେ ରୂପା, ସୁନା, ଓ ପିତ୍ତଳର ପାତ୍ର ନେଇ ଆସିଥିଲା।
2 Kings 20:12 in Oriya 12 ସେହି ସମୟରେ ବଲ୍ଦନର ପୁତ୍ର ବରୋଦକ୍ ବଲଦନ୍ ନାମକ ବାବିଲର ରାଜା ହିଜକୀୟଙ୍କ ନିକଟକୁ ପତ୍ରମାନ ଓ ଦର୍ଶନୀ ପଠାଇଲା; କାରଣ ସେ ହିଜକୀୟଙ୍କ ପୀଡ଼ିତ ହେବାର କଥା ଶୁଣିଥିଲା।
Psalm 87:1 in Oriya 1 ଗୀତ; କୋରହ-ସନ୍ତାନଗଣର ଗୀତ। ତାହାଙ୍କ ଭିତ୍ତିମୂଳ ପବିତ୍ର ପର୍ବତ ଶ୍ରେଣୀରେ ସ୍ଥାପିତ।
Psalm 87:5 in Oriya 5 ଆହୁରି, ସିୟୋନ ବିଷୟରେ କୁହାଯିବ, “ଏଜଣ ଓ ସେଜଣ ତହିଁ ମଧ୍ୟରେ ଜାତ ହେଲେ; ପୁଣି, ସର୍ବୋପରିସ୍ଥ ସ୍ୱୟଂ ତାହା ସୁସ୍ଥିର କରିବେ।”
Psalm 102:16 in Oriya 16 କାରଣ ସଦାପ୍ରଭୁ ସିୟୋନକୁ ପୁନଃର୍ନିର୍ମାଣ କରିଅଛନ୍ତି ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି;
Psalm 102:28 in Oriya 28 ତୁମ୍ଭ ଦାସଗଣର ସନ୍ତାନମାନେ ରହିବେ ଓ ସେମାନଙ୍କର ବଂଶ ତୁମ୍ଭ ସାକ୍ଷାତରେ ସୁସ୍ଥିର ହେବେ।
Psalm 132:13 in Oriya 13 କାରଣ ସଦାପ୍ରଭୁ ସିୟୋନକୁ ମନୋନୀତ କରିଅଛନ୍ତି; ସେ ଆପଣା ନିବାସ ନିମନ୍ତେ ତାହା ବାଞ୍ଛା କରିଅଛନ୍ତି।
Proverbs 18:10 in Oriya 10 ସଦାପ୍ରଭୁଙ୍କ ନାମ ଦୃଢ଼ ଗଡ଼ ଧାର୍ମିକ ଲୋକ ତହିଁକୁ ପଳାଇ ରକ୍ଷା ପାଏ।
Isaiah 4:6 in Oriya 6 ପୁଣି, ଦିବସରେ ଗ୍ରୀଷ୍ମରୁ ଛାୟା ନିମନ୍ତେ, ଆଉ ଝଡ଼ ଓ ବୃଷ୍ଟିରୁ ଆଶ୍ରୟ ଓ ଆଚ୍ଛାଦନ ସ୍ଥାନ ସ୍ୱରୂପ ହେବା ନିମନ୍ତେ ଏକ ଆବାସ ହେବ।
Isaiah 11:4 in Oriya 4 ମାତ୍ର ସେ ଧର୍ମରେ ଦୀନହୀନମାନଙ୍କ ବିଚାର କରିବେ ଓ ପୃଥିବୀସ୍ଥ ନମ୍ର ଲୋକମାନଙ୍କ ସକାଶେ ନ୍ୟାୟରେ ଅନୁଯୋଗ କରିବେ; ପୁଣି, ସେ ଆପଣା ମୁଖସ୍ଥିତ ଦଣ୍ଡ ଦ୍ୱାରା ପୃଥିବୀକୁ ଆଘାତ କରିବେ ଓ ଆପଣା ଓଷ୍ଠାଧରର ନିଃଶ୍ୱାସ ଦ୍ୱାରା ଦୁଷ୍ଟକୁ ସଂହାର କରିବେ।
Isaiah 12:6 in Oriya 6 ହେ ସିୟୋନ ନିବାସିନୀ, ତୁମ୍ଭେ ଉଚ୍ଚ ସ୍ୱର କରି ଆନନ୍ଦଧ୍ୱନି କର; କାରଣ ଯେ ଇସ୍ରାଏଲର ଧର୍ମସ୍ୱରୂପ, ସେ ତୁମ୍ଭ ମଧ୍ୟରେ ମହାନ ଅଟନ୍ତି।”
Isaiah 25:4 in Oriya 4 କାରଣ ତୁମ୍ଭେ ଦରିଦ୍ରର ଦୃଢ଼ ଦୁର୍ଗ, ଦୀନହୀନର ସଙ୍କଟ ସମୟରେ ତାହାର ଦୃଢ଼ ଦୁର୍ଗ, ଭୟଙ୍କର ଲୋକମାନଙ୍କ ଶ୍ୱାସବାୟୁ ପ୍ରବଳ ବତାସ ତୁଲ୍ୟ ପ୍ରାଚୀରରେ ଲାଗିବା ବେଳେ ପ୍ରବଳ ବତାସ ନିବାରକ ଆଶ୍ରୟ, ତାପ ନିବାରକ ଛାୟା ହୋଇଅଛ।
Isaiah 28:16 in Oriya 16 ଏଥିପାଇଁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ଭିତ୍ତିମୂଳ ନିମନ୍ତେ ସିୟୋନରେ ଏକ ପ୍ରସ୍ତର, ପରୀକ୍ଷାସିଦ୍ଧ ପ୍ରସ୍ତର, ଦୃଢ଼ ଭିତ୍ତିମୂଳ ସ୍ୱରୂପ ବହୁମୂଲ୍ୟ କୋଣପ୍ରସ୍ତର ସ୍ଥାପନ କରୁଅଛୁ; ଯେ ବିଶ୍ୱାସ କରେ, ସେ ଚଞ୍ଚଳ ହେବ ନାହିଁ।
Isaiah 37:9 in Oriya 9 ପୁଣି, ଅଶୂରୀୟ ରାଜା କୂଶଦେଶୀୟ ତିର୍ହକ ରାଜା ବିଷୟରେ ଏହି କଥା ଶୁଣିଲା ଯେ, ସେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଅଛି; ଏହା ଶୁଣି ସେ ହିଜକୀୟ ନିକଟକୁ ଦୂତଗଣ ପଠାଇ କହିଲା,
Isaiah 37:32 in Oriya 32 କାରଣ ଯିରୂଶାଲମରୁ ଏକ ଅବଶିଷ୍ଟାଂଶ ଲୋକେ ଓ ରକ୍ଷାପ୍ରାପ୍ତ ଲୋକେ ସିୟୋନ ପର୍ବତରୁ ବାହାରିବେ; ସୈନ୍ୟାଧିପତି ସଦାପ୍ରଭୁଙ୍କର ଉଦ୍ଯୋଗ ଏହା ସିଦ୍ଧ କରିବ।
Isaiah 39:1 in Oriya 1 ସେହି ସମୟରେ ବଲ୍ଦନ୍ର ପୁତ୍ର ବାବିଲର ରାଜା ମରୋଦକ୍-ବଲ୍ଦନ୍ ହିଜକୀୟ ନିକଟକୁ ପତ୍ରମାନ ଓ ଦର୍ଶନୀ ପଠାଇଲା; କାରଣ ତାହାର ପୀଡ଼ିତ ହେବାର ଓ ସୁସ୍ଥ ହେବାର ସମ୍ବାଦ ସେ ଶୁଣିଥିଲା।
Isaiah 44:28 in Oriya 28 ଆମ୍ଭେ କୋରସ୍ ବିଷୟରେ କହୁ, ସେ ଆମ୍ଭ ପଲର ପାଳକ ଓ ଆମ୍ଭର ଇଷ୍ଟ ସାଧନ କରିବ; ସେ ଯିରୂଶାଲମ ବିଷୟରେ କହିବ, ତାହା ପୁନର୍ନିର୍ମିତ ହେବ ଓ ମନ୍ଦିରକୁ କହିବ, ତୁମ୍ଭର ଭିତ୍ତିମୂଳ ସ୍ଥାପିତ ହେବ।”
Isaiah 54:11 in Oriya 11 ଆଗୋ ଦୁଃଖିନୀ, ତୋଫାନରେ ବିଚଳିତେ ଓ ସାନ୍ତ୍ୱନାବିହୀନେ, ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣରେ ତୁମ୍ଭର ପ୍ରସ୍ତର ବସାଇବା ଓ ନୀଳମଣି ଦ୍ୱାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା।
Zephaniah 3:12 in Oriya 12 ମାତ୍ର ଆମ୍ଭେ ତୁମ୍ଭ ମଧ୍ୟରେ କ୍ଳେଶଯୁକ୍ତ ଓ ଦରିଦ୍ର ଏକ ଗୋଷ୍ଠୀକୁ ରଖିବା, ଆଉ ସେମାନେ ସଦାପ୍ରଭୁଙ୍କ ନାମରେ ନିର୍ଭର ରଖିବେ।
Zechariah 11:7 in Oriya 7 ଏଥିରେ ମୁଁ ସେହି ବଧ ନିମନ୍ତେ ଥିବା ପଲକୁ, ଓ ପ୍ରକୃତ ପଲମାନଙ୍କୁ ଚରାଇଲି; ପୁଣି, ମୁଁ ଦୁଇଗୋଟି ଯଷ୍ଟି ନେଇ ଗୋଟିକର ନାମ ଶୋଭା ଓ ଅନ୍ୟଟିର ନାମ ବନ୍ଧନୀ ଦେଲି ଆଉ, ମୁଁ ପଲ ଚରାଇଲି।
Zechariah 11:11 in Oriya 11 ଆଉ, ତାହା ସେହି ଦିନ ଭଗ୍ନ ହେଲା; ତହିଁରେ ପଲର ଯତ୍ନ ଯେଉଁମାନେ ନିଅନ୍ତି ମୋ' କଥାରେ ମନୋଯୋଗ କଲେ; ସେମାନେ ତାହା ଯେ ସଦାପ୍ରଭୁଙ୍କର ବାକ୍ୟ, ଏହା ଜାଣିଲେ।
Matthew 16:18 in Oriya 18 ଆଉ ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି, ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ପାତାଳର ବଳ ତାହାକୁ ପରାଜୟ କରିବ ନାହିଁ।
Matthew 24:15 in Oriya 15 ଏଣୁ ତୁମ୍ଭେମାନେ ଯେତେବେଳେ ଦାନିଏଲ ଭାବବାଦୀଙ୍କ ଦ୍ୱାରା ଉକ୍ତ ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ),
Hebrews 12:22 in Oriya 22 କିନ୍ତୁ ତୁମ୍ଭେମାନେ ସିୟୋନ ପର୍ବତ ଓ ଜୀବନ୍ତ ଇଶ୍ବରଙ୍କ ନଗର, ଅର୍ଥାତ୍, ସ୍ୱର୍ଗୀୟ ଯିରୂଶାଲମ, ଅସଂଖ୍ୟ ଦୂତବାହିନୀଙ୍କ ମହୋତ୍ସବ,
James 2:5 in Oriya 5 ହେ ମୋହର ପ୍ରିୟ ଭାଇମାନେ, ଶୁଣ, ଈଶ୍ୱର କ'ଣ ଏହି ଜଗତର ଦୃଷ୍ଟିରେ ଦରିଦ୍ରମାନଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବା ପାଇଁ, ପୁଣି, ଆପଣା ପ୍ରେମକାରୀମାନଙ୍କୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ସେଥିର ଅଧିକାରୀ ହେବା ପାଇଁ ମନୋନୀତ କରି ନାହାଁନ୍ତି ?