Isaiah 10:6 in Oriya 6 ଆମ୍ଭେ ତାହାକୁ ଲୁଟିତ ଦ୍ରବ୍ୟ ଓ ମୃଗୟା ନେଇ ଯିବା ନିମନ୍ତେ ଓ ଲୋକମାନଙ୍କୁ ବାଟର କାଦୁଅ ତୁଲ୍ୟ ଦଳିତ କରିବା ନିମନ୍ତେ ଧର୍ମହୀନ ଗୋଷ୍ଠୀର ଓ ଆମ୍ଭ କ୍ରୋଧପାତ୍ର ଲୋକମାନଙ୍କ ବିରୁଦ୍ଧରେ ଆଜ୍ଞା ଦେବା।
Other Translations King James Version (KJV) I will send him against an hypocritical nation, and against the people of my wrath will I give him a charge, to take the spoil, and to take the prey, and to tread them down like the mire of the streets.
American Standard Version (ASV) I will send him against a profane nation, and against the people of my wrath will I give him a charge, to take the spoil, and to take the prey, and to tread them down like the mire of the streets.
Bible in Basic English (BBE) I will send him against a nation of wrongdoers, and against the people of my wrath I will give him orders, to take their wealth in war, crushing them down like the dust in the streets.
Darby English Bible (DBY) I will send him against a hypocritical nation, and against the people of my wrath will I give him a charge; to take the spoil, and to seize the prey, and to tread them down like the mire of the streets.
World English Bible (WEB) I will send him against a profane nation, and against the people of my wrath will I give him a charge, to take the spoil, and to take the prey, and to tread them down like the mire of the streets.
Young's Literal Translation (YLT) Against a profane nation I send him, And concerning a people of My wrath I charge him, To spoil spoil, and to seize prey, And to make it a treading-place as the clay of out places.
Cross Reference 2 Samuel 22:43 in Oriya 43 ତହୁଁ ମୁଁ ପୃଥିବୀର ଧୂଳି ପରି ସେମାନଙ୍କୁ ଚୂର୍ଣ୍ଣ କଲି, ମୁଁ ସଡ଼କର କାଦୁଅ ପରି ସେମାନଙ୍କୁ ଦଳିଲି ଓ ସେମାନଙ୍କୁ ଛିନ୍ନଭିନ୍ନ କଲି।
Isaiah 5:29 in Oriya 29 ସେମାନଙ୍କର ଗର୍ଜନ ସିଂହୀର ଗର୍ଜନ ପରି, ସେମାନେ ଯୁବାସିଂହ ପରି ଗର୍ଜନ କରିବେ; ଆହୁରି, ସେମାନେ ଗର୍ଜନ କରି ଓ ଶିକାର ଧରି ନିରାପଦରେ ତାହା ନେଇ ଯିବେ ଓ ଉଦ୍ଧାର କରିବାକୁ କେହି ନ ଥିବେ।
Isaiah 9:17 in Oriya 17 ଏଣୁ ସଦାପ୍ରଭୁ ସେମାନଙ୍କ ଯୁବକମାନଙ୍କଠାରେ ଆନନ୍ଦ କରିବେ ନାହିଁ, କିଅବା ସେମାନଙ୍କର ପିତୃହୀନ ବାଳକ ଓ ବିଧବାଗଣ ପ୍ରତି ଦୟା କରିବେ ନାହିଁ; ଯେହେତୁ ପ୍ରତ୍ୟେକ ଲୋକ ଧର୍ମହୀନ ଓ ଦୁରାଚାରୀ ଓ ପ୍ରତ୍ୟେକ ମୁଖ ମିଥ୍ୟାବାଦୀ। ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।
Isaiah 9:19 in Oriya 19 ସୈନ୍ୟାଧିପତି ସଦାପ୍ରଭୁଙ୍କ କୋପରେ ଦେଶ ଦଗ୍ଧ ହୋଇଅଛି; ମଧ୍ୟ ଲୋକମାନେ ଅଗ୍ନି ପାଇଁ କାଷ୍ଠ ତୁଲ୍ୟ ଅଟନ୍ତି; କେହି ଆପଣା ଭ୍ରାତାକୁ ଦୟା କରେ ନାହିଁ।
Isaiah 10:13 in Oriya 13 କାରଣ ସେ କହିଅଛି, ମୁଁ ବୁଦ୍ଧିମାନ ହେବାରୁ ଆପଣା ହସ୍ତର ବଳ ଓ ଆପଣା ଜ୍ଞାନ ଦ୍ୱାରା ଏହା କରିଅଛି; ପୁଣି, ମୁଁ ନାନା ଗୋଷ୍ଠୀର ସୀମା ଦୂର କରିଅଛି ଓ ସେମାନଙ୍କର ସଞ୍ଚିତ ଧନ ହରଣ କରିଅଛି, ଆଉ ମୁଁ ବିକ୍ରମଶାଳୀ ଲୋକ ତୁଲ୍ୟ ସିଂହାସନୋପବିଷ୍ଟ ଲୋକମାନଙ୍କୁ ତଳକୁ ଓହ୍ଲାଇ ଆଣିଅଛି;
Isaiah 19:17 in Oriya 17 ମିସର ପ୍ରତି ଯିହୁଦା ଦେଶ ତ୍ରାସଜନକ ହେବ, ସୈନ୍ୟାଧିପତି ସଦାପ୍ରଭୁ ତାହାର ପ୍ରତିକୂଳରେ ଯେଉଁ ମନ୍ତ୍ରଣା କରନ୍ତି, ତହିଁ ସକାଶୁ ଯେ ପ୍ରତ୍ୟେକ ଲୋକକୁ ଯିହୁଦାର ନାମ କୁହାଯାଏ, ସେ ଭୀତ ହେବ।
Isaiah 22:5 in Oriya 5 କାରଣ ଦର୍ଶନ ଉପତ୍ୟକାରେ ପ୍ରଭୁଙ୍କର, ସୈନ୍ୟାଧିପତି ସଦାପ୍ରଭୁଙ୍କର ପ୍ରେରିତ ପରାଜୟର, ଦଳନର, ବ୍ୟାକୁଳତାର ପ୍ରାଚୀର ଭଗ୍ନ ହେବାର ଓ ପର୍ବତଗଣ ପ୍ରତି ଆର୍ତ୍ତନାଦ କରିବାର ଦିନ ଏହି।
Isaiah 29:13 in Oriya 13 ଆହୁରି, ପ୍ରଭୁ କହିଲେ, “ଏହି ଲୋକମାନେ ଆମ୍ଭର ନିକଟବର୍ତ୍ତୀ ହୁଅନ୍ତି ଓ ସେମାନେ ଆପଣା ଆପଣା ମୁଖରେ ଓ ଓଷ୍ଠାଧରରେ ଆମ୍ଭର ସମ୍ମାନ କରନ୍ତି, ମାତ୍ର ସେମାନେ ଆପଣା ଆପଣା ଅନ୍ତଃକରଣ ଆମ୍ଭଠାରୁ ଦୂରରେ ରଖିଅଛନ୍ତି ଓ ଆମ୍ଭ ବିଷୟକ ସେମାନଙ୍କର ଯେଉଁ ଭୟ, ତାହା ମନୁଷ୍ୟଠାରୁ ଶିକ୍ଷିତ ଆଜ୍ଞା ଅଟେ।”
Isaiah 30:9 in Oriya 9 କାରଣ ସେମାନେ ବିଦ୍ରୋହୀ ଗୋଷ୍ଠୀ, ମିଥ୍ୟାବାଦୀ ସନ୍ତାନ, ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଶୁଣିବାକୁ ଅସମ୍ମତ ସନ୍ତାନ;
Isaiah 33:14 in Oriya 14 ସିୟୋନରେ ପାପୀମାନେ ଭୀତ ଅଟନ୍ତି; ଅଧାର୍ମିକମାନଙ୍କୁ କମ୍ପ ହଠାତ୍ ଆକ୍ରମଣ କରିଅଛି। ଆମ୍ଭମାନଙ୍କ ମଧ୍ୟରୁ କିଏ ସର୍ବଗ୍ରାସକ ଅଗ୍ନିରେ ବାସ କରିପାରେ ? ଆମ୍ଭମାନଙ୍କ ମଧ୍ୟରୁ କିଏ ଅନନ୍ତ କାଳସ୍ଥାୟୀ ଜ୍ୱଳନରେ ବାସ କରିପାରେ ?
Isaiah 37:26 in Oriya 26 କିପରି ଆମ୍ଭେ ଦୀର୍ଘ କାଳରୁ ଏହା ନିରୂପଣ କରିଅଛୁ ଓ ପୂର୍ବକାଳରୁ ଏହା ସ୍ଥିର କରିଅଛୁ, ଏହା କ'ଣ ତୁମ୍ଭେ ଶୁଣି ନାହଁ ? ତୁମ୍ଭେ ଯେ ପ୍ରାଚୀରବେଷ୍ଟିତ ନଗରମାନ ବିନାଶ କରି ସେହି ସବୁକୁ ଢିପି କରିବ, ଏହା ଏବେ ଆମ୍ଭେ ସଫଳ କରିଅଛୁ।
Isaiah 41:25 in Oriya 25 ଆମ୍ଭେ ଉତ୍ତର ଦିଗରୁ ଏକ ଜଣକୁ ଉତ୍ପନ୍ନ କରିଅଛୁ ଓ ସେ ଉପସ୍ଥିତ; ସେ ସୂର୍ଯ୍ୟୋଦୟ ଦିଗରୁ ଆମ୍ଭ ନାମ ଆହ୍ୱାନ କରେ; ସେ ଗାନ୍ଥନୀର ମଶଲା ଓ କୁମ୍ଭକାରର ମର୍ଦ୍ଦିତ ମୃତ୍ତିକା ପରି ଦେଶାଧ୍ୟକ୍ଷମାନଙ୍କୁ ଦଳିତ କରିବ।
Isaiah 45:1 in Oriya 1 ସଦାପ୍ରଭୁ ଆପଣା ଅଭିଷିକ୍ତ ବ୍ୟକ୍ତିର, ଅର୍ଥାତ୍, କୋରସ୍ର ବିଷୟରେ ଏହି କଥା କହନ୍ତି, ଆମ୍ଭେ ତାହା ସମ୍ମୁଖରେ ନାନା ଗୋଷ୍ଠୀଙ୍କୁ ପରାସ୍ତ କରିବା ନିମନ୍ତେ ତାହାର ଡାହାଣ ହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା; ଆମ୍ଭେ ତାହା ସମ୍ମୁଖରେ କବାଟସବୁ ମୁକ୍ତ କରିବା ଓ ନଗରଦ୍ୱାରସବୁ ବନ୍ଦ ହେବ ନାହିଁ;
Isaiah 63:3 in Oriya 3 ଆମ୍ଭେ ଏକାକୀ ଦ୍ରାକ୍ଷାମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ୟରୁ ଆମ୍ଭ ସଙ୍ଗେ କେହି ନ ଥିଲା; ଆମ୍ଭେ ଆପଣା କ୍ରୋଧରେ ସେମାନଙ୍କୁ ଦଳନ କଲୁ ଓ ଆପଣା କୋପରେ ସେମାନଙ୍କୁ ମର୍ଦ୍ଦନ କଲୁ; ଏଣୁ ସେମାନଙ୍କ ପ୍ରାଣରକ୍ତର ଛିଟା ଆମ୍ଭ ବସ୍ତ୍ରରେ ପଡ଼ିଲା ଓ ଆମ୍ଭେ ଆପଣାର ପରିହିତ ବସ୍ତ୍ରସବୁ ଦାଗଯୁକ୍ତ କରିଅଛୁ।
Isaiah 63:6 in Oriya 6 ପୁଣି, ଆମ୍ଭେ ଆପଣା କ୍ରୋଧରେ ଲୋକମାନଙ୍କୁ ଦଳି ପକାଇଲୁ ଓ ଆମ୍ଭ କୋପରେ ସେମାନଙ୍କୁ ମତ୍ତ କରାଇଲୁ, ପୁଣି ଭୂମିରେ ସେମାନଙ୍କ ପ୍ରାଣରକ୍ତ ଢାଳି ପକାଇଲୁ।
Jeremiah 3:10 in Oriya 10 ପୁଣି, ଏସବୁ ହେଲେ ହେଁ ତାହାର ବିଶ୍ୱାସଘାତିନୀ ଭଗିନୀ ଯିହୁଦା ଆପଣା ସର୍ବାନ୍ତଃକରଣ ସହିତ ନୁହେଁ, ମାତ୍ର କପଟ ଭାବରେ ଆମ୍ଭ ପ୍ରତି ଫେରିଅଛି,” ଏହା ସଦାପ୍ରଭୁ କହନ୍ତି।
Jeremiah 4:14 in Oriya 14 ହେ ଯିରୂଶାଲମ, ଉଦ୍ଧାର ପାଇବା ନିମନ୍ତେ ଦୁଷ୍ଟତାରୁ ଆପଣା ହୃଦୟ ଧୁଅ। ତୁମ୍ଭର ମନ୍ଦ କଳ୍ପନାସବୁ କେତେ କାଳ ତୁମ୍ଭ ମଧ୍ୟରେ ବାସ କରିବ ?
Jeremiah 25:9 in Oriya 9 ଏଥିପାଇଁ ଦେଖ, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ, ପୁଣି ଆମ୍ଭର ଦାସ ବାବିଲର ରାଜା ନବୂଖଦ୍ନିତ୍ସରକୁ ନେଇ ଏହି ଦେଶ ବିରୁଦ୍ଧରେ ଓ ତନ୍ନିବାସୀମାନଙ୍କ ବିରୁଦ୍ଧରେ ଓ ତହିଁର ଚତୁର୍ଦ୍ଦିଗସ୍ଥ ଏହିସବୁ ଗୋଷ୍ଠୀ ବିରୁଦ୍ଧରେ ଆଣିବା; ଆଉ, ଆମ୍ଭେ ସେମାନଙ୍କୁ ନିଃଶେଷ ରୂପେ ବିନାଶ କରିବା ଓ ସେମାନଙ୍କୁ ବିସ୍ମୟ ଓ ଶୀସ୍ ଶବ୍ଦର ବିଷୟ ଓ ଚିର କାଳର ଉତ୍ସନ୍ନ ସ୍ଥାନ କରିବା।
Jeremiah 34:22 in Oriya 22 ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ଆଜ୍ଞା ଦ୍ୱାରା ସେମାନଙ୍କୁ ଏହି ନଗରକୁ ପୁନର୍ବାର ଅଣାଇବା; ତହିଁରେ ସେମାନେ ନଗର ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କରି ଅଗ୍ନିରେ ଦଗ୍ଧ କରିବେ; ପୁଣି, ଆମ୍ଭେ ଯିହୁଦାର ନଗରସମୂହକୁ ନିବାସୀବିହୀନ ଧ୍ୱଂସସ୍ଥାନ କରିବା।”
Jeremiah 47:6 in Oriya 6 ହେ ସଦାପ୍ରଭୁଙ୍କ ଖଡ୍ଗ, ତୁମ୍ଭେ ଆଉ କେତେ କାଳ ଉତ୍ତାରେ କ୍ଷାନ୍ତ ହେବ ? ତୁମ୍ଭେ ଆପଣା କୋଷରେ ପ୍ରବେଶ କର; ଶାନ୍ତ ଓ କ୍ଷାନ୍ତ ହୁଅ।
Micah 7:10 in Oriya 10 ସେତେବେଳେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର କାହାନ୍ତି ବୋଲି ଯେ ମୋତେ କହିଥିଲା, ମୋର ସେହି ଶତ୍ରୁ ତାହା ଦେଖିବ ଓ ଲଜ୍ଜା ତାହାକୁ ଆଚ୍ଛନ୍ନ କରିବ; ମୋର ଚକ୍ଷୁ ତାହାକୁ ଦେଖିବ; ଏବେ ସେ ପଥର କାଦୁଅ ପରି ଦଳିତ ହେବ।
Zechariah 10:5 in Oriya 5 ପୁଣି, ସେମାନେ ବୀରଗଣ ତୁଲ୍ୟ ହୋଇ ଯୁଦ୍ଧରେ ଆପଣାମାନଙ୍କର ଶତ୍ରୁଗଣକୁ ବାଟର କାଦୁଅରେ ଦଳି ପକାଇବେ ଓ ସେମାନେ ଯୁଦ୍ଧ କରିବେ, କାରଣ ସଦାପ୍ରଭୁ ସେମାନଙ୍କର ସହବର୍ତ୍ତୀ ଅଟନ୍ତି ଓ ଅଶ୍ୱାରୋହୀମାନେ ଲଜ୍ଜିତ ହେବେ।
Matthew 15:7 in Oriya 7 ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଉପଯୁକ୍ତଭାବେ ଏହି ଭାବବାଣୀ କହିଅଛନ୍ତି,