Haggai 1:1 in Oriya 1 ଦାରୀୟାବସ୍ ରାଜାର ଅଧିକାରର ଦ୍ୱିତୀୟ ବର୍ଷର ଷଷ୍ଠ ମାସର ପ୍ରଥମ ଦିନରେ ହାଗୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଶଲ୍ଟୀୟର ପୁତ୍ର ଯିରୁବ୍ବାବିଲ ନାମକ ଯିହୁଦୀୟ ଦେଶାଧ୍ୟକ୍ଷର ନିକଟରେ ଓ ଯିହୋଷାଦକର ପୁତ୍ର ଯିହୋଶୂୟ ମହାଯାଜକର ନିକଟରେ ଉପସ୍ଥିତ ହେଲା,
Other Translations King James Version (KJV) In the second year of Darius the king, in the sixth month, in the first day of the month, came the word of the LORD by Haggai the prophet unto Zerubbabel the son of Shealtiel, governor of Judah, and to Joshua the son of Josedech, the high priest, saying,
American Standard Version (ASV) In the second year of Darius the king, in the sixth month, in the first day of the month, came the word of Jehovah by Haggai the prophet unto Zerubbabel the son of Shealtiel, governor of Judah, and to Joshua the son of Jehozadak, the high priest, saying,
Bible in Basic English (BBE) In the second year of Darius the king, in the sixth month, on the first day of the month, came the word of the Lord by Haggai the prophet to Zerubbabel, the son of Shealtiel, ruler of Judah, and to Joshua, the son of Jehozadak, the high priest, saying,
Darby English Bible (DBY) In the second year of Darius the king, in the sixth month, on the first day of the month, came the word of Jehovah by the prophet Haggai unto Zerubbabel the son of Shealtiel, governor of Judah, and to Joshua the son of Jehozadak, the high priest, saying,
World English Bible (WEB) In the second year of Darius the king, in the sixth month, in the first day of the month, the Word of Yahweh came by Haggai, the prophet, to Zerubbabel, the son of Shealtiel, governor of Judah, and to Joshua, the son of Jehozadak, the high priest, saying,
Young's Literal Translation (YLT) In the second year of Darius the king, in the sixth month, in the first day of the month, hath a word of Jehovah been by the hand of Haggai the prophet, unto Zerubbabel son of Shealtiel, governor of Judah, and unto Joshua son of Josedech, the high priest, saying:
Cross Reference Exodus 4:13 in Oriya 13 ତହିଁରେ ସେ କହିଲେ, “ହେ ପ୍ରଭୁ, ମୁଁ ବିନୟ କରୁଅଛି, ଯାହା ଦ୍ୱାରା ପଠାଇବାର ହୁଏ, ତାହା ଦ୍ୱାରା ପଠାନ୍ତୁ।”
1 Kings 14:18 in Oriya 18 ତହିଁରେ ସଦାପ୍ରଭୁ ଆପଣା ଦାସ ଅହୀୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ଯେପରି କହିଥିଲେ, ତଦନୁସାରେ ସମସ୍ତ ଇସ୍ରାଏଲ ତାହାକୁ କବର ଦେଲେ ଓ ତାହା ପାଇଁ ଶୋକ କଲେ।
2 Kings 14:25 in Oriya 25 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅମିତ୍ତୟର ପୁତ୍ର ଗାତ୍-ହେଫର ନିବାସୀ ଆପଣା ଦାସ ଯୂନସ ଭବିଷ୍ୟଦ୍ବକ୍ତାଙ୍କ ହସ୍ତରେ ଯାହା କହିଥିଲେ, ତାହାଙ୍କର ସେହି ବାକ୍ୟାନୁସାରେ ସେ ହମାତର ପ୍ରବେଶ ସ୍ଥାନଠାରୁ ଆରାବା ସମୁଦ୍ର ପର୍ଯ୍ୟନ୍ତ ଇସ୍ରାଏଲର ସୀମା ପୁନର୍ବାର ହସ୍ତଗତ କଲେ।
1 Chronicles 3:17 in Oriya 17 ବନ୍ଦୀ ଯିକନିୟର ସନ୍ତାନଗଣ;
1 Chronicles 3:19 in Oriya 19 ପଦାୟର ପୁତ୍ର ସରୁବ୍ବାବିଲ୍ ଓ ଶିମିୟି; ପୁଣି, ସରୁ ସରୁବ୍ବାବିଲ୍ର ସନ୍ତାନ ମଶୁଲ୍ଲମ୍ ଓ ହନାନୀୟ ଓ ଶଲୋମୀତ୍ ସେମାନଙ୍କର ଭଗିନୀ ଥିଲା।
1 Chronicles 6:14 in Oriya 14 ଆଉ ଅସରୀୟ ସରାୟକୁ ଜାତ କଲା ଓ ସରାୟ ଯିହୋସାଦକ୍କୁ ଜାତ କଲା।
Ezra 1:8 in Oriya 8 ପାରସ୍ୟର ରାଜା କୋରସ୍ କୋଷାଧ୍ୟକ୍ଷ ମିତ୍ରଦାତର ହସ୍ତ ଦ୍ୱାରା ତାହାସବୁ ବାହାର କରି ଆଣି ଯିହୁଦାର ଅଧିପତି ଶେଶବସରକୁ ଗଣନା କରି ଦେଲା।
Ezra 2:2 in Oriya 2 ଏମାନେ ସରୁବ୍ବାବିଲ, ଯେଶୂୟ, ନିହିମିୟା, ସରାୟ, ରିୟେଲାୟ, ମର୍ଦ୍ଦଖୟ, ବିଲ୍ଶନ୍, ମିସ୍ପର, ବିଗ୍ବୟ, ରହୂମ ଓ ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲ ବଂଶୀୟ ପୁରୁଷମାନଙ୍କର ସଂଖ୍ୟା ଏହି, ଯଥା,
Ezra 2:63 in Oriya 63 ପୁଣି, ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ, ଊରୀମ୍ ଓ ତୁମ୍ମୀମ୍ଧାରୀ କୌଣସି ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ସେମାନେ ପବିତ୍ର ବସ୍ତୁ ଭୋଜନ କରିବେ ନାହିଁ।
Ezra 3:2 in Oriya 2 ତହିଁରେ ଯୋଷାଦକର ପୁତ୍ର ଯେଶୂୟ ଓ ତାହାର ଯାଜକ ଭ୍ରାତୃଗଣ ଓ ଶଲ୍ଟୀୟେଲର ପୁତ୍ର ସରୁବ୍ବାବିଲ ଓ ତାହାର ଭ୍ରାତୃଗଣ ଉଠି ପରମେଶ୍ୱରଙ୍କ ଲୋକ ମୋଶାଙ୍କର ବ୍ୟବସ୍ଥାର ଲିଖନାନୁସାରେ ହୋମବଳି ଉତ୍ସର୍ଗ କରିବା ପାଇଁ ଇସ୍ରାଏଲର ପରମେଶ୍ୱରଙ୍କ ଯଜ୍ଞବେଦି ନିର୍ମାଣ କଲେ।
Ezra 3:8 in Oriya 8 ପରମେଶ୍ୱରଙ୍କ ଯିରୂଶାଲମସ୍ଥିତ ଗୃହକୁ ସେମାନଙ୍କ ଆଗମନର ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସରେ ଶଲ୍ଟୀୟେଲର ପୁତ୍ର ସରୁବ୍ବାବିଲ ଓ ଯୋଷାଦକର ପୁତ୍ର ଯେଶୂୟ ଓ ସେମାନଙ୍କର ଅବଶିଷ୍ଟ ଯାଜକ ଓ ଲେବୀୟ ଭ୍ରାତୃଗଣ ଓ ବନ୍ଦୀଦଶାରୁ ଯିରୂଶାଲମକୁ ଆଗତ ଲୋକ ସମସ୍ତେ ଆରମ୍ଭ କରି ସଦାପ୍ରଭୁଙ୍କ ଗୃହକାର୍ଯ୍ୟର ତତ୍ତ୍ୱାବଧାରଣ ନିମନ୍ତେ କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲେବୀୟମାନଙ୍କୁ ନିଯୁକ୍ତ କଲେ।
Ezra 4:2 in Oriya 2 ସେତେବେଳେ ସେମାନେ ସରୁବ୍ବାବିଲ ଓ ପିତୃବଂଶ ପ୍ରଧାନବର୍ଗଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭମାନଙ୍କ ସଙ୍ଗେ ନିର୍ମାଣ କରୁ; କାରଣ ଯେପରି ତୁମ୍ଭେମାନେ, ସେପରି ଆମ୍ଭେମାନେ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରୁଅଛୁ; ଆଉ, ଅଶୂରୀୟ ରାଜା ଏସରହଦ୍ଦୋନ୍, ଯେ ଆମ୍ଭମାନଙ୍କୁ ଏଠାକୁ ଆଣିଅଛି, ତାହାର ସମୟଠାରୁ ଆମ୍ଭେମାନେ ତାହାଙ୍କ ଉଦ୍ଦେଶ୍ୟରେ ବଳିଦାନ କରୁଅଛୁ।”
Ezra 4:24 in Oriya 24 ତହୁଁ ଯିରୂଶାଲମରେ ପରମେଶ୍ୱରଙ୍କ ଗୃହର କାର୍ଯ୍ୟ ବନ୍ଦ ହେଲା। ପୁଣି, ପାରସ୍ୟ ରାଜା ଦାରୀୟାବସଙ୍କର ଅଧିକାରର ଦ୍ୱିତୀୟ ବର୍ଷ ପର୍ଯ୍ୟନ୍ତ ତାହା ବନ୍ଦ ହୋଇ ରହିଲା।
Ezra 6:14 in Oriya 14 ଏଥିରେ ହାଗୟ ଭବିଷ୍ୟଦ୍ବକ୍ତାଙ୍କର ଓ ଇଦ୍ଦୋର ପୁତ୍ର ଜିଖରୀୟଙ୍କ ଭବିଷ୍ୟଦ୍ବାକ୍ୟ ସହକାରେ ଯିହୁଦୀୟ ପ୍ରାଚୀନବର୍ଗ ମନ୍ଦିରକୁ ନିର୍ମାଣ କଲେ ଓ କୃତକାର୍ଯ୍ୟ ହେଲେ। ଆଉ, ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞାନୁସାରେ ଓ ପାରସ୍ୟ ରାଜା କୋରସ୍ ଓ ଦାରୀୟାବସ ଓ ଅର୍ତ୍ତକ୍ଷସ୍ତର ଆଜ୍ଞାନୁସାରେ ନିର୍ମାଣ କରି ସମାପ୍ତ କଲେ।
Nehemiah 5:14 in Oriya 14 ଆହୁରି, ମୁଁ ଯିହୁଦା ଦେଶରେ ସେମାନଙ୍କର ଅଧ୍ୟକ୍ଷ ପଦରେ ନିଯୁକ୍ତ ଥିବା ସମୟଠାରୁ, ଅର୍ଥାତ୍, ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର କୋଡ଼ିଏ ବର୍ଷଠାରୁ ବତିଶ ବର୍ଷ ପର୍ଯ୍ୟନ୍ତ ବାର ବର୍ଷ, ମୁଁ ଓ ମୋ' ଭ୍ରାତୃଗଣ ଦେଶାଧ୍ୟକ୍ଷର ଖାଦ୍ୟ ଭୋଗ କଲୁ ନାହିଁ।
Nehemiah 7:7 in Oriya 7 ଏମାନେ ସରୁବ୍ବାବିଲ, ଯେଶୂୟ, ନିହିମିୟା, ଅସରୀୟ, ରୟମା, ନହମାନି, ମର୍ଦ୍ଦଖୟ, ବିଲଶନ୍, ମିସ୍ପର, ବିଗ୍ବୟ, ନହୂମ, ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲ ବଂଶୀୟ ପୁରୁଷଗଣର ସଂଖ୍ୟା ଏହି, ଯଥା,
Nehemiah 8:9 in Oriya 9 ପୁଣି, ଶାସନକର୍ତ୍ତା ନିହିମିୟା ଓ ଅଧ୍ୟାପକ ଓ ଯାଜକ ଏଜ୍ରା ଓ ଲୋକମାନଙ୍କର ଶିକ୍ଷକ ଲେବୀୟମାନେ ସମସ୍ତ ଲୋକଙ୍କୁ କହିଲେ, “ଆଜିଦିନ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ; ଶୋକ ନ କର କି ରୋଦନ ନ କର।” କାରଣ ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ, ସମସ୍ତ ଲୋକ ରୋଦନ କଲେ।
Nehemiah 12:1 in Oriya 1 ଯେଉଁ ଯାଜକମାନେ ଓ ଲେବୀୟମାନେ ଶଲ୍ଟୀୟେଲର ପୁତ୍ର ସରୁବ୍ବାବିଲ ଓ ଯେଶୂୟ ସଙ୍ଗେ ଆସିଥିଲେ, ସେମାନେ ଏହି, ଯଥା, ସରାୟ, ଯିରିମୀୟ, ଏଜ୍ରା;
Nehemiah 12:10 in Oriya 10 ପୁଣି, ଯେଶୂୟର ପୁତ୍ର ଯୋୟାକୀମ୍, ଯୋୟାକୀମ୍ର ପୁତ୍ର ଇଲୀୟାଶୀବ୍ ଓ ଇଲିୟାଶୀବ୍ର ପୁତ୍ର ଯୋୟାଦ୍,
Haggai 1:12 in Oriya 12 ସେତେବେଳେ ଶଲ୍ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମହାଯାଜକ ଓ ଲୋକମାନଙ୍କର ଅବଶିଷ୍ଟାଂଶ ସମସ୍ତେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ରବରେ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ହାଗୟ ଭବିଷ୍ୟଦ୍ବକ୍ତାଙ୍କ ନିକଟକୁ ଯେଉଁ ସବୁ ବାକ୍ୟ ପ୍ରେରଣ କରିଥିଲେ, ସେହିସବୁରେ ମନୋଯୋଗ କଲେ; ଆଉ, ଲୋକମାନେ ସଦାପ୍ରଭୁଙ୍କ ଛାମୁରେ ଭୀତ ହେଲେ।
Haggai 1:14 in Oriya 14 ପୁଣି, ସଦାପ୍ରଭୁ ଶଲ୍ଟୀୟେଲଙ୍କ ପୁତ୍ର ଯିହୁଦୀୟ ଦେଶାଧ୍ୟକ୍ଷ ଯିରୁବ୍ବାବିଲଙ୍କ ଆତ୍ମାକୁ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମହାଯାଜକଙ୍କ ଆତ୍ମାକୁ, ଆଉ ଲୋକମାନଙ୍କର ଅବଶିଷ୍ଟାଂଶ ସମସ୍ତଙ୍କର ଆତ୍ମାକୁ ଉତ୍ତେଜିତ କଲେ; ତହିଁରେ ସେମାନେ ଦାରୀୟାବସ୍ ରାଜାର ଅଧିକାରର ଦ୍ୱିତୀୟ ବର୍ଷର ଷଷ୍ଠ ମାସର ଚତୁର୍ବିଂଶ ଦିନରେ ଆସି,
Haggai 2:1 in Oriya 1 ସପ୍ତମ ମାସ, ମାସର ଏକବିଂଶ ଦିନରେ ହାଗୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
Haggai 2:4 in Oriya 4 ତଥାପି ସଦାପ୍ରଭୁ କହନ୍ତି, ହେ ଯିରୁବ୍ବାବିଲ, ତୁମ୍ଭେ ଏବେ ବଳବାନ୍ ହୁଅ; ଆଉ, ହେ ଯିହୋଷାଦକର ପୁତ୍ର ଯିହୋଶୂୟ ମହାଯାଜକ, ତୁମ୍ଭେ ବଳବାନ୍ ହୁଅ; ପୁଣି, ହେ ଦେଶସ୍ଥ ଲୋକ ସମସ୍ତେ, ତୁମ୍ଭେମାନେ ବଳବାନ୍ ହୁଅ ଓ କାର୍ଯ୍ୟ କର, ଏହା ସଦାପ୍ରଭୁ କହନ୍ତି;
Haggai 2:10 in Oriya 10 ଦାରୀୟାବସ୍ର ଅଧିକାରର ଦ୍ୱିତୀୟ ବର୍ଷର ନବମ ମାସର ଚତୁର୍ବିଂଶ ଦିନରେ ହାଗୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି;
Haggai 2:20 in Oriya 20 ଏଥିଉତ୍ତାରେ ମାସର ଚତୁର୍ବିଂଶ ଦିନ ସଦାପ୍ରଭୁଙ୍କର ବାକ୍ୟ ଦ୍ୱିତୀୟ ଥର ହାଗୟଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
Zechariah 4:6 in Oriya 6 ତହିଁରେ ସେ ମୋତେ ଉତ୍ତର କରି କହିଲେ, “ଏହା ଯିରୁବ୍ବାବିଲଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ, ଯଥା, ପରାକ୍ରମ ଦ୍ୱାରା ନୁହେଁ, କିଅବା ବଳ ଦ୍ୱାରା ନୁହେଁ, ମାତ୍ର ଆମ୍ଭର ଆତ୍ମା ଦ୍ୱାରା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।”
Matthew 1:12 in Oriya 12 ବାବିଲୋନକୁ ନିର୍ବାସିତ ହେବା ପରେ ଯିକନୀୟ ଶଲ୍ଟୀୟେଲଙ୍କୁ ଜନ୍ମ ଦେଲେ, ଶଲ୍ଟୀୟେଲ୍ ଜିରୁବାବିଲଙ୍କୁ ଜନ୍ମ ଦେଲେ,
Luke 3:27 in Oriya 27 ଯୋଦା ଯୋହନଙ୍କ ପୁତ୍ର, ଯୋହନ ରେଷାଙ୍କ ପୁତ୍ର, ରେଷା ଜିରୁବାବିଲଙ୍କ ପୁତ୍ର, ଜିରୁବାବିଲ ଶଲ୍ଟୀୟେଲ୍ଙ୍କ ପୁତ୍ର, ଶଲ୍ଟୀୟେଲ୍ ନେରୀଙ୍କ ପୁତ୍ର,