Deuteronomy 12:5 in Oriya 5 ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ନାମ ରଖିବା ନିମନ୍ତେ ତୁମ୍ଭମାନଙ୍କ ସମସ୍ତ ବଂଶ ମଧ୍ୟରୁ ଯେଉଁ ସ୍ଥାନ ମନୋନୀତ କରିବେ, ତାହାଙ୍କ ସେହି ନିବାସ ସ୍ଥାନ ତୁମ୍ଭେମାନେ ଅନ୍ୱେଷଣ କରିବ ଓ ସେହି ସ୍ଥାନକୁ ତୁମ୍ଭେ ଯିବ;
Other Translations King James Version (KJV) But unto the place which the LORD your God shall choose out of all your tribes to put his name there, even unto his habitation shall ye seek, and thither thou shalt come:
American Standard Version (ASV) But unto the place which Jehovah your God shall choose out of all your tribes, to put his name there, even unto his habitation shall ye seek, and thither thou shalt come;
Bible in Basic English (BBE) But let your hearts be turned to the place which will be marked out by the Lord your God, among your tribes, to put his name there;
Darby English Bible (DBY) but unto the place which Jehovah your God will choose out of all your tribes to set his name there, his habitation shall ye seek, and thither thou shalt come;
Webster's Bible (WBT) But the place which the LORD your God shall choose out of all your tribes to put his name there, even his habitation shall ye seek, and thither thou shalt come:
World English Bible (WEB) But to the place which Yahweh your God shall choose out of all your tribes, to put his name there, even to his habitation shall you seek, and there you shall come;
Young's Literal Translation (YLT) but unto the place which Jehovah your God doth choose out of all your tribes to put His name there, to His tabernacle ye seek, and thou hast entered thither,
Cross Reference Exodus 15:2 in Oriya 2 ସଦାପ୍ରଭୁ ଆମ୍ଭର ବଳ ଓ ଗାନ, ପୁଣି, ସେ ଆମ୍ଭର ପରିତ୍ରାଣ ହୋଇଅଛନ୍ତି; ସେ ଆମ୍ଭର ପରମେଶ୍ୱର, ଆମ୍ଭେ ତାହାଙ୍କର ପ୍ରଶଂସା କରିବା; ସେ ଆମ୍ଭର ପୈତୃକ ପରମେଶ୍ୱର, ଆମ୍ଭେ ତାହାଙ୍କର ଗୁଣାନୁବାଦ କରିବା।
Exodus 25:22 in Oriya 22 ଆଉ ଆମ୍ଭେ ସେହି ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା ଓ ପାପାଚ୍ଛାଦନର ଉପରି ଭାଗରୁ, ଅର୍ଥାତ୍, ସାକ୍ଷ୍ୟ-ସିନ୍ଦୁକର ଉପରିସ୍ଥ କିରୂବ ଦ୍ୱୟ ମଧ୍ୟରୁ ତୁମ୍ଭ ସଙ୍ଗେ ଆଳାପ କରି ଇସ୍ରାଏଲ-ସନ୍ତାନଗଣ ବିଷୟକ ଆମ୍ଭର ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବା।
Numbers 7:89 in Oriya 89 ଏଉତ୍ତାରେ ମୋଶା ତାହାଙ୍କ ସହିତ କଥା କହିବାକୁ ସମାଗମ-ତମ୍ବୁରେ ପ୍ରବେଶ କରନ୍ତେ, ସାକ୍ଷ୍ୟସିନ୍ଦୁକର ଉପରିସ୍ଥିତ ପାପାଚ୍ଛାଦନର ଉପରୁ, କିରୂବଦ୍ୱୟ ମଧ୍ୟରୁ ଆପଣା ପ୍ରତି ବାକ୍ୟବାଦୀ ରବ ଶୁଣିଲେ; ପୁଣି, ସେ ତାଙ୍କ ସହିତ କଥା କହିଲେ।
Deuteronomy 12:11 in Oriya 11 ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନକୁ ତୁମ୍ଭେମାନେ ମୋହର ଆଜ୍ଞାନୁସାରେ ଆପଣା ଆପଣା ହୋମ-ନୈବେଦ୍ୟ ଓ ଆପଣା ଆପଣା ବଳିଦାନ, ଆପଣା ଆପଣା ଦଶମାଂଶ, ଆପଣା ଆପଣା ହସ୍ତର ଉତ୍ତୋଳନୀୟ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନାସିବାର ତୁମ୍ଭମାନଙ୍କ ସକଳ ମନୋନୀତ ମାନତ ଆଣିବ।
Deuteronomy 12:13 in Oriya 13 ଆପଣା ବିଷୟରେ ସାବଧାନ ହୁଅ, ଯେଉଁ ପ୍ରତ୍ୟେକ ସ୍ଥାନ ତୁମ୍ଭେ ଦେଖିବ, ଯେପରି ସେସବୁ ସ୍ଥାନରେ ଆପଣା ହୋମବଳି ଉତ୍ସର୍ଗ ନ କର।
Deuteronomy 16:2 in Oriya 2 ପୁଣି ସଦାପ୍ରଭୁ ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗୋମେଷାଦି ପଲରୁ ନିସ୍ତାରପର୍ବୀୟ ବଳିଦାନ କରିବ।
Deuteronomy 26:2 in Oriya 2 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦତ୍ତ ଆପଣା ସେହି ଦେଶର ଭୂମିଜାତ ସମସ୍ତ ପ୍ରଥମ ଫଳରୁ କିଛି କିଛି ରଖିବ ଓ ଚାଙ୍ଗୁଡ଼ିରେ ତାହା ନେଇ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପ୍ରତିଷ୍ଠା କରାଇବା ନିମନ୍ତେ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନକୁ ଗମନ କରିବ।
Joshua 9:27 in Oriya 27 ଆଉ ଯିହୋଶୂୟ ସେମାନଙ୍କୁ ସେହି ଦିନରୁ ଆଜିଯାଏ, ସଦାପ୍ରଭୁଙ୍କ ମନୋନୀତ ସ୍ଥାନରେ ମଣ୍ଡଳୀର ଓ ସଦାପ୍ରଭୁଙ୍କ ଯଜ୍ଞବେଦିର କାଠକଟାଳୀ ଓ ଜଳକଢ଼ାଳୀ କଲେ।
Joshua 18:1 in Oriya 1 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ଶୀଲୋରେ ଆପଣାମାନଙ୍କୁ ଏକତ୍ର କରି ସେଠାରେ ସମାଗମ-ତମ୍ବୁ ସ୍ଥାପନ କଲେ; ଦେଶ ସେମାନଙ୍କ ସମ୍ମୁଖରେ ପରାଜିତ ଥିଲା।
1 Kings 8:16 in Oriya 16 ଆମ୍ଭେ ଆପଣା ଇସ୍ରାଏଲ-ଲୋକଙ୍କୁ ମିସରରୁ ବାହାର କରି ଆଣିବା ଦିନାବଧି ଆମ୍ଭ ନାମ ସ୍ଥାପନାର୍ଥେ ଗୃହ ନିର୍ମାଣ କରିବା ପାଇଁ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ କୌଣସି ନଗର ମନୋନୀତ କରି ନାହୁଁ; ମାତ୍ର ଆମ୍ଭେ ଆପଣା ଲୋକ ଇସ୍ରାଏଲର ଅଧ୍ୟକ୍ଷ ହେବା ପାଇଁ ଦାଉଦକୁ ମନୋନୀତ କଲୁ।”
1 Kings 8:20 in Oriya 20 ସଦାପ୍ରଭୁ ଆପଣାର ଉକ୍ତ ଏହି କଥା ସଫଳ କରିଅଛନ୍ତି; କାରଣ, ସଦାପ୍ରଭୁଙ୍କ ପ୍ରତିଜ୍ଞାନୁସାରେ ମୁଁ ଆପଣା ପିତା ଦାଉଦଙ୍କର ପଦରେ ଉତ୍ପନ୍ନ ଓ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ସେହି ଗୃହ ନିର୍ମାଣ କଲି।
1 Kings 8:27 in Oriya 27 ମାତ୍ର, ପରମେଶ୍ୱର କ'ଣ ପୃଥିବୀରେ ନିତାନ୍ତ ବାସ କରିବେ ? ଦେଖ, ସ୍ୱର୍ଗ ଓ ସ୍ୱର୍ଗର (ଉପରିସ୍ଥ) ସ୍ୱର୍ଗ ତୁମ୍ଭକୁ ଧାରଣ କରି ନ ପାରେ; ତେବେ ମୋ' ନିର୍ମିତ ଏହି ଗୃହ କ'ଣ ପାରିବ ?
1 Kings 8:29 in Oriya 29 ପୁଣି, ଯେଉଁ ସ୍ଥାନ ବିଷୟରେ ତୁମ୍ଭେ କହିଅଛ,'ଏହିଠାରେ ଆମ୍ଭ ନାମ ରହିବ', ସେହି ସ୍ଥାନ, ଅର୍ଥାତ୍, ଏହି ଗୃହ ପ୍ରତି ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ; ଏହି ସ୍ଥାନ ଅଭିମୁଖରେ ତୁମ୍ଭ ଦାସ ଯାହା ପ୍ରାର୍ଥନା କରିବ, ତାହା ଶୁଣ।
1 Kings 14:21 in Oriya 21 ଶଲୋମନଙ୍କର ପୁତ୍ର ରିହବୀୟାମ ଯିହୁଦା-ଦେଶରେ ରାଜ୍ୟ କଲେ। ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ରିହବୀୟାମଙ୍କୁ ଏକଚାଳିଶ ବର୍ଷ ବୟସ ହୋଇଥିଲା, ପୁଣି, ସଦାପ୍ରଭୁ ଆପଣା ନାମ ସ୍ଥାପନାର୍ଥେ ସମୁଦାୟ ଇସ୍ରାଏଲ-ବଂଶ ମଧ୍ୟରୁ ଯେଉଁ ନଗର ମନୋନୀତ କରିଥିଲେ, ସେହି ଯିରୂଶାଲମରେ ସେ ସତର ବର୍ଷ ରାଜ୍ୟ କଲେ ଓ ତାଙ୍କର ମାତାର ନାମ ନୟମା ଯେ ଅମ୍ମୋନୀୟା ଥିଲେ।
1 Chronicles 22:1 in Oriya 1 ସେତେବେଳେ ଦାଉଦ କହିଲେ, “ଏହି ଗୃହ ସଦାପ୍ରଭୁ ପରମେଶ୍ୱରଙ୍କର ଓ ଏହି ହୋମବଳିର ବେଦି ଇସ୍ରାଏଲର।”
2 Chronicles 7:12 in Oriya 12 ଏଥି ଉତ୍ତାରେ ସଦାପ୍ରଭୁ ଶଲୋମନଙ୍କୁ ରାତ୍ରିରେ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଏହି ସ୍ଥାନକୁ ବଳିଦାନର ଗୃହ ରୂପେ ଆପଣା ପାଇଁ ମନୋନୀତ କଲୁ।
Psalm 78:68 in Oriya 68 ମାତ୍ର ଯିହୂଦା ଗୋଷ୍ଠୀକୁ, ଆପଣାର ପ୍ରିୟ ସିୟୋନ ପର୍ବତକୁ ମନୋନୀତ କଲେ।
Psalm 87:2 in Oriya 2 ସଦାପ୍ରଭୁ ଯାକୁବର ସମସ୍ତ ବାସସ୍ଥାନ ଅପେକ୍ଷା ସିୟୋନର ଦ୍ୱାରସମୂହକୁ ଅଧିକ ସ୍ନେହ କରନ୍ତି।
Psalm 132:13 in Oriya 13 କାରଣ ସଦାପ୍ରଭୁ ସିୟୋନକୁ ମନୋନୀତ କରିଅଛନ୍ତି; ସେ ଆପଣା ନିବାସ ନିମନ୍ତେ ତାହା ବାଞ୍ଛା କରିଅଛନ୍ତି।
Isaiah 66:1 in Oriya 1 ସଦାପ୍ରଭୁ ଏହି କଥା କହନ୍ତି, “ସ୍ୱର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ; ତୁମ୍ଭେମାନେ ଆମ୍ଭ ନିମନ୍ତେ କିପ୍ରକାର ଗୃହ ନିର୍ମାଣ କରିବ ? ଓ କେଉଁ ସ୍ଥାନ ଆମ୍ଭର ବିଶ୍ରାମ ସ୍ଥାନ ହେବ ?
John 4:20 in Oriya 20 ଆମ୍ଭମାନଙ୍କ ପିତୃପୁରୁଷମାନେ ଏହି ପର୍ବତରେ ଉପାସନା କଲେ; ଆଉ, ଆପଣମାନେ କହୁଅଛନ୍ତି, ଯେଉଁ ସ୍ଥାନରେ ଉପାସନା କରିବା ଉଚିତ୍, ତାହା ଯିରୂଶାଲମରେ ଅଛି।
Acts 7:48 in Oriya 48 ତଥାପି ଯେ ମହାନ ଈଶ୍ୱର, ସେ ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ, ଯେପରି ଭାବବାଦୀ କହନ୍ତି,
Ephesians 2:20 in Oriya 20 ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ, ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେହି କୋଣର ପ୍ରଧାନ ପ୍ରସ୍ତର;
Colossians 2:9 in Oriya 9 କାରଣ ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ଈଶ୍ୱରତ୍ତ୍ୱ ଦେହବନ୍ତ ହୋଇ ବାସ କରେ,
Hebrews 12:22 in Oriya 22 କିନ୍ତୁ ତୁମ୍ଭେମାନେ ସିୟୋନ ପର୍ବତ ଓ ଜୀବନ୍ତ ଇଶ୍ବରଙ୍କ ନଗର, ଅର୍ଥାତ୍, ସ୍ୱର୍ଗୀୟ ଯିରୂଶାଲମ, ଅସଂଖ୍ୟ ଦୂତବାହିନୀଙ୍କ ମହୋତ୍ସବ,
Revelation 14:1 in Oriya 1 ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସିୟୋନ ପର୍ବତ ଉପରେ ମେଷଶାବକ ଆଉ ଯେଉଁମାନଙ୍କ କପାଳରେ ତାହାଙ୍କ ନାମ ଓ ତାହାଙ୍କ ପିତାଙ୍କ ନାମ ଲିଖିତ ଥିଲା, ଏପରି ୧୪୪,୦୦୦ (ଏକ ଲକ୍ଷ ଚୌରାଳିଶ ହଜାର) ଲୋକଙ୍କୁ ତାହାଙ୍କ ସହିତ ଦଣ୍ଡାୟମାନ ଥିବାର ଦେଖିଲି।