1 Thessalonians 4:16 in Oriya 16 କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଇଶ୍ବରଙ୍କ ତୂରୀବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ, ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଅଛନ୍ତି, ସେମାନେ ପ୍ରଥମରେ ଉଠିବେ;
Other Translations King James Version (KJV) For the Lord himself shall descend from heaven with a shout, with the voice of the archangel, and with the trump of God: and the dead in Christ shall rise first:
American Standard Version (ASV) For the Lord himself shall descend from heaven, with a shout, with the voice of the archangel, and with the trump of God: and the dead in Christ shall rise first;
Bible in Basic English (BBE) Because the Lord himself will come down from heaven with a word of authority, with the voice of the chief angel, with the sound of a horn: and the dead in Christ will come to life first;
Darby English Bible (DBY) for the Lord himself, with an assembling shout, with archangel's voice and with trump of God, shall descend from heaven; and the dead in Christ shall rise first;
World English Bible (WEB) For the Lord himself will descend from heaven with a shout, with the voice of the archangel, and with God's trumpet. The dead in Christ will rise first,
Young's Literal Translation (YLT) because the Lord himself, in a shout, in the voice of a chief-messenger, and in the trump of God, shall come down from heaven, and the dead in Christ shall rise first,
Cross Reference Exodus 19:16 in Oriya 16 ଏଥିଉତ୍ତାରେ ତୃତୀୟ ଦିନର ପ୍ରଭାତ ହୁଅନ୍ତେ, ମେଘ ଗର୍ଜ୍ଜନ ଓ ବିଜୁଳି ଓ ପର୍ବତ ଉପରେ ନିବିଡ଼ ମେଘ ଓ ଅତିଶୟ ଉଚ୍ଚ ସ୍ୱରରେ ତୂରୀଧ୍ୱନି ହେବାକୁ ଲାଗିଲା; ତହିଁରେ ଛାଉଣିସ୍ଥିତ ସମସ୍ତ ଲୋକ କମ୍ପାନ୍ୱିତ ହେଲେ।
Exodus 20:18 in Oriya 18 ସେତେବେଳେ ସମସ୍ତ ଲୋକ ମେଘ ଗର୍ଜ୍ଜନ ଓ ବିଜୁଳି ଓ ତୂରୀଧ୍ୱନି ଓ ଧୂମଯୁକ୍ତ ପର୍ବତ ଦେଖିଲେ; ପୁଣି, ତାହା ଦେଖି ସେମାନେ କମ୍ପିତ ହୋଇ ଦୂରରେ ଠିଆ ହେଲେ।
Numbers 23:21 in Oriya 21 ସେ ଯାକୁବ ମଧ୍ୟରେ ଅଧର୍ମ ଦୃଷ୍ଟିଗୋଚର କରି ନାହାନ୍ତି, କିଅବା ସେ ଇସ୍ରାଏଲ ମଧ୍ୟରେ ଉପଦ୍ରବ ଦେଖି ନାହାନ୍ତି; ସେମାନଙ୍କର ପରମେଶ୍ୱର ସଦାପ୍ରଭୁ ସେମାନଙ୍କ ସଙ୍ଗରେ ଅଛନ୍ତି, ପୁଣି, ରାଜାର ଜୟଧ୍ୱନି ସେମାନଙ୍କ ମଧ୍ୟରେ ଅଛି।
Psalm 47:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ କୋରହସନ୍ତାନଗଣର ଗୀତ। ହେ ସର୍ବଗୋଷ୍ଠୀୟମାନେ, କରତାଳି ଦିଅ; ଆନନ୍ଦସ୍ୱରରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
Psalm 47:5 in Oriya 5 ପରମେଶ୍ୱର ଜୟଧ୍ୱନିରେ, ସଦାପ୍ରଭୁ ତୂରୀଧ୍ୱନିରେ ଊର୍ଦ୍ଧ୍ୱକୁ ବିଜେ କରିଅଛନ୍ତି।
Isaiah 25:8 in Oriya 8 ସେ ମୃତ୍ୟୁୁକୁ ଅନନ୍ତ କାଳ ନିମନ୍ତେ ଗ୍ରାସ କରିଅଛନ୍ତି ଓ ପ୍ରଭୁ, ସଦାପ୍ରଭୁ, ସମସ୍ତଙ୍କ ମୁଖରୁ ଲୋତକ ଜଳ ପୋଛି ଦେବେ ଓ ସମୁଦାୟ ପୃଥିବୀରୁ ଆପଣା ଲୋକମାନଙ୍କର ଦୁର୍ନାମ ଦୂର କରିବେ; କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି।
Isaiah 27:13 in Oriya 13 ଆଉ, ସେହି ଦିନରେ ଏକ ବୃହତ ତୂରୀ ବାଜିବ; ପୁଣି, ଅଶୂର ଦେଶରେ ନଷ୍ଟକଳ୍ପ ଓ ମିସର ଦେଶରେ ତାଡ଼ିତ ଲୋକମାନେ ଆସିବେ; ପୁଣି, ସେମାନେ ଯିରୂଶାଲମର ପବିତ୍ର ପର୍ବତରେ ସଦାପ୍ରଭୁଙ୍କୁ ପ୍ରଣାମ କରିବେ।
Joel 2:11 in Oriya 11 ପୁଣି, ସଦାପ୍ରଭୁ ଆପଣା ସୈନ୍ୟସାମନ୍ତ ସମ୍ମୁଖରେ ଆପଣା ରବ ଉଚ୍ଚାରଣ କରନ୍ତି; କାରଣ ତାହାଙ୍କର ଛାଉଣୀ ଅତି ବଡ଼; କାରଣ ତାହାଙ୍କର ବାକ୍ୟ ଯେ ସାଧନ କରେ, ସେ ବଳବାନ୍। କାରଣ ସଦାପ୍ରଭୁଙ୍କର ଦିନ ମହତ୍ ଓ ଅତି ଭୟାନକ; ଆଉ କିଏ ତାହା ସହ୍ୟ କରି ପାରେ ?
Zechariah 4:7 in Oriya 7 “ହେ ବୃହତ ପର୍ବତ, ତୁମ୍ଭେ କିଏ ଯିରୁବ୍ବାବିଲଙ୍କ ସମ୍ମୁଖରେ ତୁମ୍ଭେ ସମଭୂମି ହେବ ଆଉ, ତହିଁ ପ୍ରତି ଅନୁଗ୍ରହ, ଅନୁଗ୍ରହ, ଏହି ଜୟଧ୍ୱନି କରି ସେ ମସ୍ତକ ସ୍ୱରୂପ ପ୍ରସ୍ତର ବାହାର କରି ଆଣିବ ?”
Zechariah 9:9 in Oriya 9 ଗୋ ସିୟୋନ କନ୍ୟେ, ଅତିଶୟ ଉଲ୍ଲାସ କର ! ଗୋ ଯିରୂଶାଲମ କନ୍ୟେ, ଜୟଧ୍ୱନି କର ! ଦେଖ, ତୁମ୍ଭର ରାଜା ତୁମ୍ଭ ନିକଟକୁ ଆସୁଅଛନ୍ତି; ସେ ଧର୍ମମୟ ଓ ପରିତ୍ରାଣବିଶିଷ୍ଟ; ସେ ନମ୍ରଶୀଳ ଓ ଗର୍ଦ୍ଦଭ ଉପରେ, ଅର୍ଥାତ୍, ଗର୍ଦ୍ଦଭୀର ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି।
Zechariah 9:14 in Oriya 14 ପୁଣି, ସଦାପ୍ରଭୁ ସେମାନଙ୍କୁ ଉର୍ଦ୍ଧ୍ୱରୁ ଦେଖା ଯିବେ ଓ ତାହାଙ୍କର ତୀର ବିଜୁଳି ପରି ବାହାର ହେବ; ଆଉ, ପ୍ରଭୁ ସଦାପ୍ରଭୁ ତୂରୀ ବଜାଇବେ ଓ ଦକ୍ଷିଣ ଦିଗର ଘୂର୍ଣ୍ଣିବାୟୁରେ ଗମନ କରିବେ।
Matthew 16:27 in Oriya 27 ପୁଣି, ମନୁଷ୍ୟପୁତ୍ର ଆପଣା ପିତାଙ୍କ ମହିମାରେ ନିଜ ଦୂତମାନଙ୍କ ସହିତ ଆଗମନ କରିବେ ଏବଂ ସେତେବେଳେ ସେ ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବେ।
Matthew 24:30 in Oriya 30 ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ, ପୁଣି, ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଏବଂ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।
Matthew 25:31 in Oriya 31 ମନୁଷ୍ୟପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ୱମହିମାରେ ଆସିବେ, ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ବସିବେ,
Matthew 26:64 in Oriya 64 ଯୀଶୁ ତାହାଙ୍କୁ କହିଲେ, ଆପଣ କହିଅଛନ୍ତି; ଆହୁରି ମୁଁ ଆପଣମାନଙ୍କୁ କହୁଅଛି, ଅଦ୍ୟାବଧି ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।
Acts 1:11 in Oriya 11 ପୁଣି, ସେମାନେ କହିଲେ, ହେ ଗାଲିଲୀୟ ଲୋକେ, କାହିଁକି ତୁମ୍ଭେମାନେ ଆକାଶ ଆଡ଼କୁ ଚାହିଁ ଠିଆ ହୋଇଅଛ ? ଏହି ଯେଉଁ ଯୀଶୁ ତୁମ୍ଭମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ, ତାହାଙ୍କୁ ତୁମ୍ଭେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ, ସେ ସେହି ପ୍ରକାରେ ଆଗମନ କରିବେ।
1 Corinthians 15:23 in Oriya 23 କିନ୍ତୁ ପ୍ରତ୍ୟେକ ଜଣ ଆପଣା ଆପଣା କ୍ରମାନୁସାରେ ପ୍ରଥମ ଫଳ ସ୍ୱରୂପ ଖ୍ରୀଷ୍ଟ, ପରେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତାହାଙ୍କ ଆଶ୍ରିତମାନେ;
1 Corinthians 15:51 in Oriya 51 ଦେଖ, ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଅଛି, ଆମ୍ଭେମାନେ ସମସ୍ତେ ମହାନିଦ୍ରାପ୍ରାପ୍ତ ହେବା ନାହିଁ,
2 Thessalonians 1:7 in Oriya 7 ସେତେବେଳେ ତୁମ୍ଭମାନଙ୍କୁ କଷ୍ଟ ଦେଉଥିବା ଲୋକମାନଙ୍କୁ ପ୍ରତିଫଳ ଭାବରେ କଷ୍ଟ ଦେବା ଓ କଷ୍ଟ ଭୋଗ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ସହିତ ବିଶ୍ରାମ ଦେବା, ଏହା ତ ଇଶ୍ବରଙ୍କ ପକ୍ଷରେ ନ୍ୟାୟର ବିଷୟ;
2 Thessalonians 2:1 in Oriya 1 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ଓ ତାହାଙ୍କ ନିକଟରେ ଆମ୍ଭମାନଙ୍କ ଏକତ୍ର ହେବା ବିଷୟରେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ,
2 Peter 3:10 in Oriya 10 ପ୍ରଭୁଙ୍କ ଦିନ ଚୋରର ପରି ଉପସ୍ଥିତ ହେବ। ସେହି ଦିନ ଆକାଶମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ, ପୁଣି, ମୌଳିକ ବସ୍ତୁସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁସବୁ ଦଗ୍ଧ ହେବ।
Jude 1:9 in Oriya 9 କିନ୍ତୁ ପ୍ରଧାନ ଦୂତ ମୀଖାୟେଲ ମୋଶାଙ୍କ ଶବ ବିଷୟରେ ଶୟତାନ ସହିତ ବାଦାନୁବାଦ କରିବା ସମୟରେ ନିନ୍ଦା କରି ତାହାର ବିଚାର କରିବାକୁ ସାହସୀ ନ ହୋଇ, କେବଳ ଏତିକି କହିଲେ, ପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ।
Revelation 1:7 in Oriya 7 ଦେଖ ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ। ହଁ ଆମେନ୍।
Revelation 1:10 in Oriya 10 ମୁଁ ପ୍ରଭୁଙ୍କ ଦିନରେ ଆତ୍ମାଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଚାଳିତ ହୋଇ ମୋହର ପଶ୍ଚାତରେ ତୂରୀଶବ୍ଦ ପରି ଗୋଟିଏ ମହାସ୍ୱର ଏହା କହୁଥିବା ଶୁଣିଲି,
Revelation 8:13 in Oriya 13 ପରେ ମୁଁ ଦୃଷ୍ଟିପାତ କଲି, ଆଉ ଆକାଶର ମଧ୍ୟଭାଗରେ ଉଡ଼ୁଥିବା ଗୋଟିଏ ଉତ୍କ୍ରୋଶପକ୍ଷୀ ଉଚ୍ଚସ୍ୱରରେ ଏହା କହୁଥିବା ଶୁଣିଲି, ହାୟ, ହାୟ, ହାୟ, ପୃଥିବୀନିବାସୀମାନେ ସନ୍ତାପର ପାତ୍ର, କାରଣ ଆହୁରି ତିନି ଜଣ ଦୂତ ତୂରୀଧ୍ୱନୀ କରିବାକୁ ଯାଉଅଛନ୍ତି।
Revelation 14:13 in Oriya 13 ପୁଣି, ମୁଁ ସ୍ୱର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କଠାରେ ଥାଇ ମରନ୍ତି, ସେମାନେ ଧନ୍ୟ; ହଁ, ଆତ୍ମା କହୁଅଛନ୍ତି, ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ।
Revelation 20:5 in Oriya 5 ଅବଶିଷ୍ଟ ମୃତ ଲୋକମାନେ ସେହି ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ଜୀବିତ ହେଲେ ନାହିଁ। ଏହା ହିଁ ପ୍ରଥମ ପୁନରୁତ୍ଥାନ।