Psalm 120 in Oriya

1 ଆରୋହଣ ଗୀତ। ମୁଁ ଆପଣା ବିପଦରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି, ତହିଁରେ ସେ ମୋତେ ଉତ୍ତର ଦେଲେ।

2 ହେ ସଦାପ୍ରଭୁ, ମିଥ୍ୟାବାଦୀ ଓଷ୍ଠାଧରରୁ ଓ ପ୍ରବଞ୍ଚକ ଜିହ୍ୱାରୁ ମୋ' ପ୍ରାଣକୁ ଉଦ୍ଧାର କର।

3 ହେ ପ୍ରବଞ୍ଚକ ଜିହ୍ୱେ, ତୁମ୍ଭକୁ କଅଣ ଦିଆଯିବ ଓ ତୁମ୍ଭ ପ୍ରତି ଅଧିକ କଅଣ କରାଯିବ ?

4 ବୀରର ତୀକ୍ଷ୍‍ଣ ତୀର ଓ ରେତମ କାଷ୍ଠର ଅଙ୍ଗାର।

5 ହାୟ, ହାୟ, ମୁଁ ମେଶକରେ ପ୍ରବାସ କରେ। ମୁଁ କେଦାରର ତମ୍ବୁସମୂହ ମଧ୍ୟରେ ବାସ କରେ।

6 ଶାନ୍ତି ଘୃଣାକାରୀ ଲୋକ ସହିତ ମୋ' ପ୍ରାଣ ଦୀର୍ଘ କାଳ ବାସ କରିଅଛି।

7 ମୁଁ ଶାନ୍ତି ଚାହେଁ; ମାତ୍ର ମୁଁ କଥା କହିଲେ, ସେମାନେ ଯୁଦ୍ଧ ଚାହାନ୍ତି।