Psalm 121 in Oriya

1 ଆରୋହଣ ଗୀତ। ମୁଁ ପର୍ବତଗଣ ଆଡ଼େ ଉର୍ଦ୍ଧ୍ୱଦୃଷ୍ଟି କରିବି; କେଉଁଠାରୁ ମୋହର ସାହାଯ୍ୟ ଆସିବ ?

2 ମୋହର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସେ, ସେ ଆକାଶ ଓ ପୃଥିବୀ ନିର୍ମାଣ କଲେ।

3 ସେ ତୁମ୍ଭ ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ; ଯେ ତୁମ୍ଭକୁ ରକ୍ଷା କରନ୍ତି, ସେ ଘୁମାଇବେ ନାହିଁ।

4 ଦେଖ, ଯେ ଇସ୍ରାଏଲକୁ ରକ୍ଷା କରନ୍ତି, ସେ ଘୁମାଇବେ ନାହିଁ କି ନିଦ୍ରା ଯିବେ ନାହିଁ।

5 ସଦାପ୍ରଭୁ ତୁମ୍ଭର ରକ୍ଷକ; ସଦାପ୍ରଭୁ ତୁମ୍ଭ ଦକ୍ଷିଣ ପାର୍ଶ୍ୱର ଛାୟା।

6 ଦିବସରେ ସୂର୍ଯ୍ୟ, କିଅବା ରାତ୍ରିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରିବ ନାହିଁ।

7 ସଦାପ୍ରଭୁ ସମସ୍ତ ଅମଙ୍ଗଳରୁ ତୁମ୍ଭକୁ ରକ୍ଷା କରିବେ; ସେ ତୁମ୍ଭର ପ୍ରାଣକୁ ରକ୍ଷା କରିବେ।

8 ଆଜିଠାରୁ ସଦାକାଳ ସଦାପ୍ରଭୁ ତୁମ୍ଭର ବାହାରେ ଯିବାର ଓ ଭିତରେ ଆସିବାର ରକ୍ଷା କରିବେ।