Micah 2:1 in Oriya 1 ଯେଉଁମାନେ ଆପଣା ଆପଣା ଶଯ୍ୟାରେ ଅଧର୍ମ କଳ୍ପନା କରନ୍ତି ଓ କୁକର୍ମ ସ୍ଥିର କରନ୍ତି, ସେମାନେ ସନ୍ତାପର ପାତ୍ର ! ପ୍ରଭାତ ହେବାମାତ୍ର ସେମାନେ ତାହା ସାଧନ କରନ୍ତି, କାରଣ ତାହା ସେମାନଙ୍କ ହସ୍ତର କ୍ଷମତାଧୀନ।
Other Translations King James Version (KJV) Woe to them that devise iniquity, and work evil upon their beds! when the morning is light, they practise it, because it is in the power of their hand.
American Standard Version (ASV) Woe to them that devise iniquity and work evil upon their beds! when the morning is light, they practise it, because it is in the power of their hand.
Bible in Basic English (BBE) A curse on the designers of evil, working on their beds! in the morning light they do it, because it is in their power.
Darby English Bible (DBY) Woe to them that devise iniquity and work evil upon their beds! When the morning is light they practise it, because it is in the power of their hand.
World English Bible (WEB) Woe to those who devise iniquity And work evil on their beds! When the morning is light, they practice it, Because it is in the power of their hand.
Young's Literal Translation (YLT) Wo `to' those devising iniquity, And working evil on their beds, In the light of the morning they do it, For their hand is -- to God.
Cross Reference Genesis 31:29 in Oriya 29 ତୁମ୍ଭକୁ ହିଂସା କରିବାକୁ ମୋହର ହସ୍ତ ସମର୍ଥ ପ୍ରମାଣ, ମାତ୍ର ଗତରାତ୍ରି ତୁମ୍ଭର ପୈତୃକ ପରମେଶ୍ୱର ମୋତେ କହିଲେ, ସାବଧାନ, ଯାକୁବକୁ ଭଲ ମନ୍ଦ କିଛି କୁହ ନାହିଁ।
Deuteronomy 28:32 in Oriya 32 ତୁମ୍ଭ ପୁତ୍ରକନ୍ୟାଗଣ ଅନ୍ୟ ଲୋକଙ୍କୁ ଦିଆଯିବେ ଓ ସମସ୍ତ ଦିନ ସେମାନଙ୍କ ପାଇଁ ଚାହିଁ ଚାହିଁ ତୁମ୍ଭ ଚକ୍ଷୁ କ୍ଷୀଣ ହେବ, ମାତ୍ର ତୁମ୍ଭ ହାତର ବଳରେ କିଛି ହେବ ନାହିଁ।
Esther 3:8 in Oriya 8 ଏଥିଉତ୍ତାରେ ହାମନ୍ ଅକ୍ଷଶ୍ୱେରଶ ରାଜାଙ୍କୁ କହିଲେ, “ଆପଣଙ୍କ ରାଜ୍ୟର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧ୍ୟରେ ଛିନ୍ନଭିନ୍ନ ଓ ପୃଥକୀକୃତ ଏକ ଦେଶୀୟ ଲୋକ ଅଛନ୍ତି; ଅନ୍ୟ ସକଳ ଲୋକଙ୍କର ବ୍ୟବସ୍ଥାଠାରୁ ସେମାନଙ୍କ ବ୍ୟବସ୍ଥା ଭିନ୍ନ, ମଧ୍ୟ ସେମାନେ ମହାରାଜାଙ୍କ ବ୍ୟବସ୍ଥା ମାନନ୍ତି ନାହିଁ; ଏଣୁ ସେମାନଙ୍କ ବ୍ୟବହାର ସହ୍ୟ କରିବା ମହାରାଜାଙ୍କର ଉଚିତ ନୁହେଁ।
Esther 5:14 in Oriya 14 ତେଣୁ ତାହାର ଭାର୍ଯ୍ୟା ସେରଶ୍ ଓ ମିତ୍ର ସମସ୍ତେ ତାହାଙ୍କୁ କହିଲେ, “ପଚାଶ ହାତ ଉଚ୍ଚ ଏକ ଫାଶୀକାଠ ପ୍ରସ୍ତୁତ କରାଯାଉ; ପୁଣି, ମର୍ଦ୍ଦଖୟଙ୍କୁ ତହିଁରେ ଫାଶୀ ଦେବା ପାଇଁ କାଲି ପ୍ରାତଃକାଳେ ରାଜାଙ୍କୁ କୁହ, ତହିଁ ଉତ୍ତାରୁ ହୃଷ୍ଟ ହୋଇ ରାଜାଙ୍କ ସହିତ ଭୋଜକୁ ଯାଅ।” ଏହି କଥାରେ ହାମନ୍ ସନ୍ତୁଷ୍ଟ ହୋଇ ସେହିରୂପ ଫାଶୀକାଠ ପ୍ରସ୍ତୁତ କରାଇଲେ।
Esther 9:25 in Oriya 25 ମାତ୍ର ରାଜା ଛାମୁକୁ (ଏ ବିଷୟ) ଆସନ୍ତେ, ସେ ଏହି ଆଜ୍ଞାପତ୍ର ଦେଲା, “ହାମନ୍ ଯିହୁଦୀୟମାନଙ୍କ ବିରୁଦ୍ଧରେ ଯେଉଁ ଦୁଷ୍ଟ-ସଂକଳ୍ପ କରିଅଛି, ତାହା ତାହାର ନିଜ ମସ୍ତକରେ ବର୍ତ୍ତୁ, ପୁଣି ସେ ଓ ତାହାର ପୁତ୍ରମାନେ ଫାଶୀକାଠରେ ଟଙ୍ଗା ଯାଉନ୍ତୁ।”
Psalm 7:14 in Oriya 14 ଦେଖ, ସେ ଅଧର୍ମରୂପ ପ୍ରସବ-ବେଦନାରେ ଆକ୍ରାନ୍ତ ହେଉଅଛି; ହଁ, ସେ ଅନିଷ୍ଟ ଗର୍ଭରେ ଧାରଣ କରି ମିଥ୍ୟା ପ୍ରସବ କଲା।
Psalm 36:4 in Oriya 4 ସେ ଆପଣା ଶଯ୍ୟାରେ ଅଧର୍ମ କଳ୍ପନା କରେ; ସେ ଅମଙ୍ଗଳ ମାର୍ଗରେ ଆପଣାକୁ ପ୍ରବର୍ତ୍ତାଏ; ସେ ମନ୍ଦତା ଘୃଣା କରେ ନାହିଁ।
Psalm 140:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, ଦୁର୍ଜ୍ଜନଠାରୁ ମୋତେ ଉଦ୍ଧାର କର; ଦୌରାତ୍ମ୍ୟକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର।
Proverbs 3:27 in Oriya 27 ଉପକାର କରିବାର ସାମର୍ଥ୍ୟ ତୁମ୍ଭ ହସ୍ତରେ ଥିଲେ, ଉଚିତ ଦାନପାତ୍ରମାନଙ୍କୁ ମନା କର ନାହିଁ।
Proverbs 4:16 in Oriya 16 ଯେହେତୁ କୁକ୍ରିୟା ନ କଲେ ସେମାନେ ଶୟନ କରନ୍ତି ନାହିଁ, ପୁଣି କାହାକୁ ପତିତ ନ କରାଇଲେ ସେମାନଙ୍କ ନିଦ୍ରା ଭାଙ୍ଗିଯାଏ।
Proverbs 6:12 in Oriya 12 ପାପାଧମ ବ୍ୟକ୍ତି, ଅପରାଧୀ ମନୁଷ୍ୟ; ସେ ସର୍ବଦା କୁଟିଳ ମୁଖ କରି ଚାଲେ;
Proverbs 12:2 in Oriya 2 ସତ୍-ଲୋକ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଇବ, ମାତ୍ର କୁକଳ୍ପନାକାରୀକୁ ସେ ଦୋଷୀ କରିବେ।
Isaiah 32:7 in Oriya 7 ଆହୁରି, ଖଳ ଲୋକର ଉପାୟସବୁ ମନ୍ଦ; ସେ ନମ୍ର ଲୋକକୁ, ଅର୍ଥାତ୍, ଯଥାର୍ଥ କଥା କହିବା ବେଳେ ଦୀନହୀନକୁ ମିଥ୍ୟା କଥା ଦ୍ୱାରା ନାଶ କରିବା ପାଇଁ କୁସଂକଳ୍ପ କଳ୍ପନା କରେ।
Isaiah 59:3 in Oriya 3 କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତରେ ଓ ତୁମ୍ଭେମାନେ ମିଥ୍ୟା କହିଅଛ, ଓ ତୁମ୍ଭମାନଙ୍କର ଜିହ୍ୱା ଦୁଷ୍ଟତା ବକେ;
Jeremiah 18:18 in Oriya 18 ତେବେ ସେମାନେ କହିଲେ, “ଆସ, ଆମ୍ଭେମାନେ ଯିରିମୀୟ ବିରୁଦ୍ଧରେ ପରାମର୍ଶ କରୁ; କାରଣ ଯାଜକ ନିକଟରୁ ବ୍ୟବସ୍ଥା ଅବା ଜ୍ଞାନବାନ ନିକଟରୁ ମନ୍ତ୍ରଣା ଅଥବା ଭବିଷ୍ୟଦ୍ବକ୍ତା ନିକଟରୁ ବାକ୍ୟ ଲୁପ୍ତ ହେବ ନାହିଁ। ଆସ, ଆମ୍ଭେମାନେ ଜିହ୍ୱା ଦ୍ୱାରା ତାହାକୁ ପ୍ରହାର କରୁ, ପୁଣି ତାହାର କୌଣସି କଥାରେ ମନୋଯୋଗ ନ କରୁ।”
Ezekiel 11:2 in Oriya 2 ଆଉ, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହି ଲୋକମାନେ ଅଧର୍ମ ସଙ୍କଳ୍ପ କରନ୍ତି ଓ ଏହି ନଗର ମଧ୍ୟରେ କୁମନ୍ତ୍ରଣା ଦିଅନ୍ତି;
Hosea 7:6 in Oriya 6 କାରଣ ସେମାନେ ଛକି ବସି ଆପଣା ଆପଣା ଅନ୍ତଃକରଣ ତନ୍ଦୁର ପରି ପ୍ରସ୍ତୁତ କରିଅଛନ୍ତି; ସେମାନଙ୍କର କ୍ରୋଧ ରାତ୍ରିସାରା କୁହୁଳୁ ଥାଏ; ପ୍ରାତଃକାଳରେ ତାହା ପ୍ରଜ୍ୱଳିତ ଅଗ୍ନି ପରି ଜ୍ୱଳଇ।
Nahum 1:11 in Oriya 11 ସଦାପ୍ରଭୁଙ୍କ ବିରୁଦ୍ଧରେ ଯେ କୁସଂକଳ୍ପ କରେ, ଯେ ଦୁଷ୍କ୍ରିୟା କରିବାକୁ ପରାମର୍ଶ ଦିଏ, ଏପରି ଏକ ଜଣ ତୁମ୍ଭ ମଧ୍ୟରୁ ବାହାର ହୋଇ ଯାଇଅଛି।
Matthew 27:1 in Oriya 1 ସକାଳ ହୁଅନ୍ତେ, ସମସ୍ତ ପ୍ରଧାନ ଯାଜକମାନେ ପୁଣି, ଲୋକମାନଙ୍କର ପ୍ରାଚୀନବର୍ଗ ଯୀଶୁଙ୍କୁ ବଧ କରିବା ପାଇଁ ତାହାଙ୍କର ବିରୁଦ୍ଧରେ ମନ୍ତ୍ରଣା କଲେ,
Mark 15:1 in Oriya 1 ପ୍ରଭାତ ହେବାମାତ୍ରେ ସମସ୍ତେ ମହାସଭା, ଅର୍ଥାତ୍ ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କ ସହିତ ପ୍ରଧାନ ଯାଜକମାନେ ସଭା କରି ଯୀଶୁଙ୍କୁ ବାନ୍ଧି ଘେନିଯାଇ ପୀଲାତଙ୍କ ହସ୍ତରେ ସମର୍ପଣ କଲେ।
Luke 20:19 in Oriya 19 ଏଥିରେ ଶାସ୍ତ୍ରୀ ଓ ପ୍ରଧାନ ଯାଜକମାନେ ସେହି ମୁହୁର୍ତ୍ତରେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କଲେ, କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ।
Luke 22:2 in Oriya 2 ଆଉ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ, କିପରି ଯୀଶୁଙ୍କୁ ବିନାଶ କରି ପାରନ୍ତି, ସେଥିର ଉପାୟ ଖୋଜୁଥିଲେ, କାରଣ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ।
John 19:11 in Oriya 11 ଯୀଶୁ ଉତ୍ତର ଦେଲେ, ଯଦି ଊର୍ଦ୍ଧ୍ୱରୁ ଆପଣଙ୍କୁ ଦିଆଯାଇ ନ ଥାଆନ୍ତା, ତାହାହେଲେ ମୋ' ବିରୁଦ୍ଧରେ ଆପଣଙ୍କର କୌଣସି ଅଧିକାର ନ ଥାଆନ୍ତା; ଏଣୁ ଯେ ମୋତେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛି, ତାହାର ପାପ ଗୁରୁତର।
Acts 23:12 in Oriya 12 ଦିନ ହୁଅନ୍ତେ ଯିହୂଦୀମାନେ ଦଳବଦ୍ଧ ହୋଇ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ, ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି, ଶପଥରେ ନିଜ ନିଜକୁ ଆବଦ୍ଧ କଲେ।
Acts 23:15 in Oriya 15 ଅତଏବ ଆପଣମାନେ ଅଧିକ ସୂକ୍ଷ୍ମ ରୂପେ ତାହାର ବିଚାର କରିବାକୁ ଇଚ୍ଛା କରୁଅଛନ୍ତି ବୋଲି ଛଳନା କରି ତାହାକୁ ଆପଣମାନଙ୍କ ନିକଟକୁ ଆଣିବା ନିମନ୍ତେ ଏବେ ମହାସଭା ସହିତ ସହସ୍ର ସେନାପତିଙ୍କୁ ନିବେଦନ କରନ୍ତୁ। ସେ ଆପଣମାନଙ୍କ ନିକଟକୁ ଆସିବା ପୂର୍ବେ ଆମ୍ଭେମାନେ ତାହାକୁ ବଧ କରିବାକୁ ପ୍ରସ୍ତୁତ ଅଛୁ।
Romans 1:30 in Oriya 30 ସେମାନେ ଚୁଗୁଲିଆ, ନିନ୍ଦକ, ଇଶ୍ବରଙ୍କ ଘୃଣ୍ୟ, ଅତ୍ୟାଚାରୀ, ଦାମ୍ଭିକ, ଅହଂକାରୀ, ଦୁଷ୍ଟକର୍ମର ଉତ୍ପାଦକ,