Jeremiah 43:12 in Oriya 12 ଆଉ, ଆମ୍ଭେ ମିସରସ୍ଥ ଦେବାଳୟସବୁରେ ଅଗ୍ନି ଲଗାଇବା ଓ ସେ ସେମାନଙ୍କୁ ଦଗ୍ଧ କରି ବାବିଲକୁ ବନ୍ଦୀ କରି ଘେନିଯିବ; ପୁଣି, ମେଷପାଳକ ଯେପରି ଆପଣା ବସ୍ତ୍ର ପିନ୍ଧେ, ସେପରି ସେ ମିସର ଦେଶ ଦ୍ୱାରା ଆପଣାକୁ ସଜ୍ଜିତ କରିବ ଓ ସେ ଶାନ୍ତିରେ ଏ ସ୍ଥାନରୁ ପ୍ରସ୍ଥାନ କରିବ।
Other Translations King James Version (KJV) And I will kindle a fire in the houses of the gods of Egypt; and he shall burn them, and carry them away captives: and he shall array himself with the land of Egypt, as a shepherd putteth on his garment; and he shall go forth from thence in peace.
American Standard Version (ASV) And I will kindle a fire in the houses of the gods of Egypt; and he shall burn them, and carry them away captive: and he shall array himself with the land of Egypt, as a shepherd putteth on his garment; and he shall go forth from thence in peace.
Bible in Basic English (BBE) And he will put a fire in the houses of the gods of Egypt; and they will be burned by him: and he will make Egypt clean as a keeper of sheep makes clean his clothing; and he will go out from there in peace.
Darby English Bible (DBY) And I will kindle a fire in the houses of the gods of Egypt, and he shall burn them, and carry them away captive; and he shall array himself with the land of Egypt, as a shepherd putteth on his garment; and he shall go forth from thence in peace.
World English Bible (WEB) I will kindle a fire in the houses of the gods of Egypt; and he shall burn them, and carry them away captive: and he shall array himself with the land of Egypt, as a shepherd puts on his garment; and he shall go forth from there in peace.
Young's Literal Translation (YLT) And I have kindled a fire in the houses of the gods of Egypt, and it hath burned them, and he hath taken them captive, and covered himself with the land of Egypt, as cover himself doth the shepherd with his garment, and he hath gone forth thence in peace;
Cross Reference Exodus 12:12 in Oriya 12 ଯେହେତୁ ଆମ୍ଭେ ଆଜି ରାତ୍ରି ମିସର ଦେଶର ମଧ୍ୟ ଦେଇ ଯାଇ ମିସର ଦେଶସ୍ଥ ମନୁଷ୍ୟ ଓ ପଶୁର ସମସ୍ତ ପ୍ରଥମଜାତକୁ ସଂହାର କରିବା; ପୁଣି, ମିସ୍ରୀୟ ସମସ୍ତ ଦେବତାର ବିଚାର କରି ଦଣ୍ଡ ଦେବା; ଆମ୍ଭେ ସଦାପ୍ରଭୁ।
2 Samuel 5:21 in Oriya 21 ସେହି ସ୍ଥାନରେ ସେମାନେ ଆପଣା ପ୍ରତିମାଗଣକୁ ପରିତ୍ୟାଗ କରିଥିଲେ, ତହିଁରେ ଦାଉଦ ଓ ତାଙ୍କର ଲୋକମାନେ ସେହିସବୁ ଦଗ୍ଧ କଲେ।
Esther 6:9 in Oriya 9 ଆଉ, ସେହି ବସ୍ତ୍ର ଓ ଅଶ୍ୱ ମହାରାଜାଙ୍କର ଏକ ପ୍ରଧାନ ଅଧିପତିର ହସ୍ତରେ ଦିଆଯାଉ; ପୁଣି, ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାଙ୍କୁ ସେମାନେ ସେହି ରାଜବସ୍ତ୍ର ପିନ୍ଧାଉନ୍ତୁ ଓ ସେହି ଅଶ୍ୱରେ ଆରୋହଣ କରାଇ ନଗର ଦାଣ୍ଡରେ ତାହାର ଆଗେ ଆଗେ ଏହା ଘୋଷଣା କରନ୍ତୁ, ମହାରାଜ ଯାହାର ସମ୍ମାନରେ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏରୂପ କରାଯାଏ।”
Job 40:10 in Oriya 10 ତେବେ, ତୁମ୍ଭେ ପ୍ରାଧାନ୍ୟ ଓ ମହତ୍ତ୍ୱରେ ବିଭୂଷିତ ହୁଅ; ପୁଣି, ସମ୍ଭ୍ରମ ଓ ପ୍ରତାପ ପରିଧାନ କର।
Psalm 104:2 in Oriya 2 ତୁମ୍ଭେ ବସ୍ତ୍ର ପରି ଦୀପ୍ତି ପରିଧାନ କରିଅଛ; ତୁମ୍ଭେ ଚନ୍ଦ୍ରାତପ ପରି ଆକାଶମଣ୍ଡଳ ବିସ୍ତାର କରିଅଛ।
Psalm 109:18 in Oriya 18 ମଧ୍ୟ ସେ ବସ୍ତ୍ର ପରି ଅଭିଶାପ ପରିଧାନ କଲା, ପୁଣି, ତାହା ଜଳ ପରି ତାହାର ଅନ୍ତରରେ ଓ ତୈଳ ପରି ତାହାର ଅସ୍ଥିରେ ପ୍ରବିଷ୍ଟ ହେଲା।
Psalm 132:16 in Oriya 16 ଆମ୍ଭେ ତାହାର ଯାଜକଗଣକୁ ହିଁ ତ୍ରାଣରୂପ ବସ୍ତ୍ର ପିନ୍ଧାଇବା ଓ ତାହାର ସଦ୍ଭକ୍ତମାନେ ଆନନ୍ଦରେ ଉଚ୍ଚଧ୍ୱନି କରିବେ।
Psalm 132:18 in Oriya 18 ତାହାଙ୍କ ଶତ୍ରୁଗଣକୁ ଆମ୍ଭେ ଲଜ୍ଜାରୂପ ବସ୍ତ୍ର ପିନ୍ଧାଇବା; ମାତ୍ର ତାହାଙ୍କ ନିଜ ଉପରେ ତାହାଙ୍କ ମୁକୁଟ ଶୋଭା ପାଇବ।
Isaiah 19:1 in Oriya 1 ମିସର ବିଷୟକ ଭବିଷ୍ୟତ ବାଣୀ। ଦେଖ, ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆରୋହଣ କରି ମିସରକୁ ଆସୁଅଛନ୍ତି; ପୁଣି, ତାହାଙ୍କ ଛାମୁରେ ମିସରର ପ୍ରତିମାଗଣ କମ୍ପାନ୍ୱିତ ହେବେ ଓ ମିସରର ହୃଦୟ ତାହାର ମଧ୍ୟରେ ତରଳି ଯିବ।
Isaiah 21:9 in Oriya 9 ଆଉ, ଦେଖ, ଏଠି ଏକ ଦଳ ଲୋକ ଦୁଇ ଦୁଇ ଅଶ୍ୱାରୋହୀ ହୋଇ ଆସୁଅଛନ୍ତି। ଆହୁରି, ସେ ପ୍ରତ୍ୟୁତ୍ତର କରି କହିଲା, “ବାବିଲ ପଡ଼ିଲା; ପଡ଼ିଲା ଓ ତାହାର ଖୋଦିତ ପ୍ରତିମାସବୁ ଭାଙ୍ଗି ଭୂମିସାତ୍ ହେଲା।”
Isaiah 46:1 in Oriya 1 ବେଲ୍ ଦେବତା ଅବନତ ହୁଏ, ନବୋ ନତ ହୁଏ; ସେମାନଙ୍କ ପ୍ରତିମାଗଣ ଜନ୍ତୁ ଓ ପଶୁମାନଙ୍କ ଉପରେ ଥୁଆ ଯାଇଅଛନ୍ତି; ଯେଉଁ ଦ୍ରବ୍ୟମାନ ତୁମ୍ଭେମାନେ ବୋହି କରି ବୁଲିଲ, ତାହା ବୋଝ ହୋଇଅଛି, କ୍ଳାନ୍ତ ପଶୁ ପ୍ରତି ଭାର ହୋଇଅଛି।
Isaiah 49:18 in Oriya 18 ତୁମ୍ଭେ ଚକ୍ଷୁ ମେଲାଇ ଚତୁର୍ଦ୍ଦିଗ ଦେଖ; ଏସମସ୍ତେ ଏକତ୍ରିତ ହୋଇ ତୁମ୍ଭ ନିକଟକୁ ଆସୁଅଛନ୍ତି। ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଭୂଷଣ ତୁଲ୍ୟ ଏହି ସମସ୍ତଙ୍କୁ ପରିଧାନ କରିବ, ପୁଣି କନ୍ୟାର କଟିଭୂଷଣ ତୁଲ୍ୟ ସେମାନଙ୍କୁ ଧାରଣ କରିବ।
Isaiah 52:1 in Oriya 1 ହେ ସିୟୋନ, ଜାଗ, ଜାଗ, ଆପଣା ବଳ ପରିଧାନ କର; ହେ ପବିତ୍ର ନଗରୀ ଯିରୂଶାଲମ, ତୁମ୍ଭେ ଆପଣା ସୁନ୍ଦର ବସ୍ତ୍ରସବୁ ପିନ୍ଧ; କାରଣ ଏହି ସମୟଠାରୁ ତୁମ୍ଭ ମଧ୍ୟକୁ ଅସୁନ୍ନତ ଅବା ଅଶୁଚି ଲୋକ ଆଉ ଆସିବ ନାହିଁ।
Isaiah 59:17 in Oriya 17 ପୁଣି, ସେ ବୁକୁପଟା ରୂପେ ଧାର୍ମିକତା ଓ ପରିତ୍ରାଣର ଟୋପର ଆପଣାର ମସ୍ତକରେ ପିନ୍ଧିଲେ; ଆଉ, ସେ ପ୍ରତିଶୋଧରୂପ ବସ୍ତ୍ର ପରିଧାନ କଲେ ଓ ଉତ୍ତରୀୟ ବସ୍ତ୍ର ରୂପେ ଉଦ୍ଯୋଗରୂପ ବସ୍ତ୍ର ପିନ୍ଧିଲେ।
Isaiah 61:5 in Oriya 5 ପୁଣି, ଅପରିଚିତ ଲୋକମାନେ ତୁମ୍ଭମାନଙ୍କର ପଲ ଚରାଇବା ପାଇଁ ଠିଆ ହେବେ ଓ ବିଦେଶୀୟମାନେ ତୁମ୍ଭମାନଙ୍କର ଶସ୍ୟକ୍ଷେତ୍ରର ଓ ଦ୍ରାକ୍ଷାକ୍ଷେତ୍ରର କୃଷକ ହେବେ।
Isaiah 61:10 in Oriya 10 ମୁଁ ସଦାପ୍ରଭୁଙ୍କଠାରେ ଅତିଶୟ ଆନନ୍ଦ କରିବି; ମୋର ପ୍ରାଣ ମୋ' ପରମେଶ୍ୱରଙ୍କଠାରେ ଉଲ୍ଲସିତ ହେବ; କାରଣ ବର ଯେପରି ଭୂଷଣରେ ଆପଣାକୁ ଭୂଷିତ କରେ ଓ କନ୍ୟା ଯେପରି ଆପଣା ରତ୍ନରେ ଆପଣାକୁ ଭୂଷିତା କରେ, ସେହିପରି ସେ ପରିତ୍ରାଣରୂପ ବସ୍ତ୍ରରେ ମୋତେ ବସ୍ତ୍ରାନ୍ୱିତ କରିଅଛନ୍ତି ଓ ଧର୍ମରୂପ ରାଜବସ୍ତ୍ରରେ ମୋତେ ଆଚ୍ଛାଦିତ କରିଅଛନ୍ତି।
Jeremiah 46:25 in Oriya 25 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି: “ଦେଖ, ଆମ୍ଭେ ନୋ ଦେଶୀୟ ଅମୋନକୁ, ଆଉ ଫାରୋ, ମିସର ଓ ତାହାର ଦେବଗଣ ଓ ରାଜାଗଣଙ୍କୁ; ହଁ, ଫାରୋ ଓ ତାହାର ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦେବା;
Jeremiah 48:7 in Oriya 7 କାରଣ ତୁମ୍ଭେ ଆପଣା କର୍ମରେ ଓ ଆପଣା ଧନ ସମ୍ପତ୍ତିରେ ନିର୍ଭର ରଖିଅଛ, ଏଥିପାଇଁ ତୁମ୍ଭେ ମଧ୍ୟ ଧରାଯିବ; ଆଉ, କମୋଶ ଆପଣାର ଯାଜକ ଓ ଅଧିପତିଗଣ ସହିତ ବନ୍ଦୀ ହୋଇ ଯିବ।
Jeremiah 50:2 in Oriya 2 “ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ପ୍ରକାଶ କରି ପ୍ରଚାର କର ଓ ଧ୍ୱଜା ଉଠାଅ; ପ୍ରଚାର କର ଓ ଗୋପନ ନ କରି କୁହ, ‘ବାବିଲ ହସ୍ତଗତ ହେଲା, ବେଲ ଲଜ୍ଜିତ ହେଲା, ମରୋଦକ ବିସ୍ମିତ ହେଲା; ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦେବତା ସକଳ ବିସ୍ମିତ ହେଲେ।'
Jeremiah 51:44 in Oriya 44 ପୁଣି, ଆମ୍ଭେ ବାବିଲରେ ବେଲ ଦେବତାକୁ ପ୍ରତିଫଳ ଦେବା ଓ ଯାହା ସେ ଗିଳିଅଛି, ଆମ୍ଭେ ତାହାର ମୁଖରୁ ତାହା ବାହାର କରିବା ଓ ଗୋଷ୍ଠୀୟମାନେ ଆଉ ତାହା ନିକଟକୁ ଧାବମାନ ହେବେ ନାହିଁ; ଆହୁରି ବାବିଲର ପ୍ରାଚୀର ପଡ଼ିଯିବ।
Ezekiel 30:13 in Oriya 13 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; “ଆମ୍ଭେ ଦେବତାଗଣକୁ ହିଁ ବିନାଶ କରିବା ଓ ଆମ୍ଭେ ନୋଫରୁ ପ୍ରତିମାସକଳ ଶେଷ କରାଇବା, ପୁଣି, ମିସର ଦେଶରୁ ଆଉ ଅଧିପତି ଉତ୍ପନ୍ନ ନୋହିବ ଓ ଆମ୍ଭେ ମିସର ଦେଶରେ ଭୟ ଜନ୍ମାଇବା।
Zephaniah 2:11 in Oriya 11 ସଦାପ୍ରଭୁ ସେମାନଙ୍କ ପ୍ରତି ଭୟଙ୍କର ହେବେ; କାରଣ ସେ ପୃଥିବୀସ୍ଥ ଯାବତୀୟ ଦେବତାକୁ କ୍ଷୀଣ କରିବେ; ପୁଣି, ଲୋକମାନେ ଓ ଗୋଷ୍ଠୀଗଣର ଦ୍ୱୀପସକଳ ଆପଣା ଅପାଣା ସ୍ଥାନରୁ ତାହାକୁ ପ୍ରଣାମ କରିବେ।
Romans 13:12 in Oriya 12 ରାତ୍ରି ପାହାନ୍ତା ହେଉଅଛି, ଦିବସ ସନ୍ନିକଟ; ଅତଏବ ଆସ, ଆମ୍ଭେମାନେ ଅନ୍ଧକାରର କର୍ମସବୁ ପରିତ୍ୟାଗ କରି ଆଲୋକର ସଜ୍ଜା ପରିଧାନ କରୁ।
Ephesians 4:24 in Oriya 24 ଯେଉଁ ନୂତନ ସ୍ୱଭାବ ଇଶ୍ବରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟ ହୋଇଅଛି, ତାହା ପରିଧାନ କରିବାକୁ ଶିକ୍ଷିତ ହୋଇଅଛ।
Ephesians 6:11 in Oriya 11 ତୁମ୍ଭେମାନେ ଯେପରି ଶୟତାନର ସମସ୍ତ ଚାତୁରି ବିରୁଦ୍ଧରେ ଦଣ୍ଡାୟମାନ ହୋଇ ପାର, ଏଥି ନିମନ୍ତେ ଈଶ୍ୱରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର।
Colossians 3:12 in Oriya 12 ଅତଏବ, ଇଶ୍ବରଙ୍କ ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା ଓ ଦୀର୍ଘସହିଷ୍ଣୁୁତା ପରିଧାନ କର।
Colossians 3:14 in Oriya 14 ଆଉ, ଏହି ସମସ୍ତ ଉପରେ ପ୍ରେମକୁ ପରିଧାନ କର, ଏହା ସିଦ୍ଧ ଅବସ୍ଥାର ବନ୍ଧନ ସ୍ୱରୂପ।