Jeremiah 24:9 in Oriya 9 ଆମ୍ଭେ ସେମାନଙ୍କର ଅମଙ୍ଗଳ ନିମନ୍ତେ ପୃଥିବୀର ସକଳ ରାଜ୍ୟ ମଧ୍ୟରେ ସେମାନଙ୍କୁ ଏଣେତେଣେ ନିକ୍ଷିପ୍ତ ହେବା ପାଇଁ, ପୁଣି ଯେସବୁ ସ୍ଥାନରେ ଆମ୍ଭେ ସେମାନଙ୍କୁ ତଡ଼ି ଦେବା, ସେହିସବୁ ସ୍ଥାନରେ ଦୁର୍ନାମ, ପ୍ରବାଦ, ଉପହାସ ଓ ଅଭିଶାପର ପାତ୍ର ହେବା ପାଇଁ ଆମ୍ଭେ ସେମାନଙ୍କୁ ସମର୍ପି ଦେବା।
Other Translations King James Version (KJV) And I will deliver them to be removed into all the kingdoms of the earth for their hurt, to be a reproach and a proverb, a taunt and a curse, in all places whither I shall drive them.
American Standard Version (ASV) I will even give them up to be tossed to and fro among all the kingdoms of the earth for evil; to be a reproach and a proverb, a taunt and a curse, in all places whither I shall drive them.
Bible in Basic English (BBE) I will give them up to be a cause of fear and of trouble among all the kingdoms of the earth; to be a name of shame and common talk and a cutting word and a curse in all the places wherever I will send them wandering.
Darby English Bible (DBY) And I will give them over to be driven hither and thither unto all the kingdoms of the earth for evil, to be a reproach and a proverb, a taunt and a curse, in all places whither I shall drive them;
World English Bible (WEB) I will even give them up to be tossed back and forth among all the kingdoms of the earth for evil; to be a reproach and a proverb, a taunt and a curse, in all places where I shall drive them.
Young's Literal Translation (YLT) And I have given them for a trembling, For evil -- to all kingdoms of the earth, For a reproach, and for a simile, For a byword, and for a reviling, In all the places whither I drive them.
Cross Reference Deuteronomy 28:25 in Oriya 25 ସଦାପ୍ରଭୁ ତୁମ୍ଭ ଶତ୍ରୁମାନଙ୍କ ସମ୍ମୁଖରେ ତୁମ୍ଭକୁ ପରାସ୍ତ କରାଇବେ ତୁମ୍ଭେ ଏକ ପଥ ଦେଇ ସେମାନଙ୍କ ପ୍ରତିକୂଳରେ ଯିବ ମାତ୍ର ସାତ ପଥ ଦେଇ ସେମାନଙ୍କ ସମ୍ମୁଖରୁ ପଳାଇବ; ପୁଣି ପୃଥିବୀର ସମସ୍ତ ରାଜ୍ୟ ମଧ୍ୟରେ ତୁମ୍ଭେ ଏଣେତେଣେ ସ୍ଥାନାନ୍ତରିତ ହେବ।
Deuteronomy 28:37 in Oriya 37 ପୁଣି, ସଦାପ୍ରଭୁ ତୁମ୍ଭକୁ ଯେଉଁ ସବୁ ଗୋଷ୍ଠୀୟ ଲୋକଙ୍କ ମଧ୍ୟକୁ ନେଇଯିବେ, ସେମାନଙ୍କ ନିକଟରେ ତୁମ୍ଭେ ଆଶଙ୍କାର, ଗଳ୍ପର ଓ ଉପହାସର ବିଷୟ ହେବ।
Deuteronomy 28:65 in Oriya 65 ତୁମ୍ଭେ ସେହି ଗୋଷ୍ଠୀୟ ଲୋକମାନଙ୍କ ମଧ୍ୟରେ କିଛି ସୁଖ ପାଇବ ନାହିଁ ଓ ସେଠାରେ ତୁମ୍ଭ ତଳିପାର କିଛି ବିଶ୍ରାମ ହେବ ନାହିଁ; ମାତ୍ର ସଦାପ୍ରଭୁ ସେଠାରେ ତୁମ୍ଭକୁ ହୃତ୍କମ୍ପ, ଚକ୍ଷୁକ୍ଷୀଣତା ଓ ପ୍ରାଣବ୍ୟଥା ଦେବେ।
1 Kings 9:7 in Oriya 7 ତେବେ ଆମ୍ଭେ ଇସ୍ରାଏଲକୁ ଯେଉଁ ଦେଶ ଦେଇଅଛୁ, ତହିଁରୁ ସେମାନଙ୍କୁ ଉଚ୍ଛିନ୍ନ କରିବା; ପୁଣି, ଆପଣା ନାମ ନିମନ୍ତେ ଏହି ଯେଉଁ ଗୃହ ପବିତ୍ର କଲୁ, ତାହା ଆପଣା ଦୃଷ୍ଟିରୁ ଦୂର କରିବା ଓ ଇସ୍ରାଏଲ ସମୁଦାୟ ଗୋଷ୍ଠୀ ମଧ୍ୟରେ ଗଳ୍ପର ଓ ଉପହାସର ଏକ ବିଷୟ ହେବ;
2 Chronicles 7:20 in Oriya 20 ତେବେ ଆମ୍ଭେ ସେମାନଙ୍କୁ ଦତ୍ତ ଆମ୍ଭ ଦେଶରୁ ସମୂଳେ ଉତ୍ପାଟନ କରିବା; ପୁଣି ଆମ୍ଭ ନାମ ନିମନ୍ତେ ଏହି ଯେଉଁ ଗୃହକୁ ଆମ୍ଭେ ପବିତ୍ର କରିଅଛୁ, ତାହା ଆମ୍ଭ ଦୃଷ୍ଟିରୁ ଦୂର କରିବା ଓ ସକଳ ଗୋଷ୍ଠୀ ମଧ୍ୟରେ ଗଳ୍ପ ଓ ଉପହାସର ବିଷୟ କରିବା।
Psalm 44:13 in Oriya 13 ତୁମ୍ଭେ ଆମ୍ଭମାନଙ୍କ ପ୍ରତିବାସୀଗଣ ନିକଟରେ ଆମ୍ଭମାନଙ୍କୁ ତିରସ୍କାରର ବିଷୟ ଓ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଲୋକମାନଙ୍କର ହାସ୍ୟାସ୍ପଦ ଓ ଉପହାସର ପାତ୍ର କରୁଅଛ।
Psalm 109:18 in Oriya 18 ମଧ୍ୟ ସେ ବସ୍ତ୍ର ପରି ଅଭିଶାପ ପରିଧାନ କଲା, ପୁଣି, ତାହା ଜଳ ପରି ତାହାର ଅନ୍ତରରେ ଓ ତୈଳ ପରି ତାହାର ଅସ୍ଥିରେ ପ୍ରବିଷ୍ଟ ହେଲା।
Isaiah 65:15 in Oriya 15 ପୁଣି, ତୁମ୍ଭେମାନେ ଆମ୍ଭ ମନୋନୀତ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କର ନାମ ଶାପାସ୍ପଦ ରୂପେ ରଖିଯିବ ଓ ପ୍ରଭୁ, ସଦାପ୍ରଭୁ ତୁମ୍ଭକୁ ବଧ କରିବେ; ଆଉ, ସେ ଆପଣା ଦାସମାନଙ୍କୁ ଅନ୍ୟ ନାମରେ ଖ୍ୟାତ କରିବେ;
Jeremiah 15:4 in Oriya 4 ଆଉ, ଯିହୁଦାର ରାଜା ହିଜକୀୟର ପୁତ୍ର ମନଃଶିର ଯିରୂଶାଲମରେ କୃତକାର୍ଯ୍ୟ ସକାଶୁ ଆମ୍ଭେ ସେମାନଙ୍କୁ ପୃଥିବୀର ଯାବତୀୟ ରାଜ୍ୟରେ ଏଣେତେଣେ ନିକ୍ଷିପ୍ତ କରାଇବା।
Jeremiah 19:8 in Oriya 8 ଆମ୍ଭେ ଏହି ନଗରକୁ ବିସ୍ମୟର ଓ ଶୀସ୍ ଶବ୍ଦର ପାତ୍ର କରିବା; ଆଉ, ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ତହିଁ ପ୍ରତି ଘଟିତ ସକଳ ଉତ୍ପାତ ସକାଶୁ ବିସ୍ମିତ ହୋଇ ଶୀସ୍ ଶବ୍ଦ କରିବ।
Jeremiah 25:18 in Oriya 18 ଅର୍ଥାତ୍, ଆଜିର ତୁଲ୍ୟ ଉତ୍ସନ୍ନ ସ୍ଥାନ ଓ ବିସ୍ମୟର, ଆଉ ଶୀସ୍ ଶବ୍ଦର ଓ ଅଭିଶାପର ବିଷୟ ହେବା ନିମନ୍ତେ ଯିରୂଶାଲମକୁ, ଯିହୁଦାର ନଗରସମୂହକୁ, ଆଉ ତହିଁର ରାଜା ଓ ଅଧିପତିମାନଙ୍କୁ ପାନ କରାଇଲି।
Jeremiah 26:6 in Oriya 6 ତେବେ ଆମ୍ଭେ ଏହି ଗୃହକୁ ଶୀଲୋର ସମାନ କରିବା ଓ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପାସ୍ପଦ କରିବା।'”
Jeremiah 29:18 in Oriya 18 ପୁଣି, ଆମ୍ଭେ ଯେ ଯେ ଗୋଷ୍ଠୀ ମଧ୍ୟକୁ ସେମାନଙ୍କୁ ତଡ଼ି ଦେଇଅଛୁ, ସେସମସ୍ତଙ୍କ ମଧ୍ୟରେ ସେମାନଙ୍କୁ ଅଭିଶାପର, ବିସ୍ମୟର, ଶୀସ୍ ଶବ୍ଦର ଓ ନିନ୍ଦାର ପାତ୍ର ହେବା ନିମନ୍ତେ ଆମ୍ଭେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ନେଇ ସେମାନଙ୍କ ପଛେ ପଛେ ଗୋଡ଼ାଇବା ଓ ପୃଥିବୀର ସମସ୍ତ ରାଜ୍ୟରେ ସେମାନଙ୍କୁ ଏଣେତେଣେ ନିକ୍ଷେପ କରିବା;”
Jeremiah 29:22 in Oriya 22 ପୁଣି, ବାବିଲରେ ଯିହୁଦାର ନିର୍ବାସିତ ଯେତେ ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରେ ସେହି ଦୁଇ ବ୍ୟକ୍ତିର ଉପଲକ୍ଷ୍ୟରେ ଏହି ଅଭିଶାପର କଥା ପ୍ରଚଳିତ ହେବ, ‘ଯଥା, ବାବିଲର ରାଜା ସିଦିକୀୟ ଓ ଆହାବଙ୍କୁ ଯେପରି ଅଗ୍ନିରେ ଦଗ୍ଧ କରିଥିଲେ, ସେହିପରି ସଦାପ୍ରଭୁ ତୁମ୍ଭମାନଙ୍କୁ କରନ୍ତୁ।
Jeremiah 34:17 in Oriya 17 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀ ପ୍ରତି ମୁକ୍ତି ଘୋଷଣା କରିବା ପାଇଁ ଆମ୍ଭ ବାକ୍ୟରେ ମନୋଯୋଗ କରି ନାହଁ; ଏଣୁ ସଦାପ୍ରଭୁ କହନ୍ତି, ‘ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ୍ଗ ପ୍ରତି, ମହାମାରୀ ପ୍ରତି ଓ ଦୁର୍ଭିକ୍ଷ ପ୍ରତି ମୁକ୍ତି ଘୋଷଣା କରୁଅଛୁ; ଆଉ, ଆମ୍ଭେ ପୃଥିବୀର ସମସ୍ତ ରାଜ୍ୟରେ ଏଣେତେଣେ ବିକ୍ଷିପ୍ତ ହେବା ପାଇଁ ତୁମ୍ଭମାନଙ୍କୁ ସମର୍ପଣ କରିବା।
Jeremiah 42:18 in Oriya 18 କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଯିରୂଶାଲମ ନିବାସୀମାନଙ୍କ ଉପରେ ଯେପରି ଆମ୍ଭର କ୍ରୋଧ ଓ ପ୍ରଚଣ୍ଡ କୋପ ଢଳା ଯାଇଅଛି, ସେପରି ତୁମ୍ଭେମାନେ ଯେତେବେଳେ ମିସରରେ ପ୍ରବେଶ କରିବ, ସେତେବେଳେ ତୁମ୍ଭମାନଙ୍କ ଉପରେ ଆମ୍ଭର ପ୍ରଚଣ୍ଡ କୋପ ଢଳାଯିବ; ପୁଣି, ତୁମ୍ଭେମାନେ ଅଭିଶାପ, ବିସ୍ମୟ, ଶ୍ରାପ ଓ ନିନ୍ଦାର ପାତ୍ର ହେବ ଓ ତୁମ୍ଭେମାନେ ଏହି ସ୍ଥାନ ଆଉ ଦେଖିବ ନାହିଁ।'
Jeremiah 44:12 in Oriya 12 ପୁଣି, ଯିହୁଦାର ଯେଉଁ ଅବଶିଷ୍ଟାଂଶ ଲୋକେ ମିସର ଦେଶରେ ପ୍ରବାସ କରିବା ପାଇଁ ସେଠାକୁ ଯିବା ଲାଗି ଉତ୍ସୁକ ଅଛନ୍ତି, ଆମ୍ଭେ ସେମାନଙ୍କୁ ଧରିବା ଓ ସେସମସ୍ତେ ଲୁପ୍ତ ହେବେ; ମିସର ଦେଶରେ ସେମାନେ ପତିତ ହେବେ; ଖଡ୍ଗ ଓ ଦୁର୍ଭିକ୍ଷରେ ସେମାନେ ଲୁପ୍ତ ହେବେ। କ୍ଷୁଦ୍ର ଓ ମହାନ ଖଡ୍ଗ ଓ ଦୁର୍ଭିକ୍ଷରେ ମରିବେ; ଆଉ, ସେମାନେ ଅଭିଶାପ, ବିସ୍ମୟ ଓ ନିନ୍ଦାର ପାତ୍ର ହେବେ।
Jeremiah 44:22 in Oriya 22 ତହିଁରେ ତୁମ୍ଭମାନଙ୍କର ଦୁଷ୍କ୍ରିୟା ସକାଶୁ ଓ ତୁମ୍ଭମାନଙ୍କର କୃତ ଘୃଣାଯୋଗ୍ୟ କର୍ମ ସକାଶୁ ସଦାପ୍ରଭୁ ଆଉ ସହ୍ୟ କରି ପାରିଲେ ନାହିଁ; ଏହେତୁ ତୁମ୍ଭମାନଙ୍କର ଦେଶ ଆଜିର ସଦୃଶ୍ୟ ଉତ୍ସନ୍ନ ଓ ବିସ୍ମୟଜନକ, ଶାପଗ୍ରସ୍ତ ଓ ନିବାସୀବିହୀନ ହୋଇଅଛି।
Lamentations 2:15 in Oriya 15 ପଥିକମାନେ ତୁମ୍ଭ ପ୍ରତି ହାତ ତାଳି ଦିଅନ୍ତି; ସେମାନେ ଶୀସ୍ ଶବ୍ଦ କରି ଓ ଯିରୂଶାଲମର କନ୍ୟାଆଡ଼େ ମସ୍ତକ ହଲାଇ କୁହନ୍ତି, ଯେଉଁ ନଗରକୁ ଲୋକେ ସୌନ୍ଦର୍ଯ୍ୟର ସିଦ୍ଧି ଓ ସମୁଦାୟ ପୃଥିବୀର ଆନନ୍ଦ ସ୍ୱରୂପ ବୋଲି କହିଲେ, ତାହା କି ଏହି ?
Ezekiel 5:1 in Oriya 1 “ପୁଣି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଏକ ତୀକ୍ଷ୍ଣ ଖଡ଼୍ଗ, ବାରିକର କ୍ଷୁର ପରି ନେଇ ଆପଣା ମସ୍ତକ ଓ ଦାଢ଼ି ଉପରେ ଚଳାଇବ; ତହୁଁ ନିକିତି ନେଇ ସେହି କେଶ ତୌଲି ଭାଗ ଭାଗ କରିବ।
Ezekiel 5:12 in Oriya 12 ତୁମ୍ଭର ତୃତୀୟାଂଶ ମହାମାରୀରେ ମରିବେ, ଆଉ ଦୁର୍ଭିକ୍ଷ ଦ୍ୱାରା ତୁମ୍ଭ ମଧ୍ୟରେ ସେମାନେ କ୍ଷୟ ପାଇବେ; ପୁଣି, ତୃତୀୟାଂଶ ଖଡ଼୍ଗ ଦ୍ୱାରା ତୁମ୍ଭ ଚତୁର୍ଦ୍ଦିଗରେ ପତିତ ହେବେ; ଆଉ ତୃତୀୟାଂଶକୁ ଆମ୍ଭେ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ କରିବା ଓ ସେମାନଙ୍କର ପଶ୍ଚାତ ଖଡ଼୍ଗ ନିଷ୍କୋଷ କରିବା।
Ezekiel 25:3 in Oriya 3 ଆଉ, ଅମ୍ମୋନ-ସନ୍ତାନଗଣକୁ କୁହ, ତୁମ୍ଭେମାନେ ପ୍ରଭୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭର ଧର୍ମଧାମ ଅପବିତ୍ରୀକୃତ ହେବା ବେଳେ ତାହା ବିରୁଦ୍ଧରେ ଓ ଇସ୍ରାଏଲ ଦେଶ ଧ୍ୱଂସିତ ହେବା ବେଳେ ତାହା ବିରୁଦ୍ଧରେ; ଆଉ, ଯିହୂଦା-ବଂଶ ବନ୍ଦୀ ହୋଇ ଯିବା ବେଳେ ସେମାନଙ୍କ ବିରୁଦ୍ଧରେ, ଭଲ ହେଲା, ଭଲ ହେଲା, ବୋଲି ତୁମ୍ଭେ କହିଅଛ;
Ezekiel 26:2 in Oriya 2 “ହେ ମନୁଷ୍ୟ-ସନ୍ତାନ, ଯିରୂଶାଲମ ବିରୁଦ୍ଧରେ ସୋର କହିଅଛି, ଭଲ ହେଲା, ଭଲ ହେଲା, ଯେ ଗୋଷ୍ଠୀୟମାନଙ୍କର ନଗର-ଦ୍ୱାର ସ୍ୱରୂପ ଥିଲା, ସେ ଭଗ୍ନ ହୋଇ ଯାଇଅଛି; ସେ ଆମ୍ଭ ପ୍ରତି ଫେରିଅଛି; ସେ ଏବେ ଶୂନ୍ୟ ହେବାରୁ ଆମ୍ଭେ ପରିପୂର୍ଣ୍ଣ ହେବା;
Ezekiel 36:2 in Oriya 2 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଶତ୍ରୁ ତୁମ୍ଭ ବିରୁଦ୍ଧରେ କହିଅଛି, “ଭଲ ହେଲା, ଭଲ ହେଲା” ! ଓ “ସେହି ପ୍ରାଚୀନ ଉଚ୍ଚସ୍ଥଳୀ ସକଳ ଆମ୍ଭମାନଙ୍କର ଅଧିକୃତ ହେଲା,”