Hosea 13:13 in Oriya 13 ପ୍ରସବକାରିଣୀ ସ୍ତ୍ରୀର ବେଦନା ତାହାକୁ ଆକ୍ରାନ୍ତ କରିବ; ସେ ଅଜ୍ଞାନ ଶିଶୁ; କାରଣ ଶିଶୁମାନଙ୍କର ପ୍ରସବ ଦ୍ୱାରରେ ତାହାର ବିଳମ୍ବ କରି ରହିବାର ଉଚିତ୍ ନୁହେଁ।
Other Translations King James Version (KJV) The sorrows of a travailing woman shall come upon him: he is an unwise son; for he should not stay long in the place of the breaking forth of children.
American Standard Version (ASV) The sorrows of a travailing woman shall come upon him: he is an unwise son; for it is time he should not tarry in the place of the breaking forth of children.
Bible in Basic English (BBE) The pains of a woman in childbirth will come on him: he is an unwise son, for at this time it is not right for him to keep his place when children come to birth.
Darby English Bible (DBY) The pangs of a woman in travail shall come upon him: he is a son not wise; for at the time of the breaking forth of children, he was not there.
World English Bible (WEB) The sorrows of a travailing woman will come on him. He is an unwise son; For when it is time, he doesn't come to the opening of the womb.
Young's Literal Translation (YLT) Pangs of a travailing woman come to him, He `is' a son not wise, For he remaineth not the time for the breaking forth of sons.
Cross Reference 2 Kings 19:3 in Oriya 3 ତହିଁରେ ସେମାନେ ଯିଶାଇୟଙ୍କୁ କହିଲେ, “ହିଜକୀୟ କହନ୍ତି, ‘ଆଜି ଦିନ ଆପଦ ଓ ଅନୁଯୋଗ ଓ ଅପମାନର ଦିନ; କାରଣ ବାଳକଗଣ ପ୍ରସବ ଦ୍ୱାରରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ।
Psalm 48:6 in Oriya 6 ସେଠାରେ ସେମାନେ କମ୍ପରେ ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନାରେ ଆକ୍ରାନ୍ତ ହେଲେ।
Proverbs 22:3 in Oriya 3 ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଚାଏ; ମାତ୍ର ଅବୋଧ ଲୋକମାନେ ଆଗ ବଢ଼ି ଶାସ୍ତି ପାଆନ୍ତି।
Isaiah 13:8 in Oriya 8 ପୁଣି, ସେମାନେ ଭୟଭୀତ ହେବେ; ଯନ୍ତ୍ରଣା ଓ ବେଦନା ସେମାନଙ୍କୁ ଆକ୍ରାନ୍ତ କରିବ; ସେମାନେ ପ୍ରସବକାରିଣୀ ସ୍ତ୍ରୀ ତୁଲ୍ୟ ବେଦନାଗ୍ରସ୍ତ ହେବେ; ସେମାନେ ପରସ୍ପରର ବିଷୟରେ ଚମତ୍କୃତ ହେବେ; ସେମାନଙ୍କର ମୁଖ ଅଗ୍ନିଶିଖା ତୁଲ୍ୟ ହେବ।
Isaiah 21:3 in Oriya 3 ଏନିମନ୍ତେ ମୋହର କଟିଦେଶ ଯନ୍ତ୍ରଣାରେ ପରିପୂର୍ଣ୍ଣ ହୋଇଅଛି; ପ୍ରସବକାରିଣୀର ବେଦନା ତୁଲ୍ୟ ବେଦନା ମୋତେ ଆକ୍ରାନ୍ତ କରିଅଛି; ମୁଁ ଏପରି ବ୍ୟଥିତ ଯେ, ମୁଁ ଶୁଣି ପାରୁ ନାହିଁ; ମୁଁ ଏପରି ବିହ୍ୱଳ ଯେ, ମୁଁ ଦେଖି ପାରୁ ନାହିଁ।
Isaiah 26:17 in Oriya 17 ଗର୍ଭିଣୀ ପ୍ରସବକାଳର ନିକଟବର୍ତ୍ତୀ ହେବା ବେଳେ ଯେପରି ବ୍ୟଥିତା ହୁଏ ଓ ବେଦନାରେ କ୍ରନ୍ଦନ କରେ, ସେହିପରି ହେ ସଦାପ୍ରଭୁ, ଆମ୍ଭେମାନେ ତୁମ୍ଭ ସାକ୍ଷାତରେ ହୋଇଅଛୁ।
Isaiah 37:3 in Oriya 3 ତହିଁରେ ସେମାନେ ତାଙ୍କୁ କହିଲେ, “ହିଜକୀୟ ଏହିପରି କହିଅଛନ୍ତି, ଆଜ ଦିନ ଆପଦ, ଅନୁଯୋଗ ଓ ଅପମାନର ଦିନ; କାରଣ ସନ୍ତାନଗଣ ପ୍ରସବଦ୍ୱାରରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ।
Isaiah 66:9 in Oriya 9 ସଦାପ୍ରଭୁ କହନ୍ତି, “ଆମ୍ଭେ ପ୍ରସବ କାଳ ଉପସ୍ଥିତ କରି କି ପ୍ରସବ କରାଇବା ନାହିଁ ?” ତୁମ୍ଭର ପରମେଶ୍ୱର କହନ୍ତି, “ପ୍ରସବ କରାଉ ଯେ ଆମ୍ଭେ, ଆମ୍ଭେ କି ଗର୍ଭ ରୋଧ କରିବା ?”
Jeremiah 4:31 in Oriya 31 କାରଣ ପ୍ରସବକାରିଣୀ ସ୍ତ୍ରୀର ରବ ପରି, ପ୍ରଥମ ସନ୍ତାନ ପ୍ରସବକାରିଣୀ ସ୍ତ୍ରୀର ବେଦନା ପରି ସିୟୋନ କନ୍ୟାର ରବ ଆମ୍ଭେ ଶୁଣିଅଛୁ, ସେ ଦୀର୍ଘ ନିଶ୍ୱାସ ଛାଡ଼ି ଓ ଆପଣା ହାତ ପ୍ରସାରି କହୁଅଛି, “ହାୟ ହାୟ ! ହତ୍ୟାକାରୀମାନଙ୍କ ଆଗରେ ମୋ' ପ୍ରାଣ ମୂର୍ଚ୍ଛିତ ହେଲା।”
Jeremiah 13:21 in Oriya 21 ତୁମ୍ଭେ ଯେଉଁମାନଙ୍କୁ ନିଜେ ଆପଣା ବିରୁଦ୍ଧରେ ଶିକ୍ଷା ଦେଇଅଛ, ତୁମ୍ଭର ସେହି ମିତ୍ରମାନଙ୍କୁ ଯେତେବେଳେ ସେ ତୁମ୍ଭର ମସ୍ତକ ସ୍ୱରୂପ କରି ନିଯୁକ୍ତ କରିବେ, ସେତେବେଳେ ତୁମ୍ଭେ କଅଣ କହିବ ? ପ୍ରସବକାଳରେ ଯେପରି ସ୍ତ୍ରୀଲୋକ, ସେହିପରି ତୁମ୍ଭେ କି ବେଦନାଗ୍ରସ୍ତ ହେବ ନାହିଁ ?
Jeremiah 22:23 in Oriya 23 ହେ ଲିବାନୋନ୍ ନିବାସିନୀ, ଏରସ ବୃକ୍ଷ ବନରେ ବସା କରିଅଛ ଯେ ତୁମ୍ଭେ, ଯେତେବେଳେ ପ୍ରସବବେଦନା ତୁଲ୍ୟ ତୁମ୍ଭର ବେଦନା ଉପସ୍ଥିତ ହେବ, ସେତେବେଳେ ତୁମ୍ଭର ଅବସ୍ଥା ବଡ଼ ଶୋଚନୀୟ ହେବ।
Jeremiah 30:6 in Oriya 6 କୌଣସି ପୁରୁଷର ପ୍ରସବ ବେଦନା ହେଉଅଛି କି ନାହିଁ, ତୁମ୍ଭେମାନେ ପଚାରି ବୁଝ; ପ୍ରସବ ବେଦନାର ସମୟରେ ଯେପରି ସ୍ତ୍ରୀଲୋକର, ସେପରି ପ୍ରତ୍ୟେକ ପୁରୁଷର ଆପଣା କଟିଦେଶରେ ହସ୍ତ ଦେବାର ଓ ସମସ୍ତଙ୍କର ମୁଖ ମଳିନ ହେବାର ଆମ୍ଭେ କାହିଁକି ଦେଖୁଅଛୁ ?
Jeremiah 49:24 in Oriya 24 ଦମ୍ମେସକ କ୍ଷୀଣବଳ ହୋଇଅଛି, ସେ ପଳାଇବା ପାଇଁ ଫେରୁଅଛି, କମ୍ପନ ତାହାକୁ ଆକ୍ରାନ୍ତ କରିଅଛି; ଯେପରି ପ୍ରସବ କାଳରେ ସ୍ତ୍ରୀଲୋକକୁ, ସେପରି ତାହାକୁ ଯନ୍ତ୍ରଣା ଓ ଦୁଃଖ ଧରିଅଛି।
Micah 4:9 in Oriya 9 ଏବେ ତୁମ୍ଭେ କାହିଁକି ଘୋର ଚିତ୍କାର କରୁଅଛ ? ତୁମ୍ଭ ମଧ୍ୟରେ କି ରାଜା ନାହିଁ, ତୁମ୍ଭର ମନ୍ତ୍ରୀ ବିନଷ୍ଟ ହୋଇଅଛି ବୋଲି କି ସ୍ତ୍ରୀର ପ୍ରସବ ବେଦନା ତୂଲ୍ୟ ବେଦନା ତୁମ୍ଭକୁ ଆକ୍ରାନ୍ତ କରିଅଛି ?
Acts 16:29 in Oriya 29 ସେଥିରେ ସେ ଦୀପ ଆଣିବାକୁ କହି ଡେଇଁପଡ଼ି ଭୟରେ ଥରି ଥରି ପାଉଲ ଓ ଶୀଲାଙ୍କର ସମ୍ମୁଖରେ ପଡ଼ିଗଲେ,
Acts 24:25 in Oriya 25 କିନ୍ତୁ ସେ ଧାର୍ମିକତା, ଆତ୍ମସଂଯମ ଓ ଆଗାମୀ ବିଚାର ବିଷୟରେ କଥା କହିବା ସମୟରେ ଫେଲୀକ୍ସ୍ ଭୟର ସହିତ ଉତ୍ତର ଦେଲେ, ବର୍ତ୍ତମାନ ତୁମ୍ଭେ ଯାଅ, ସୁବିଧା ସମୟ ପାଇଲେ ଆମ୍ଭେ ତୁମ୍ଭକୁ ଡକାଇବା।
2 Corinthians 6:2 in Oriya 2 କାରଣ ସେ କହନ୍ତି, “ଆମ୍ଭେ ଅନୁଗ୍ରହର ସମୟରେ ତୁମ୍ଭର ପ୍ରାର୍ଥନା ଶ୍ରବଣ କଲୁ, ଆଉ ପରିତ୍ରାଣର ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କଲୁ।” ଦେଖ, ଏବେ ମହାଅନୁଗ୍ରହର ସମୟ; ଦେଖ, ଏବେ ପରିତ୍ରାଣର ଦିନ।
1 Thessalonians 5:3 in Oriya 3 ଯେତେବେଳେ ଲୋକେ ଶାନ୍ତି ଓ ନିରାପଦ ବୋଲି କହୁଥିବେ, ସେତେବେଳେ ଗର୍ଭବତୀର ପ୍ରସବବେଦନା ତୁଲ୍ୟ ହଠାତ୍ ସେମାନଙ୍କ ବିନାଶ ଉପସ୍ଥିତ ହେବ, ଆଉ ସେମାନେ କୌଣସି ପ୍ରକାରେ ରକ୍ଷା ପାଇ ପାରିବେ ନାହିଁ।
Hebrews 3:7 in Oriya 7 ଅତଏବ ପବିତ୍ର ଆତ୍ମା ଯେପରି କହନ୍ତି, “ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ”