Galatians 3:19 in Oriya 19 ତେବେ ମୋଶାଙ୍କ ବ୍ୟବସ୍ଥା କାହିଁକି ଦିଆଗଲା ? ଯେଉଁ ସନ୍ତାନଙ୍କୁ ଲକ୍ଷ୍ୟ କରି ପ୍ରତିଜ୍ଞା କରାଯାଇଥିଲା, ତାହାଙ୍କ ନ ଆସିବା ପର୍ଯ୍ୟନ୍ତ ତାହା ଆଜ୍ଞାଲଙ୍ଘନ ହେତୁ ଯୋଗ କରାଗଲା, ପୁଣି, ତାହା ଦୂତମାନଙ୍କ ଦ୍ୱାରା ଜଣେ ମଧ୍ୟସ୍ଥଙ୍କ ହସ୍ତରେ ସ୍ଥାପିତ ହୋଇଥିଲା।
Other Translations King James Version (KJV) Wherefore then serveth the law? It was added because of transgressions, till the seed should come to whom the promise was made; and it was ordained by angels in the hand of a mediator.
American Standard Version (ASV) What then is the law? It was added because of transgressions, till the seed should come to whom the promise hath been made; `and it was' ordained through angels by the hand of a mediator.
Bible in Basic English (BBE) What then is the law? It was an addition made because of sin, till the coming of the seed to whom the undertaking had been given; and it was ordered through angels by the hand of a go-between.
Darby English Bible (DBY) Why then the law? It was added for the sake of transgressions, until the seed came to whom the promise was made, ordained through angels in [the] hand of a mediator.
World English Bible (WEB) What then is the law? It was added because of transgressions, until the seed should come to whom the promise has been made. It was ordained through angels by the hand of a mediator.
Young's Literal Translation (YLT) Why, then, the law? on account of the transgressions it was added, till the seed might come to which the promise hath been made, having been set in order through messengers in the hand of a mediator --
Cross Reference Exodus 20:19 in Oriya 19 ଆଉ ସେମାନେ ମୋଶାଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ କଥା କୁହ, ଆମ୍ଭେମାନେ ଶୁଣିବୁ; ମାତ୍ର ପରମେଶ୍ୱର ଆମ୍ଭମାନଙ୍କ ସଙ୍ଗେ କଥା ନ କହନ୍ତୁ, ନୋହିଲେ ଆମ୍ଭେମାନେ ମରିଯିବୁ।”
Exodus 24:1 in Oriya 1 ଏଥିଉତ୍ତାରେ ସେ ମୋଶାଙ୍କୁ କହିଲେ, “ତୁମ୍ଭେ, ହାରୋଣ, ନାଦବ୍, ଅବୀହୂ ଓ ଇସ୍ରାଏଲର ପ୍ରାଚୀନବର୍ଗର ସତୁରି ଜଣ, ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟକୁ ଆରୋହଣ କରି ଆସି ଦୂରରେ ରହି ତାହାଙ୍କର ଭଜନା କର।
Exodus 34:27 in Oriya 27 ଆଉ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏହିସବୁ ବାକ୍ୟ ଲେଖ, କାରଣ ଆମ୍ଭେ ଏହି ବାକ୍ୟାନୁସାରେ ତୁମ୍ଭ ସହିତ ଓ ଇସ୍ରାଏଲ ସହିତ ନିୟମ ସ୍ଥିର କରିଅଛୁ।”
Leviticus 15:32 in Oriya 32 ପ୍ରମେହ ରୋଗୀର ଓ ବୀର୍ଯ୍ୟପାତରେ ଅଶୁଚି ଲୋକର,
Deuteronomy 4:8 in Oriya 8 ପୁଣି ମୁଁ ଆଜି ତୁମ୍ଭମାନଙ୍କ ସାକ୍ଷାତରେ ଯେଉଁ ସମସ୍ତ ବ୍ୟବସ୍ଥା ଦେଉଅଛି, ତାହା ତୁଲ୍ୟ ଯଥାର୍ଥ ବିଧି ଓ ଶାସନ ଆଉ କେଉଁ ମହାଗୋଷ୍ଠୀର ଅଛି ?
Deuteronomy 5:5 in Oriya 5 ସେହି ସମୟରେ ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ବାକ୍ୟ ଜ୍ଞାତ କରାଇବା ନିମନ୍ତେ ସେହି ସ୍ଥାନରେ ସଦାପ୍ରଭୁଙ୍କ ଓ ତୁମ୍ଭମାନଙ୍କ ମଧ୍ୟରେ ଠିଆ ହେଲି; କାରଣ ତୁମ୍ଭେମାନେ ଅଗ୍ନି ସକାଶୁ ଭୀତ ହେବାରୁ ପର୍ବତ ଆରୋହଣ କଲ ନାହିଁ; ତାହାଙ୍କର ବାକ୍ୟ ଏହି, ଯଥା,
Deuteronomy 5:22 in Oriya 22 ସଦାପ୍ରଭୁ ପର୍ବତରେ ଅଗ୍ନି ଓ ମେଘ ଓ ଘୋର ଅନ୍ଧାର ମଧ୍ୟରୁ ତୁମ୍ଭମାନଙ୍କର ସମସ୍ତ ସମାଜ ପ୍ରତି ଏହି ସମସ୍ତ ବାକ୍ୟ ଉଚ୍ଚୈଃସ୍ୱରରେ କହିଲେ, “ଆଉ କିଛି କହିଲେ ନାହିଁ। ତହୁଁ ସେ ଏହି ସମସ୍ତ କଥା ଦୁଇଖଣ୍ଡ ପ୍ରସ୍ତର ପଟାରେ ଲେଖି ମୋତେ ସମର୍ପଣ କଲେ ।”
Deuteronomy 9:13 in Oriya 13 ଆହୁରି ସଦାପ୍ରଭୁ ମୋତେ କହିଲେ, “ମୁଁ ଏହି ଲୋକମାନଙ୍କୁ ଦେଖିଅଛି, ଆଉ ଦେଖ, ଏମାନେ ପ୍ରକୃତରେ ଶକ୍ତଗ୍ରୀବ ଲୋକ ଅଟନ୍ତି।”
Deuteronomy 9:25 in Oriya 25 ଏହିରୂପେ ମୋହର ମୁହଁ ମାଡ଼ି ପଡ଼ିବାର ଚାଳିଶ ଦିନ ଓ ଚାଳିଶ ରାତ୍ରି ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ପୂର୍ବଥର ପରି ମୁହଁ ମାଡ଼ି ପଡ଼ି ରହିଲି; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବାକୁ କହିଥିଲେ।
Deuteronomy 18:15 in Oriya 15 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ନିମନ୍ତେ ତୁମ୍ଭ ଭିତରୁ, ତୁମ୍ଭ ଭାଇମାନଙ୍କ ମଧ୍ୟରୁ ଆମ୍ଭର ସଦୃଶ ଏକ ଭବିଷ୍ୟଦ୍ବକ୍ତା ଉତ୍ପନ୍ନ କରିବେ; ତୁମ୍ଭେମାନେ ତାହାଙ୍କ ବାକ୍ୟରେ କର୍ଣ୍ଣପାତ କରିବ।
Deuteronomy 33:2 in Oriya 2 ସେ କହିଲେ, “ସଦାପ୍ରଭୁ ସୀନୟରୁ ଆସିଲେ, ସେ ସେୟୀରରୁ ସେମାନଙ୍କ ପ୍ରତି ଉଦିତ ହେଲେ; ସେ ପାରଣ ପର୍ବତରୁ ସୁପ୍ରକାଶିତ ହେଲେ ଓ ସେ ଅୟୁତ ଅୟୁତ ପବିତ୍ର ପ୍ରାଣୀମାନଙ୍କ ନିକଟରୁ ଆସିଲେ; ତାହାଙ୍କ ଦକ୍ଷିଣ ହସ୍ତରେ ସେମାନଙ୍କ ପାଇଁ ଅଗ୍ନିମୟ ବ୍ୟବସ୍ଥା ଥିଲା।”
Psalm 106:23 in Oriya 23 ଏହେତୁ ସେ ସେମାନଙ୍କୁ ସଂହାର କରିବେ ବୋଲି କହିଲେ, ମାତ୍ର ସେ ଯେପରି ସେମାନଙ୍କୁ ସଂହାର ନ କରିବେ, ଏଥିପାଇଁ ତାହାଙ୍କ କୋପ ଫେରାଇବା ନିମନ୍ତେ ତାହାଙ୍କ ମନୋନୀତ ମୋଶା ଭଗ୍ନସ୍ଥାନରେ ତାହାଙ୍କ ସମ୍ମୁଖରେ ଠିଆ ହେଲେ।
Psalm 147:19 in Oriya 19 ସେ ଯାକୁବ ପ୍ରତି ଆପଣା ବାକ୍ୟ, ଇସ୍ରାଏଲ ପ୍ରତି ଆପଣା ବିଧି ଓ ଶାସନ ପ୍ରକାଶ କରନ୍ତି।
Luke 16:31 in Oriya 31 କିନ୍ତୁ ସେ ତାହାକୁ କହିଲେ, ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କର କଥା ନ ଶୁଣନ୍ତି, ତାହାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ।
John 1:17 in Oriya 17 କାରଣ ମୋଶାଙ୍କ ବ୍ୟବସ୍ଥା ମୋଶାଙ୍କ ଦ୍ୱାରା ପ୍ରଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଓ ସତ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଉପସ୍ଥିତ ହେଲା।
John 5:45 in Oriya 45 ମୁଁ ଯେ ପିତାଙ୍କ ଛାମୁରେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବି, ଏହା ମନେ କର ନାହିଁ; ଯେଉଁ ମୋଶାଙ୍କଠାରେ ତୁମ୍ଭେମାନେ ଭରସା ରଖିଅଛ, ସେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁଅଛନ୍ତି।
John 15:22 in Oriya 22 ଯଦି ମୁଁ ଆସି ସେମାନଙ୍କୁ କହି ନ ଥାଆନ୍ତି, ତାହା- ହେଲେ ସେମାନଙ୍କ ପାପ ହୋଇ ନ ଥାଆନ୍ତା; କିନ୍ତୁ ଏବେ ସେମାନଙ୍କ ପାପ ବିଷୟରେ ସେମାନେ କୌଣସି ବାହାନା କରି ପାରନ୍ତି ନାହିଁ।
Acts 7:38 in Oriya 38 ଏହି ବ୍ୟକ୍ତି ପ୍ରାନ୍ତରସ୍ଥ ମଣ୍ଡଳୀ ମଧ୍ୟରେ ସୀନୟ ପର୍ବତରେ ତାହାଙ୍କ ସହିତ କଥା କହୁଥିବା ଦୂତଙ୍କ ଓ ଆମ୍ଭମାନଙ୍କ ପିତୃପୁରୁଷମାନଙ୍କ ମଧ୍ୟରେ ମଧ୍ୟସ୍ଥ ଥିଲେ; ସେ ତୁମ୍ଭମାନଙ୍କୁ ଦାନ କରିବା ନିମନ୍ତେ ଜୀବନ୍ତ ବାକ୍ୟସମୂହ ପ୍ରାପ୍ତ ହେଲେ।
Acts 7:53 in Oriya 53 ଆପଣମାନେ ଦୂତମାନଙ୍କ ଦ୍ୱାରା ଆଦିଷ୍ଟ (ଆଦ୍ୟ) ପ୍ରତିଷ୍ଠିତ ବ୍ୟବସ୍ଥା ପାଇଥିଲେ, କିନ୍ତୁ ତାହା ପାଳନ କଲେ ନାହିଁ।
Romans 2:13 in Oriya 13 କାରଣ ମୋଶାଙ୍କ ବ୍ୟବସ୍ଥାର ଶ୍ରୋତାମାନେ ଇଶ୍ବରଙ୍କ ସାକ୍ଷାତରେ ଧାର୍ମିକ ନୁହଁନ୍ତି, କିନ୍ତୁ ମୋଶାଙ୍କ ବ୍ୟବସ୍ଥା ପାଳନକାରୀମାନେ ଧାର୍ମିକ ଗଣିତ ହେବେ।
Romans 3:1 in Oriya 1 ତେବେ ଯିହୂଦୀ ଲୋକର ବିଶେଷ କ'ଣ ? ସୁନ୍ନତର ବା ଉପକାର କ'ଣ ? ସବୁ ପ୍ରକାରେ ବହୁତ।
Romans 3:19 in Oriya 19 ଆଉ, ଆମ୍ଭେମାନେ ତ ଜାଣୁ ଯେ, ମୋଶାଙ୍କ ବ୍ୟବସ୍ଥା ଯାହା ଯାହା କୁହେ, ସେହି ସବୁ ମୋଶାଙ୍କ ବ୍ୟବସ୍ଥାଧୀନ ଲୋକମାନଙ୍କୁ କୁହେ, ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ ଓ ସମସ୍ତ ଜଗତ ଇଶ୍ବରଙ୍କ ବିଚାରରେ ଦଣ୍ଡନୀୟ ହେବ;
Romans 4:15 in Oriya 15 କାରଣ ମୋଶାଙ୍କ ବ୍ୟବସ୍ଥା କ୍ରୋଧ ଜନ୍ମାଏ, କିନ୍ତୁ ଯେଉଁଠାରେ ମୋଶାଙ୍କ ବ୍ୟବସ୍ଥା ନାହିଁ, ସେଠାରେ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ମଧ୍ୟ ନାହିଁ।
Romans 5:20 in Oriya 20 ଏହାଛଡ଼ା ମୋଶାଙ୍କ ବ୍ୟବସ୍ଥା ମଧ୍ୟ ପ୍ରବେଶ କଲା, ଯେପରି ଅପରାଧ ଅଧିକ ହୁଏ; କିନ୍ତୁ ଯେଉଁଠାରେ ପାପ ଅଧିକ ହେଲା, ସେହିଠାରେ ଅନୁଗ୍ରହ ଆହୁରି ଅତି ଅଧିକ ହେଲା,
Romans 7:7 in Oriya 7 ତେବେ, ଆମ୍ଭେମାନେ କ'ଣ କହିବା ? ମୋଶାଙ୍କ ବ୍ୟବସ୍ଥା କ'ଣ ପାପ ? ତାହା କେବେ ହେଁ ନ ହେଉ। ବରଂ ପାପ କ'ଣ, ତାହା ମୋଶାଙ୍କ ବ୍ୟବସ୍ଥା ବିନା ମୁଁ ଜାଣି ନ ଥାଆନ୍ତି; କାରଣ ଲୋଭ କର ନାହିଁ, ମୋଶାଙ୍କ ବ୍ୟବସ୍ଥା ଏହା କହି ନ ଥିଲେ, ଲୋଭ କଅଣ, ତାହା ମୁଁ ଜାଣି ନ ଥାଆନ୍ତି।
Galatians 3:16 in Oriya 16 ଅବ୍ରାହାମ ଓ ତାହାଙ୍କ ସନ୍ତାନ ପ୍ରତି ପ୍ରତିଜ୍ଞାସମୂହ ଉକ୍ତ ହୋଇଥିଲା। ଅନେକଙ୍କୁ ଲକ୍ଷ୍ୟ କରି ସନ୍ତାନମାନଙ୍କୁ ବୋଲି କୁହାଯାଏ ନାହିଁ, କିନ୍ତୁ ଜଣଙ୍କୁ ଅର୍ଥାତ୍ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ତୁମ୍ଭର ସନ୍ତାନକୁ ବୋଲି କୁହାଯାଏ।
Galatians 3:21 in Oriya 21 ତେବେ ମୋଶାଙ୍କ ବ୍ୟବସ୍ଥା କି ଇଶ୍ବରଙ୍କ ପ୍ରତିଜ୍ଞାସମୂହର ବିରୁଦ୍ଧ ? ତାହା କେବେ ହେଁ ନ ହେଉ; କାରଣ ଯଦି ଜୀବନ ଦେବାକୁ ସମର୍ଥ ଏପରି ମୋଶାଙ୍କ ବ୍ୟବସ୍ଥା ଦିଆଯାଇଥାନ୍ତା, ତେବେ ଧାର୍ମିକତା ପ୍ରକୃତରେ ମୋଶାଙ୍କ ବ୍ୟବସ୍ଥାମୂଳକ ହୁଅନ୍ତା।
Galatians 4:1 in Oriya 1 କିନ୍ତୁ ମୁଁ କହୁଅଛି, ଯେତେ ଦିନ ପର୍ଯ୍ୟନ୍ତ ଉତ୍ତରାଧିକାରୀ ନାବାଳକ ଥାଏ, ସେତେ ଦିନ ପର୍ଯ୍ୟନ୍ତ ସେ ସମସ୍ତ ବିଷୟର କର୍ତ୍ତା ହେଲେ ହେଁ କୌଣସି ପ୍ରକାରେ ଦାସଠାରୁ ଭିନ୍ନ ନୁହେଁ,
1 Timothy 1:8 in Oriya 8 କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଧାର୍ମିକ ଲୋକ ନିମନ୍ତେ ନିରୂପିତ ନ ହୋଇ ସ୍ୱେଚ୍ଛାଚାରୀ ଓ ଅବାଧ୍ୟ, ଅଧାର୍ମିକ ଓ ପାପୀ, ଅଶୁଚି ଓ ଧର୍ମଦ୍ୱେଷୀ, ପିତୃହନ୍ତା ଓ ମାତୃହନ୍ତା,
Hebrews 2:2 in Oriya 2 କାରଣ ଦୂତମାନଙ୍କ ଦ୍ୱାରା କଥିତ ବାକ୍ୟ ଯଦି ଅଟଳ ହୋଇ ରହିଲା, ଆଉ ପ୍ରତ୍ୟେକ ଆଜ୍ଞାଲଙ୍ଘନ ଓ ଅବାଧ୍ୟତା ଯଥାର୍ଥ ଦଣ୍ଡ ପାଇଲା,
Hebrews 2:5 in Oriya 5 କାରଣ ଯେଉଁ ଭାବି ଜଗତର କଥା ଆମ୍ଭେମାନେ କହୁଅଛୁ, ତାହା ସେ ଦୂତମାନଙ୍କ ଅଧୀନ କରି ନାହାଁନ୍ତି।