2 Corinthians 11:23 in Oriya 23 ସେମାନେ କି ଖ୍ରୀଷ୍ଟଙ୍କ ସେବକ ? (ମୁଁ ପାଗଳପରି କହୁଅଛି), ମୁଁ ଅଧିକ ରୂପେ ଖ୍ରୀଷ୍ଟଙ୍କର ସେବକ, ଅଧିକ ପରିଶ୍ରମ କରିବାରେ, ଅଧିକ କାରାବାସ ଭୋଗରେ, ଅପରିମିତ ପ୍ରହାର ସହ୍ୟ କରିବାରେ, ବାରମ୍ବାର ମୃତ୍ୟୁର ସମ୍ମୁଖୀନ ହେବାରେ;
Other Translations King James Version (KJV) Are they ministers of Christ? (I speak as a fool) I am more; in labours more abundant, in stripes above measure, in prisons more frequent, in deaths oft.
American Standard Version (ASV) Are they ministers of Christ? (I speak as one beside himself) I more; in labors more abundantly, in prisons more abundantly, in stripes above measure, in deaths oft.
Bible in Basic English (BBE) Are they servants of Christ? (I am talking foolishly) I am more so; I have had more experience of hard work, of prisons, of blows more than measure, of death.
Darby English Bible (DBY) Are they ministers of Christ? (I speak as being beside myself) *I* above measure [so]; in labours exceedingly abundant, in stripes to excess, in prisons exceedingly abundant, in deaths oft.
World English Bible (WEB) Are they servants of Christ? (I speak as one beside himself) I am more so; in labors more abundantly, in prisons more abundantly, in stripes above measure, in deaths often.
Young's Literal Translation (YLT) ministrants of Christ are they? -- as beside myself I speak -- I more; in labours more abundantly, in stripes above measure, in prisons more frequently, in deaths many times;
Cross Reference Acts 9:16 in Oriya 16 ଯେଣୁ ଆମ୍ଭର ନାମ ସକାଶେ ତାହାକୁ ଯେ କେତେ ଦୁଃଖଭୋଗ କରିବାକୁ ହେବ, ତାହା ଆମ୍ଭେ ତାହାକୁ ଜଣାଇବା।
Acts 14:19 in Oriya 19 କିନ୍ତୁ ଆନ୍ତିୟଖିଆ ଓ ଇକନୀୟରୁ ସେଠାକୁ ଯିହୂଦୀମାନେ ଆସି ଲୋକସମୂହକୁ ପ୍ରବର୍ତ୍ତାଇଲେ, ପୁଣି, ପାଉଲଙ୍କୁ ପଥର ମାରି ସେ ମରିଅଛନ୍ତି ବୋଲି ମନେ କରି ବାହାରକୁ ଟାଣି ଘେନିଗଲେ।
Acts 16:23 in Oriya 23 ସେମାନେ ସେମାନଙ୍କୁ ବହୁତ ପ୍ରହାର କରାଇଲା ଉତ୍ତାରେ କାରାଗାରରେ ନିକ୍ଷେପ କରି ସେମାନଙ୍କୁ ସାବଧାନରେ ରକ୍ଷା କରିବା ନିମନ୍ତେ କାରାରକ୍ଷକଙ୍କୁ ଦୃଢ଼ ଆଜ୍ଞା ଦେଲେ।
Acts 20:23 in Oriya 23 ମୋ ପାଇଁ ଯେ ବନ୍ଧନ ଓ କ୍ଲେଶ ରହିଅଛି, କେବଳ ଏତିକି ଜାଣେ, ଏହା ପବିତ୍ର ଆତ୍ମା ନଗରେ ନଗରେ ସାକ୍ଷ୍ୟ ଦେଉଅଛନ୍ତି
Acts 21:11 in Oriya 11 ସେ ପାଉଲଙ୍କ କଟି ବନ୍ଧନ ଘେନି ଆପଣା ହସ୍ତପାଦ ବନ୍ଧନ କରି ସେ ଆମ୍ଭମାନଙ୍କ ନିକଟକୁ ଆସି କହିଲେ, ପବିତ୍ର ଆତ୍ମା ଏହା କହନ୍ତି, ଏହି କଟିବନ୍ଧନର ଅଧିକାରୀଙ୍କୁ ଯିରୂଶାଲମ ନିବାସୀ ଯିହୂଦୀମାନେ ଏହିପରି ବାନ୍ଧି ଅଣଯିହୂଦୀମାନଙ୍କ ହସ୍ତରେ ସମର୍ପଣ କରିବେ।
Acts 24:26 in Oriya 26 ଆହୁରି ମଧ୍ୟ ପାଉଲ ତାଙ୍କୁ ଲାଞ୍ଚ ଦେବେ ବୋଲି ସେ ଆଶା କରୁଥିଲେ, ସେଥିପାଇଁ ଥରକୁଥର ତାଙ୍କୁ ଡକାଇ ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ।
Acts 25:14 in Oriya 14 ସେମାନେ ଅନେକ ଦିନ ସେ ସ୍ଥାନରେ ରୁହନ୍ତେ, ରାଜାଙ୍କ ଆଗରେ ଫେଷ୍ଟସ୍ ପାଉଲଙ୍କ କଥା ଜଣାଇ କହିଲେ, ଫେଲୀକ୍ସ୍ ଜଣେ ଲୋକଙ୍କୁ ବନ୍ଦୀ କରି ରଖିଯାଇଅଛନ୍ତି।
Acts 27:1 in Oriya 1 ଯେତେବେଳେ ଆମ୍ଭମାନଙ୍କର ଜାହାଜରେ ଚଢ଼ି ଇତାଲିଆକୁ ଯିବା ନିମନ୍ତେ ସ୍ଥିର ହୋଇଥିଲା, ସେତେବେଳେ ପାଉଲ ଓ ଅନ୍ୟ କେତେକ ବନ୍ଦୀ ରାଜକୀୟ ସୈନ୍ୟଦଳର ଯୂଲିଅ ନାମକ ଜଣେ ଶତସେନାପତିଙ୍କ ହସ୍ତରେ ସମର୍ପିତ ହେଲେ।
Acts 28:16 in Oriya 16 ଆଉ ଆମ୍ଭେମାନେ ରୋମରେ ପ୍ରବେଶ କରନ୍ତେ, ପାଉଲଙ୍କୁ ନିଜ ପ୍ରହରୀ ସୈନ୍ୟ ସହିତ ସ୍ୱତନ୍ତ୍ର ବାସ କରିବା ନିମନ୍ତେ ଅନୁମତି ଦିଆଗଲା।
Acts 28:30 in Oriya 30 ସେ ସମ୍ପୂର୍ଣ୍ଣ ଦୁଇ ବର୍ଷ ପର୍ଯ୍ୟନ୍ତ ଆପଣା ଭଡ଼ାଘରେ ରହିଲେ,
Romans 8:36 in Oriya 36 ଯେପରି ଲେଖା ଅଛି, “ତୁମ୍ଭ ନିମନ୍ତେ ଆମ୍ଭେମାନେ ସମସ୍ତ ଦିନ ନିହତ ହେଉଅଛୁ; ଆମ୍ଭେମାନେ ବଧଯୋଗ୍ୟ ମେଷ ପରି ଗଣିତ ହୋଇଅଛୁ।”
1 Corinthians 3:5 in Oriya 5 ଆପଲ୍ଲ କିଏ ? ପାଉଲ ବା କିଏ ? ସେମାନେ ତ ସେବକମାତ୍ର, ଯେଉଁମାନଙ୍କ ଦ୍ୱାରା, ପ୍ରତ୍ୟେକକୁ ପ୍ରଭୁ ଯେପରି ଦେଇଅଛନ୍ତି, ତଦନୁସାରେ ତୁମ୍ଭେମାନେ ବିଶ୍ୱାସ କରିଅଛ।
1 Corinthians 4:1 in Oriya 1 ଲୋକେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କର ପରିଚାରକ, ପୁଣି, ଇଶ୍ବରଙ୍କ ନିଗୂଢ଼ତତ୍ତ୍ୱର ଭଣ୍ଡାରଘରିଆ ବୋଲି ମନେ କରନ୍ତୁ।
1 Corinthians 15:10 in Oriya 10 କିନ୍ତୁ ମୁଁ ଯାହା ହୋଇଅଛି, ତାହା ଇଶ୍ବରଙ୍କ ଅନୁଗ୍ରହରେ ହୋଇଅଛି, ଆଉ ମୋ' ପ୍ରତି ପ୍ରଦତ୍ତ ତାହାଙ୍କର ସେହି ଅନୁଗ୍ରହ ବ୍ୟର୍ଥ ହୋଇ ନାହିଁ, ମାତ୍ର ମୁଁ ସେ ସମସ୍ତଙ୍କ ଅପେକ୍ଷା ଅଧିକ ପରିଶ୍ରମ କରିଅଛି, ତଥାପି ମୁଁ ନୁହେଁ, କିନ୍ତୁ ମୋ' ସହିତ ଥିବା ଇଶ୍ବରଙ୍କ ଅନୁଗ୍ରହ ତାହା କରିଅଛି।
1 Corinthians 15:30 in Oriya 30 ଆମ୍ଭେମାନେ ମଧ୍ୟ କାହିଁକି ପ୍ରତ୍ୟେକ ଦଣ୍ଡରେ ବିପଦର ସମ୍ମୁଖୀନ ହେଉ?
2 Corinthians 1:9 in Oriya 9 ହଁ, ଆମ୍ଭେମାନେ ମୃତ୍ୟୁରେ ସମର୍ପିତ ହୋଇଅଛୁ ବୋଲି ନିଜ ନିଜ ମନରେ ବୋଧ ପାଇଥିଲୁ, ଯେପରି ଆମ୍ଭେମାନେ ଆପଣା ଆପଣା ଉପରେ ନିର୍ଭର ନ ଦେଇ ବରଂ ଯେଉଁ ଈଶ୍ୱର ମୃତମାନଙ୍କୁ ଉଠାନ୍ତି, ତାହାଙ୍କ ଉପରେ ନିର୍ଭର କରୁ;
2 Corinthians 3:6 in Oriya 6 ସେ ତ ଆମ୍ଭମାନଙ୍କୁ ଅକ୍ଷରର ସେବକ କରି ନାହାଁନ୍ତି, ମାତ୍ର ଆତ୍ମାଙ୍କ, ଅର୍ଥାତ୍ ନୂତନ ନିୟମର ସେବକ ହେବାକୁ ସାମର୍ଥ୍ୟ ଦେଇଅଛନ୍ତି; କାରଣ ଅକ୍ଷର ମୃତ୍ୟୁଦାୟକ,ମାତ୍ର ଆତ୍ମା ଜୀବନଦାୟକ;
2 Corinthians 4:11 in Oriya 11 କାରଣ ଯୀଶୁଙ୍କ ଜୀବନ ଯେପରି ଆମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ପ୍ରକାଶିତ ହୁଏ, ଏଥିପାଇଁ ଆମ୍ଭେମାନେ ଜୀବିତ ହେଲେ ହେଁ ସର୍ବଦା ଯୀଶୁଙ୍କ ସକାଶେ ମୃତ୍ୟୁମୁଖରେ ସମର୍ପିତ ହେଉଅଛୁ।
2 Corinthians 6:4 in Oriya 4 ବରଂ ବହୁ ଧୈର୍ଯ୍ୟରେ, କ୍ଳେଶରେ, ଦୁର୍ଦ୍ଦଶାରେ, ସଙ୍କଟରେ,
2 Corinthians 6:9 in Oriya 9 ଅପରିଚିତ ତୁଲ୍ୟ, ଅଥଚ ସୁପରିଚିତ, ମୃତକଳ୍ପ ତୁଲ୍ୟ, ଅଥଚ ଦେଖ, ଆମ୍ଭେମାନେ ଜୀବିତ, ଶାସ୍ତିପ୍ରାପ୍ତ ତୁଲ୍ୟ,
2 Corinthians 10:7 in Oriya 7 ତୁମ୍ଭେମାନେ ବାହ୍ୟ ବିଷୟସବୁ ଦେଖୁଅଛ। ଯଦି କେହି ଆପଣାକୁ ଖ୍ରୀଷ୍ଟଙ୍କର ବୋଲି ବିଶ୍ୱାସ କରେ, ତେବେ ସେ ଯେପରି ଖ୍ରୀଷ୍ଟଙ୍କର, ଆମ୍ଭେମାନେ ମଧ୍ୟ ଯେ ସେହିପରି ଖ୍ରୀଷ୍ଟଙ୍କର, ଏହା ସେ ପୁଣି, ଆପେ ବିବେଚନା କରୁ।
2 Corinthians 11:5 in Oriya 5 କାରଣ ସେହି ଶ୍ରେଷ୍ଠତର ପ୍ରେରିତମାନଙ୍କଠାରୁ ମୁଁ ଯେକୌଣସି ପ୍ରକାରେ କ୍ଷୁଦ୍ର ନୁହେଁ, ଏହା ମନେ କରୁଅଛି।
2 Corinthians 11:24 in Oriya 24 ମୁଁ ଯିହୂଦୀମାନଙ୍କଠାରୁ ପାଞ୍ଚ ଥର ଅଣଚାଳିଶି ପ୍ରହାର ପାଇଅଛି,
2 Corinthians 12:11 in Oriya 11 ମୁଁ ନିର୍ବୋଧ ହୋଇଅଛି, ତୁମ୍ଭେମାନେ ମୋତେ ବାଧ୍ୟ କଲ, କାରଣ ମୋର ପ୍ରଶଂସା କରିବା ତୁମ୍ଭମାନଙ୍କର ଉଚିତ୍ ଥିଲା; ଯେଣୁ ଯଦ୍ୟପି ମୁଁ କିଛି ନୁହେଁ, ତଥାପି କୌଣସି ବିଷୟରେ ସେହି ଶ୍ରେଷ୍ଠତମ ପ୍ରେରିତମାନଙ୍କ ଅପେକ୍ଷା ଊଣା ନୁହେଁ।
Ephesians 3:1 in Oriya 1 ଏଥି ନିମନ୍ତେ ମୁଁ ପାଉଲ, ଅଣଯିହୂଦୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ସକାଶେ ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ
Ephesians 4:1 in Oriya 1 ଅତଏବ ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ, ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ତୁମ୍ଭେମାନେ ଯେଉଁ ଆହ୍ୱାନରେ ଅାହୂତ ହୋଇଅଛ, ସେଥିର ଯୋଗ୍ୟ ଆଚରଣ କର,
Ephesians 6:20 in Oriya 20 ପୁଣି, ମୁଁ ଯେପରି ତତ୍ ସମ୍ବନ୍ଧରେ ଯଥୋଚିତ କଥା କହିବାକୁ ସାହସ ପ୍ରାପ୍ତ ହେବି।
Philippians 1:13 in Oriya 13 ଯେଣୁ ମୋହର ବନ୍ଧନ ଯେ ଖ୍ରୀଷ୍ଟଙ୍କ ନିମନ୍ତେ, ଏହା ରାଜପ୍ରସାଦର ସମୁଦାୟ ସୈନ୍ୟଦଳ ଓ ଅନ୍ୟାନ୍ୟ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଲା;
Philippians 2:17 in Oriya 17 ହଁ, ଆଉ ଯଦି ମୋହର ରକ୍ତ ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧୀୟ ସେବାରେ ପେୟ ନୈବେଦ୍ୟ ପରି ଢଳା ଯାଉଅଛି, ତାହାହେଲେ ଆନନ୍ଦ କରୁଅଛି ଓ ତୁମ୍ଭ ସମସ୍ତଙ୍କ ସହିତ ଉଲ୍ଲାସ କରୁଅଛି,
Colossians 1:24 in Oriya 24 ମୁଁ ତୁମ୍ଭମାନଙ୍କ ନିମନ୍ତେ ଯେଉଁ ସବୁ ଦୁଃଖଭୋଗ କରୁଅଛି, ସେଥିରେ ଏବେ ଆନନ୍ଦ କରୁଅଛି, ଆଉ ଖ୍ରୀଷ୍ଟଙ୍କର ଯେଉଁ କ୍ଳେଶଭୋଗ ବାକି ଅଛି, ତାହା ମୁଁ ତାହାଙ୍କ ଶରୀରରୂପ ମଣ୍ଡଳୀ ନିମନ୍ତେ ମୋହର ଶରୀରରେ ପୂରଣ କରୁଅଛି;
Colossians 1:29 in Oriya 29 ଏହି ଉଦ୍ଦେଶ୍ୟରେ ମଧ୍ୟ ତାହାଙ୍କର ଯେଉଁ କାର୍ଯ୍ୟସାଧକ ଶକ୍ତି ମୋ'ଠାରେ ସବଳେ କାର୍ଯ୍ୟ ସାଧନ କରୁଅଛି, ତଦନୁସାରେ ମୁଁ ପ୍ରାଣପଣରେ ପରିଶ୍ରମ କରୁଅଛି।
1 Thessalonians 3:2 in Oriya 2 ପୁଣି, ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଉତ୍ସାହ ଦେବାକୁ ଓ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ, ଖ୍ରୀଷ୍ଟଙ୍କ ସୁସମାଚାର କାର୍ଯ୍ୟରେ ଇଶ୍ବରଙ୍କ ସହକାର୍ଯ୍ୟକାରୀ ଆମ୍ଭମାନଙ୍କ ଭାଇ ତୀମଥିଙ୍କୁ ପଠାଇଲୁ,
1 Timothy 4:6 in Oriya 6 ଏହି ସମସ୍ତ ବିଷୟ ତୁମ୍ଭେ ଭାଇମାନଙ୍କୁ ଶିକ୍ଷା ଦେଲେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ସେବକ ହେବ, ପୁଣି, ତୁମ୍ଭେ ଯେଉଁ ବିଶ୍ୱାସ ଓ ଉତ୍ତମ ଶିକ୍ଷାର ଅନୁଗାମୀ ହୋଇ ଆସିଅଛ, ସେହି ବାକ୍ୟ ଦ୍ୱାରା ପରିପୃଷ୍ଟ ହେବ;
2 Timothy 1:8 in Oriya 8 ଅତଏବ, ଆମ୍ଭମାନଙ୍କ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ କିଅବା ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ମୋ ବିଷୟରେ ଲଜ୍ଜିତ ହୁଅ ନାହିଁ, ବରଂ ଇଶ୍ବରଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ମୋ ସହିତ କ୍ଲେଶ ସହ୍ୟ କର;
2 Timothy 1:16 in Oriya 16 ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା କରନ୍ତୁ, କାରଣ ସେ ବାରମ୍ବାର ମୋତେ ସାନ୍ତ୍ୱନା କରିଅଛନ୍ତି, ପୁଣି, ମୋର ବନ୍ଦୀ ଅବସ୍ଥା ପାଇଁ ଲଜ୍ଜିତ ହୋଇ ନାହାଁନ୍ତି,
2 Timothy 2:9 in Oriya 9 ସେହି ସୁସମାଚାର ନିମନ୍ତେ ମୁଁ ଅପରାଧୀ ପରି ବନ୍ଧାଯିବା ପର୍ଯ୍ୟନ୍ତ କ୍ଲେଶ ଭୋଗ କରୁଅଛି; କିନ୍ତୁ ଇଶ୍ବରଙ୍କ ବାକ୍ୟ ଆବଦ୍ଧ ନୁହେଁ।
Philemon 1:9 in Oriya 9 ତଥାପି ମୁଁ ବୃଦ୍ଧ ପାଉଲ, ପ୍ରେମ ହେତୁ ତୁମ୍ଭକୁ ଅନୁରୋଧ କରୁଅଛି, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବର୍ତ୍ତମାନ ବନ୍ଦୀ ଯେ ମୁଁ,
Hebrews 10:34 in Oriya 34 କାରଣ ତୁମ୍ଭେମାନେ ବନ୍ଦୀମାନଙ୍କ ସହିତ ଦୁଃଖଭୋଗ କରିଥିଲ, ଆଉ ତୁମ୍ଭମାନଙ୍କ ନିଜର ଯେ ଅଧିକ ଉତ୍ତମ ଓ ନିତ୍ୟସ୍ଥାୟୀ ସମ୍ପତ୍ତି ଅଛି, ଏହା ଜାଣି ଆନନ୍ଦରେ ତୁମ୍ଭମାନଙ୍କ ସମ୍ପତ୍ତିର ଲୁଣ୍ଠନ ସହ୍ୟ କରିଥିଲ।