Zephaniah 2:2 in Oriya 2 ଆଜ୍ଞା ସଫଳ ହେବା ପୂର୍ବେ, ଦିନ ତୁଷ ପରି ଉଡ଼ିଯିବା ପୂର୍ବେ, ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ତୁମ୍ଭମାନଙ୍କ ଉପରେ ଆସିବା ପୂର୍ବେ, ସଦାପ୍ରଭୁଙ୍କ କ୍ରୋଧର ଦିନ ତୁମ୍ଭମାନଙ୍କ ଉପରେ ଆସିବା ପୂର୍ବେ ଏକତ୍ର ହୁଅ।
Other Translations King James Version (KJV) Before the decree bring forth, before the day pass as the chaff, before the fierce anger of the LORD come upon you, before the day of the LORD's anger come upon you.
American Standard Version (ASV) before the decree bring forth, `before' the day pass as the chaff, before the fierce anger of Jehovah come upon you, before the day of Jehovah's anger come upon you.
Bible in Basic English (BBE) Before the Lord sends you violently away in flight like the waste from the grain; before the burning wrath of the Lord comes on you, before the day of the Lord's wrath comes on you.
Darby English Bible (DBY) before the decree bring forth, [before] the day pass away as chaff, before the fierce anger of Jehovah come upon you, before the day of Jehovah's anger come upon you.
World English Bible (WEB) before the appointed time when the day passes as the chaff, before the fierce anger of Yahweh comes on you, before the day of Yahweh's anger comes on you.
Young's Literal Translation (YLT) Before the bringing forth of a statute, As chaff hath the day passed on, While yet not come in upon you doth the heat of the anger of Jehovah, While yet not come in upon you doth a day of the anger of Jehovah,
Cross Reference 2 Kings 22:16 in Oriya 16 ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍, ଯିହୁଦାର ରାଜା ଏହି ପୁସ୍ତକର ଯେଉଁ ଯେଉଁ ବାକ୍ୟ ପାଠ କରିଅଛି, ସେହି ସମସ୍ତ ଘଟାଇବା।
2 Kings 23:26 in Oriya 26 ତଥାପି ମନଃଶି ଯେସବୁ ବିରକ୍ତିଜନକ କ୍ରିୟା ଦ୍ୱାରା ସଦାପ୍ରଭୁଙ୍କୁ ବିରକ୍ତ କରିଥିଲେ, ତହିଁ ସକାଶୁ ଯିହୁଦା ପ୍ରତିକୂଳରେ ତାହାଙ୍କର ଯେଉଁ କ୍ରୋଧ ପ୍ରଜ୍ୱଳିତ ହୋଇଥିଲା, ସଦାପ୍ରଭୁ ଆପଣାର ସେହି ପ୍ରଚଣ୍ଡ ମହାକୋପରୁ ଫେରିଲେ ନାହିଁ।
2 Chronicles 36:16 in Oriya 16 ମାତ୍ର ସେମାନେ ପରମେଶ୍ୱରଙ୍କ ଦୂତଗଣକୁ ପରିହାସ କଲେ, ତାହାଙ୍କର ବାକ୍ୟ ତୁଚ୍ଛ କଲେ ଓ ତାହାଙ୍କ ଭବିଷ୍ୟଦ୍ବକ୍ତାଗଣକୁ ବିଦ୍ରୂପ କଲେ; ଏଣୁ ଆପଣା ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ କୋପ ଉତ୍ଥିତ ହେଲା, ଶେଷରେ ଆଉ ପ୍ରତିକାର ନୋହିଲା।
Job 21:18 in Oriya 18 ସେମାନେ ବାୟୁ ଆଗରେ କୁଟା ପରି ଓ ବତାସରେ ଉଡ଼ନ୍ତା ତୁଷ ପରି ହୁଅନ୍ତି ?
Psalm 1:4 in Oriya 4 ଦୁଷ୍ଟମାନେ ସେପ୍ରକାର ନୁହଁନ୍ତି; ମାତ୍ର ବାୟୁ ଦ୍ୱାରା ଚାଳିତ ତୁଷ ତୁଲ୍ୟ ଅଟନ୍ତି।
Psalm 2:12 in Oriya 12 ପୁତ୍ରଙ୍କୁ ଚୁମ୍ବନ କର, ନୋହିଲେ ସେ କ୍ରୁଦ୍ଧ ହେବେ ଓ ତୁମ୍ଭେମାନେ ପଥରେ ବିନଷ୍ଟ ହେବ, କାରଣ ଶୀଘ୍ର ତାହାଙ୍କର କ୍ରୋଧ ପ୍ରଜ୍ୱଳିତ ହେବ। ଯେଉଁମାନେ ତାହାଙ୍କର ଶରଣ ନିଅନ୍ତି, ସେ ସମସ୍ତେ ଧନ୍ୟ।
Psalm 50:22 in Oriya 22 ହେ ପରମେଶ୍ୱରଙ୍କୁ ପାସୋରିବା ଲୋକମାନେ, ତୁମ୍ଭେମାନେ ଏହା ବିବେଚନା କର, ନୋହିଲେ ଆମ୍ଭେ ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରିବା, ପୁଣି, ଉଦ୍ଧାର କରିବାକୁ କେହି ନ ଥିବ।
Psalm 95:7 in Oriya 7 କାରଣ ସେ ଆମ୍ଭମାନଙ୍କର ପରମେଶ୍ୱର, ପୁଣି, ଆମ୍ଭେମାନେ ତାହାଙ୍କ ଚରାସ୍ଥାନର ଲୋକ ଓ ତାହାଙ୍କ ହସ୍ତଗତ ମେଷ। ଆହା, ଯଦି ଆଜି ତୁମ୍ଭେମାନେ ତାହାଙ୍କ ରବ ଶୁଣନ୍ତ।
Isaiah 17:13 in Oriya 13 ନାନା ଦେଶୀୟଗଣ, ମହା ଜଳରାଶି ମାଡ଼ି ଆସିବା ପରି ମାଡ଼ି ଆସୁଅଛନ୍ତି; ମାତ୍ର ସେ ସେମାନଙ୍କୁ ଧମକାଇବେ, ତହିଁରେ ସେମାନେ ଦୂରକୁ ପଳାଇବେ ଓ ବାୟୁ ସମ୍ମୁଖରେ ପର୍ବତସ୍ଥ ତୁଷ ତୁଲ୍ୟ ଓ ପ୍ରଚଣ୍ଡ ବାୟୁ ଅଗ୍ରତେ ଘୂର୍ଣ୍ଣାୟମାନ ଧୂଳି ତୁଲ୍ୟ ତାଡ଼ିତ ହେବେ।
Isaiah 41:15 in Oriya 15 “ଦେଖ, ଆମ୍ଭେ ତୁମ୍ଭକୁ ତୀକ୍ଷ୍ଣ ଛୁରିକାବିଶିଷ୍ଟ ଏକ ନୂତନ ଶସ୍ୟ-ମର୍ଦ୍ଦନ-ଯନ୍ତ୍ର ସ୍ୱରୂପ କରିବା; ତୁମ୍ଭେ ପର୍ବତଗଣକୁ ମର୍ଦ୍ଦନ କରି ଚୂର୍ଣ୍ଣ କରିବ ଓ ଉପପର୍ବତଗଣକୁ ଭୂଷି ତୁଲ୍ୟ କରିବ।
Jeremiah 23:20 in Oriya 20 ଯେପର୍ଯ୍ୟନ୍ତ ସଦାପ୍ରଭୁ ଆପଣା ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ କରନ୍ତି, ସେପର୍ଯ୍ୟନ୍ତ ତାହାଙ୍କ କ୍ରୋଧ ଫେରିବ ନାହିଁ; ତୁମ୍ଭେମାନେ ଶେଷ କାଳରେ ତାହା ସମ୍ପୂର୍ଣ୍ଣ ରୂପେ ବୁଝିବ।
Lamentations 4:11 in Oriya 11 ସଦାପ୍ରଭୁ ଆପଣା କୋପ ସଫଳ କରିଅଛନ୍ତି, ସେ ଆପଣା ପ୍ରଚଣ୍ଡ କ୍ରୋଧ ଢାଳି ଦେଇଅଛନ୍ତି; ପୁଣି, ସେ ସିୟୋନରେ ଅଗ୍ନି ଜ୍ୱଳାଇ ଅଛନ୍ତି ତାହା ତାହାର ଭିତ୍ତିମୂଳ ଗ୍ରାସ କରିଅଛି।
Ezekiel 12:25 in Oriya 25 କାରଣ ଆମ୍ଭେ ସଦାପ୍ରଭୁ; ଆମ୍ଭେ କଥା କହିବା ଓ ଯେଉଁ କଥା ଆମ୍ଭେ କହିବା, ତାହା ସଫଳ ହେବ; ଆଉ, ବିଳମ୍ବ ହେବ ନାହିଁ; କାରଣ ହେ ବିଦ୍ରୋହୀ-ବଂଶ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କର ବର୍ତ୍ତମାନ କାଳରେ କଥା କହିବା ଓ ତାହା ସଫଳ କରିବା।
Hosea 13:3 in Oriya 3 ଏଥିପାଇଁ ସେମାନେ ପ୍ରାତଃକାଳରେ ମେଘ ଓ ପ୍ରତ୍ୟୁଷର ବହିଯିବା କାକର ଓ ଘୂର୍ଣ୍ଣିବାୟୁରେ ଖଳାରୁ ଉଡ଼ିଯିବା ତୁଷ ଓ ନଳ ଦେଇ ବାହାରି ଯିବା ଧୂଆଁ ପରି ହେବେ।
Nahum 1:6 in Oriya 6 ତାହାଙ୍କ କ୍ରୋଧ ସମ୍ମୁଖରେ କିଏ ଠିଆ ହୋଇପାରେ ? ଓ ତାହାଙ୍କ କ୍ରୋଧର ପ୍ରଚଣ୍ଡତାରେ କିଏ ରହିପାରେ ? ତାହାଙ୍କ କୋପ ଅଗ୍ନି ତୁଲ୍ୟ ଢଳାଯାଏ ଓ ତାହାଙ୍କ ଦ୍ୱାରା ଶୈଳସବୁ ବିଦୀର୍ଣ୍ଣ ହୁଏ।
Zephaniah 1:18 in Oriya 18 ପୁଣି, ସଦାପ୍ରଭୁଙ୍କ କ୍ରୋଧର ଦିନରେ ସେମାନଙ୍କର ରୂପା କିଅବା ସେମାନଙ୍କର ସୁନା ସେମାନଙ୍କୁ ଉଦ୍ଧାର କରି ପାରିବ ନାହିଁ; ମାତ୍ର ତାହାଙ୍କର ଅନ୍ତର୍ଜ୍ୱାଳାରୂପ ଅଗ୍ନିରେ ସମୁଦାୟ ଦେଶ ଗ୍ରାସିତ ହେବ; କାରଣ ସେ ଦେଶନିବାସୀ ସମସ୍ତଙ୍କୁ ନିଃଶେଷ କରିବେ, ହଁ, ଭୟାନକ ରୂପେ ନିଃଶେଷ କରିବେ।
Zephaniah 3:8 in Oriya 8 ଏହେତୁ ସଦାପ୍ରଭୁ କହନ୍ତି, ଆମ୍ଭେ ଲୁଟିବା ପାଇଁ ଉଠିବା ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ଆମ୍ଭ ଅପେକ୍ଷାରେ ଥାଅ; କାରଣ ଆମ୍ଭେ ଆପଣା କୋପ ଓ ପ୍ରଚଣ୍ଡ କ୍ରୋଧ ରାଜ୍ୟସକଳର ଉପରେ ଢାଳିବା ନିମନ୍ତେ ଯେପରି ସେମାନଙ୍କୁ ଏକତ୍ର କରିବା, ଏଥିପାଇଁ ଗୋଷ୍ଠୀଗଣକୁ ସଂଗ୍ରହ କରିବାକୁ ଆମ୍ଭର ସ୍ଥିର ବିଚାର ଅଛି; କାରଣ ଆମ୍ଭର ଅନ୍ତର୍ଜ୍ୱାଳାରୂପ ଅଗ୍ନିରେ ସମୁଦାୟ ପୃଥିବୀ ଗ୍ରାସିତ ହେବ।
Malachi 4:1 in Oriya 1 “କାରଣ ଦେଖ, ସେହିଦିନ ଆସୁଅଛି, ତାହା ଅଗ୍ନିକୁଣ୍ଡ ପରି ଜଳୁଅଛି; ପୁଣି, ଅହଙ୍କାରୀ ଓ ଦୁଷ୍ଟାଚାରୀ ସମସ୍ତେ ନଡ଼ା ପରି ହେବେ; ଆଉ, ସେମାନଙ୍କର ମୂଳ କି ଡାଳ ଯେପରି ଅବଶିଷ୍ଟ ନ ରହିବ, ଏଥିପାଇଁ ଯେଉଁ ଦିନ ଆସୁଅଛି, ତାହା ସେମାନଙ୍କୁ ଦଗ୍ଧ କରିବ,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
Matthew 24:35 in Oriya 35 ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ।
Luke 13:24 in Oriya 24 ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକ ପ୍ରବେଶ କରିବା ନିମନ୍ତେ ଚେଷ୍ଟା କରିବେ, କିନ୍ତୁ ପାରିବେ ନାହିଁ।
2 Peter 3:4 in Oriya 4 ତାହାଙ୍କ ଆଗମନର ପ୍ରତିଜ୍ଞା କାହିଁ ? କାରଣ ପିତୃପୁରୁଷମାନଙ୍କର ମହାନିଦ୍ରାପ୍ରାପ୍ତ ହେବା ସମୟଠାରୁ ଏପର୍ଯ୍ୟନ୍ତ ସମସ୍ତ ବିଷୟ ସୃଷ୍ଟିର ଆରମ୍ଭରେ ଯେପରି ଥିଲା, ସେହିପରି ରହିଅଛି।