Zechariah 2:9 in Oriya 9 ଦେଖ, ମୁଁ ସେମାନଙ୍କ ଉପରେ ଆପଣା ହସ୍ତ ହଲାଇବି, ତହିଁରେ ସେମାନେ ଆପଣା ସେବାକାରୀଗଣର ଲୁଟିତ ବସ୍ତୁ ସ୍ୱରୂପ ହେବେ ଆଉ, ସୈନ୍ୟାଧିପତି ସଦାପ୍ରଭୁ ଯେ ମୋତେ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେମାନେ ଜାଣିବ।
Other Translations King James Version (KJV) For, behold, I will shake mine hand upon them, and they shall be a spoil to their servants: and ye shall know that the LORD of hosts hath sent me.
American Standard Version (ASV) For, behold, I will shake my hand over them, and they shall be a spoil to those that served them; and ye shall know that Jehovah of hosts hath sent me.
Bible in Basic English (BBE) For I, says the Lord, will be a wall of fire round about her, and I will be the glory inside her.
Darby English Bible (DBY) For behold, I will shake my hand upon them, and they shall become a spoil to those that served them: and ye shall know that Jehovah of hosts hath sent me.
World English Bible (WEB) For, behold, I will shake my hand over them, and they will be a spoil to those who served them; and you will know that Yahweh of Hosts has sent me.
Young's Literal Translation (YLT) For lo, I am waving my hand against them, And they have been a spoil to their servants. And ye have known that Jehovah of Hosts hath sent me.
Cross Reference Isaiah 10:32 in Oriya 32 ସେ ଆଜି ନୋବରେ ରହିବ; ସେ ସିୟୋନ କନ୍ୟାର ପର୍ବତ ଯିରୂଶାଲମ ଗିରି ପ୍ରତି ହସ୍ତ ହଲାଉଅଛି।
Isaiah 11:15 in Oriya 15 ପୁଣି, ସଦାପ୍ରଭୁ ମିସ୍ରୀୟ ସମୁଦ୍ରର ଜିହ୍ୱା ସମ୍ପୂର୍ଣ୍ଣ ରୂପେ ବିନାଶ କରିବେ ଓ ଆପଣାର ଉତ୍ତପ୍ତ ବାୟୁ ଦ୍ୱାରା ନଦୀ ଉପରେ ଆପଣା ହସ୍ତ ହଲାଇବେ, ଆଉ ତାହାକୁ ପ୍ରହାର କରି ସପ୍ତସ୍ରୋତ କରିବେ ଓ ଲୋକମାନଙ୍କୁ ଶୁଷ୍କ ପଦରେ ତହିଁ ମଧ୍ୟ ଦେଇ ଗମନ କରାଇବେ।
Isaiah 13:2 in Oriya 2 ତୁମ୍ଭେମାନେ ବୃକ୍ଷଶୂନ୍ୟ ପର୍ବତ ଉପରେ ଧ୍ୱଜା ଟେକ, ଲୋକମାନଙ୍କ ପ୍ରତି ରବ ଉଠାଅ, ହସ୍ତ ହଲାଅ, ସେମାନେ ଅଧିପତିମାନଙ୍କର ନଗର ଦ୍ୱାରରେ ପ୍ରବେଶ କରନ୍ତୁ।
Isaiah 14:2 in Oriya 2 ପୁଣି, ନାନା ଗୋଷ୍ଠୀୟ ଲୋକମାନେ ସେମାନଙ୍କୁ ନେଇ ସେମାନଙ୍କ ନିଜ ସ୍ଥାନରେ ପହଞ୍ଚାଇ ଦେବେ; ଆଉ, ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ଦେଶରେ ସେମାନଙ୍କୁ ଦାସଦାସୀ ରୂପେ ଅଧିକାର କରିବେ; ପୁଣି, ସେମାନେ ଯେଉଁମାନଙ୍କର ବନ୍ଦୀ ହୋଇଥିଲେ, ସେମାନଙ୍କୁ ବନ୍ଦୀ କରି ନେବେ ଓ ସେମାନେ ଆପଣା ଉପଦ୍ରବକାରୀମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ।
Isaiah 19:16 in Oriya 16 ସେହି ଦିନ ମିସର ସ୍ତ୍ରୀମାନଙ୍କ ତୁଲ୍ୟ ହେବ, ପୁଣି, ସୈନ୍ୟାଧିପତି ସଦାପ୍ରଭୁ, ତାହା ଉପରେ ଯେଉଁ ହସ୍ତ ହଲାନ୍ତି, ତାହାଙ୍କର ସେହି ହସ୍ତ ହଲିବା ସକାଶୁ ସେ କମ୍ପିବ ଓ ଭୀତ ହେବ।
Isaiah 33:1 in Oriya 1 ଆପେ ଲୁଟିତ ନୋହିଲେ ହେଁ ଲୁଟୁଅଛ ଯେ ତୁମ୍ଭେ; ପୁଣି, ଲୋକମାନେ ତୁମ୍ଭ ପ୍ରତି ବିଶ୍ୱାସଘାତକତା ନ କଲେ ହେଁ ବିଶ୍ୱାସଘାତକତା କରୁଅଛ ଯେ ତୁମ୍ଭେ, ତୁମ୍ଭେ ସନ୍ତାପର ପାତ୍ର ! ତୁମ୍ଭେ ଲୁଟିବାର ସମାପ୍ତ କଲା ଉତ୍ତାରେ ଲୁଟିତ ହେବ ଓ ବିଶ୍ୱାସଘାତକତା କରିବାର ସମାପ୍ତ କଲା ଉତ୍ତାରେ ଲୋକମାନେ ତୁମ୍ଭ ପ୍ରତି ବିଶ୍ୱାସଘାତକତା କରିବେ।
Isaiah 33:23 in Oriya 23 ତୁମ୍ଭର ପାଲଦଉଡ଼ିସବୁ ହୁଗୁଳା ହୋଇଅଛି, ସେହି ସବୁ ଆପଣା ମାସ୍ତୁଲକୁ ଦୃଢ଼ ଓ ପାଲକୁ ବିସ୍ତାର କରି ପାରିଲା ନାହିଁ; ସେତେବେଳେ ବିସ୍ତର ଲୁଟିତ ଦ୍ରବ୍ୟ ବିଭାଗ କରାଗଲା; ଛୋଟା ଲୋକ ଲୁଟିତ ଦ୍ରବ୍ୟ ଧରିଲା।
Jeremiah 27:7 in Oriya 7 ଆଉ, ତାହାର ନିଜ ଦେଶର ସମୟ ଉପସ୍ଥିତ ହେବା ପର୍ଯ୍ୟନ୍ତ ସମୁଦାୟ ଗୋଷ୍ଠୀ ତାହାର ଓ ତାହାର ପୁତ୍ରର ଓ ପୌତ୍ରର ଦାସ୍ୟକର୍ମ କରିବେ; ତହିଁ ଉତ୍ତାରେ ଅନେକ ଗୋଷ୍ଠୀ ଓ ମହାନ ମହାନ ରାଜାମାନେ ତାହାକୁ ଆପଣାମାନଙ୍କର ଦାସ୍ୟକର୍ମ କରାଇବେ।
Jeremiah 28:9 in Oriya 9 ଯେଉଁ ଭବିଷ୍ୟଦ୍ବକ୍ତା ଶାନ୍ତିର ଭବିଷ୍ୟଦ୍ବାକ୍ୟ ପ୍ରଚାର କରେ, ସେହି ଭବିଷ୍ୟଦ୍ବକ୍ତାଙ୍କର ବାକ୍ୟ ସଫଳ ହେଲା ଉତ୍ତାରେ ସିନା ସଦାପ୍ରଭୁ ପ୍ରକୃତରେ ତାହାକୁ ପଠାଇ ଅଛନ୍ତି ବୋଲି ଜଣା ପଡ଼େ।”
Ezekiel 39:10 in Oriya 10 ଏହିରୂପେ ସେମାନେ ପଦାରୁ କାଠ ଆଣିବେ ନାହିଁ; କି ବନରୁ କିଛି କାଟିବେ ନାହିଁ; କାରଣ ସେମାନେ ଅସ୍ତ୍ରଶସ୍ତ୍ର ନେଇ ଅଗ୍ନିରେ ଜ୍ୱଳାଇବେ; ଆଉ, ଆପଣା ଲୁଣ୍ଠନକାରୀମାନଙ୍କର ଧନ ଲୁଣ୍ଠନ କରିବେ ଓ ଯେଉଁମାନେ ସେମାନଙ୍କର ସମ୍ପତ୍ତି ଅପହରଣ କଲେ, ସେମାନଙ୍କର ସମ୍ପତ୍ତି ଅପହରଣ କରିବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Habakkuk 2:8 in Oriya 8 ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ଲୁଟିଅଛ, ଏଥିପାଇଁ ମନୁଷ୍ୟମାନଙ୍କର ରକ୍ତପାତ, ଆଉ ଦେଶ, ନଗର ଓ ତନ୍ନିବାସୀ ସମସ୍ତଙ୍କ ପ୍ରତି କୃତ ଦୌରାତ୍ମ୍ୟ ସକାଶୁ ଜନବୃନ୍ଦର ସମସ୍ତ ଶେଷାଂଶ ତୁମ୍ଭକୁ ଲୁଟିବେ।
Habakkuk 2:17 in Oriya 17 କାରଣ ମନୁଷ୍ୟମାନଙ୍କର ରକ୍ତପାତ ଓ ଦେଶ ପ୍ରତି, ନଗର ପ୍ରତି ଓ ତନ୍ନିବାସୀ ସମସ୍ତଙ୍କ ପ୍ରତି କୃତ ଦୌରାତ୍ମ୍ୟ ସକାଶୁ ଲିବାନୋନର ପ୍ରତି କୃତ ଦୌରାତ୍ମ୍ୟ ଓ ପଶୁଗଣର ତ୍ରାସଜନକ ସଂହାର ତୁମ୍ଭକୁ ଆଚ୍ଛନ୍ନ କରିବ।
Zephaniah 2:9 in Oriya 9 ଏଥିପାଇଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ନିଶ୍ଚୟ ମୋୟାବ ସଦୋମର ତୁଲ୍ୟ ଓ ଅମ୍ମୋନସନ୍ତାନଗଣ ହମୋରାର ତୁଲ୍ୟ, ବିଛୁଆତି ଗଛର ଆଶ୍ରୟ ଓ ଲବଣର ଆକର ଓ ଚିରକାଳ ଧ୍ୱଂସସ୍ଥାନ ହେବ; ଆମ୍ଭ ଲୋକମାନଙ୍କର ଶେଷାଂଶ ସେମାନଙ୍କୁ ଲୁଟିବେ ଓ ଆମ୍ଭ ଗୋଷ୍ଠୀର ଅବଶିଷ୍ଟାଂଶ ସେମାନଙ୍କୁ ଅଧିକାର କରିବେ।
Zechariah 2:8 in Oriya 8 କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି “ଯେଉଁ ଗୋଷ୍ଠୀଗଣ ତୁମ୍ଭମାନଙ୍କୁ ଲୁଟିଲେ, ସେମାନଙ୍କ ନିକଟକୁ ସେ ମୋତେ ସମାଦର କରି ପ୍ରେରଣ କରିଅଛନ୍ତି; କାରଣ ଯେଉଁ ଲୋକ ତୁମ୍ଭମାନଙ୍କୁ ସ୍ପର୍ଶ କରେ, ସେ ତାହାଙ୍କ ଚକ୍ଷୁର ପିତୁଳାକୁ ସ୍ପର୍ଶ କରେ।”
Zechariah 4:9 in Oriya 9 “ଯିରୁବ୍ବାବିଲଙ୍କ ହସ୍ତ ଏହି ଗୃହର ଭିତ୍ତିମୂଳ ସ୍ଥାପନ କରିଅଛି; ତାଙ୍କ ହସ୍ତ ମଧ୍ୟ ତାହା ସମାପ୍ତ କରିବ; ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ତୁମ୍ଭମାନଙ୍କ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେ ଜାଣିବ।”
Zechariah 6:15 in Oriya 15 ଆଉ, ଯେଉଁମାନେ ଦୂରରେ ଅଛନ୍ତି, ସେମାନେ ଆସି ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ, ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ମୋତେ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେମାନେ ଜାଣିବ ପୁଣି, ତୁମ୍ଭେମାନେ ଯଦି ଯତ୍ନପୂର୍ବକ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କରିବ, ତେବେ ଏହା ଘଟିବ।
John 13:19 in Oriya 19 ତାହା ଘଟିବା ସମୟରେ, ମୁଁ ସେହି ଅଟେ ବୋଲି ତୁମ୍ଭେମାନେ ଯେପରି ବିଶ୍ୱାସ କର, ଏଥି ନିମନ୍ତେ ତାହା ଘଟିବା ପୂର୍ବେ ମୁଁ ବର୍ତ୍ତମାନ ତୁମ୍ଭମାନଙ୍କୁ କହୁଅଛି।
John 16:4 in Oriya 4 ମାତ୍ର ଏସମସ୍ତ ଘଟିବାର ସମୟ ଉପସ୍ଥିତ ହେଲେ, ମୁଁ ଯେ ତୁମ୍ଭମାନଙ୍କୁ କହିଥିଲି, ଏହା ଯେପରି ତୁମ୍ଭେମାନେ ସ୍ମରଣ କର, ଏଥି ନିମନ୍ତେ ମୁଁ ଏହି ସବୁ କଥା ତୁମ୍ଭମାନଙ୍କୁ କହିଅଛି। ମୁଁ ତୁମ୍ଭମାନଙ୍କ ସହିତ ଥିବାରୁ ଆରମ୍ଭରୁ ଏହି ସବୁ କଥା ତୁମ୍ଭମାନଙ୍କୁ କହିଲି ନାହିଁ।