Zechariah 2:6 in Oriya 6 “ଆହେ, ଆହେ, ଉତ୍ତର ଦେଶରୁ ପଳାଅ,” ଏହା ସଦାପ୍ରଭୁ କହନ୍ତି। “କାରଣ ଆମ୍ଭେ ତୁମ୍ଭମାନଙ୍କୁ ଆକାଶର ଚତୁର୍ଦ୍ଦିଗ-ବାୟୁ ତୁଲ୍ୟ ବିସ୍ତୃତ କରିଅଛୁ,” ଏହା ସଦାପ୍ରଭୁ କହନ୍ତି।
Other Translations King James Version (KJV) Ho, ho, come forth, and flee from the land of the north, saith the LORD: for I have spread you abroad as the four winds of the heaven, saith the LORD.
American Standard Version (ASV) Ho, ho, flee from the land of the north, saith Jehovah; for I have spread you abroad as the four winds of the heavens, saith Jehovah.
Bible in Basic English (BBE) And I said to him, Where are you going? And he said to me, To take the measure of Jerusalem, to see how wide and how long it is.
Darby English Bible (DBY) Ho, ho! flee from the land of the north, saith Jehovah; for I have scattered you abroad as the four winds of the heavens, saith Jehovah.
World English Bible (WEB) Come! Come! Flee from the land of the north,' says Yahweh; 'for I have spread you abroad as the four winds of the sky,' says Yahweh.
Young's Literal Translation (YLT) Ho, ho, and flee from the land of the north, An affirmation of Jehovah, For, as the four winds of the heavens, I have spread you abroad, An affirmation of Jehovah.
Cross Reference Genesis 19:17 in Oriya 17 ଏହିରୂପେ ସେମାନଙ୍କୁ ବାହାର କରି ଆଣିଲା ଉତ୍ତାରେ ସେମାନଙ୍କ ମଧ୍ୟରୁ ଜଣେ ଲୋଟକୁ କହିଲା, “ପ୍ରାଣରକ୍ଷା ନିମନ୍ତେ ପଳାଅ; ପଛଆଡ଼କୁ ଦୃଷ୍ଟି କର ନାହିଁ ଓ ଏହି ସମସ୍ତ ପ୍ରାନ୍ତର ମଧ୍ୟରେ ହେଁ ରୁହ ନାହିଁ; ପର୍ବତକୁ ପଳାଇ ଯାଅ; ନୋହିଲେ ବିନଷ୍ଟ ହେବ।”
Deuteronomy 28:64 in Oriya 64 ପୁଣି, ସଦାପ୍ରଭୁ ପୃଥିବୀର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ସମସ୍ତ ଗୋଷ୍ଠୀ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିବେ; ଆଉ ସେଠାରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବପୁରୁଷଗଣର ଅଜ୍ଞାତ କାଷ୍ଠ ଓ ପ୍ରସ୍ତରମୟ ଅନ୍ୟ ଦେବତାଗଣର ସେବା କରିବ।
Ruth 4:1 in Oriya 1 ଏଥିଉତ୍ତାରୁ ବୋୟଜ ନଗର ଦ୍ୱାରକୁ ଯାଇ ସେଠାରେ ବସିଲା, ତହିଁରେ ଦେଖ, ସେ ଯେଉଁ ମୁକ୍ତିକର୍ତ୍ତା ଜ୍ଞାତି ବିଷୟ କହିଥିଲା, ସେ ସେଠାକୁ ଆସନ୍ତେ, ବୋୟଜ ତାହାକୁ ଡାକି କହିଲା, “ହେ ବନ୍ଧୁ, ଏଠିକି ଆସି ବସ,” ଏଣୁ ସେ ଆସି ସେଠାରେ ବସିଲା।
Isaiah 48:20 in Oriya 20 ତୁମ୍ଭେମାନେ ବାବିଲରୁ ବାହାରି ଯାଅ, କଲ୍ଦୀୟମାନଙ୍କ ମଧ୍ୟରୁ ପଳାଅ; ତୁମ୍ଭେମାନେ ଗାୟନ ଧ୍ୱନିରେ ପ୍ରଚାର କରି ଜଣାଅ, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ପ୍ରକାଶ କର; ତୁମ୍ଭେମାନେ କୁହ, ସଦାପ୍ରଭୁ ଆପଣା ଦାସ ଯାକୁବକୁ ମୁକ୍ତ କରିଅଛନ୍ତି।”
Isaiah 52:11 in Oriya 11 ତୁମ୍ଭେମାନେ ପ୍ରସ୍ଥାନ କର, ପ୍ରସ୍ଥାନ କର, ସେହି ସ୍ଥାନରୁ ବାହାରି ଯାଅ, କୌଣସି ଅଶୁଚି ବସ୍ତୁ ଛୁଅଁ ନାହିଁ; ତୁମ୍ଭେମାନେ ତାହାର ମଧ୍ୟରୁ ବାହାରି ଯାଅ; ହେ ସଦାପ୍ରଭୁଙ୍କର ପାତ୍ରବାହକଗଣ, ତୁମ୍ଭେମାନେ ଶୁଚି ହୁଅ।
Isaiah 55:1 in Oriya 1 “ହେ ତୃଷିତ ଲୋକସକଳ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ, ସେ ଆସୁ; ତୁମ୍ଭେମାନେ ଆସ, କିଣ ଓ ଭୋଜନ କର; ହଁ, ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ।
Jeremiah 1:14 in Oriya 14 ତହିଁରେ ସଦାପ୍ରଭୁ ମୋତେ କହିଲେ, “ଉତ୍ତର ଦିଗରୁ ଏହି ଦେଶନିବାସୀ ସମସ୍ତଙ୍କ ଉପରେ ଅମଙ୍ଗଳ ମାଡ଼ି ଆସିବ।”
Jeremiah 3:18 in Oriya 18 ସେହି ସମୟରେ ଯିହୁଦା ବଂଶ, ଇସ୍ରାଏଲ ବଂଶ ସଙ୍ଗେ ଗମନ କରିବେ ଓ ସେମାନେ ଉତ୍ତର ଦେଶରୁ ଏକତ୍ର ବାହାରି ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କୁ ଅଧିକାର ନିମନ୍ତେ ଆମ୍ଭର ଦତ୍ତ ଦେଶକୁ ଆସିବେ।
Jeremiah 15:4 in Oriya 4 ଆଉ, ଯିହୁଦାର ରାଜା ହିଜକୀୟର ପୁତ୍ର ମନଃଶିର ଯିରୂଶାଲମରେ କୃତକାର୍ଯ୍ୟ ସକାଶୁ ଆମ୍ଭେ ସେମାନଙ୍କୁ ପୃଥିବୀର ଯାବତୀୟ ରାଜ୍ୟରେ ଏଣେତେଣେ ନିକ୍ଷିପ୍ତ କରାଇବା।
Jeremiah 31:8 in Oriya 8 ଦେଖ, ଆମ୍ଭେ ସେମାନଙ୍କୁ ଉତ୍ତର ଦେଶରୁ ଆଣିବା, ପୁଣି ପୃଥିବୀର ପ୍ରାନ୍ତଭାଗରୁ ସେମାନଙ୍କୁ ଓ ସେମାନଙ୍କ ସହିତ ଅନ୍ଧ ଓ ଛୋଟା, ଗର୍ଭବତୀ ଓ ପ୍ରସବବେଦନାଗ୍ରସ୍ତା ସ୍ତ୍ରୀକୁ ଏକତ୍ର ସଂଗ୍ରହ କରିବା; ସେମାନେ ମହାଲୋକାରଣ୍ୟ ହୋଇ ଏହି ସ୍ଥାନକୁ ଆସିବେ।
Jeremiah 31:10 in Oriya 10 ହେ ଗୋଷ୍ଠୀବର୍ଗ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ ଓ ଦୂରସ୍ଥ ଦ୍ୱୀପସମୂହରେ ତାହା ପ୍ରଚାର କରି କୁହ, “ଯେ ଇସ୍ରାଏଲକୁ ଛିନ୍ନଭିନ୍ନ କଲେ, ସେ ତାହାକୁ ସଂଗ୍ରହ କରିବେ, ଆଉ ପାଳକ ଯେପରି ଆପଣା ପଲ ରକ୍ଷା କରେ, ସେପରି ସେ ତାହାକୁ ରକ୍ଷା କରିବେ।”
Jeremiah 50:8 in Oriya 8 ତୁମ୍ଭେମାନେ ବାବିଲ ମଧ୍ୟରୁ ପଳାଅ ଓ କଲ୍ଦୀୟମାନଙ୍କ ଦେଶ ମଧ୍ୟରୁ ବାହାରି ଯାଅ, ପୁଣି ପଲର ଅଗ୍ରଗାମୀ ଛାଗସ୍ୱରୂପ ହୁଅ।
Jeremiah 51:6 in Oriya 6 ତୁମ୍ଭେମାନେ ବାବିଲ ମଧ୍ୟରୁ ପଳାଅ ଓ ପ୍ରତ୍ୟେକ ଜଣ ଆପଣା ଆପଣା ପ୍ରାଣ ରକ୍ଷା କର; ତାହାର ଅଧର୍ମରେ ଉଚ୍ଛିନ୍ନ ହୁଅ ନାହିଁ; କାରଣ ସଦାପ୍ରଭୁଙ୍କର ପ୍ରତିଶୋଧ ନେବାର ସମୟ ଏହି; ସେ ତାହାକୁ ପ୍ରତିଫଳ ଦେବେ।
Jeremiah 51:45 in Oriya 45 ହେ ଆମ୍ଭର ଲୋକେ, ତୁମ୍ଭେମାନେ ତାହାର ମଧ୍ୟରୁ ବାହାରି ଯାଅ ଓ ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧରୁ ଆପଣା ଆପଣାକୁ ରକ୍ଷା କରୁ।
Jeremiah 51:50 in Oriya 50 ହେ ଖଡ୍ଗରୁ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଚାଲିଯାଅ, ସ୍ଥିର ହୋଇ ଠିଆ ହୁଅ ନାହିଁ ! ଦୂର ଦେଶରୁ ସଦାପ୍ରଭୁଙ୍କୁ ସ୍ମରଣ କର ଓ ଯିରୂଶାଲମ ତୁମ୍ଭମାନଙ୍କ ମନରେ ପଡ଼ୁ।
Ezekiel 5:12 in Oriya 12 ତୁମ୍ଭର ତୃତୀୟାଂଶ ମହାମାରୀରେ ମରିବେ, ଆଉ ଦୁର୍ଭିକ୍ଷ ଦ୍ୱାରା ତୁମ୍ଭ ମଧ୍ୟରେ ସେମାନେ କ୍ଷୟ ପାଇବେ; ପୁଣି, ତୃତୀୟାଂଶ ଖଡ଼୍ଗ ଦ୍ୱାରା ତୁମ୍ଭ ଚତୁର୍ଦ୍ଦିଗରେ ପତିତ ହେବେ; ଆଉ ତୃତୀୟାଂଶକୁ ଆମ୍ଭେ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ କରିବା ଓ ସେମାନଙ୍କର ପଶ୍ଚାତ ଖଡ଼୍ଗ ନିଷ୍କୋଷ କରିବା।
Ezekiel 11:16 in Oriya 16 ଏହେତୁ ତୁମ୍ଭେ କୁହ, ସଦାପ୍ରଭୁ ଏହି କଥା କହନ୍ତି; “ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଗୋଷ୍ଠୀଗଣ ମଧ୍ୟକୁ ଦୂରୀକୃତ କରିଅଛୁ ଓ ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଦେଶ ମଧ୍ୟରେ ଛିନ୍ନଭିନ୍ନ କରିଅଛୁ, ତଥାପି ସେମାନେ ଯେଉଁ ଯେଉଁ ସ୍ଥାନକୁ ଯାଇଅଛନ୍ତି, ସେହିସବୁ ଦେଶରେ ଆମ୍ଭେ ଅଳ୍ପ କାଳ ନିମନ୍ତେ ସେମାନଙ୍କର ଧର୍ମଧାମ ହେବା।
Ezekiel 12:14 in Oriya 14 ପୁଣି, ତାହାର ସାହାଯ୍ୟ କରିବାକୁ ଯେଉଁମାନେ ତାହାର ଚତୁର୍ଦ୍ଦିଗରେ ଅଛନ୍ତି, ସେମାନଙ୍କୁ ଓ ତାହାର ସୈନ୍ୟଦଳ ସମସ୍ତଙ୍କୁ ଆମ୍ଭେ ସବୁ ଦିଗରେ ଛିନ୍ନଭିନ୍ନ କରିବା ଓ ସେମାନଙ୍କ ପଶ୍ଚାତ ଆମ୍ଭେ ଖଡ଼୍ଗ ନିଷ୍କୋଷ କରିବା।
Ezekiel 17:21 in Oriya 21 ପୁଣି, ତାହାର ସକଳ ସୈନ୍ୟଦଳ ମଧ୍ୟରୁ ପଳାତକ ସମସ୍ତେ ଖଡ୍ଗରେ ପତିତ ହେବେ ଓ ଅବଶିଷ୍ଟ ଥିବା ଲୋକମାନେ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ ହେବେ; ତହିଁରେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଏହି କଥା କହିଅଛୁ।”
Amos 9:9 in Oriya 9 “କାରଣ ଦେଖ, ଆମ୍ଭେ ଆଜ୍ଞା କରିବା ଓ ଆମ୍ଭେ ଯାବତୀୟ ଗୋଷ୍ଠୀ ମଧ୍ୟରେ ଇସ୍ରାଏଲ ବଂଶକୁ ଚାଲୁଣୀର ଶସ୍ୟକୁ ଚଲାଇବା ପରି ଚଲାଇବା, ତଥାପି ଏକ କଣିକା ଭୂମିରେ ପଡ଼ିବ ନାହିଁ।
Zechariah 2:7 in Oriya 7 ହେ ବାବିଲର କନ୍ୟା ସହିତ ବାସକାରିଣୀ ସିୟୋନ, ତୁମ୍ଭେ ରକ୍ଷାର୍ଥେ ପଳାଅ।”
2 Corinthians 6:16 in Oriya 16 ପ୍ରତିମା ସହିତ ଇଶ୍ବରଙ୍କ ମନ୍ଦିରର କି ସମ୍ବନ୍ଧ ? କାରଣ ଆମ୍ଭେମାନେ ଜୀବିତ ଇଶ୍ବରଙ୍କ ମନ୍ଦିର ଅଟୁ, ଯେପରି ଈଶ୍ୱର କହିଅଛନ୍ତି, ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା, ଆଉ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା; ଆମ୍ଭେ ସେମାନଙ୍କ ଈଶ୍ୱର ହେବା, ଆଉ ସେମାନେ ଆମ୍ଭର ଲୋକ ହେବେ।
Revelation 18:4 in Oriya 4 ପରେ ମୁଁ ସ୍ୱର୍ଗରୁ ଆଉ ଗୋଟିଏ ସ୍ଵର ଏହା କହିବାର ଶୁଣିଲି, ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ ଯେପରି ତାହାର ପାପର ସହଭାଗୀ ନ ହୁଅ ଓ ତାହାର କ୍ଲେଶର ଅଂଶୀ ନ ହୁଅ, ଏଥି ନିମନ୍ତେ ତାହାଠାରୁ ବାହାରି ଆସ;