Song of Solomon 5:2 in Oriya 2 ମୁଁ ନିଦ୍ରିତା ଥିଲି, ମାତ୍ର ମୋହର ହୃଦୟ ଜାଗ୍ରତ ଥିଲା; ଏହି ତ ମୋ' ପ୍ରିୟତମଙ୍କ ରବ, ସେ ଦ୍ୱାରରେ ଆଘାତ କରି କହୁଅଛନ୍ତି, “ହେ ମୋହର ଭଗିନୀ, ମୋହର ପ୍ରିୟେ, ମୋହର କପୋତୀ, ମୋହର ଶୁଦ୍ଧମତେ; ମୋ' ପାଇଁ ଦ୍ୱାର ଫିଟାଅ; କାରଣ ମୋହର ମସ୍ତକ ଶିଶିରରେ, ମୋହର କେଶ ରାତ୍ରିର ଜଳବିନ୍ଦୁରେ ପରିପୂର୍ଣ୍ଣ।”
Other Translations King James Version (KJV) I sleep, but my heart waketh: it is the voice of my beloved that knocketh, saying, Open to me, my sister, my love, my dove, my undefiled: for my head is filled with dew, and my locks with the drops of the night.
American Standard Version (ASV) I was asleep, but my heart waked: It is the voice of my beloved that knocketh, `saying', Open to me, my sister, my love, my dove, my undefiled; For my head is filled with dew, My locks with the drops of the night.
Bible in Basic English (BBE) I am sleeping, but my heart is awake; it is the sound of my loved one at the door, saying, Be open to me, my sister, my love, my dove, my very beautiful one; my head is wet with dew, and my hair with the drops of the night.
Darby English Bible (DBY) I slept, but my heart was awake. The voice of my beloved! he knocketh: Open to me, my sister, my love, my dove, mine undefiled; For my head is filled with dew, My locks with the drops of the night.
World English Bible (WEB) I was asleep, but my heart was awake. It is the voice of my beloved who knocks: Open to me, my sister, my love, my dove, my undefiled; For my head is filled with dew, My hair with the dampness of the night.
Young's Literal Translation (YLT) I am sleeping, but my heart waketh: The sound of my beloved knocking! `Open to me, my sister, my friend, My dove, my perfect one, For my head is filled `with' dew, My locks `with' drops of the night.'
Cross Reference Genesis 29:20 in Oriya 20 ଏହିରୂପେ ଯାକୁବ ରାହେଲ ନିମନ୍ତେ ସାତ ବର୍ଷ ଦାସ୍ୟକର୍ମ କଲା; ପୁଣି, ରାହେଲ ପ୍ରତି ତାହାର ଏରୂପ ପ୍ରେମ ଥିଲା, ଯେ ସେହି ସାତ ବର୍ଷ ତାହା ପ୍ରତି କେବଳ ଅଳ୍ପ ଦିନ ପରି ବୋଧ ହେଲା।
Genesis 31:40 in Oriya 40 ଦିନରେ ଖରା, ରାତିରେ କାକର, ମୋତେ ଗ୍ରାସ କଲା; ମୋ' ଆଖିରୁ ନିଦ ପଳାଇ ଗଲା; ଏହିପରି ମୁଁ ଥିଲି;
Psalm 24:7 in Oriya 7 ହେ ନଗରଦ୍ୱାରସକଳ, ମସ୍ତକ ଟେକ; ହେ ଚିରସ୍ଥାୟୀ କବାଟସବୁ, ଟେକି ହୁଅ; ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।
Psalm 81:10 in Oriya 10 ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ଆମ୍ଭେ ତୁମ୍ଭକୁ ମିସର ଦେଶରୁ ବାହାର କରି ଆଣିଲୁ; ଆପଣା ମୁଖ ବଡ଼ କରି ମେଲାଅ, ଆମ୍ଭେ ତାହା ପୂର୍ଣ୍ଣ କରିବା।
Psalm 119:1 in Oriya 1 ଆଲେଫ୍। ଯେଉଁମାନେ ଆଚରଣରେ ସିଦ୍ଧ, ଯେଉଁମାନେ ସଦାପ୍ରଭୁଙ୍କ ବ୍ୟବସ୍ଥାନୁସାରେ ଚାଲନ୍ତି, ସେମାନେ ଧନ୍ୟ।
Proverbs 23:26 in Oriya 26 ହେ ମୋହର ପୁତ୍ର, ତୁମ୍ଭ ହୃଦୟ ମୋତେ ଦିଅ, ପୁଣି, ତୁମ୍ଭ ଚକ୍ଷୁ ମୋ' ପଥରେ ତୁଷ୍ଟ ହେଉ।
Song of Solomon 2:8 in Oriya 8 ଏହି ତ ମୋ' ପ୍ରିୟତମଙ୍କ ରବ ! ଦେଖ, ସେ ପର୍ବତଗଣ ଉପରେ କୁଦି କୁଦି, ଉପପର୍ବତଗଣ ଉପରେ ଡେଇଁ ଡେଇଁ ଆସୁଅଛନ୍ତି।
Song of Solomon 2:10 in Oriya 10 ମୋହର ପ୍ରିୟତମ କଥା କହିଲେ ଓ ସେ ମୋତେ କହିଲେ, “ହେ ମୋହର ପ୍ରିୟେ, ମୋହର ସୁନ୍ଦରୀ, ଉଠ, ବାହାରି ଆସ।
Song of Solomon 2:14 in Oriya 14 ହେ ମୋହର କପୋତୀ, ତୁମ୍ଭେ ଶୈଳର ଫାଟରେ ଗଡ଼ନ୍ତି ସ୍ଥାନର ଅନ୍ତରାଳରେ ଅଛ, ମୋତେ ତୁମ୍ଭ ରୂପ ଦେଖିବାକୁ ଦିଅ, ମୋତେ ତୁମ୍ଭ ରବ ଶୁଣିବାକୁ ଦିଅ; କାରଣ ତୁମ୍ଭ ରବ ସୁମିଷ୍ଟ ଓ ତୁମ୍ଭ ରୂପ ମନୋହର।
Song of Solomon 3:1 in Oriya 1 ଯାହାଙ୍କୁ ମୋହର ପ୍ରାଣ ପ୍ରେମ କରେ, ତାଙ୍କୁ ମୁଁ ରାତ୍ରିକାଳେ ଆପଣା ଶଯ୍ୟାରେ ଖୋଜିଲି; ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇଲି ନାହିଁ।
Song of Solomon 4:7 in Oriya 7 ହେ ମୋହର ପ୍ରିୟେ, ତୁମ୍ଭେ ସର୍ବାଙ୍ଗ ସୁନ୍ଦରୀ; ତୁମ୍ଭଠାରେ କୌଣସି ଖୁଣ ନାହିଁ।
Song of Solomon 4:9 in Oriya 9 ହେ ମୋହର ଭଗିନୀ, ହେ ମୋହର କନ୍ୟେ, ତୁମ୍ଭେ ମୋହର ଚିତ୍ତ ହରଣ କରିଅଛ; ତୁମ୍ଭେ ଆପଣାର ଏକ ଦୃଷ୍ଟିରେ, ଆପଣା ଗଳାର ଏକ ହାରରେ ମୋହର ଚିତ୍ତ ହରଣ କରିଅଛ।
Song of Solomon 5:11 in Oriya 11 ତାଙ୍କର ମସ୍ତକ ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ, ତାଙ୍କର କେଶ କୁଞ୍ଚିତ ଓ ଡାମରାକୁଆ ତୁଲ୍ୟ କୃଷ୍ଣବର୍ଣ୍ଣ।
Song of Solomon 6:9 in Oriya 9 ମାତ୍ର ମୋ' କପୋତୀ, ମୋ' ଶୁଦ୍ଧମତି ଅଦ୍ୱିତୀୟା; ସେ ଆପଣା ମାତାର ଏକମାତ୍ର; ସେ ଆପଣା ଗର୍ଭଧାରିଣୀର ମନୋନୀତା। କନ୍ୟାମାନେ ତାହାକୁ ଦେଖି ଧନ୍ୟା ବୋଲି କହିଲେ; ହଁ, ରାଣୀ ଓ ଉପପତ୍ନୀଗଣ ତାହାକୁ ପ୍ରଶଂସା କଲେ।
Song of Solomon 7:9 in Oriya 9 ତୁମ୍ଭର ମୁଖ ସର୍ବୋତ୍ତମ ଦ୍ରାକ୍ଷାରସ ତୁଲ୍ୟ, ତାହା ମୋ' ପ୍ରିୟତମଙ୍କ ଗଳଦେଶରେ ଚିକ୍କଣ ଗଳିଯାଏ, ନିଦ୍ରିତ ଲୋକମାନଙ୍କ ଓଷ୍ଠାଧରରେ ଧୀରେ ଧୀରେ ଚାଲିଯାଏ।
Song of Solomon 8:7 in Oriya 7 ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନ ପାରେ, କିଅବା ବଢ଼ି ତାହା ବୁଡ଼ାଇ ନ ପାରେ; ଯଦି କେହି ପ୍ରେମ ନିମନ୍ତେ ଆପଣା ଗୃହର ସର୍ବସ୍ୱ ଦେବ, ତେବେ ସେ ଲୋକ ନିତାନ୍ତ ତୁଚ୍ଛୀକୃତ ହେବ।
Isaiah 50:6 in Oriya 6 ମୁଁ ପ୍ରହାରକ ପ୍ରତି ଆପଣା ପିଠି, ଦାଢ଼ି ଉପାଡ଼ିବା ଲୋକମାନଙ୍କ ପ୍ରତି ଆପଣା ଗାଲ ପାତି ଦେଲି; ମୁଁ ଅପମାନ ଓ ଛେପ ପକାଇବାରୁ ମୋହର ମୁଖ ଲୁଚାଇ ନାହିଁ।
Isaiah 52:14 in Oriya 14 ମନୁଷ୍ୟ ଅପେକ୍ଷା ତାହାଙ୍କର ଆକୃତି ଓ ମନୁଷ୍ୟ ସନ୍ତାନଗଣ ଅପେକ୍ଷା ତାହାଙ୍କର ରୂପ ଅଧିକ ବିକୃତ ହେବାରୁ ଯେପରି ଅନେକେ ତାହାଙ୍କ ବିଷୟରେ ଚମତ୍କୃତ ହୋଇଥିଲେ,
Isaiah 53:3 in Oriya 3 ସେ ଅବଜ୍ଞାତ ଓ ମନୁଷ୍ୟର ତ୍ୟକ୍ତ; ଦୁଃଖୀ ଲୋକ ଓ ଶୋକପରିଚିତ, ପୁଣି ମନୁଷ୍ୟମାନେ ଯାହାଠାରୁ ମୁଖ ଆଚ୍ଛାଦନ କରନ୍ତି, ଏପରି ଲୋକ ତୁଲ୍ୟ ସେ ଅବଜ୍ଞାତ ହେଲେ, ଆଉ ଆମ୍ଭେମାନେ ତାହାଙ୍କୁ ମାନ୍ୟ କଲୁ ନାହିଁ।
Daniel 8:18 in Oriya 18 ସେ ମୋତେ କଥା କହୁ କହୁ ମୁଁ ଭୂମି ଆଡ଼େ ମୁଖ କରି ଘୋର ନିଦ୍ରାଗ୍ରସ୍ତ ହେଲି; ମାତ୍ର ସେ ସ୍ପର୍ଶ କରି ମୋତେ ଠିଆ କରାଇଲେ।
Zechariah 4:1 in Oriya 1 ଏଉତ୍ତାରେ ଯେଉଁ ଦୂତ ମୋ' ସଙ୍ଗରେ କଥା କହୁଥିଲେ, ସେ ଆସି ମୋତେ ନିଦ୍ରାରୁ ଉଠିଥିବା ମନୁଷ୍ୟ ପରି ଜଗାଇଲେ।
Matthew 8:17 in Oriya 17 ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ସେ ନିଜେ ଆମ୍ଭମାନଙ୍କର ଦୁର୍ବଳତାସବୁ ଗ୍ରହଣ କଲେ ଓ ବ୍ୟାଧିସବୁ ବହନ କଲେ।
Matthew 25:4 in Oriya 4 ମାତ୍ର ସୁବୁଦ୍ଧିମାନେ ଆପଣା ଆପଣା ପ୍ରଦୀପ ସହିତ ପାତ୍ରରେ ତୈଳ ନେଲେ।
Matthew 25:35 in Oriya 35 କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ; ପ୍ରବାସୀ ଥିଲି, ମୋତେ ଅାଶ୍ରୟ ଦେଲ;
Matthew 26:40 in Oriya 40 ଆଉ, ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, ତୁମ୍ଭେମାନେ କି ମୋ ସାଙ୍ଗରେ ଅଳ୍ପ ସମୟ ହେଲେ ଜାଗି ପାରିଲ ନାହିଁ ?
Mark 1:35 in Oriya 35 ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ସେ ଉଠି ବାହାରିଗଲେ ଓ ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ।
Luke 6:12 in Oriya 12 ସେହି ସମୟରେ ସେ ଦିନେ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ବାହାରିଯାଇ ଇଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁ କରୁ ସମସ୍ତ ରାତ୍ରି ବିତାଇଲେ।
Luke 9:32 in Oriya 32 ସେତେବେଳେ ପିତର ଓ ତାହାଙ୍କ ସଙ୍ଗୀମାନେ ନିଦ୍ରାରେ ଭାରାକ୍ରାନ୍ତ ଥିଲେ; କିନ୍ତୁ ସେମାନେ ନିଦ୍ରାରୁ ଉଠନ୍ତେ ତାହାଙ୍କ ଗୌରବ ଓ ତାହାଙ୍କ ସହିତ ଠିଆ ହୋଇଥିବା ସେହି ଦୁଇ ଜଣ ବ୍ୟକ୍ତିଙ୍କୁ ଦେଖିଲେ।
Luke 22:44 in Oriya 44 ପୁଣି, ସେ ମର୍ମାନ୍ତିକ ଦୁଃଖରେ ମଗ୍ନ ହୋଇ ଆହୁରି ଏକାଗ୍ର ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ ଓ ତାହାଙ୍କ ଝାଳ ଘନ ରକ୍ତଟୋପା ପରି ଭୂଇଁରେ ପଡ଼ିଲା।
John 10:4 in Oriya 4 ସେ ନିଜର ମେଷସବୁକୁ ବାହାର କଲା ଉତ୍ତାରେ ସେମାନଙ୍କ ଆଗେ ଆଗେ ଚାଲେ ଓ ମେଷଗୁଡ଼ିକ ତାହାର ପଛେ ପଛେ ଚାଲନ୍ତି, କାରଣ ସେମାନେ ତାହାର ସ୍ୱର ଚିହ୍ନନ୍ତି;
2 Corinthians 5:14 in Oriya 14 କାରଣ ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବଶରେ ରଖି ଚଳାଉଅଛି, ଯେଣୁ ଆମ୍ଭେମାନେ ଏହି ବିଚାର କରିଅଛୁ ଯେ, ଜଣେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କରିଥିବାରୁ ସମସ୍ତେ ମୃତ ହେଲେ;
Galatians 2:20 in Oriya 20 ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି; ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋ'ଠାରେ ଜୀବିତ ଅଛନ୍ତି; ପୁଣି, ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଅଛି, ତାହା ବିଶ୍ୱାସରେ, ଅର୍ଥାତ୍, ଇଶ୍ବରଙ୍କ ଯେଉଁ ପୁତ୍ର ମୋତେ ପ୍ରେମ କରି ମୋ' ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ତାହାଙ୍କଠାରେ ବିଶ୍ୱାସ କରି ଯାପନ କରୁଅଛି।
Ephesians 5:14 in Oriya 14 ଏଣୁ ଉକ୍ତ ଅଛି, ହେ ନିଦ୍ରିତ ଜାଗ, ମୃତମାନଙ୍କ ମଧ୍ୟରୁ ଉଠ, ପୁଣି, ଖ୍ରୀଷ୍ଟ ତୁମ୍ଭକୁ ଆଲୋକ ପ୍ରଦାନ କରିବେ।
Revelation 3:4 in Oriya 4 ତଥାପି ଯେଉଁମାନେ ଦଳରେ କେତେକ ଲୋକମାନେ ଆପଣା ଆପଣା ବସ୍ତ୍ର ମଳିନ କରି ନାହାଁନ୍ତି, ତୁମ୍ଭମାନଙ୍କ ମଧ୍ୟରେ ସାର୍ଦ୍ଦୀରେ ଏପରି କେତେକ ଅଛନ୍ତି; ସେମାନେ ଶୁକ୍ଳ ବସ୍ତ୍ର ପରିହିତ ହୋଇ ଆମ୍ଭ ସଙ୍ଗରେ ଗମନାଗମନ କରିବେ, କାରଣ ସେମାନେ ଯୋଗ୍ୟ।
Revelation 3:20 in Oriya 20 ଦେଖ, ମୁଁ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛି; ଯଦି କେହି ମୋର ସ୍ୱର ଶୁଣି ଦ୍ୱାର ଫିଟାଇଦେବ, ତାହାହେଲେ ମୁଁ ପ୍ରବେଶ କରି ତାହା ନିକଟକୁ ଯିବି, ପୁଣି, ତାହା ସହିତ ଭୋଜନ କରିବି ଓ ସେ ମୋ ସହିତ ଭୋଜନ କରିବ।
Revelation 14:4 in Oriya 4 ସେମାନେ ସ୍ତ୍ରୀମାନଙ୍କ ସହିତ ଆପଣା ଆପଣାକୁ କଳୁଷିତ କରି ନ ଥିଲେ କାରଣ ସେମାନେ ଶୁଚି। ମେଷଶାବକ ଯେକୌଣସି ସ୍ଥାନକୁ ଗମନ କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି। ସେମାନେ ଈଶ୍ୱର ଓ ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମଜାତ ଫଳ ସ୍ୱରୂପେ ମନୁଷ୍ୟମାନଙ୍କ ମଧ୍ୟରୁ କ୍ରୀତ ହୋଇଅଛନ୍ତି;