Romans 9:30 in Oriya 30 ତେବେ, ଆମ୍ଭେମାନେ କ'ଣ କହିବା ? ଯେଉଁ ଅଣଯିହୂଦୀମାନେ ଧାର୍ମିକତାର ଅନୁଗମନ କରୁ ନ ଥିଲେ, ସେମାନେ ଧାର୍ମିକତା, ଏପରିକି ବିଶ୍ୱାସମୂଳକ ଧାର୍ମିକତା ଲାଭ କରିଅଛନ୍ତି।
Other Translations King James Version (KJV) What shall we say then? That the Gentiles, which followed not after righteousness, have attained to righteousness, even the righteousness which is of faith.
American Standard Version (ASV) What shall we say then? That the Gentiles, who followed not after righteousness, attained to righteousness, even the righteousness which is of faith:
Bible in Basic English (BBE) What then may we say? That the nations who did not go after righteousness have got righteousness, even the righteousness which is of faith:
Darby English Bible (DBY) What then shall we say? That [they of the] nations, who did not follow after righteousness, have attained righteousness, but [the] righteousness that is on the principle of faith.
World English Bible (WEB) What shall we say then? That the Gentiles, who didn't follow after righteousness, attained to righteousness, even the righteousness which is of faith;
Young's Literal Translation (YLT) What, then, shall we say? that nations who are not pursuing righteousness did attain to righteousness, and righteousness that `is' of faith,
Cross Reference Proverbs 15:9 in Oriya 9 ଦୁଷ୍ଟର ଗତି ସଦାପ୍ରଭୁଙ୍କର ଘୃଣାର ବିଷୟ; ମାତ୍ର ଧାର୍ମିକତାର ଅନୁଗାମୀକୁ ସେ ପ୍ରେମ କରନ୍ତି।
Proverbs 21:21 in Oriya 21 ଯେଉଁ ଜନ ଧାର୍ମିକତା ଓ ଦୟାର ପଶ୍ଚାଦ୍ବର୍ତ୍ତୀ, ସେ ଜୀବନ ଓ ଧାର୍ମିକତା ଓ ସମ୍ମାନ ପାଏ।
Isaiah 51:1 in Oriya 1 ହେ ଧର୍ମର ଅନୁଗାମୀଗଣ, ହେ ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ, ତୁମ୍ଭେମାନେ ଆମ୍ଭର କଥା ଶୁଣ: ତୁମ୍ଭେମାନେ ଯେଉଁ ଶୈଳରୁ କଟା ହୋଇଥିଲ ଓ ଯେଉଁ ଗର୍ତ୍ତର ଛେଦରୁ ଖୋଳା ହୋଇଥିଲ, ତହିଁ ପ୍ରତି ଦୃଷ୍ଟିପାତ କର।
Isaiah 65:1 in Oriya 1 “ଯେଉଁମାନେ ଆମ୍ଭ ବିଷୟ ପଚାରିଲେ ନାହିଁ, ସେମାନଙ୍କ ଦ୍ୱାରା ଆମ୍ଭେ ଅନ୍ୱେଷିତ ହେଉଅଛୁ; ଯେଉଁମାନେ ଆମ୍ଭର ଅନ୍ୱେଷଣ କଲେ ନାହିଁ, ସେମାନେ ଆମ୍ଭକୁ ପ୍ରାପ୍ତ ହେଉଅଛନ୍ତି; ଯେଉଁ ଦେଶୀୟ ଲୋକେ ଆମ୍ଭ ନାମରେ ଖ୍ୟାତ ହୋଇ ନ ଥିଲେ, ସେମାନଙ୍କୁ, ଆମ୍ଭକୁ ଦେଖ, ଆମ୍ଭକୁ ଦେଖ ବୋଲି ଆମ୍ଭେ କହିଲୁ।
Romans 1:17 in Oriya 17 ସେଥିରେ ତ ଈଶ୍ୱରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ୱାସମୂଳକ ଓ ବିଶ୍ୱାସଜନକ, ଯେପରି ଲେଖାଅଛି, “ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ।”
Romans 3:5 in Oriya 5 କିନ୍ତୁ ଯଦି ଆମ୍ଭମାନଙ୍କର ଅଧାର୍ମିକତା ଇଶ୍ବରଙ୍କ ଧାର୍ମିକତା ପ୍ରମାଣ କରେ, ତେବେ ଆମ୍ଭେମାନେ କ'ଣ କହିବା ? ଯେଉଁ ଈଶ୍ୱର କ୍ରୋଧରେ ପ୍ରତିଫଳ ଦିଅନ୍ତି, ସେ କି ଅଧାର୍ମିକ ? ମୁଁ ମନୁଷ୍ୟ ଭାବରେ କହୁଅଛି।
Romans 3:21 in Oriya 21 କିନ୍ତୁ ଏବେ ମୋଶାଙ୍କ ବ୍ୟବସ୍ଥା ବ୍ୟତୀତ ଈଶ୍ୱରଙ୍କର ଧାର୍ମିକତା ପ୍ରକାଶିତ ହୋଇଅଛି, ଆଉ ତାହା ବିଷୟରେ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ସାକ୍ଷ୍ୟ ଦେଉଅଛି,
Romans 4:9 in Oriya 9 ତାହାହେଲେ ସୁନ୍ନତିମାନଙ୍କୁ ଏପରି ଧନ୍ୟ ବୋଲି କୁହାଯାଏ, ନା ଅସୁନ୍ନତିପ୍ରାପ୍ତମାନଙ୍କୁ କୁହାଯାଏ ? ଯେଣୁ ଆମ୍ଭେମାନେ କହୁ, ଅବ୍ରହାମଙ୍କ ବିଶ୍ୱାସ ତାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା।
Romans 4:11 in Oriya 11 ଆଉ, ସେ ଅସୁନ୍ନତି ଅବସ୍ଥାରେ ବିଶ୍ୱାସ ସକାଶେ ଧାର୍ମିକ ଗଣିତ ହୋଇ ସେଥିର ମୁଦ୍ରାଙ୍କ ସ୍ୱରୂପେ ସୁନ୍ନତ ଚିହ୍ନ ପାଇଲେ, ଯେପରି ଅସୁନ୍ନତି ଅବସ୍ଥାରେ ଥିବା ସମସ୍ତ ବିଶ୍ୱାସୀଙ୍କ ପକ୍ଷରେ ଧାର୍ମିକତା ଗଣନା କରାଯିବା ନିମନ୍ତେ ସେ ସେମାନଙ୍କର ପିତା ହୁଅନ୍ତି,
Romans 4:13 in Oriya 13 କାରଣ ଅବ୍ରହାମ କିମ୍ବା ତାଙ୍କ ବଂଶକୁ ଜଗତର ଅଧିକାରୀ ହେବା ନିମନ୍ତେ ପ୍ରତିଜ୍ଞା ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଦିଆଯାଇ ନ ଥିଲା, ମାତ୍ର ବିଶ୍ୱାସର ଧାର୍ମିକତା ଦ୍ୱାରା ଦିଆଯାଇଥିଲା।
Romans 4:22 in Oriya 22 ଏଥିପାଇଁ ମଧ୍ୟ ଏହା ତାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା
Romans 5:1 in Oriya 1 ଅତଏବ, ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଇଶ୍ବରଙ୍କ ସହିତ ଶାନ୍ତିରେ ଅଛୁ;
Romans 9:14 in Oriya 14 ତେବେ ଆମ୍ଭେମାନେ କ'ଣ କହିବା ? ଈଶ୍ୱରଙ୍କଠାରେ କି ଅନ୍ୟାୟ ଅଛି ? ତାହା କେବେ ହେଁ ନ ହେଉ।
Romans 9:31 in Oriya 31 କିନ୍ତୁ ଇସ୍ରାଏଲ ଧାର୍ମିକତାର ମୋଶାଙ୍କ ବ୍ୟବସ୍ଥା ଅନୁଗମନ କରୁ କରୁ ସେହି ମୋଶାଙ୍କ ବ୍ୟବସ୍ଥା ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ।
Romans 10:6 in Oriya 6 କିନ୍ତୁ ବିଶ୍ୱାସମୂଳକ ଧାର୍ମିକତା ଏପରି କହେ, “ମନେ ମନେ କୁହ ନାହିଁ, “କିଏ ସ୍ୱର୍ଗାରୋହଣ କରିବ' (ଅର୍ଥାତ୍, ଖ୍ରୀଷ୍ଟଙ୍କୁ ଓହ୍ଲାଇଆଣିବା ନିମନ୍ତେ) ?
Romans 10:10 in Oriya 10 କାରଣ ଧାର୍ମିକତାପ୍ରାପ୍ତି ନିମନ୍ତେ ମନୁଷ୍ୟ ହୃଦୟରେ ବିଶ୍ୱାସ କରେ ଓ ପରିତ୍ରାଣ ପ୍ରାପ୍ତି ନିମନ୍ତେ ମୁଖରେ ସ୍ୱୀକାର କରେ।
Romans 10:20 in Oriya 20 ତାହା ପରେ ଯିଶାଇୟ ସାହସରେ କହନ୍ତି, “ଯେଉଁମାନେ ଆମ୍ଭର ଅନ୍ୱେଷଣ କରୁ ନ ଥିଲେ, ସେମାନେ ଆମ୍ଭକୁ ପ୍ରାପ୍ତ ହେଲେ; ଯେଉଁମାନେ ଆମ୍ଭ ବିଷୟ ପଚାରୁ ନ ଥିଲେ, ସେମାନଙ୍କ ନିକଟରେ ଆମ୍ଭେ ପ୍ରକାଶିତ ହେଲୁ।'
1 Corinthians 6:9 in Oriya 9 ଅବା, ଅଧାର୍ମିକମାନେ ଯେ ଇଶ୍ବରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ, ଏହା କି ତୁମ୍ଭେମାନେ ଜାଣ ନାହିଁ ? ଭ୍ରାନ୍ତ ହୁଅ ନାହିଁ, ବ୍ୟଭିଚାରୀ କି ପ୍ରତିମାପୂଜକ କି ପାରଦାରିକ କି ସ୍ତ୍ରୀବତ୍ ଆଚାରୀ
Galatians 2:16 in Oriya 16 ତଥାପି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ଜାଣି ଆମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ, ଯେପରି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଉ; କାରଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ।
Galatians 3:8 in Oriya 8 ଆଉ ଈଶ୍ୱର ଅଣଯିହୂଦୀମାନଙ୍କୁ ବିଶ୍ୱାସ ହେତୁ ଧାର୍ମିକ ଗଣନା କରିବେ, ଏହା ଧର୍ମଶାସ୍ତ୍ର ପୂର୍ବରୁ ଦେଖି ଅବ୍ରାହାମଙ୍କ ନିକଟରେ ସୁସମାଚାର ପ୍ରଚାର କରି କହିଲା, “ତୁମ୍ଭ ଦେଇ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ।”
Galatians 3:24 in Oriya 24 ଏହି ପ୍ରକାରେ ବିଶ୍ୱାସ ହେତୁ ଆମ୍ଭମାନଙ୍କର ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ, ମୋଶାଙ୍କ ବ୍ୟବସ୍ଥା ଆମ୍ଭମାନଙ୍କର ଶିକ୍ଷକସ୍ୱରୂପ ହୋଇଥିଲା।
Galatians 5:5 in Oriya 5 କାରଣ ଆମ୍ଭେମାନେ ଆତ୍ମାଙ୍କ ଦ୍ୱାରା ବିଶ୍ୱାସ ହେତୁ ଧାର୍ମିକତା ପ୍ରାପ୍ତିର ଆଶାରେ ଅପେକ୍ଷା କରୁଅଛୁ।
Ephesians 2:12 in Oriya 12 ସେତେବେଳେ ତୁମ୍ଭେମାନେ ଯେ ଖ୍ରୀଷ୍ଟଙ୍କଠାରୁ ପୃଥକ୍, ଇସ୍ରାଏଲର ପ୍ରଜାସତ୍ୱରହିତ , ଭରସାହୀନ ଓ ଈଶ୍ୱର ବିହୀନ ହୋଇଥିଲ, ଏହା ସ୍ମରଣ କର।
Ephesians 4:17 in Oriya 17 ଅତଏବ ମୁଁ ପ୍ରଭୁଙ୍କ ନାମରେ ବିଶେଷ ଅନୁରୋଧ କରି କହୁଅଛି, ଅବିଶ୍ୱାସୀମାନେ ଯେପରି ଆପଣା ଆପଣା ମନର ଅସାରତାରେ ଆଚରଣ କରନ୍ତି, ତୁମ୍ଭେମାନେ ସେହିପରି ଆଚରଣ କର ନାହିଁ;
Philippians 3:9 in Oriya 9 ପୁଣି, ମୋଶାଙ୍କ ବ୍ୟବସ୍ଥା ପାଳନ ହେତୁ ନିଜର ଧାର୍ମିକତା ପ୍ରାପ୍ତ ନ ହୋଇ ବରଂ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଦତ୍ତ ବିଶ୍ୱାସମୂଳକ ଧାର୍ମିକତା ପ୍ରାପ୍ତ ହୁଏ,
1 Timothy 6:11 in Oriya 11 କିନ୍ତୁ ହେ ଇଶ୍ବରଙ୍କ ଲୋକ, ତୁମ୍ଭେ ଏହି ସମସ୍ତଠାରୁ ପଳାୟନ କରି ଧାର୍ମିକତା, ଈଶ୍ୱରପରାୟଣତା, ବିଶ୍ୱାସ,ପ୍ରେମ, ଧୈର୍ଯ୍ୟ, ସହିଷ୍ଣୁତା ଓ ନମ୍ରତାର ଅନୁଗାମୀ ହୁଅ।
Hebrews 11:7 in Oriya 7 ବିଶ୍ୱାସ ଦ୍ୱାରା ନୋହ ସେ ସମୟ ପର୍ଯ୍ୟନ୍ତ ଅପ୍ରକାଶିତ ବିଷୟ ସମ୍ବନ୍ଧରେ ପ୍ରତ୍ୟାଦେଶ ପାଇ ଭକ୍ତି ସହକାରେ ଆପଣା ପରିବାରର ରକ୍ଷା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କଲେ, ପୁଣି, ସେହି ବିଶ୍ୱାସ ଦ୍ୱାରା ସେ ଜଗତକୁ ଦୋଷୀ କରି ବିଶ୍ୱାସାନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ।
1 Peter 4:3 in Oriya 3 ଯେଣୁ ଅଣଯିହୂଦୀମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ତୁମ୍ଭେମାନେ ଯେତେକାଳ କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା କରୁଥିଲ, ତାହା ଯଥେଷ୍ଟ;