Romans 8:9 in Oriya 9 କିନ୍ତୁ ଇଶ୍ବରଙ୍କ ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତାହାହେଲେ ତୁମ୍ଭେମାନେ ଶରୀରର ବଶରେ ନାହଁ, ମାତ୍ର ଆତ୍ମାଙ୍କ ବଶରେ ଅଛ। ଯଦି କେହି ଖ୍ରୀଷ୍ଟଙ୍କ ଆତ୍ମା ପାଇ ନ ଥାଏ, ତେବେ ସେ ତାହାଙ୍କର ନୁହେଁ।
Other Translations King James Version (KJV) But ye are not in the flesh, but in the Spirit, if so be that the Spirit of God dwell in you. Now if any man have not the Spirit of Christ, he is none of his.
American Standard Version (ASV) But ye are not in the flesh but in the Spirit, if so be that the Spirit of God dwelleth in you. But if any man hath not the Spirit of Christ, he is none of his.
Bible in Basic English (BBE) You are not in the flesh but in the Spirit, if the Spirit of God is in you. But if any man has not the Spirit of Christ he is not one of his.
Darby English Bible (DBY) But *ye* are not in flesh but in Spirit, if indeed God's Spirit dwell in you; but if any one has not [the] Spirit of Christ *he* is not of him:
World English Bible (WEB) But you are not in the flesh but in the Spirit, if it is so that the Spirit of God dwells in you. But if any man doesn't have the Spirit of Christ, he is not his.
Young's Literal Translation (YLT) And ye are not in the flesh, but in the Spirit, if indeed the Spirit of God doth dwell in you; and if any one hath not the Spirit of Christ -- this one is not His;
Cross Reference Ezekiel 11:19 in Oriya 19 ଆଉ, ଆମ୍ଭେ ସେମାନଙ୍କୁ ଏକ ଚିତ୍ତ ଦେବା ଓ ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା ଓ ଆମ୍ଭେ ସେମାନଙ୍କ ମାଂସରୁ ପ୍ରସ୍ତରମୟ ହୃଦୟ ଦୂର କରିବା ଓ ସେମାନଙ୍କୁ ମାଂସମୟ ହୃଦୟ ଦେବା।
Ezekiel 36:26 in Oriya 26 ଆହୁରି, ଆମ୍ଭେ ତୁମ୍ଭମାନଙ୍କୁ ଏକ ନୂତନ ହୃଦୟ ଦେବା ଓ ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା; ଆଉ, ଆମ୍ଭେ ତୁମ୍ଭମାନଙ୍କ ମାଂସ ମଧ୍ୟରୁ ପ୍ରସ୍ତରମୟ ହୃଦୟ କାଢ଼ି ନେବା ଓ ଆମ୍ଭେ ତୁମ୍ଭମାନଙ୍କୁ ମାଂସମୟ ହୃଦୟ ଦେବା।
Luke 11:13 in Oriya 13 ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ଯେଉଁ ପିତା ସ୍ୱର୍ଗରୁ ଦାନ କରନ୍ତି, ସେ ତାହାଙ୍କ ପାଖରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା ଦେବେ !
John 3:6 in Oriya 6 ମାଂସରୁ ଯାହା ଜାତ, ତାହା ମାଂସ; ପୁଣି, ଆତ୍ମାରୁ ଯାହା ଜାତ, ତାହା ଆତ୍ମା।
John 3:34 in Oriya 34 କାରଣ ଈଶ୍ୱର ଯାହାକୁ ପ୍ରେରଣ କରିଅଛନ୍ତି, ସେ ଇଶ୍ବରଙ୍କ ବାକ୍ୟ କହନ୍ତି, ଯେଣୁ ସେ ପରିମିତ ଭାବରେ ଆତ୍ମା ପ୍ରଦାନ କରନ୍ତି ନାହିଁ।
John 14:17 in Oriya 17 ଅର୍ଥାତ୍ ସେହି ସତ୍ୟମୟ ଆତ୍ମାଙ୍କୁ ଦେବେ। ଜଗତ ତାହାଙ୍କୁ ଗ୍ରହଣ କରି ପାରେ ନାହିଁ, କାରଣ ଜଗତ ତାହାଙ୍କୁ ଦେଖେ ନାହିଁ କିମ୍ବା ଜାଣେ ନାହିଁ; ତୁମ୍ଭେମାନେ ତାହାଙ୍କୁ ଜାଣ, କାରଣ ସେ ତୁମ୍ଭମାନଙ୍କ ସାଙ୍ଗରେ ଥାଆନ୍ତି, ପୁଣି, ସେ ତୁମ୍ଭମାନଙ୍କ ଅନ୍ତରରେ ରହିବେ।
John 17:9 in Oriya 9 ମୁଁ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି; ଜଗତ ନିମନ୍ତେ ପ୍ରାର୍ଥନା କରୁ ନାହିଁ, କିନ୍ତୁ ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି, କାରଣ ସେମାନେ ତୁମ୍ଭର;
Romans 8:2 in Oriya 2 କାରଣ ଜୀବନଦାୟକ ଆତ୍ମାଙ୍କ ମୋଶାଙ୍କ ବ୍ୟବସ୍ଥା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମ୍ଭକୁ ପାପ ଓ ମୃତ୍ୟୁଦାୟକ ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ କରିଅଛି।
Romans 8:11 in Oriya 11 ଆଉ ଯେ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇଲେ, ତାହାଙ୍କର ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତେବେ ଯେ ମୃତମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଯୀଶୁଙ୍କୁ ଉଠାଇଲେ, ସେ ତୁମ୍ଭମାନଙ୍କଠାରେ ବାସ କରୁଥିବା ଆପଣା ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରକୁ ମଧ୍ୟ ଜୀବିତ କରିବେ।
1 Corinthians 3:16 in Oriya 16 ତୁମ୍ଭେମାନେ କି ଜାଣ ନାହିଁ ଯେ, ତୁମ୍ଭେମାନେ ଇଶ୍ବରଙ୍କ ମନ୍ଦିର, ଆଉ ଇଶ୍ବରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି;
1 Corinthians 3:21 in Oriya 21 ଅତଏବ, କେହି ମନୁଷ୍ୟଠାରେ ଗର୍ବ ନ କରୁ;
1 Corinthians 6:19 in Oriya 19 ଅବା ତୁମ୍ଭମାନଙ୍କ ଶରୀର ଯେ ଈଶ୍ୱରଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କ'ଣ ଜାଣ ନାହିଁ ? ଆଉ, ତୁମ୍ଭେମାନେ ନିଜେ ନିଜର ନୁହଁ;
1 Corinthians 15:23 in Oriya 23 କିନ୍ତୁ ପ୍ରତ୍ୟେକ ଜଣ ଆପଣା ଆପଣା କ୍ରମାନୁସାରେ ପ୍ରଥମ ଫଳ ସ୍ୱରୂପ ଖ୍ରୀଷ୍ଟ, ପରେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତାହାଙ୍କ ଆଶ୍ରିତମାନେ;
2 Corinthians 6:16 in Oriya 16 ପ୍ରତିମା ସହିତ ଇଶ୍ବରଙ୍କ ମନ୍ଦିରର କି ସମ୍ବନ୍ଧ ? କାରଣ ଆମ୍ଭେମାନେ ଜୀବିତ ଇଶ୍ବରଙ୍କ ମନ୍ଦିର ଅଟୁ, ଯେପରି ଈଶ୍ୱର କହିଅଛନ୍ତି, ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା, ଆଉ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା; ଆମ୍ଭେ ସେମାନଙ୍କ ଈଶ୍ୱର ହେବା, ଆଉ ସେମାନେ ଆମ୍ଭର ଲୋକ ହେବେ।
2 Corinthians 10:7 in Oriya 7 ତୁମ୍ଭେମାନେ ବାହ୍ୟ ବିଷୟସବୁ ଦେଖୁଅଛ। ଯଦି କେହି ଆପଣାକୁ ଖ୍ରୀଷ୍ଟଙ୍କର ବୋଲି ବିଶ୍ୱାସ କରେ, ତେବେ ସେ ଯେପରି ଖ୍ରୀଷ୍ଟଙ୍କର, ଆମ୍ଭେମାନେ ମଧ୍ୟ ଯେ ସେହିପରି ଖ୍ରୀଷ୍ଟଙ୍କର, ଏହା ସେ ପୁଣି, ଆପେ ବିବେଚନା କରୁ।
Galatians 4:6 in Oriya 6 ଆଉ ତୁମ୍ଭେମାନେ ପୁତ୍ର, ଏଥିସକାଶେ ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କ ଆତ୍ମାଙ୍କୁ ଆମ୍ଭମାନଙ୍କ ହୃଦୟକୁ ପ୍ରେରଣ କଲେ; ସେହି ଆତ୍ମା ଆବ୍ବା, ପିତଃ ବୋଲି ଡାକନ୍ତି।
Galatians 5:24 in Oriya 24 ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ଶରୀରକୁ ସେଥିର କାମନା ଓ ଅଭିଳାଷ ସହିତ କ୍ରୁଶରେ ହତ କରିଅଛନ୍ତି।
Ephesians 1:13 in Oriya 13 ତାହାଙ୍କ ଦ୍ୱାରା ତୁମ୍ଭେମାନେ ସୁଦ୍ଧା ସତ୍ୟ ବାକ୍ୟ, ଅର୍ଥାତ୍ ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ;
Ephesians 1:17 in Oriya 17 ଯେପରି ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ୱର, ଗୌରବମୟ ପିତା, ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ପ୍ରଦାନ କରନ୍ତି;
Ephesians 2:22 in Oriya 22 ତାହାଙ୍କଠାରେ ତୁମ୍ଭେମାନେ ମଧ୍ୟ ଇଶ୍ବରଙ୍କ ଆତ୍ମିକ ନିବାସ ନିମନ୍ତେ ଏକତ୍ର ନିର୍ମିତ ହେଉଅଛ।
Philippians 1:19 in Oriya 19 କାରଣ ମୁଁ ଜାଣେ ଯେ, ତୁମ୍ଭମାନଙ୍କ ନିବେଦନ ଓ ଯୀଶୁଖ୍ରୀଷ୍ଟଙ୍କ ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ଏସବୁ ମୋହର ପରିତ୍ରାଣର ଅନୁକୂଳ ହେବ,
2 Timothy 1:14 in Oriya 14 ତୁମ୍ଭ ହସ୍ତରେ ସମର୍ପିତ ଯେଉଁ ଉତ୍ତମ ବିଷୟ, ତାହା ଆମ୍ଭମାନଙ୍କଠାରେ ବାସ କରୁଥିବା ପବିତ୍ର ଆତ୍ମାଙ୍କ ଦ୍ୱାରା ସୁରକ୍ଷା କର,
1 Peter 1:11 in Oriya 11 ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ତତ୍ପରବର୍ତ୍ତୀ ଗୌରବ ବିଷୟରେ ପୂର୍ବରୁ ପ୍ରମାଣଦାତା ଯେ ସେମାନଙ୍କର ମଧ୍ୟବର୍ତ୍ତୀ ଖ୍ରୀଷ୍ଟଙ୍କର ଆତ୍ମା, ସେ କେଉଁ କାଳକୁ ଲକ୍ଷ୍ୟ କରୁଅଛନ୍ତି, ତାହା ସେମାନେ ଅନୁସନ୍ଧାନ କଲେ।
1 John 3:24 in Oriya 24 ଯେ ତାହାଙ୍କ ଆଜ୍ଞା ପାଳନ କରେ, ସେ ତାହାଙ୍କଠାରେ ରହେ ଓ ସେ ତାହାଠାରେ ରହନ୍ତି; ଆଉ ସେ ଯେ ଆମ୍ଭମାନଙ୍କଠାରେ ରହନ୍ତି, ଏହା ଆମ୍ଭେମାନେ ତାହାଙ୍କ ଦତ୍ତ ଆତ୍ମାଙ୍କ ଦ୍ୱାରା ଜାଣୁଅଛୁ।
1 John 4:4 in Oriya 4 ହେ ବତ୍ସଗଣ, ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଜାତ, ଆଉ ତୁମ୍ଭେମାନେ ସେମାନଙ୍କୁ ଜୟ କରିଅଛ, କାରଣ ତୁମ୍ଭମାନଙ୍କଠାରେ ଯେ ଅଛନ୍ତି, ସେ, ଜଗତରେ ଯେ ଅଛି, ତାହାଠାରୁ ମହାନ।
1 John 4:13 in Oriya 13 ଆମ୍ଭେମାନେ ଯେ ତାହାଙ୍କଠାରେ ଅଛୁ ଓ ସେ ଆମ୍ଭମାନଙ୍କଠାରେ ଅଛନ୍ତି, ଏହା ଆମ୍ଭେମାନେ ଜାଣୁ, କାରଣ ସେ ଆମ୍ଭମାନଙ୍କୁ ଆପଣା ଆତ୍ମାଙ୍କର ସହଭାଗିତା ଦାନ କରିଅଛନ୍ତି।
Jude 1:19 in Oriya 19 ସେମାନେ ଦଳଭେଦ ସୃଷ୍ଟି କରନ୍ତି, ସେମାନେ ସାଂସାରିକମନା ଓ ଇଶ୍ବରଙ୍କ ଆତ୍ମାବିହୀନ।
Revelation 13:8 in Oriya 8 ଜଗତର ସୃଷ୍ଟି ଠାରୁ ଯେଉଁମାନଙ୍କର ନାମ, ବଳିକୃତ ମେଷଶାବକଙ୍କର ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ପୃଥିବୀନିବାସୀ ସେହି ସମସ୍ତ ଲୋକ, ତାହାକୁ (ପଶୁକୁ) ପ୍ରଣାମ କରିବେ।
Revelation 20:15 in Oriya 15 ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନ ଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା।