Revelation 8:3 in Oriya 3 ସେଥିରେ ଆଉ ଜଣେ ଦୂତ ଆସି ବେଦି ନିକଟରେ ଠିଆ ହେଲେ, ତାହାଙ୍କ ହସ୍ତରେ ସୁବର୍ଣ୍ଣ ଧୂପଦାନୀ (ସୁଗନ୍ଧିତ ଧୂପ ପାତ୍ର) ଥିଲା, ପୁଣି, ସିଂହାସନ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦି ଉପରେ ସମସ୍ତ ସାଧୁମାନଙ୍କ ପ୍ରାର୍ଥନା ସହିତ ଅର୍ପଣ କରିବା ନିମନ୍ତେ ତାହାଙ୍କୁ ପ୍ରଚୁର ଧୂପ ଦିଆଗଲା।
Other Translations King James Version (KJV) And another angel came and stood at the altar, having a golden censer; and there was given unto him much incense, that he should offer it with the prayers of all saints upon the golden altar which was before the throne.
American Standard Version (ASV) And another angel came and stood over the altar, having a golden censer; and there was given unto him much incense, that he should add it unto the prayers of all the saints upon the golden altar which was before the throne.
Bible in Basic English (BBE) And another angel came and took his place at the altar, having a gold vessel for burning perfume; and there was given to him much perfume, so that he might put it with the prayers of all the saints on the gold altar which was before the high seat.
Darby English Bible (DBY) And another angel came and stood at the altar, having a golden censer; and much incense was given to him, that he might give [efficacy] to the prayers of all saints at the golden altar which [was] before the throne.
World English Bible (WEB) Another angel came and stood over the altar, having a golden censer. Much incense was given to him, that he should add it to the prayers of all the saints on the golden altar which was before the throne.
Young's Literal Translation (YLT) and another messenger did come, and he stood at the altar, having a golden censer, and there was given to him much perfume, that he may give `it' to the prayers of all the saints upon the golden altar that `is' before the throne,
Cross Reference Genesis 48:15 in Oriya 15 ଏଥିଉତ୍ତାରେ ସେ ଯୋଷେଫଙ୍କୁ ଆଶୀର୍ବାଦ କରି କହିଲେ, “ଯେଉଁ ପରମେଶ୍ୱରଙ୍କ ସାକ୍ଷାତରେ ମୋହର ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକ ଗମନାଗମନ କରିଥିଲେ, ଯେଉଁ ପରମେଶ୍ୱର ଜନ୍ମ ଦିନଠାରୁ ଆଜି ପର୍ଯ୍ୟନ୍ତ ମୋତେ ପ୍ରତିପାଳନ କରିଅଛନ୍ତି,
Exodus 3:2 in Oriya 2 ଏଥିରେ ଗୋଟିଏ ବୁଦା ମଧ୍ୟରୁ ଅଗ୍ନି ଶିଖାରେ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଦର୍ଶନ ଦେଲେ; ତହୁଁ ସେ ଅନାଇଲେ, ଆଉ ଦେଖ, ବୁଦା ଅଗ୍ନିରେ ପ୍ରଜ୍ୱଳିତ ହେଉଅଛି, ତଥାପି ବୁଦା ନଷ୍ଟ ହେଉ ନାହିଁ।
Exodus 30:1 in Oriya 1 ଆଉ ତୁମ୍ଭେ ଧୂପ ଜଳାଇବା ପାଇଁ ଶିଟୀମ୍ କାଷ୍ଠର ଏକ ବେଦି ନିର୍ମାଣ କରିବ।
Exodus 37:25 in Oriya 25 ଏଥିଉତ୍ତାରେ ସେ ଶିଟୀମ୍ କାଷ୍ଠରେ ଏକ ହସ୍ତ ଦୀର୍ଘ, ଏକ ହସ୍ତ ପ୍ରସ୍ଥ ଓ ଦୁଇ ହସ୍ତ ଉଚ୍ଚ ଚତୁଷ୍କୋଣ ଧୂପବେଦି ନିର୍ମାଣ କଲେ, ତହିଁର ଶୃଙ୍ଗସକଳ ତହିଁର ଅଂଶ ହେଲା।
Exodus 40:26 in Oriya 26 ଆଉ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସମାଗମ-ତମ୍ବୁରେ ବିଚ୍ଛେଦ ବସ୍ତ୍ର ସମ୍ମୁଖରେ ସ୍ୱର୍ଣ୍ଣ-ବେଦି ରଖିଲେ
Leviticus 16:12 in Oriya 12 ଆଉ, ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ବେଦିରୁ ପ୍ରଜ୍ୱଳିତ ଅଙ୍ଗାର ଧୂପଧାନୀରେ ପୂର୍ଣ୍ଣ କରି ଓ ମୁଠିଏ ଚୂର୍ଣ୍ଣ ସୁଗନ୍ଧି ଧୂପ ନେଇ ବିଚ୍ଛେଦ ବସ୍ତ୍ରର ଭିତରକୁ ଯିବ।
Numbers 16:46 in Oriya 46 ତହୁଁ ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ଆପଣା ଅଙ୍ଗାରଧାନୀ ନେଇ ତହିଁ ମଧ୍ୟରେ ଯଜ୍ଞବେଦିରୁ ଅଗ୍ନି ଦିଅ, ପୁଣି, ତହିଁ ଉପରେ ଧୂପ ଥୋଇ ଶୀଘ୍ର ମଣ୍ଡଳୀ ନିକଟକୁ ଯାଇ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କର; କାରଣ ସଦାପ୍ରଭୁଙ୍କଠାରୁ କ୍ରୋଧ ନିର୍ଗତ ହୋଇଅଛି; ମହାମାରୀ ଆରମ୍ଭ ହେଲାଣି।”
1 Kings 7:50 in Oriya 50 ନିର୍ମଳ ସୁବର୍ଣ୍ଣର ପାତ୍ର, କତୁରୀ, କୁଣ୍ଡ, ଚାମର ଓ ଅଙ୍ଗାରଧାନୀ; ପୁଣି, ଅନ୍ତରାଗାରର, ଅର୍ଥାତ୍, ମହାପବିତ୍ର ସ୍ଥାନର କବାଟ ପାଇଁ ଓ ଗୃହର, ଅର୍ଥାତ୍, ମନ୍ଦିରର କବାଟ ପାଇଁ ସୁବର୍ଣ୍ଣର କବ୍ଜା କଲେ।
2 Chronicles 26:16 in Oriya 16 ମାତ୍ର ସେ ବଳବାନ୍ ହୁଅନ୍ତେ, ତାଙ୍କର ଅନ୍ତଃକରଣ ଉଦ୍ଧତ ହେଲା, ତହୁଁ ସେ ଦୁରାଚରଣ କରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କଲେ; କାରଣ ସେ ଧୂପବେଦିରେ ଧୂପ ଜ୍ୱଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।
Psalm 141:2 in Oriya 2 ସୁଗନ୍ଧି ଧୂପ ପରି ମୋ' ପ୍ରାର୍ଥନା, ସନ୍ଧ୍ୟାକାଳୀନ ନୈବେଦ୍ୟ ପରି ମୋହର କୃତାଞ୍ଜଳି ତୁମ୍ଭ ଛାମୁରେ ଉପସ୍ଥିତ ହେଉ।
Amos 9:1 in Oriya 1 ମୁଁ ଯଜ୍ଞବେଦି ନିକଟରେ ପ୍ରଭୁଙ୍କୁ ଠିଆ ହେବାର ଦେଖିଲି; ଆଉ, ସେ କହିଲେ, “ଦ୍ୱାରର ସମ୍ମୁଖ ସ୍ଥାନ ଯେପରି ହଲିବ, ଏଥିପାଇଁ ସ୍ତମ୍ଭର ମୁଣ୍ଡାଳିରେ ଆଘାତ କର ଓ ସମସ୍ତଙ୍କର ମସ୍ତକ ଉପରେ ତାହା ଖଣ୍ଡ ଖଣ୍ଡ କରି ପକାଅ; ପୁଣି, ଆମ୍ଭେ ସେମାନଙ୍କ ଶେଷାଂଶକୁ ଖଡ୍ଗରେ ବଧ କରିବା; ସେମାନଙ୍କ ମଧ୍ୟରୁ ଏକ ଜଣ ହିଁ ପଳାଇ ପାରିବ ନାହିଁ ଓ ସେମାନଙ୍କର ଏକ ଜଣ ହିଁ ରକ୍ଷା ପାଇବ ନାହିଁ।
Malachi 1:11 in Oriya 11 କାରଣ ସୂର୍ଯ୍ୟର ଉଦୟଠାରୁ ତହିଁର ଅସ୍ତ ହେବା ପର୍ଯ୍ୟନ୍ତ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ନାମ ମହତ୍ ଅଟେ ଓ ପ୍ରତ୍ୟେକ ସ୍ଥାନରେ ଆମ୍ଭ ନାମ ଉଦ୍ଦେଶ୍ୟରେ ଧୂପ ଓ ପବିତ୍ର ନୈବେଦ୍ୟ ଉତ୍ସର୍ଗ କରାଯାଉଅଛି; କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ନାମ ମହତ୍ ଅଟେ।”
Luke 1:10 in Oriya 10 ଆଉ ଧୂପ ଦେବା ସମୟରେ ସମସ୍ତ ଜନତା ବାହାରେ ପ୍ରାର୍ଥନା କରୁଥିଲେ।
Acts 7:30 in Oriya 30 ପରେ ଚାଳିଶ ବର୍ଷ ପୂର୍ଣ୍ଣ ହୁଅନ୍ତେ ସୀନୟ ପର୍ବତର ପ୍ରାନ୍ତରରେ ଜଣେ ଦୂତ ଗୋଟିଏ ବୁଦାର ଅଗ୍ନିଶିଖାରେ ତାହାଙ୍କୁ ଦର୍ଶନ ଦେଲେ।
Romans 8:34 in Oriya 34 କିଏ ଦଣ୍ଡାଜ୍ଞା ଦେବ ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ, ସେ ଇଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି।
Hebrews 4:15 in Oriya 15 କାରଣ ଯେ ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାଁନ୍ତି, ବରଂ ସେ ପାପରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତୋଭାବେ ପରୀକ୍ଷିତ ହେଲେ।
Hebrews 7:25 in Oriya 25 ଅତଏବ, ତାହାଙ୍କ ଦ୍ୱାରା ଯେଉଁମାନେ ଇଶ୍ବରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ସେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ଦେବାକୁ ସକ୍ଷମ ଅଟନ୍ତି, ଯେଣୁ ସେମାନଙ୍କ ନିମନ୍ତେ ନିବେଦନ କରିବା ପାଇଁ ସେ ନିତ୍ୟ ଜୀବିତ।
Hebrews 9:4 in Oriya 4 ସେଠାରେ ସୁବର୍ଣ୍ଣର ଧୂପବେଦି ଓ ଚତୁଃପାର୍ଶ୍ୱ ସୁବର୍ଣ୍ଣ ମଣ୍ଡିତ ନିୟମସିନ୍ଦୁକ ଥିଲା। ସେହି ନିୟମସିନ୍ଦୁକରେ ମାନ୍ନା ରଖାଯାଇଥିବା ଗୋଟିଏ ସୁବର୍ଣ୍ଣର ପାତ୍ର, ହାରୋଣଙ୍କ ମଞ୍ଜରିତ ଯଷ୍ଟି ଓ ନିୟମର ଦୁଇ ପ୍ରସ୍ତରଫଳକ ଥିଲା,
Hebrews 10:19 in Oriya 19 ଅତଏବ, ହେ ଭାଇମାନେ, ଯୀଶୁ ବିଚ୍ଛେଦବସ୍ତ୍ର, ଅର୍ଥାତ୍, ଆପଣା ଶରୀର ଦ୍ୱାରା ଯେଉଁ ନୂତନ ଓ ଜୀବନଦାୟକ ପଥ ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି,
1 John 2:1 in Oriya 1 ହେ ମୋହର ପ୍ରିୟମାନେ, ତୁମ୍ଭେମାନେ ଯେପରି ପାପ ନ କର, ଏଥି ନିମନ୍ତେ ମୁଁ ଏହି ସବୁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି। କିନ୍ତୁ କେହି ଯଦି ପାପ କରେ, ତାହାହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ସେ ଧାର୍ମିକ ଯୀଶୁ ଖ୍ରୀଷ୍ଟ।
Revelation 5:8 in Oriya 8 ସେ ପୁସ୍ତକ ନିଅନ୍ତେ ସେହି ଚାରି ପ୍ରାଣୀ ଓ ଚବିଶ ପ୍ରାଚୀନ ମେଷଶାବକଙ୍କ ସମ୍ମୁଖରେ ଉବୁଡ଼ ହୋଇପଡ଼ିଲେ; ସେମାନଙ୍କ ପ୍ରତ୍ୟେକର ହସ୍ତରେ ବୀଣା ଓ ସାଧୁମାନଙ୍କ ପ୍ରାର୍ଥନାରୂପ ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଥିଲା।
Revelation 6:9 in Oriya 9 ମେଷଶାବକ ଯେତେବେଳେ ପଞ୍ଚମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ଯେଉଁମାନେ ଇଶ୍ବରଙ୍କ ବାକ୍ୟ ସକାଶେ ଓ ସେମାନଙ୍କ ଦିଆଯାଇଥିବା ସାକ୍ଷ୍ୟ ସକାଶେ ହତ ହୋଇଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ମୁଁ ବେଦି ତଳେ ଦେଖିଲି।
Revelation 7:2 in Oriya 2 ପୁଣି, ମୁଁ ଆଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି; ତାହାଙ୍କ ହସ୍ତରେ ଜୀବିତ ଈଶ୍ୱରଙ୍କର ମୁଦ୍ରା ଥିଲା। ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପାଇଥିବା ସେହି ଚାରି ଦୂତଙ୍କୁ ସେ ଉଚ୍ଚସ୍ୱରରେ ଡାକି କହିଲେ,
Revelation 8:4 in Oriya 4 ସେଥିରେ ଦୂତଙ୍କ ହସ୍ତରୁ ଧୂପର ଧୂମ ସାଧୁମାନଙ୍କ ପ୍ରାର୍ଥନା ସହ ଇଶ୍ବରଙ୍କ ସମ୍ମୁଖରେ ଉଠିଲା।
Revelation 9:13 in Oriya 13 ଷଷ୍ଠ ଦୂତ ତୂରୀଧ୍ୱନୀ କରନ୍ତେ ମୁଁ ଇଶ୍ବରଙ୍କ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦିର ଶୃଙ୍ଗମାନଙ୍କ ମଧ୍ୟରୁ ଗୋଟିଏ ସ୍ୱର ଶୁଣିଲି,
Revelation 10:1 in Oriya 1 ତତ୍ପରେ ମୁଁ ଆଉ ଜଣେ ପରାକ୍ରମୀ ଦୂତଙ୍କୁ ସ୍ୱର୍ଗରୁ ଅବତରଣ କରିବାର ଦେଖିଲି; ସେ ମେଘବେଷ୍ଟିତ, ତାହାଙ୍କ ମସ୍ତକ ଉପରେ ମେଘଧନୁ, ତାହାଙ୍କ ମୁଖ ସୂର୍ଯ୍ୟ ସଦୃଶ ଓ ପାଦ ଅଗ୍ନିସ୍ତମ୍ଭ ତୁଲ୍ୟ;