Revelation 22:17 in Oriya 17 ଆତ୍ମା ଓ କନ୍ୟା କହନ୍ତି, ଆସ। ପୁଣି, ଯେ ଶୁଣେ, ସେ କହୁ, ଆସ। ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ।
Other Translations King James Version (KJV) And the Spirit and the bride say, Come. And let him that heareth say, Come. And let him that is athirst come. And whosoever will, let him take the water of life freely.
American Standard Version (ASV) And the Spirit and the bride say, Come. And he that heareth, let him say, Come. And he that is athirst, let him come: he that will, let him take the water of life freely.
Bible in Basic English (BBE) And the Spirit and the bride say, Come. And let him who gives ear, say, Come. And let him who is in need come; and let everyone desiring it take of the water of life freely.
Darby English Bible (DBY) And the Spirit and the bride say, Come. And let him that hears say, Come. And let him that is athirst come; he that will, let him take [the] water of life freely.
World English Bible (WEB) The Spirit and the bride say, "Come!" He who hears, let him say, "Come!" He who is thirsty, let him come. He who desires, let him take the water of life freely.
Young's Literal Translation (YLT) And the Spirit and the Bride say, Come; and he who is hearing -- let him say, Come; and he who is thirsting -- let him come; and he who is willing -- let him take the water of life freely.
Cross Reference Psalm 34:8 in Oriya 8 ଆହେ, ସଦାପ୍ରଭୁ ଯେ ମଙ୍ଗଳମୟ, ଏହା ଆସ୍ୱାଦନ କରି ଦେଖ; ଯେ ତାହାଙ୍କର ଶରଣାଗତ, ସେ ଲୋକ ଧନ୍ୟ।
Isaiah 2:3 in Oriya 3 ପୁଣି, ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, “ତୁମ୍ଭେମାନେ ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ପର୍ବତକୁ, ଯାକୁବର ପରମେଶ୍ୱରଙ୍କ ଗୃହକୁ ଯାଉ; ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା।” କାରଣ ସିୟୋନଠାରୁ ବ୍ୟବସ୍ଥା ଓ ଯିରୂଶାଲମଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ।
Isaiah 2:5 in Oriya 5 ହେ ଯାକୁବ ବଂଶ, ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଦୀପ୍ତିରେ ଗମନ କରୁ।
Isaiah 12:3 in Oriya 3 ଏହେତୁ ତୁମ୍ଭେମାନେ ଆନନ୍ଦରେ ପରିତ୍ରାଣର କୂପସମୂହରୁ ଜଳ କାଢ଼ିବ।
Isaiah 48:16 in Oriya 16 ତୁମ୍ଭେମାନେ ଆମ୍ଭ ନିକଟକୁ ଆସି ଏହି କଥା ଶୁଣ; ଆମ୍ଭେ ପ୍ରଥମରୁ ଗୋପନରେ କହି ନାହୁଁ; ତାହା ହେଉଥିବା ସମୟରୁ ଆମ୍ଭେ ସେଠାରେ ଅଛୁ; ପୁଣି, ଏବେ ପ୍ରଭୁ, ସଦାପ୍ରଭୁ ମୋତେ ଓ ତାହାଙ୍କ ଆତ୍ମାକୁ ପ୍ରେରଣ କରିଅଛନ୍ତି।
Isaiah 55:1 in Oriya 1 “ହେ ତୃଷିତ ଲୋକସକଳ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ, ସେ ଆସୁ; ତୁମ୍ଭେମାନେ ଆସ, କିଣ ଓ ଭୋଜନ କର; ହଁ, ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ।
Jeremiah 50:5 in Oriya 5 ସେମାନେ ସିୟୋନର ବିଷୟ ପଚାରିବେ, ତହିଁଆଡ଼େ ମୁଖ କରି କହିବେ, ‘ତୁମ୍ଭେମାନେ ଆସ, ଅନନ୍ତ କାଳସ୍ଥାୟୀ ଅବିସ୍ମରଣୀୟ ନିୟମ ଦ୍ୱାରା ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅ।'
Micah 4:2 in Oriya 2 ପୁଣି, ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, ତୁମ୍ଭେମାନେ ଆସ, ସଦାପ୍ରଭୁଙ୍କ ପର୍ବତକୁ, ଯାକୁବର ପରମେଶ୍ୱରଙ୍କ ଗୃହକୁ ଆମ୍ଭେମାନେ ଯାଉ; ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା। କାରଣ ସିୟୋନଠାରୁ ବ୍ୟବସ୍ଥା ଓ ଯିରୂଶାଲମଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ।
Zechariah 8:21 in Oriya 21 ପୁଣି, ଏକ ନଗରର ନିବାସୀମାନେ ଅନ୍ୟ ନଗରକୁ ଯାଇ କହିବେ, “ଆସ, ଆମ୍ଭେମାନେ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କରିବା ପାଇଁ ଓ ସୈନ୍ୟାଧିପତି ସଦାପ୍ରଭୁଙ୍କର ଅନ୍ଵେଷଣ କରିବା ପାଇଁ ଶୀଘ୍ର ଯାଉ; ମୁଁ ମଧ୍ୟ ଯିବି।”
John 1:39 in Oriya 39 ସେ ସେମାନଙ୍କୁ କହିଲେ, ଆସ, ଦେଖିବ। ସେଥିରେ ସେମାନେ ଯାଇ ତାହାଙ୍କ ବସା ଦେଖିଲେ, ପୁଣି, ସେହି ଦିନ ତାହାଙ୍କ ସାଙ୍ଗରେ ରହିଲେ; କାରଣ ସେତେବେଳେ ପ୍ରାୟ ସନ୍ଧ୍ୟା ଚାରି ଘଣ୍ଟା ହୋଇଥିଲା।
John 4:10 in Oriya 10 ଯୀଶୁ ତାହାକୁ ଉତ୍ତର ଦେଲେ, ଇଶ୍ବରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି, ସେ କିଏ, ଏହା ଯଦି ତୁମ୍ଭେ ଜାଣିଥାଆନ୍ତ, ତାହାହେଲେ ତୁମ୍ଭେ ତାହାଙ୍କୁ ମାଗିଥାଆନ୍ତ, ଆଉ ସେ ତୁମ୍ଭକୁ ଜୀବନ୍ତ ଜଳ ଦେଇଥାଆନ୍ତେ।
John 4:14 in Oriya 14 କିନ୍ତୁ ମୁଁ ଯେଉଁ ଜଳ ଦେବି, ତାହା ଯେ କେହି ପାନ କରିବ, ସେ କେବେ ହେଁ ତୃଷିତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଚ୍ଛୁଳି ଉଠୁଥିବ।
John 4:29 in Oriya 29 ମୁଁ ଯାହା ଯାହା କରିଅଛି, ସେହି ସବୁ ସେ ମୋତେ କହିଲେ; ସେ କେଜାଣି ଖ୍ରୀଷ୍ଟ ହେବେ ପରା ?
John 7:37 in Oriya 37 ଶେଷଦିନ, ଅର୍ଥାତ୍, ପର୍ବର ପ୍ରଧାନ ଦିନ, ଯୀଶୁ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, କେହି ଯଦି ତୃଷିତ ହୁଏ, ତେବେ ସେ ମୋ' ନିକଟକୁ ଆସି ପାନ କରୁ।
John 16:7 in Oriya 7 କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୋହର ପ୍ରସ୍ଥାନ କରିବାରେ ତୁମ୍ଭମାନଙ୍କର ମଙ୍ଗଳ, କାରଣ ମୁଁ ପ୍ରସ୍ଥାନ ନ କଲେ ସେହି ସାହାଯ୍ୟକାରୀ ତୁମ୍ଭମାନଙ୍କ ନିକଟକୁ ଆସିବେ ନାହିଁ, ମାତ୍ର ମୁଁ ଗଲେ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଦେବି।
Romans 3:24 in Oriya 24 ପୁଣି, ସେମାନେ ବିନାମୂଲ୍ୟରେ ତାହାଙ୍କ ଅନୁଗ୍ରହରେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ଅଛି, ତଦ୍ୱାରା ଧାର୍ମିକ ଗଣିତ ହୁଅନ୍ତି।
1 Corinthians 2:12 in Oriya 12 ଯେପରି ଇଶ୍ବରଙ୍କ ଦ୍ୱାରା ଆମ୍ଭମାନଙ୍କୁ ଅନୁଗ୍ରହରେ ଦିଆଯାଇଥିବା ବିଷୟଗୁଡ଼ିକ ଆମ୍ଭେମାନେ ଜାଣି ପାରୁ, ଏଥିପାଇଁ ଆମ୍ଭେମାନେ ଜଗତର ଆତ୍ମା ନ ପାଇ ଇଶ୍ବରଙ୍କ ଆତ୍ମା ପାଇଅଛୁ।
1 Thessalonians 1:5 in Oriya 5 ଯେଣୁ ଆମ୍ଭମାନଙ୍କ ସୁସମାଚାର କେବଳ ବାକ୍ୟରେ ନୁହେଁ, ମାତ୍ର ଶକ୍ତି, ପବିତ୍ର ଆତ୍ମା ଓ ଅତ୍ୟନ୍ତ ନିଶ୍ଚୟତା ସହ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇଥିଲା ଓ ତୁମ୍ଭମାନଙ୍କ ମଧ୍ୟରେ ଥିବା ସମୟରେ ତୁମ୍ଭମାନଙ୍କ ସହିତ ଆମ୍ଭେମାନେ କି ପ୍ରକାର ବ୍ୟବହାର କରିଥିଲୁ, ତାହା ତ ତୁମ୍ଭେମାନେ ଜାଣ।
Revelation 2:7 in Oriya 7 ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ତାହାକୁ ଆମ୍ଭେ ଇଶ୍ବରଙ୍କ ପାରଦୀଶରେ ଥିବା ଜୀବନ ବୃକ୍ଷର ଫଳ ଖାଇବାକୁ ଦେବୁ।
Revelation 21:2 in Oriya 2 ପୁଣି, ମୁଁ ପବିତ୍ର ନଗରୀ, ଅର୍ଥାତ୍ ନୂତନ ଯିରୁଶାଲମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ ପ୍ରସ୍ତୁତା ହୋଇ ସ୍ୱର୍ଗରୁ ଇଶ୍ବରଙ୍କ ନିକଟରୁ ଅବତରଣ କରିବାର ଦେଖିଲି।
Revelation 21:6 in Oriya 6 ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି। ଆମ୍ଭେ ଆଲଫା ଏବଂ ଓମେଗା, ଆରମ୍ଭ ଓ ଶେଷ। ଯେ ତୃଷାର୍ତ୍ତ, ତାହାକୁ ଆମ୍ଭେ ଜୀବନରୂପ ନିର୍ଝରରୁ ବିନାମୁଲ୍ୟରେ ପାନ କରିବାକୁ ଦେବୁ।
Revelation 21:9 in Oriya 9 ତତ୍ପରେ ଯେଉଁ ସପ୍ତ ଦୂତ ଶେଷ ସପ୍ତ କ୍ଲେଶରେ ପରିପୂର୍ଣ୍ଣ ସପ୍ତ ପାତ୍ର ଧରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ମୁଁ ତୁମ୍ଭକୁ ସେହି କନ୍ୟା, ଅର୍ଥାତ୍ ମେଷଶାବକଙ୍କ ଭାର୍ଯ୍ୟାକୁ ଦେଖାଇବି।
Revelation 22:1 in Oriya 1 ପରେ ସେ ମୋତେ ଜୀବନଦାୟକ ଜଳର ଗୋଟିଏ ନଦୀ ଦେଖାଇଲେ, ତାହା ସ୍ଫଟିକ ସଦୃଶ ଉଜ୍ଜ୍ୱଳ, ପୁଣି, ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ ନଗରର ପଥ ମଧ୍ୟ ଦେଇ ପ୍ରବାହିତ ହେଉଅଛି।
Revelation 22:16 in Oriya 16 ଆମ୍ଭେ ଯୀଶୁ, ମଣ୍ଡଳୀମାନଙ୍କ ନିମନ୍ତେ ତୁମ୍ଭମାନଙ୍କ ନିକଟରେ ଏହି ସମସ୍ତ ସାକ୍ଷ୍ୟ ଦେବା ପାଇଁ ଆମ୍ଭର ଦୂତକୁ ପ୍ରେରଣ କରିଅଛୁ। ଆମ୍ଭେ ଦାଉଦଙ୍କ ମୂଳ ଓ ବଂଶଜ, ସେହି ଉଜ୍ଜ୍ୱଳ ପ୍ରଭାତୀ ତାରା।