Revelation 17:4 in Oriya 4 ସ୍ତ୍ରୀଲୋକ ବାଇଗଣିଆ ଓ ଲୋହିତବର୍ଣ୍ଣ ବସ୍ତ୍ର ପରିହିତା, ପୁଣି, ସୁବର୍ଣ୍ଣ, ବହୁମୂଲ୍ୟ ମଣି ଓ ମୁକ୍ତାରେ ଭୂଷିତା; ତାହାର ହସ୍ତରେ ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଘୃଣ୍ୟ ପଦାର୍ଥ ଓ ତାହାର ବ୍ୟଭିଚାରରୂପ ଅଶୁଚି କର୍ମରେ ପରିପୂର୍ଣ୍ଣ;
Other Translations King James Version (KJV) And the woman was arrayed in purple and scarlet colour, and decked with gold and precious stones and pearls, having a golden cup in her hand full of abominations and filthiness of her fornication:
American Standard Version (ASV) And the woman was arrayed in purple and scarlet, and decked with gold and precious stone and pearls, having in her hand a golden cup full of abominations, even the unclean things of her fornication,
Bible in Basic English (BBE) And the woman was clothed in purple and bright red, with ornaments of gold and stones of great price and jewels; and in her hand was a gold cup full of evil things and her unclean desires;
Darby English Bible (DBY) And the woman was clothed in purple and scarlet, and had ornaments of gold and precious stones and pearls, having a golden cup in her hand full of abominations and the unclean things of her fornication;
World English Bible (WEB) The woman was dressed in purple and scarlet, and decked with gold and precious stones and pearls, having in her hand a golden cup full of abominations and the impurities of the sexual immorality of the earth.
Young's Literal Translation (YLT) and the woman was arrayed with purple and scarlet-colour, and gilded with gold, and precious stone, and pearls, having a golden cup in her hand full of abominations and uncleanness of her whoredom,
Cross Reference Deuteronomy 29:17 in Oriya 17 ଆଉ ତୁମ୍ଭେମାନେ ସେମାନଙ୍କ ମଧ୍ୟରେ ଥିବା ଘୃଣାଯୋଗ୍ୟ ବସ୍ତୁ, ସେମାନଙ୍କ କାଠ ଓ ପଥର ଓ ରୂପା ଓ ସୁନାର ପ୍ରତିମାମାନ ଦେଖିଅଛ।
1 Kings 14:24 in Oriya 24 ପୁଣି, ଦେଶରେ ମଧ୍ୟ ସଦୋମୀ ଲୋକେ ଥିଲେ; ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯେଉଁ ଗୋଷ୍ଠୀୟମାନଙ୍କୁ ତଡ଼ି ଦେଇଥିଲେ, ସେମାନଙ୍କର ସମସ୍ତ ଘୃଣାଯୋଗ୍ୟ କର୍ମାନୁସାରେ ସେମାନେ କର୍ମ କଲେ।
2 Kings 21:2 in Oriya 2 ପୁଣି ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଦୂର କରି ଦେଇଥିଲେ, ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାନୁସାରେ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
Ezra 9:11 in Oriya 11 ତୁମ୍ଭେ ଆପଣା ଦାସ ଭବିଷ୍ୟଦ୍ବକ୍ତାଗଣ ଦ୍ୱାରା ଆଜ୍ଞା କରି କହିଥିଲ, ‘ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ଅନ୍ୟଦେଶୀୟ ଗୋଷ୍ଠୀୟମାନଙ୍କ ଅଶୁଚିତା ଦ୍ୱାରା ଅଶୁଚି ଦେଶ ଅଟେ, ସେମାନଙ୍କର ଘୃଣାଯୋଗ୍ୟ କର୍ମ ଦେଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ସେମାନଙ୍କ ଅଶୁଚିତାରେ ପରିପୂର୍ଣ୍ଣ କରିଅଛି।
Isaiah 66:3 in Oriya 3 ଯେ ଗୋବଧ କରେ, ସେ ମନୁଷ୍ୟ ହତ୍ୟାକାରୀ ପରି ହୁଏ; ଯେ ମେଷଶାବକ ବଳିଦାନ କରେ, ସେ କୁକ୍କୁର ବେକ କାଟି ପକାଇବା ଲୋକ ପରି ହୁଏ; ଯେ ନୈବେଦ୍ୟ ଉତ୍ସର୍ଗ କରେ, ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକ ପରି ହୁଏ; ଯେ କୁନ୍ଦୁରୁ ଜ୍ୱଳାଏ, ସେ ଦେବତାର ଧନ୍ୟବାଦ କରିବା ଲୋକ ପରି ହୁଏ; ହଁ, ସେମାନେ ଆପଣାମାନଙ୍କର ପଥ ମନୋନୀତ କରିଅଛନ୍ତି ଓ ସେମାନଙ୍କର ପ୍ରାଣ ଆପଣାମାନଙ୍କ ଘୃଣାଯୋଗ୍ୟ ବିଷୟରେ ସନ୍ତୁଷ୍ଟ ହୁଏ;
Jeremiah 51:7 in Oriya 7 ବାବିଲ ସଦାପ୍ରଭୁଙ୍କ ହସ୍ତରେ ଏକ ସୁବର୍ଣ୍ଣ ପାତ୍ର ସ୍ୱରୂପ ହୋଇଅଛି, ତାହା ସମୁଦାୟ ପୃଥିବୀକୁ ମତ୍ତ କରିଅଛି; ଗୋଷ୍ଠୀୟମାନେ ତାହାର ଦ୍ରାକ୍ଷାରସ ପାନ କରିଅଛନ୍ତି; ଏହେତୁ ଗୋଷ୍ଠୀୟମାନେ ପାଗଳ ହୋଇଅଛନ୍ତି।
Lamentations 1:9 in Oriya 9 ତାହାର ଅଶୌଚ ତାହାର ବସ୍ତ୍ରର ଅଞ୍ଚଳରେ ଥିଲା; ସେ ଆପଣାର ଶେଷ ଦଶା ସ୍ମରଣ କଲା ନାହିଁ; ଏଥିପାଇଁ ସେ ଆଶ୍ଚର୍ଯ୍ୟଜନକ ରୂପେ ଅଧଃପତିତ ହୋଇଅଛି; ତାହାର ସାନ୍ତ୍ୱନାକାରୀ କେହି ନାହାନ୍ତି। ହେ ସଦାପ୍ରଭୁ, ମୋହର ଦୁଃଖ ଦେଖ, କାରଣ ଶତ୍ରୁ ଆପଣାକୁ ବଡ଼ କରିଅଛି।
Ezekiel 20:30 in Oriya 30 ଏଣୁକରି ତୁମ୍ଭେ ଇସ୍ରାଏଲ ବଂଶକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ କି ଆପଣାମାନଙ୍କର ପିତୃପୁରୁଷଗଣର ରୀତିଅନୁସାରେ ଆପଣାମାନଙ୍କୁ ଅଶୁଚି କରୁଅଛ ? ଓ ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାନୁସାରେ ବ୍ୟଭିଚାରୀ ହେଉଅଛ ?
Ezekiel 24:11 in Oriya 11 ତହିଁରେ ହଣ୍ଡା ତପ୍ତ ହେବା ପାଇଁ, ତହିଁର ପିତଳ ଦଗ୍ଧ ହେବା ପାଇଁ ଓ ତହିଁର ମଇଳା ତହିଁ ମଧ୍ୟରେ ତରଳି ଯିବା ପାଇଁ ଓ କଳଙ୍କ କ୍ଷୟ ପାଇବା ପାଇଁ ତାହା ଖାଲି କର, ତାହା ଜ୍ୱଳନ୍ତା ଅଙ୍ଗାର ଉପରେ ରଖ।
Ezekiel 24:13 in Oriya 13 ତୁମ୍ଭର ଅଶୌଚର ଲମ୍ପଟତା ଅଛି; ଆମ୍ଭେ ତୁମ୍ଭକୁ ଶୁଚି କଲେ ହେଁ ତୁମ୍ଭେ ଶୁଚି ହେଲ ନାହିଁ, ଏଥିପାଇଁ ତୁମ୍ଭ ଉପରେ ଆମ୍ଭେ ଆପଣା କୋପ ଶାନ୍ତ ନ କରିବା ପର୍ଯ୍ୟନ୍ତ ତୁମ୍ଭେ ଆପଣା ଅଶୌଚରୁ ଆଉ ଶୁଚୀକୃତ ନୋହିବ।
Ezekiel 36:25 in Oriya 25 ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ଶୁଚି ଜଳ ଝିଞ୍ଚିବା, ତହିଁରେ ତୁମ୍ଭେମାନେ ଶୁଚି ହେବ; ତୁମ୍ଭମାନଙ୍କର ସବୁ ଅଶୌଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ଆମ୍ଭେ ତୁମ୍ଭମାନଙ୍କୁ ଶୁଚି କରିବା।
Daniel 11:38 in Oriya 38 ମାତ୍ର ଆପଣା ସ୍ଥାନରେ ସେ ଦୁର୍ଗର ଦେବତାକୁ ସମ୍ମାନ କରିବ ଓ ତାହାର ପିତୃଗଣର ଅଜ୍ଞାତ ଦେବତାକୁ ସୁନା, ରୂପା, ବହୁମୂଲ୍ୟ ପ୍ରସ୍ତର ଓ ମନୋହର ଦ୍ରବ୍ୟ ଦେଇ ସମ୍ମାନ କରିବ।
Hosea 9:10 in Oriya 10 ସଦାପ୍ରଭୁ କହନ୍ତି, “ଆମ୍ଭେ ଦ୍ରାକ୍ଷାଫଳର ନ୍ୟାୟ ଇସ୍ରାଏଲକୁ ପ୍ରାନ୍ତରରେ ପାଇଲୁ; ଆମ୍ଭେ ଡିମ୍ୱିରି ବୃକ୍ଷର ପ୍ରଥମକାଳୀନ ଆଦ୍ୟପକ୍ୱ ଡିମ୍ୱିରି ଫଳ ସଦୃଶ୍ୟ ତୁମ୍ଭର ପିତୃପୁରୁଷଗଣଙ୍କୁ ଦେଖିଲୁ; ମାତ୍ର ସେମାନେ ବାଲ୍-ପୀୟୋରର ନିକଟକୁ ଆସି ସେହି ଲଜ୍ଜାସ୍ପଦର ଉଦ୍ଦେଶ୍ୟରେ ଆପଣାମାନଙ୍କୁ ପ୍ରତିଷ୍ଠା କଲେ ଓ ଯାହାକୁ ସେମାନେ ପ୍ରେମ କଲେ, ତାହାରି ତୁଲ୍ୟ ଘୃଣାଯୋଗ୍ୟ ହେଲେ।
2 Thessalonians 2:3 in Oriya 3 କେହି କୌଣସି ପ୍ରକାରେ ତୁମ୍ଭମାନଙ୍କୁ ପ୍ରତାରିତ ନ କରୁ, କାରଣ ପ୍ରଥମେ ଧର୍ମଚ୍ୟୁତି ଘଟିବ, ଆଉ ବିନାଶର ସନ୍ତାନ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବା ଆବଶ୍ୟକ; ନ ହେଲେ ପ୍ରଭୁଙ୍କ ଦିନ ଉପସ୍ଥିତ ହେବ ନାହିଁ।
Revelation 14:8 in Oriya 8 ତାହାଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍ ଦ୍ୱିତୀୟ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ୍ ସମସ୍ତ ଜାତିଙ୍କୁ ଆପଣା ବ୍ୟଭିଚାରର କାମରୂପ ସୁରା ପାନ କରାଇଅଛି, ସେ ପତିତ, ଅଧଃପତିତ ହୋଇଅଛି।
Revelation 18:6 in Oriya 6 ସେ ଯେପରି କରିଅଛି, ସେହିପରି ତାହାକୁ ପ୍ରତିଫଳ ଦିଅ, ତାହାର କର୍ମାନୁସାରେ ତାହାକୁ ଦ୍ୱିଗୁଣ ପ୍ରତିଫଳ ଦିଅ, ଆଉ ସେ ଯେଉଁ ପାତ୍ରରେ ମଦ୍ୟ ମିଶ୍ରିତ କରିଅଛି, ସେଥିରେ ତାହା ପାଇଁ ଦ୍ୱିଗୁଣ ମଦ୍ୟ ମିଶ୍ରିତ କର।
Revelation 18:12 in Oriya 12 ସୁବର୍ଣ୍ଣ, ରୌପ୍ୟ, ମଣି, ମୁକ୍ତା, ସୂକ୍ଷ୍ମ ବସ୍ତ୍ର, ବାଇଗଣୀ ରଙ୍ଗର ବସ୍ତ୍ର, ପଟୁବସ୍ତ୍ର, ସିନ୍ଦୁରବର୍ଣ୍ଣ ବସ୍ତ୍ର, ସମସ୍ତ ପ୍ରକାର ଚନ୍ଦନକାଷ୍ଠ, ହସ୍ତୀଦନ୍ତର ସର୍ବ ପ୍ରକାର ବସ୍ତୁ, ଅତି ବହୁମୂଲ୍ୟ କାଷ୍ଠ, ପିତ୍ତଳ, ଲୌହ ଓ ମର୍ମର ପ୍ରସ୍ତର (ମାର୍ବଲ୍) ନିର୍ମିତ ସମସ୍ତ ପ୍ରକାର ବସ୍ତୁ,
Revelation 18:16 in Oriya 16 ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ। ତାହା ସୂକ୍ଷ୍ମ ବସ୍ତ୍ର, ବାଇଗଣୀ ରଙ୍ଗର ଓ ସିନ୍ଦୁରବର୍ଣ୍ଣ ବସ୍ତ୍ର ପରିହିତା ଥିଲା, ପୁଣି, ସୁବର୍ଣ୍ଣ, ମଣି ଓ ମୁକ୍ତାରେ ଭୂଷିତା ଥିଲା।
Revelation 19:2 in Oriya 2 କାରଣ ତାହାଙ୍କ ବିଚାର ସତ୍ୟ ଓ ନ୍ୟାୟ; ଯେଉଁ ମହା ବେଶ୍ୟା ଆପଣା ବ୍ୟଭିଚାର ଦ୍ୱାରା ପୃଥିବୀକୁ ଭ୍ରଷ୍ଟ କରିଥିଲା, ସେ ତାହାକୁ ଦଣ୍ଡ ଦେଇ ଆପଣା ଦାସମାନଙ୍କ ରକ୍ତପାତର ପରିଶୋଧ ତାହାଠାରୁ ନେଇଅଛନ୍ତି।