Revelation 14:2 in Oriya 2 ପୁଣି, ମୁଁ ସ୍ୱର୍ଗରୁ ବହୁବନ୍ୟାଜଳ ଓ ମହାବଜ୍ରନାଦ ତୁଲ୍ୟ ଗୋଟିଏ ସ୍ୱର ଶୁଣିଲି; ଯେଉଁ ସ୍ୱର ମୁଁ ଶୁଣିଲି, ତାହା ବୀଣାବାଦକମାନଙ୍କ ବୀଣାର ଶଦ୍ଦ ପରି।
Other Translations King James Version (KJV) And I heard a voice from heaven, as the voice of many waters, and as the voice of a great thunder: and I heard the voice of harpers harping with their harps:
American Standard Version (ASV) And I heard a voice from heaven, as the voice of many waters, and as the voice of a great thunder: and the voice which I heard `was' as `the voice' of harpers harping with their harps:
Bible in Basic English (BBE) And a voice from heaven came to my ears, like the sound of great waters, and the sound of loud thunder: and the voice which came to me was like the sound of players, playing on instruments of music.
Darby English Bible (DBY) And I heard a voice out of the heaven as a voice of many waters, and as a voice of great thunder. And the voice which I heard [was] as of harp-singers harping with their harps;
World English Bible (WEB) I heard a sound from heaven, like the sound of many waters, and like the sound of a great thunder. The sound which I heard was like that of harpists playing on their harps.
Young's Literal Translation (YLT) and I heard a voice out of the heaven, as a voice of many waters, and as a voice of great thunder, and a voice I heard of harpers harping with their harps,
Cross Reference Exodus 19:16 in Oriya 16 ଏଥିଉତ୍ତାରେ ତୃତୀୟ ଦିନର ପ୍ରଭାତ ହୁଅନ୍ତେ, ମେଘ ଗର୍ଜ୍ଜନ ଓ ବିଜୁଳି ଓ ପର୍ବତ ଉପରେ ନିବିଡ଼ ମେଘ ଓ ଅତିଶୟ ଉଚ୍ଚ ସ୍ୱରରେ ତୂରୀଧ୍ୱନି ହେବାକୁ ଲାଗିଲା; ତହିଁରେ ଛାଉଣିସ୍ଥିତ ସମସ୍ତ ଲୋକ କମ୍ପାନ୍ୱିତ ହେଲେ।
Exodus 20:18 in Oriya 18 ସେତେବେଳେ ସମସ୍ତ ଲୋକ ମେଘ ଗର୍ଜ୍ଜନ ଓ ବିଜୁଳି ଓ ତୂରୀଧ୍ୱନି ଓ ଧୂମଯୁକ୍ତ ପର୍ବତ ଦେଖିଲେ; ପୁଣି, ତାହା ଦେଖି ସେମାନେ କମ୍ପିତ ହୋଇ ଦୂରରେ ଠିଆ ହେଲେ।
2 Samuel 6:5 in Oriya 5 ପୁଣି ଦାଉଦ ଓ ସମୁଦାୟ ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ସମ୍ମୁଖରେ ଦେବଦାରୁ କାଷ୍ଠରେ ନିର୍ମିତ ନାନା ପ୍ରକାର ବାଦ୍ୟଯନ୍ତ୍ର, ବୀଣା ଓ ନେବଲ ଓ ଦାରା ଓ ମନ୍ଦିରା ଓ କରତାଳ ବଜାଇଲେ।
1 Chronicles 25:1 in Oriya 1 ଆହୁରି ଆସଫର ଓ ହେମନର ଓ ଯିଦୂଥୂନର ସନ୍ତାନଗଣ ମଧ୍ୟରୁ ଦାଉଦ ଓ ସେନାପତିମାନେ କେତେକଙ୍କୁ ବୀଣା, ନେବଲ ଓ କରତାଳ ଦ୍ୱାରା ଭବିଷ୍ୟଦ୍ବାକ୍ୟ ପ୍ରଚାରର ସେବାକାର୍ଯ୍ୟ ନିମନ୍ତେ ପୃଥକ କଲେ; ପୁଣି, ଆପଣା ଆପଣା ସେବାନୁସାରେ କର୍ମକାରୀମାନଙ୍କ ସଂଖ୍ୟା ଏହି।
Psalm 33:2 in Oriya 2 ବୀଣାରେ ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; ଦଶ-ତାର ନେବଲରେ ତାହାଙ୍କର ପ୍ରଶଂସା ଗାନ କର।
Psalm 43:4 in Oriya 4 ତହିଁରେ ମୁଁ ପରମେଶ୍ୱରଙ୍କ ବେଦି ନିକଟକୁ ଓ ମୋହର ପରମାନନ୍ଦଜନକ ପରମେଶ୍ୱରଙ୍କ ନିକଟକୁ ଯିବି; ଆଉ, ହେ ପରମେଶ୍ୱର, ମୋହର ପରମେଶ୍ୱର, ମୁଁ ବୀଣାଯନ୍ତ୍ରରେ ତୁମ୍ଭର ପ୍ରଶଂସା କରିବି।
Psalm 57:8 in Oriya 8 ହେ ମୋହର ଗୌରବ, ଜାଗ୍ରତ ହୁଅ; ହେ ନେବଲ ଓ ବୀଣେ, ଜାଗ୍ରତ ହୁଅ; ମୁଁ ନିଜେ ଅତି ପ୍ରଭାତରେ ଜାଗ୍ରତ ହେବି।
Psalm 92:3 in Oriya 3 ପ୍ରାତଃକାଳରେ ତୁମ୍ଭ ସ୍ନେହପୂର୍ଣ୍ଣ କରୁଣା ଓ ପ୍ରତି ରାତ୍ରି ତୁମ୍ଭ ବିଶ୍ୱସ୍ତତା ପ୍ରଚାର କରିବାର ଉତ୍ତମ।
Psalm 93:4 in Oriya 4 ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ।
Psalm 98:5 in Oriya 5 ବୀଣାଯନ୍ତ୍ରରେ, ବୀଣା ଓ ଏକତାନ ସ୍ୱରରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର।
Psalm 147:7 in Oriya 7 ଧନ୍ୟବାଦ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; ବୀଣା ଯନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା ଗାନ କର;
Psalm 149:3 in Oriya 3 ସେମାନେ ନୃତ୍ୟ କରି ତାହାଙ୍କ ନାମର ପ୍ରଶଂସା କରନ୍ତୁ; ସେମାନେ ଦାରା ଓ ବୀଣା ବଜାଇ ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରନ୍ତୁ।
Psalm 150:3 in Oriya 3 ତୂରୀ ଧ୍ୱନିରେ ତାହାଙ୍କର ପ୍ରଶଂସା କର; ନେବଲ ଓ ବୀଣା ଯନ୍ତ୍ରରେ ତାହାଙ୍କର ପ୍ରଶଂସା କର।
Isaiah 17:13 in Oriya 13 ନାନା ଦେଶୀୟଗଣ, ମହା ଜଳରାଶି ମାଡ଼ି ଆସିବା ପରି ମାଡ଼ି ଆସୁଅଛନ୍ତି; ମାତ୍ର ସେ ସେମାନଙ୍କୁ ଧମକାଇବେ, ତହିଁରେ ସେମାନେ ଦୂରକୁ ପଳାଇବେ ଓ ବାୟୁ ସମ୍ମୁଖରେ ପର୍ବତସ୍ଥ ତୁଷ ତୁଲ୍ୟ ଓ ପ୍ରଚଣ୍ଡ ବାୟୁ ଅଗ୍ରତେ ଘୂର୍ଣ୍ଣାୟମାନ ଧୂଳି ତୁଲ୍ୟ ତାଡ଼ିତ ହେବେ।
Ezekiel 43:2 in Oriya 2 ଆଉ ଦେଖ, ପୂର୍ବଦିଗସ୍ଥ ପଥରୁ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ଆସୁଅଛି; ତାହାଙ୍କର ଶବ୍ଦ ଜଳରାଶିର ଶବ୍ଦ ତୁଲ୍ୟ ଓ ତାହାଙ୍କର ପ୍ରତାପରେ ଭୂମି ଦୀପ୍ତିମୟ ହେଲା।
Zechariah 9:14 in Oriya 14 ପୁଣି, ସଦାପ୍ରଭୁ ସେମାନଙ୍କୁ ଉର୍ଦ୍ଧ୍ୱରୁ ଦେଖା ଯିବେ ଓ ତାହାଙ୍କର ତୀର ବିଜୁଳି ପରି ବାହାର ହେବ; ଆଉ, ପ୍ରଭୁ ସଦାପ୍ରଭୁ ତୂରୀ ବଜାଇବେ ଓ ଦକ୍ଷିଣ ଦିଗର ଘୂର୍ଣ୍ଣିବାୟୁରେ ଗମନ କରିବେ।
Revelation 1:10 in Oriya 10 ମୁଁ ପ୍ରଭୁଙ୍କ ଦିନରେ ଆତ୍ମାଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଚାଳିତ ହୋଇ ମୋହର ପଶ୍ଚାତରେ ତୂରୀଶବ୍ଦ ପରି ଗୋଟିଏ ମହାସ୍ୱର ଏହା କହୁଥିବା ଶୁଣିଲି,
Revelation 1:15 in Oriya 15 ତାହାଙ୍କ ପାଦ ଭାଟିରେ ପରିଷ୍କୃତ ଉଜ୍ଜ୍ୱଳ ପିତଳ ତୁଲ୍ୟ ଓ ତାହାଙ୍କ ସ୍ୱର ମହା ଜଳକଲ୍ଲୋଳର ସଦୃଶ।
Revelation 5:8 in Oriya 8 ସେ ପୁସ୍ତକ ନିଅନ୍ତେ ସେହି ଚାରି ପ୍ରାଣୀ ଓ ଚବିଶ ପ୍ରାଚୀନ ମେଷଶାବକଙ୍କ ସମ୍ମୁଖରେ ଉବୁଡ଼ ହୋଇପଡ଼ିଲେ; ସେମାନଙ୍କ ପ୍ରତ୍ୟେକର ହସ୍ତରେ ବୀଣା ଓ ସାଧୁମାନଙ୍କ ପ୍ରାର୍ଥନାରୂପ ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଥିଲା।
Revelation 6:1 in Oriya 1 ତହୁଁ ମୁଁ ମେଷଶାବକଙ୍କୁ ସପ୍ତ ମୁଦ୍ରା ମଧ୍ୟରୁ ପ୍ରଥମ ମୁଦ୍ରା ଭାଙ୍ଗିବାର ଦେଖିଲି, ଆଉ ଚାରି ପ୍ରାଣୀଙ୍କ ମଧ୍ୟରୁ ଜଣକୁ ବଜ୍ର ପରି ସ୍ୱରରେ ଏହା କହୁଥିବା ଶୁଣିଲି, ଆସ।
Revelation 8:7 in Oriya 7 ପ୍ରଥମ ଦୂତ ତୂରୀଧ୍ୱନୀ କରନ୍ତେ ରକ୍ତମିଶ୍ରିତ ଶିଳା ଓ ଅଗ୍ନି ଉପସ୍ଥିତ ହୋଇ ପୃଥିବୀରେ ନିକ୍ଷିପ୍ତ ହେଲା; ସେଥିରେ ପୃଥିବୀ ଓ ବୃକ୍ଷସମୂହର ତିନି ଭାଗ ପୁଣି, ସମସ୍ତ ସବୁଜ ରଙ୍ଗର ଘାସ ଜଳିଗଲା।
Revelation 10:3 in Oriya 3 ସେ ଡାକ ପକାନ୍ତେ ସପ୍ତ ମେଘଗର୍ଜନ ଆପଣା ଆପଣା ବାଣୀ ବ୍ୟକ୍ତ କଲେ।
Revelation 11:12 in Oriya 12 ସେତେବେଳେ ସେମାନେ ଆକାଶରୁ ଉଚ୍ଚସ୍ୱରରେ ଉକ୍ତ ଏହି ବାଣୀ ଶୁଣିଲେ, ଏଠାକୁ ଉଠିଆସ। ସେଥିରେ ସେମାନେ ମେଘାଛନ୍ନ ହୋଇ ସ୍ୱର୍ଗାରୋହଣ କଲେ, ଆଉ ସେମାନଙ୍କର ଶତ୍ରୁମାନେ ସେମାନଙ୍କୁ ଦେଖିଲେ।
Revelation 11:15 in Oriya 15 ସପ୍ତମ ଦୂତ ତୂରୀଧ୍ୱନୀ କରନ୍ତେ ସ୍ୱର୍ଗରେ ମହାଶବ୍ଦ ସହ ଏହି ବାଣୀ ହେଲା, ଜଗତ ଉପରେ ରାଜତ୍ୱ ଆମ୍ଭମାନଙ୍କ ପ୍ରଭୁଙ୍କର ଓ ତାହାଙ୍କ ଖ୍ରୀଷ୍ଟଙ୍କର ହସ୍ତଗତ ହୋଇଅଛି, ଆଉ ସେ ଯୁଗେ ଯୁଗେ ରାଜତ୍ୱ କରିବେ।
Revelation 15:2 in Oriya 2 ଆଉ ମୁଁ ଦେଖିଲି ଯେପରି ଅଗ୍ନିମିଶ୍ରିତ ଗୋଟିଏ କାଚମୟ ସମୁଦ୍ର, ପୁଣି, ଯେଉଁମାନେ ପଶୁ, ତାହାର ପ୍ରତିମା ଓ ତାହା ନାମର ସଂଖ୍ୟା ଉପରେ ବିଜୟୀ ହୋଇଅଛନ୍ତି, ସେମାନେ ଇଶ୍ବରଙ୍କ ବୀଣା ଧରି, ସେହି କାଚମୟ ସମୁଦ୍ର ତୀରରେ ଦଣ୍ଡାୟମାନ ହୋଇଅଛନ୍ତି।
Revelation 18:22 in Oriya 22 ବୀଣାବାଦକ, ଗାୟକ, ବଂଶୀବାଦକ ଓ ତୁରୀବାଦକ ମାନଙ୍କର ଶବ୍ଦ ତୋ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ, କୌଣସି ପ୍ରକାର ଶିଳ୍ପକର ତୋ ମଧ୍ୟରେ ଆଉ କେବେ ହେଁ ଦେଖାଯିବ ନାହିଁ, ଚକିପଥରର ଶଦ୍ଦ ତୋ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ,
Revelation 19:1 in Oriya 1 ଏଥିଉତ୍ତାରେ ମୁଁ ସ୍ଵର୍ଗରେ ମହାଜନତାର ଶଦ୍ଦ ପରି ଗୋଟିଏ ମହା ଶଦ୍ଦ ଏହା କହିବାର ଶୁଣିଲି, ହାଲ୍ଲିଲୂୟା; ପରିତ୍ରାଣ, ଗୌରବ ଓ ପରାକ୍ରମ ଆମ୍ଭମାନଙ୍କ ଈଶ୍ୱରଙ୍କର,