Revelation 11:2 in Oriya 2 କିନ୍ତୁ ମନ୍ଦିରର ବାହାରେ ଥିବା ପ୍ରାଙ୍ଗଣକୁ ଛାଡ଼ିଦିଅ, ତାହା ମାପ ନାହିଁ, କାରଣ ତାହା ଅଣଯିହୂଦୀମାନଙ୍କୁ ଦିଆଯାଇଅଛି, ସେମାନେ ବୟାଳିଶ ମାସ ପର୍ଯ୍ୟନ୍ତ ପବିତ୍ର ନଗରୀକୁ ପାଦ ତଳେ ଦଳିତ କରିବେ।
Other Translations King James Version (KJV) But the court which is without the temple leave out, and measure it not; for it is given unto the Gentiles: and the holy city shall they tread under foot forty and two months.
American Standard Version (ASV) And the court which is without the temple leave without, and measure it not; for it hath been given unto the nations: and the holy city shall they tread under foot forty and two months.
Bible in Basic English (BBE) But do not take the measure of the space outside the house; because it has been given to the nations: and the holy town will be under their feet for forty-two months.
Darby English Bible (DBY) And the court which [is] without the temple cast out, and measure it not; because it has been given [up] to the nations, and the holy city shall they tread under foot forty-two months.
World English Bible (WEB) Leave out the court which is outside of the temple, and don't measure it, for it has been given to the gentiles. They will tread the holy city under foot for forty-two months.
Young's Literal Translation (YLT) and the court that is without the sanctuary leave out, and thou mayest not measure it, because it was given to the nations, and the holy city they shall tread down forty-two months;
Cross Reference Numbers 14:34 in Oriya 34 ତୁମ୍ଭେମାନେ ଯେଉଁ ଚାଳିଶ ଦିନ ଦେଶ ଅନୁସନ୍ଧାନ କରିଅଛ, ସେହି ଦିନର ସଂଖ୍ୟାନୁସାରେ ଏକ ଏକ ଦିନ ପାଇଁ ଏକ ଏକ ବର୍ଷ, ଏରୂପେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ଆପଣା ଆପଣା ଅପରାଧର ଦଣ୍ଡ ଭୋଗିବ ଓ ଆମ୍ଭର ବିପକ୍ଷତା କିପରି, ତାହା ଜ୍ଞାତ ହେବ।
Psalm 79:1 in Oriya 1 ଆସଫର ଗୀତ। ହେ ପରମେଶ୍ୱର, ଅନ୍ୟ ଦେଶୀୟମାନେ ତୁମ୍ଭ ଅଧିକାରରେ ପ୍ରବେଶ କରିଅଛନ୍ତି; ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଅଛନ୍ତି; ସେମାନେ ଯିରୂଶାଲମକୁ କାନ୍ଥଡ଼ାର ଢିପି କରିଅଛନ୍ତି।
Isaiah 48:2 in Oriya 2 କାରଣ ସେମାନେ ଆପଣାମାନଙ୍କୁ ପବିତ୍ର ନଗରର ଲୋକ ବୋଲି ଖ୍ୟାତ କରନ୍ତି ଓ ଇସ୍ରାଏଲର ପରମେଶ୍ୱରଙ୍କ ଉପରେ ନିର୍ଭର ରଖନ୍ତି; ତାହାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ।
Isaiah 52:1 in Oriya 1 ହେ ସିୟୋନ, ଜାଗ, ଜାଗ, ଆପଣା ବଳ ପରିଧାନ କର; ହେ ପବିତ୍ର ନଗରୀ ଯିରୂଶାଲମ, ତୁମ୍ଭେ ଆପଣା ସୁନ୍ଦର ବସ୍ତ୍ରସବୁ ପିନ୍ଧ; କାରଣ ଏହି ସମୟଠାରୁ ତୁମ୍ଭ ମଧ୍ୟକୁ ଅସୁନ୍ନତ ଅବା ଅଶୁଚି ଲୋକ ଆଉ ଆସିବ ନାହିଁ।
Lamentations 1:10 in Oriya 10 ତାହାର ସକଳ ମନୋହର ବିଷୟ ଉପରେ ବିପକ୍ଷ ଆପଣା ହସ୍ତ ପ୍ରସାରିଅଛି; ହଁ, ଯେଉଁ ଅନ୍ୟ ଦେଶୀୟମାନଙ୍କୁ ତୁମ୍ଭ ସମାଜରେ ପ୍ରବେଶ କରିବା ପାଇଁ ତୁମ୍ଭେ ନିଷେଧ କରିଅଛ, ସେମାନଙ୍କୁ ସେ ତାହାର ପବିତ୍ର ସ୍ଥାନରେ ପ୍ରବେଶ କରିବାର ଦେଖିଅଛି।
Ezekiel 40:17 in Oriya 17 ତହୁଁ ସେ ମୋତେ ବାହାର ପ୍ରାଙ୍ଗଣକୁ ଆଣିଲେ, ଆଉ ଦେଖ, ପ୍ରାଙ୍ଗଣର ଚାରିଆଡ଼େ କେତେକ କୋଠରୀ ଓ ନିର୍ମିତ ଚଟାଣ ଥିଲା; ସେହି ଚଟାଣ ଉପରେ ତିରିଶ କୋଠରୀ ଥିଲା।
Ezekiel 42:20 in Oriya 20 ସେ ତାହାର ଚାରି ପାର୍ଶ୍ୱ ମାପିଲେ; ପବିତ୍ର ଓ ସାଧାରଣ ସ୍ଥାନ ମଧ୍ୟରେ ବିଚ୍ଛେଦ କରିବା ପାଇଁ ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର ଥିଲା, ତାହା ଦୀର୍ଘରେ ପାଞ୍ଚଶହ ଓ ପ୍ରସ୍ଥରେ ପାଞ୍ଚଶହ (ଦଣ୍ଡ) ଥିଲା।
Daniel 7:19 in Oriya 19 ସେତେବେଳେ ଯେଉଁ ଚତୁର୍ଥ ପଶୁ, ଯେ ଅନ୍ୟ ସକଳରୁ ଭିନ୍ନ, ଅତି ଭୟାନକ, ଯାହାର ଦନ୍ତ ଲୌହମୟ ଓ ନଖସବୁ ପିତ୍ତଳମୟ ଥିଲା, ଯେ ଗ୍ରାସ କଲା, ଭାଙ୍ଗି ଚୂର୍ଣ୍ଣ କଲା ଓ ଅବଶିଷ୍ଟସବୁକୁ ପଦ ତଳେ ଦଳିତ କଲା, ତାହାର ତଥ୍ୟ ଜାଣିବାକୁ ମୁଁ ଇଚ୍ଛା କଲି;
Daniel 7:25 in Oriya 25 ପୁଣି, ସେ ସର୍ବୋପରିସ୍ଥଙ୍କ ବିରୁଦ୍ଧରେ କଥା କହିବ ଓ ସର୍ବୋପରିସ୍ଥଙ୍କର ପବିତ୍ରଗଣଙ୍କୁ ଦମନ କରିବ; ଆଉ, ସେ କାଳ ଓ ବ୍ୟବସ୍ଥାର ପରିବର୍ତ୍ତନ କରିବାକୁ ବିଚାର କରିବ; ପୁଣି, ଏକ କାଳ, (ଦୁଇ) ପବିତ୍ର ପର୍ବ ଓ ଅର୍ଦ୍ଧ ପବିତ୍ର ପର୍ବ ପର୍ଯ୍ୟନ୍ତ ସେମାନେ ତାହା ହସ୍ତରେ ସମର୍ପିତ ହେବେ।
Daniel 8:10 in Oriya 10 ଆଉ, ତାହା ଆକାଶମଣ୍ଡଳର ବାହିନୀ ପର୍ଯ୍ୟନ୍ତ ହିଁ ବୃଦ୍ଧି ପାଇଲା ଓ ସେହି ବାହିନୀ ଓ ତାରାଗଣର କେତେକଙ୍କୁ ଭୂମିରେ ପକାଇ ସେମାନଙ୍କୁ ପଦ ତଳେ ଦଳିଲା।
Daniel 8:24 in Oriya 24 ସେ ବଳରେ ପରାକ୍ରାନ୍ତ ହେବ, ମାତ୍ର ତାହାର ନିଜ ବଳରେ ନୁହେଁ; ଆଉ, ସେ ଆଶ୍ଚର୍ଯ୍ୟ ରୂପେ ବିନାଶ କରିବ ଓ ସମୃଦ୍ଧ ହୋଇ ସ୍ଵେଚ୍ଛାମତ କାର୍ଯ୍ୟ କରିବ; ଆଉ, ସେ ପରାକ୍ରମୀଗଣକୁ ଓ ପବିତ୍ର ଲୋକମାନଙ୍କୁ ବିନାଶ କରିବ।
Daniel 12:7 in Oriya 7 ତହିଁରେ ମୁଁ ଶୁଣିଲି, ଶୁକ୍ଳବସ୍ତ୍ରାନ୍ୱିତ ଓ ନଦୀଜଳ ଉପରେ ସ୍ଥିତ ମନୁଷ୍ୟ ଆପଣା ଦକ୍ଷିଣ ଓ ବାମ ହସ୍ତ ସ୍ୱର୍ଗ ଆଡ଼େ ଉଠାଇ ନିତ୍ୟଜୀବୀଙ୍କ ନାମରେ ଶପଥ କରି କହିଲେ, ଏହା ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ହେବ; ପୁଣି, ସେମାନେ ପବିତ୍ର ଲୋକମାନଙ୍କର ପରାକ୍ରମ ଭଗ୍ନ କରିବାର ଶେଷ କଲେ, ଏହି ସକଳ ବିଷୟ ସିଦ୍ଧ ହେବ।
Daniel 12:11 in Oriya 11 ପୁଣି, ଯେଉଁ ସମୟରେ ନିତ୍ୟ ନୈବେଦ୍ୟ ନିବୃତ୍ତ ହେବ ଓ ବିନାଶକାରୀ ଘୃଣାଯୋଗ୍ୟ ବସ୍ତୁ ସ୍ଥାପିତ ହେବ, ସେହି ସମୟଠାରୁ ଏକ ହଜାର ଦୁଇ ଶହ ନବେ ଦିନ ହେବ।
Matthew 4:5 in Oriya 5 ତହିଁ ଉତ୍ତାରେ ଶୟତାନ ଯୀଶୁଙ୍କୁ ପୁଣ୍ୟ ନଗରୀକୁ ନେଇଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା,
Matthew 5:13 in Oriya 13 ତୁମ୍ଭେମାନେ ପୃଥିବୀର ଲବଣ, କିନ୍ତୁ ଲବଣ ଯଦି ସ୍ୱାଦବିହୀନ, ତେବେ ତାହା କାହିଁରେ ଲବଣାକ୍ତ ହେବ ? ତାହା ଆଉ କୌଣସି କାର୍ଯ୍ୟଯୋଗ୍ୟ ନୁହେଁ, କେବଳ ବାହାରେ ପକାଯାଇ ଲୋକମାନଙ୍କ ପାଦ ତଳେ ଦଳିତ ହେବାର ଯୋଗ୍ୟ।
Matthew 27:53 in Oriya 53 ପୁଣି, ତାହାଙ୍କ ପୁନରୁତ୍ଥାନ ପରେ ସେମାନେ ସମାଧିରୁ ବାହାରି ପୁଣି, ନଗରୀରେ ପ୍ରବେଶ କଲେ ଓ ଅନେକଙ୍କୁ ଦର୍ଶନ ଦେଲେ।
Luke 21:24 in Oriya 24 ଆଉ ସେମାନେ ଖଡ଼୍ଗରେ ହତ ହେବେ ଓ ବନ୍ଦୀ ହୋଇ ସମସ୍ତ ଅଣଯିହୂଦୀ ମଧ୍ୟକୁ ନିଆ ହେବେ, ପୁଣି, ଅଣଯିହୂଦୀୟମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ସେମାନଙ୍କର ପଦତଳିତ ହୋଇ ରହିବ।
2 Thessalonians 2:3 in Oriya 3 କେହି କୌଣସି ପ୍ରକାରେ ତୁମ୍ଭମାନଙ୍କୁ ପ୍ରତାରିତ ନ କରୁ, କାରଣ ପ୍ରଥମେ ଧର୍ମଚ୍ୟୁତି ଘଟିବ, ଆଉ ବିନାଶର ସନ୍ତାନ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବା ଆବଶ୍ୟକ; ନ ହେଲେ ପ୍ରଭୁଙ୍କ ଦିନ ଉପସ୍ଥିତ ହେବ ନାହିଁ।
1 Timothy 4:1 in Oriya 1 ଆତ୍ମା ସ୍ପଷ୍ଟରୂପେ କହୁଅଛନ୍ତି, ଶେଷ କାଳରେ କେହି କେହି ଭ୍ରଷ୍ଟବିବେକ ମିଥ୍ୟାବାଦୀ ଲୋକମାନଙ୍କ କପଟପଣରେ
2 Timothy 3:1 in Oriya 1 କିନ୍ତୁ ଏହା ଜାଣିଥାଅ ଯେ, ଶେଷକାଳରେ ଭୀଷଣ ସମୟ ଉପସ୍ଥିତ ହେବ;
Hebrews 10:29 in Oriya 29 ତେବେ ଭାବି ଦେଖ, ଯେ ଇଶ୍ବରଙ୍କ ପୁତ୍ରଙ୍କୁ ପଦଦଳିତ କରିଅଛି, ନିୟମର ଯେଉଁ ରକ୍ତ ଦ୍ୱାରା ସେ ପବିତ୍ରୀକୃତ ହୋଇଥିଲା, ତାହାକୁ ସାମାନ୍ୟ ବିଷୟ ବୋଲି ମନେ କରିଅଛି ଓ ଅନୁଗ୍ରହଦାତା ଆତ୍ମାଙ୍କୁ ଅବମାନନା କରିଅଛି, ସେ କେଡ଼େ ଅଧିକ ଗୁରୁତର ଦଣ୍ଡର ଯୋଗ୍ୟ ନ ହେବ !
Revelation 11:3 in Oriya 3 ଆଉ ଆମ୍ଭେ ଆମ୍ଭର ଦୁଇ ସାକ୍ଷୀଙ୍କୁ କ୍ଷମତା ଦେବୁ ଯେ, ସେମାନେ ଚଟ (ଅଖାର ବସ୍ତ୍ର) ପରିଧାନ କରି ଏକ ହଜାର ଦୁଇ ଶହ ଷାଠିଏ ଦିନ ପର୍ଯ୍ୟନ୍ତ ଭାବବାଣୀ କହିବେ।
Revelation 11:11 in Oriya 11 ସାଢ଼େ ତିନି ଦିନ ଉତ୍ତାରେ ଈଶ୍ୱରଙ୍କଠାରୁ ଜୀବନବାୟୁ ଆସି ସେମାନଙ୍କଠାରେ ପ୍ରବେଶ କଲେ, ସେଥିରେ ସେମାନେ ପାଦରେ ଭରା ଦେଇ ଠିଆ ହେଲେ, ଆଉ ସେମାନଙ୍କୁ ଦେଖିବା ଲୋକମାନେ ଅତ୍ୟନ୍ତ ଭୟଭୀତ ହେଲେ।
Revelation 12:6 in Oriya 6 ପୁଣି, ସେହି ସ୍ତ୍ରୀଲୋକ ପ୍ରାନ୍ତରକୁ ଦୌଡ଼ି ପଳାଇଗଲେ, ସେଠାରେ ଏକ ହଜାର ଦୁଇ ଶହ ଷାଠିଏ ଦିନ ପର୍ଯ୍ୟନ୍ତ ପ୍ରତିପାଳିତ ହେବା ପାଇଁ ତାହାଙ୍କ ନିମନ୍ତେ ଇଶ୍ବରଙ୍କ ନିୟନ୍ତ୍ରଣରେ ପ୍ରସ୍ତୁତ ଗୋଟିଏ ସ୍ଥାନ ଥିଲା।
Revelation 13:1 in Oriya 1 ତତ୍ପରେ ମୁଁ ସମୁଦ୍ର ମଧ୍ୟରୁ ଗୋଟିଏ ପଶୁକୁ ଉଠି ଆସିବାର ଦେଖିଲି, ତାହାର ଦଶ ଶିଙ୍ଗ ଓ ସପ୍ତ ମସ୍ତକ, ତାହାର ଶୃଙ୍ଗଗୁଡ଼ାକରେ ଦଶଟା ମୁକୁଟ ଓ ମସ୍ତକଗୁଡ଼ାକ ଉପରେ ଈଶ୍ୱରନିନ୍ଦାସୂଚକ ବିଭିନ୍ନ ନାମ।
Revelation 21:2 in Oriya 2 ପୁଣି, ମୁଁ ପବିତ୍ର ନଗରୀ, ଅର୍ଥାତ୍ ନୂତନ ଯିରୁଶାଲମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ ପ୍ରସ୍ତୁତା ହୋଇ ସ୍ୱର୍ଗରୁ ଇଶ୍ବରଙ୍କ ନିକଟରୁ ଅବତରଣ କରିବାର ଦେଖିଲି।
Revelation 22:19 in Oriya 19 ପୁଣି, କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ, ତେବେ ଈଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ।