Psalm 80:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍- ଏଦୂତ୍ ସ୍ୱରରେ ଆସଫର ଗୀତ। ହେ ଇସ୍ରାଏଲର ପାଳକ, ମେଷପଲ ତୁଲ୍ୟ ଯୋଷେଫକୁ ଚଳାଅ ଯେ ତୁମ୍ଭେ, ତୁମ୍ଭେ କର୍ଣ୍ଣପାତ କର; କିରୂବମାନଙ୍କ ଉପରେ ଉପବିଷ୍ଟ ଯେ ତୁମ୍ଭେ, ତୁମ୍ଭେ ପ୍ରକାଶମାନ ହୁଅ।
Other Translations King James Version (KJV) Give ear, O Shepherd of Israel, thou that leadest Joseph like a flock; thou that dwellest between the cherubims, shine forth.
American Standard Version (ASV) Give ear, O Shepherd of Israel, Thou that leadest Joseph like a flock; Thou that sittest `above' the cherubim, shine forth.
Bible in Basic English (BBE) <To the chief music-maker; put to Shoshannim-eduth. Of Asaph. A Psalm.> Give ear, O Keeper of Israel, guiding Joseph like a flock; you who have your seat on the winged ones, let your glory be seen.
Darby English Bible (DBY) {To the chief Musician. On Shoshannim-Eduth. Of Asaph. A Psalm.} Give ear, O Shepherd of Israel, thou that leadest Joseph like a flock; thou that sittest [between] the cherubim, shine forth.
World English Bible (WEB) > Hear us, Shepherd of Israel, You who lead Joseph like a flock, You who sit above the cherubim, shine forth.
Young's Literal Translation (YLT) To the Overseer. -- `On the Lilies.' A testimony of Asaph. -- A Psalm. Shepherd of Israel, give ear, Leading Joseph as a flock, Inhabiting the cherubs -- shine forth,
Cross Reference Exodus 25:20 in Oriya 20 ପୁଣି, କିରୂବମାନେ ପରସ୍ପର ସମ୍ମୁଖୀନ ହୋଇ ପକ୍ଷ ଉର୍ଦ୍ଧ୍ୱକୁ ବିସ୍ତାର କରି ପାପାଚ୍ଛାଦନ ଆବରଣ କରିବେ; ପାପାଚ୍ଛାଦନ ପ୍ରତି କିରୂବମାନଙ୍କର ମୁଖ ରହିବ।
Deuteronomy 33:2 in Oriya 2 ସେ କହିଲେ, “ସଦାପ୍ରଭୁ ସୀନୟରୁ ଆସିଲେ, ସେ ସେୟୀରରୁ ସେମାନଙ୍କ ପ୍ରତି ଉଦିତ ହେଲେ; ସେ ପାରଣ ପର୍ବତରୁ ସୁପ୍ରକାଶିତ ହେଲେ ଓ ସେ ଅୟୁତ ଅୟୁତ ପବିତ୍ର ପ୍ରାଣୀମାନଙ୍କ ନିକଟରୁ ଆସିଲେ; ତାହାଙ୍କ ଦକ୍ଷିଣ ହସ୍ତରେ ସେମାନଙ୍କ ପାଇଁ ଅଗ୍ନିମୟ ବ୍ୟବସ୍ଥା ଥିଲା।”
1 Samuel 4:4 in Oriya 4 ତହିଁରେ ସେମାନେ ଶୀଲୋକୁ ଲୋକ ପଠାଇ କିରୂବମାନଙ୍କ ମଧ୍ୟରେ ଅବସ୍ଥିତ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ସେଠାରୁ ଆଣିଲେ; ସେତେବେଳେ ଏଲିଙ୍କର ଦୁଇ ପୁତ୍ର ହଫ୍ନି ଓ ପୀନହସ୍ ସେ ସ୍ଥାନରେ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସଙ୍ଗେ ଥିଲେ।
2 Samuel 6:2 in Oriya 2 ଆଉ ଦାଉଦ ଓ ତାଙ୍କର ସଙ୍ଗୀ ଲୋକ ସମସ୍ତେ ଉଠି, ସେହି ନାମରେ ଖ୍ୟାତ, ଅର୍ଥାତ୍, କିରୂବଗଣ ମଧ୍ୟରେ ଉପବିଷ୍ଟ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଖ୍ୟାତ, ପରମେଶ୍ୱରଙ୍କ ସିନ୍ଦୁକ ବାଲି-ଯିହୁଦାଠାରୁ ଆଣିବାକୁ ଗଲେ।
2 Kings 19:15 in Oriya 15 ଆଉ ହିଜକୀୟ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାର୍ଥନା କରି କହିଲେ, “ହେ କିରୂବଗଣ ଉପରେ ଉପବିଷ୍ଟ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ, କେବଳ ତୁମ୍ଭେ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ; ତୁମ୍ଭେ ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ।
Job 10:3 in Oriya 3 ତୁମ୍ଭେ ଯେ ଉପଦ୍ରବ କରିବ, ତୁମ୍ଭେ ଯେ ଆପଣା ହସ୍ତର କର୍ମ ତୁଚ୍ଛ କରିବ ଓ ଦୁଷ୍ଟର ମନ୍ତ୍ରଣାରେ ପ୍ରସନ୍ନ ହେବ, ଏହା କ'ଣ ତୁମ୍ଭ ପ୍ରତି ଭଲ ?
Psalm 5:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ବଂଶୀ ଯନ୍ତ୍ରରେ ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, ମୋ' ବାକ୍ୟରେ କର୍ଣ୍ଣ ଦିଅ, ମୋହର କାକୂକ୍ତି ବିବେଚନା କର।
Psalm 23:1 in Oriya 1 ଦାଉଦଙ୍କର ଗୀତ। ସଦାପ୍ରଭୁ ମୋହର ପ୍ରତିପାଳକ; ମୋହର ଅଭାବ ହେବ ନାହିଁ।
Psalm 45:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍ ସ୍ୱରରେ କୋରହ-ସନ୍ତାନଗଣର ଗୀତ। ମସ୍କୀଲ୍। ପ୍ରେମ ଗୀତ। ମୋହର ହୃଦୟ ଉତ୍ତମ ବିଷୟରେ ଉଚ୍ଛୁଳି ଉଠୁଅଛି; ମୁଁ ରାଜାଙ୍କ ବିଷୟରେ ଆପଣା ରଚିତ କଥା କହେ; ମୋ' ଜିହ୍ୱା ଶୀଘ୍ର ଲେଖକର ଲେଖନୀ ସ୍ୱରୂପ।
Psalm 50:2 in Oriya 2 ସୌନ୍ଦର୍ଯ୍ୟର ସିଦ୍ଧି ସ୍ୱରୂପ ସିୟୋନଠାରୁ ପରମେଶ୍ୱର ପ୍ରକାଶିତ ହୋଇଅଛନ୍ତି।
Psalm 55:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍। ହେ ପରମେଶ୍ୱର, ମୋ' ପ୍ରାର୍ଥନାରେ କର୍ଣ୍ଣପାତ କର; ମୋ' ବିନତିରୁ ଆପଣାକୁ ଲୁଚାଅ ନାହିଁ।
Psalm 60:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ଶୂଷନ୍-ଏଦୁତ୍ ସ୍ୱରରେ ଶିକ୍ଷାର୍ଥକ ଦାଉଦଙ୍କର ମିକ୍ତାମ୍; ଅରାମନହରୟିମ ଓ ଅରାମ-ସୋବା ସଙ୍ଗରେ ଯୁଦ୍ଧ କରିବା ବେଳେ ଓ ଯୋୟାବ ଫେରି ଲବଣ-ଉପତ୍ୟକାରେ ଇଦୋମୀୟ ବାର ହଜାର ଲୋକଙ୍କୁ ବଧ କରିବା ସମୟରେ ରଚିତ। ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଦୂର କରିଅଛ, ତୁମ୍ଭେ ଆମ୍ଭମାନଙ୍କୁ ଭାଙ୍ଗି ପକାଇଅଛ; ତୁମ୍ଭେ କ୍ରୁଦ୍ଧ ହୋଇଅଛ; ଆମ୍ଭମାନଙ୍କୁ ପୁନଃସ୍ଥାପନ କର।
Psalm 69:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍ ସ୍ୱରରେ ଦାଉଦଙ୍କର ଗୀତ। ହେ ପରମେଶ୍ୱର, ମୋତେ ପରିତ୍ରାଣ କର; କାରଣ ମୋ' ପ୍ରାଣ ପର୍ଯ୍ୟନ୍ତ ଜଳରାଶି ଆସିଅଛି।
Psalm 77:20 in Oriya 20 ତୁମ୍ଭେ ମୋଶା ଓ ହାରୋଣର ହସ୍ତ ଦ୍ୱାରା ଆପଣା ଲୋକମାନଙ୍କୁ ମେଷପଲ ପରି ଚଳାଇଲ।
Psalm 78:52 in Oriya 52 ମାତ୍ର ସେ ଆପଣା ଲୋକମାନଙ୍କୁ ମେଷଗଣ ତୁଲ୍ୟ ଚଳାଇଲେ ଓ ପ୍ରାନ୍ତରରେ ସେମାନଙ୍କୁ ପଲ ପରି କଢ଼ାଇ ନେଲେ।
Psalm 78:67 in Oriya 67 ଆହୁରି, ସେ ଯୋଷେଫର ତମ୍ବୁ ଅଗ୍ରାହ୍ୟ କଲେ ଓ ଇଫ୍ରୟିମ ଗୋଷ୍ଠୀକୁ ମନୋନୀତ କଲେ ନାହିଁ।
Psalm 80:3 in Oriya 3 ହେ ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ ଓ ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ।
Psalm 80:7 in Oriya 7 ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ ଓ ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ।
Psalm 80:19 in Oriya 19 ହେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ; ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ।
Psalm 94:1 in Oriya 1 ହେ ସଦାପ୍ରଭୁ, ପ୍ରତିଫଳଦାତା ପରମେଶ୍ୱର, ହେ ପ୍ରତିଫଳଦାତା ପରମେଶ୍ୱର, ତୁମ୍ଭେ ପ୍ରକାଶମାନ ହୁଅ।
Psalm 99:1 in Oriya 1 ସଦାପ୍ରଭୁ ରାଜ୍ୟ କରନ୍ତି; ଗୋଷ୍ଠୀବର୍ଗ କମ୍ପିତ ହେଉନ୍ତୁ; ସେ କିରୂବଗଣ ଉପରେ ଉପବିଷ୍ଟ; ପୃଥିବୀ ବିଚଳିତ ହେଉ।
Isaiah 40:11 in Oriya 11 ସେ ମେଷପାଳକ ପରି ଆପଣା ପଲ ଚରାଇବେ, ମେଷଛୁଆମାନଙ୍କୁ ସେ ଆପଣା ବାହୁରେ ସଂଗ୍ରହ କରିବେ ଓ ଆପଣା କୋଳରେ ସେମାନଙ୍କୁ ବହି ନେବେ, ଆଉ ଦୁଗ୍ଧଦାୟିନୀମାନଙ୍କୁ ଧୀରେ ଧୀରେ ଚଳାଇବେ।
Isaiah 49:9 in Oriya 9 ତୁମ୍ଭେ ବନ୍ଦୀଗଣକୁ ବାହାରି ଯାଅ ବୋଲି, ଅନ୍ଧକାରସ୍ଥିତ ଲୋକମାନଙ୍କୁ ଆପଣାମାନଙ୍କୁ ଦେଖାଅ ବୋଲି କହିବ। ସେମାନେ ପଥରେ ଚରିବେ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀସକଳ ସେମାନଙ୍କର ଚରାସ୍ଥାନ ହେବ।
Isaiah 60:1 in Oriya 1 ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭ ଉପରେ ଉଦିତ ହୋଇଅଛି।
Isaiah 63:11 in Oriya 11 ସେତେବେଳେ ସେ ପୁରାତନ କାଳ, ମୋଶା ଓ ଆପଣା ଲୋକମାନଙ୍କୁ ସ୍ମରଣ କରି କହିଲେ, “ଯେ ଆପଣା ପଲର ରକ୍ଷକମାନଙ୍କ ସହିତ ସେମାନଙ୍କୁ ସମୁଦ୍ର ପାର କରାଇ ଆଣିଲେ, ସେ କାହାନ୍ତି ? ଯେ ସେମାନଙ୍କ ଅନ୍ତରରେ ଆପଣା ପବିତ୍ର ଆତ୍ମା ରଖିଲେ,
Ezekiel 1:13 in Oriya 13 ଏହି ଜୀବିତ ପ୍ରାଣୀମାନଙ୍କ ଆକୃତି ପ୍ରଜ୍ୱଳିତ ଅଙ୍ଗାର ଓ ମଶାଲ ସଦୃଶ ଥିଲା; ତାହା ଜୀବିତ ପ୍ରାଣୀମାନଙ୍କ ମଧ୍ୟରେ ଗମନାଗମନ କଲା ଓ ସେହି ଅଗ୍ନି ତେଜୋମୟ ଓ ସେହି ଅଗ୍ନିରୁ ବିଦ୍ୟୁତ ନିର୍ଗତ ହେଲା।
Ezekiel 10:4 in Oriya 4 ପୁଣି, ସଦାପ୍ରଭୁଙ୍କର ପ୍ରତାପ କିରୂବର ଉପରରୁ ଉଠି ଗୃହର ଏରୁଣ୍ଡିର ଉପରେ ଠିଆ ହେଲା; ତହିଁରେ ଗୃହ ମେଘରେ ପରିପୂର୍ଣ୍ଣ ହେଲା ଓ ପ୍ରାଙ୍ଗଣ ସଦାପ୍ରଭୁଙ୍କ ପ୍ରତାପର ତେଜରେ ପରିପୂର୍ଣ୍ଣ ହେଲା।
Ezekiel 34:23 in Oriya 23 ଆଉ, ଆମ୍ଭେ ସେମାନଙ୍କ ଉପରେ ଏକ ପାଳକ, ଅର୍ଥାତ୍, ଆମ୍ଭର ଦାସ ଦାଉଦକୁ ନିଯୁକ୍ତ କରିବା, ତହିଁରେ ସେ ସେମାନଙ୍କୁ ଚରାଇବ ଓ ସେ ସେମାନଙ୍କର ପାଳକ ହେବ।
Ezekiel 43:2 in Oriya 2 ଆଉ ଦେଖ, ପୂର୍ବଦିଗସ୍ଥ ପଥରୁ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ଆସୁଅଛି; ତାହାଙ୍କର ଶବ୍ଦ ଜଳରାଶିର ଶବ୍ଦ ତୁଲ୍ୟ ଓ ତାହାଙ୍କର ପ୍ରତାପରେ ଭୂମି ଦୀପ୍ତିମୟ ହେଲା।
Daniel 9:17 in Oriya 17 ଏହେତୁ ହେ ଆମ୍ଭମାନଙ୍କର ପରମେଶ୍ୱର, ଏବେ ତୁମ୍ଭ ଦାସର ପ୍ରାର୍ଥନା ଓ ବିନତିରେ କର୍ଣ୍ଣପାତ କର ଓ ତୁମ୍ଭର ଏହି ଯେଉଁ ଧର୍ମଧାମ ଧ୍ୱଂସିତ ହୋଇଅଛି, ତହିଁ ପ୍ରତି ପ୍ରଭୁଙ୍କ ସକାଶେ ଆପଣା ମୁଖ ପ୍ରସନ୍ନ କର।
John 10:3 in Oriya 3 ଦ୍ୱାରୀ ତାହା ନିମନ୍ତେ ଦ୍ୱାର ଫିଟାଇଦିଏ, ପୁଣି, ମେଷଗୁଡ଼ିକ ତା'ର ସ୍ୱର ଶୁଣନ୍ତି, ଆଉ ସେ ନିଜର ମେଷସବୁକୁ ନାମ ଧରି ଡାକି ବାହାର କରି ଘେନିଯାଏ।
John 10:14 in Oriya 14 ମୁଁ ଉତ୍ତମ ମେଷପାଳକ। ପିତା ଯେପରି ମୋତେ ଜାଣନ୍ତି ଓ ମୁଁ ପିତାଙ୍କୁ ଜାଣେ,
Hebrews 13:20 in Oriya 20 ଯେଉଁ ଶାନ୍ତିଦାତା ଈଶ୍ୱର ଅନନ୍ତକାଳସ୍ଥାୟୀ ନିୟମର ରକ୍ତ ହେତୁ ପ୍ରଧାନ ମେଷପାଳକ, ଅର୍ଥାତ୍, ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଫେରାଇ ଆଣିଲେ;
1 Peter 2:25 in Oriya 25 କାରଣ ତୁମ୍ଭେମାନେ ମେଷ ତୁଲ୍ୟ ବିପଥଗାମୀ ହୋଇଥିଲ, କିନ୍ତୁ ଏବେ ତୁମ୍ଭମାନଙ୍କ ଆତ୍ମାର ପାଳକ ଓ ଅଧ୍ୟକ୍ଷଙ୍କ ନିକଟକୁ ବାହୁଡ଼ି ଆସିଅଛ।
1 Peter 5:4 in Oriya 4 ସେଥିରେ ପ୍ରଧାନ ପାଳକ ପ୍ରକାଶିତ ହେବା ସମୟରେ ତୁମ୍ଭେମାନେ ଗୌରବର ଅକ୍ଷୟ ମୁକୁଟ ପାଇବ।
Revelation 21:23 in Oriya 23 ଆଲୋକ ନିମନ୍ତେ ସେହି ନଗରୀର ସୂର୍ଯ୍ୟ କି ଚନ୍ଦ୍ରର ପ୍ରୟୋଜନ ନାହିଁ, କାରଣ ଇଶ୍ବରଙ୍କ ଗୌରବ ତାହାକୁ ଆଲୋକିତ କରେ ଓ ମେଷଶାବକ ସେଥିର ପ୍ରଦୀପ ସ୍ୱରୂପ।