Psalm 4:1 in Oriya 1 ତାରଯୁକ୍ତ ଯନ୍ତ୍ରରେ ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ମୋହର ଧର୍ମ ସ୍ୱରୂପ ପରମେଶ୍ୱର, ମୁଁ ଡାକିଲେ ମୋତେ ଉତ୍ତର ଦିଅ; ସଙ୍କଟରେ ଥିବା ସମୟରେ ତୁମ୍ଭେ ମୋତେ ପ୍ରଶସ୍ତ ସ୍ଥାନ ଦେଇଅଛ; ମୋତେ ଦୟା କର ଓ ମୋହର ପ୍ରାର୍ଥନା ଶୁଣ।
Other Translations King James Version (KJV) Hear me when I call, O God of my righteousness: thou hast enlarged me when I was in distress; have mercy upon me, and hear my prayer.
American Standard Version (ASV) Answer me when I call, O God of my righteousness; Thou hast set me at large `when I was' in distress: Have mercy upon me, and hear my prayer.
Bible in Basic English (BBE) <To the chief music-maker on corded instruments. A Psalm. Of David.> Give answer to my cry, O God of my righteousness; make me free from my troubles; have mercy on me, and give ear to my prayer.
Darby English Bible (DBY) {To the chief Musician. On stringed instruments. A Psalm of David.} When I call, answer me, O God of my righteousness: in pressure thou hast enlarged me; be gracious unto me, and hear my prayer.
World English Bible (WEB) > Answer me when I call, God of my righteousness. Give me relief from my distress. Have mercy on me, and hear my prayer.
Young's Literal Translation (YLT) To the Overseer with Stringed Instruments. -- A Psalm of David. In my calling answer Thou me, O God of my righteousness. In adversity Thou gavest enlargement to me; Favour me, and hear my prayer.
Cross Reference Exodus 34:6 in Oriya 6 ଆଉ ସଦାପ୍ରଭୁ ତାଙ୍କ ସମ୍ମୁଖ ଦେଇ ଗମନ କରି ଏହା ଘୋଷଣା କଲେ, “ସଦାପ୍ରଭୁ, ସଦାପ୍ରଭୁ ପରମେଶ୍ୱର ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ;
1 Samuel 17:37 in Oriya 37 ଆହୁରି ଦାଉଦ କହିଲେ, ଯେଉଁ ସଦାପ୍ରଭୁ ସିଂହ ହାତରୁ ଓ ଭାଲୁ ହାତରୁ ମୋତେ ରକ୍ଷା କରିଅଛନ୍ତି; ସେ ଏହି ପଲେଷ୍ଟୀୟ ହାତରୁ ମୋତେ ରକ୍ଷା କରିବେ। ଏଥିରେ ଶାଉଲ ଦାଉଦଙ୍କୁ କହିଲେ, ଯାଅ, ସଦାପ୍ରଭୁ ତୁମ୍ଭର ସଙ୍ଗୀ ହେବେ।
1 Samuel 19:11 in Oriya 11 ତହୁଁ ଦାଉଦଙ୍କୁ ଜଗି ସକାଳେ ବଧ କରିବା ପାଇଁ ତାଙ୍କର ଗୃହକୁ ଶାଉଲ ଦୂତମାନଙ୍କୁ ପଠାଇଲେ; ଏଥିରେ ଦାଉଦଙ୍କର ଭାର୍ଯ୍ୟା ମୀଖଲ ତାଙ୍କୁ କହିଲା, ତୁମ୍ଭେ ଆଜି ରାତ୍ରି ଆପଣା ପ୍ରାଣରକ୍ଷା ନ କଲେ, କାଲି ହତ ହେବ।
1 Samuel 23:26 in Oriya 26 ପୁଣି, ଶାଉଲ ପର୍ବତର ଏକ ପାର୍ଶ୍ୱକୁ ଗଲେ, ଆଉ ଦାଉଦ ଓ ତାଙ୍କର ଲୋକମାନେ ଅନ୍ୟ ପାର୍ଶ୍ୱକୁ ଗଲେ; ତହୁଁ ଦାଉଦ ଶାଉଲଙ୍କ ଭୟରୁ ପଳାଇବାକୁ ଚଞ୍ଚଳ ହେଲେ; କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କୁ ଓ ତାଙ୍କର ଲୋକଙ୍କୁ ଧରିବା ନିମନ୍ତେ ସେମାନଙ୍କ ଚାରିଆଡ଼େ ଘେରିଥିଲେ।
1 Chronicles 25:1 in Oriya 1 ଆହୁରି ଆସଫର ଓ ହେମନର ଓ ଯିଦୂଥୂନର ସନ୍ତାନଗଣ ମଧ୍ୟରୁ ଦାଉଦ ଓ ସେନାପତିମାନେ କେତେକଙ୍କୁ ବୀଣା, ନେବଲ ଓ କରତାଳ ଦ୍ୱାରା ଭବିଷ୍ୟଦ୍ବାକ୍ୟ ପ୍ରଚାରର ସେବାକାର୍ଯ୍ୟ ନିମନ୍ତେ ପୃଥକ କଲେ; ପୁଣି, ଆପଣା ଆପଣା ସେବାନୁସାରେ କର୍ମକାରୀମାନଙ୍କ ସଂଖ୍ୟା ଏହି।
Job 36:16 in Oriya 16 ସେ ତୁମ୍ଭକୁ ହିଁ ଦୁଃଖରୁ ବାହାର କରି ସଙ୍କୀର୍ଣ୍ଣତାରହିତ ପ୍ରଶସ୍ତ ସ୍ଥାନକୁ ନେଇଯାଆନ୍ତେ; ଓ ତୁମ୍ଭ ମେଜ ଉପରେ ସଜ୍ଜିତ ଦ୍ରବ୍ୟ ମେଦପୂର୍ଣ୍ଣ ହୁଅନ୍ତା।
Psalm 6:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ, ତାରଯୁକ୍ତ ଯନ୍ତ୍ରରେ ଶିମିନୀତ୍ ସ୍ୱରରେ ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, ତୁମ୍ଭ କ୍ରୋଧରେ ମୋତେ ଅନୁଯୋଗ କର ନାହିଁ, କିଅବା ତୁମ୍ଭ ପ୍ରଚଣ୍ଡ ବିରକ୍ତିରେ ମୋତେ ଶାସନ କର ନାହିଁ।
Psalm 11:7 in Oriya 7 କାରଣ ସଦାପ୍ରଭୁ ଧର୍ମମୟ; ସେ ଧାର୍ମିକତାକୁ ପ୍ରେମ କରନ୍ତି; ସରଳ ଲୋକ ତାହାଙ୍କ ମୁଖ ଦର୍ଶନ କରିବ।
Psalm 17:6 in Oriya 6 ମୁଁ ତୁମ୍ଭଙ୍କୁ ଡାକିଅଛି, କାରଣ ହେ ପରମେଶ୍ୱର, ତୁମ୍ଭେ ମୋତେ ଉତ୍ତର ଦେବ; ମୋ' ପ୍ରତି କର୍ଣ୍ଣ ଡେର ଓ ମୋ'ର କଥା ଶୁଣ।
Psalm 18:18 in Oriya 18 ସେମାନେ ମୋହର ବିପଦ ଦିନରେ ମୋତେ ଆକ୍ରମଣ କଲେ; ମାତ୍ର ସଦାପ୍ରଭୁ ମୋତେ ଉଦ୍ଧାର କଲେ।
Psalm 22:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ଆୟେଲତ୍ହସଶହର (ଅଋଣର ମୃଗୀ) ସ୍ୱରରେ ଦାଉଦଙ୍କର ଗୀତ। ହେ ମୋହର ପରମେଶ୍ୱର, ହେ ମୋହର ପରମେଶ୍ୱର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ ? ମୋତେ ସାହାଯ୍ୟ କରିବାରୁ ଓ ମୋ' ଆର୍ତ୍ତନାଦର ଉକ୍ତିରୁ ତୁମ୍ଭେ କାହିଁକି ଏତେ ଦୂରରେ ରହୁଅଛ ?
Psalm 24:5 in Oriya 5 ସେ ସଦାପ୍ରଭୁଙ୍କଠାରୁ ଆଶୀର୍ବାଦ ଓ ଆପଣାର ପରିତ୍ରାଣ ସ୍ୱରୂପ ପରମେଶ୍ୱରଙ୍କଠାରୁ ଧାର୍ମିକତା ପ୍ରାପ୍ତ ହେବ।
Psalm 25:16 in Oriya 16 ମୋ' ପ୍ରତି ଫେର ଓ ମୋ' ପ୍ରତି ଦୟା କର; କାରଣ ମୁଁ ଅସହାୟ ଓ ଦୁଃଖଗ୍ରସ୍ତ ଅଟେ।
Psalm 31:8 in Oriya 8 ପୁଣି, ଶତ୍ରୁ ହସ୍ତରେ ତୁମ୍ଭେ ମୋତେ ବନ୍ଦ କରି ନାହଁ; ତୁମ୍ଭେ ପ୍ରଶସ୍ତ ସ୍ଥାନରେ ମୋର ଚରଣ ସ୍ଥାପନ କରିଅଛ।
Psalm 40:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ମୁଁ ଧୈର୍ଯ୍ୟ ଧରି ସଦାପ୍ରଭୁଙ୍କର ଅପେକ୍ଷା କଲି; ପୁଣି, ସେ ମନୋଯୋଗ କରି ମୋହର କାକୂକ୍ତି ଶୁଣିଲେ।
Psalm 41:12 in Oriya 12 ତୁମ୍ଭେ ମୋ' ସରଳତାରେ ମୋତେ ଧରି ରଖୁଅଛ।
Psalm 42:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣର ମସ୍କୀଲ (ପ୍ରବୋଧନ)। ହରିଣୀ ଯେପରି ଜଳସ୍ରୋତ ପାଇଁ ଧକାଏ, ସେହିପରି ହେ ପରମେଶ୍ୱର, ମୋ' ପ୍ରାଣ ତୁମ୍ଭ ପାଇଁ ଧକାଏ।
Psalm 45:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍ ସ୍ୱରରେ କୋରହ-ସନ୍ତାନଗଣର ଗୀତ। ମସ୍କୀଲ୍। ପ୍ରେମ ଗୀତ। ମୋହର ହୃଦୟ ଉତ୍ତମ ବିଷୟରେ ଉଚ୍ଛୁଳି ଉଠୁଅଛି; ମୁଁ ରାଜାଙ୍କ ବିଷୟରେ ଆପଣା ରଚିତ କଥା କହେ; ମୋ' ଜିହ୍ୱା ଶୀଘ୍ର ଲେଖକର ଲେଖନୀ ସ୍ୱରୂପ।
Psalm 56:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ଯୋନତ୍-ଏଲମ୍ ହେ ପରମେଶ୍ୱର, ମୋତେ ଦୟା କର; କାରଣ ମନୁଷ୍ୟ ମୋତେ ଗ୍ରାସ କରିବାକୁ ଉଦ୍ୟତ; ସେ ସାରାଦିନ ଯୁଦ୍ଧ କରି ମୋ' ପ୍ରତି ଉପଦ୍ରବ କରଇ।
Psalm 57:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍; ଗୁମ୍ଫାରେ ଶାଉଲଙ୍କ ସମ୍ମୁଖରୁ ପଳାଇବା ବେଳେ ରଚିତ। ହେ ପରମେଶ୍ୱର, ମୋତେ ଦୟା କର; ମୋତେ ଦୟା କର; କାରଣ ମୋ' ପ୍ରାଣ ତୁମ୍ଭର ଶରଣାଗତ; ଆଉ, ଏହିସବୁ ବିପଦ ବହିଯିବା ପର୍ଯ୍ୟନ୍ତ ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ ନେବି।
Psalm 67:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଗାନାର୍ଥକ ଗୀତ। ପରମେଶ୍ୱର ଆମ୍ଭମାନଙ୍କୁ ଦୟା କରନ୍ତୁ ଓ ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଓ ଆମ୍ଭମାନଙ୍କ ପ୍ରତି ଆପଣା ମୁଖ ପ୍ରସନ୍ନ କରନ୍ତୁ। ସେଲା
Psalm 76:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ; ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଆସଫର ଗୀତ। ପରମେଶ୍ୱର ଯିହୂଦା ମଧ୍ୟରେ ପରିଚିତ ଅଟନ୍ତି; ଇସ୍ରାଏଲ ମଧ୍ୟରେ ତାହାଙ୍କ ନାମ ମହତ।
Psalm 86:3 in Oriya 3 ହେ ପ୍ରଭୁ, ମୋ' ପ୍ରତି ଦୟାଳୁ ହୁଅ; କାରଣ ମୁଁ ସାରାଦିନ ତୁମ୍ଭ ନିକଟରେ ଡାକ ପକାଏ।
Psalm 116:6 in Oriya 6 ସଦାପ୍ରଭୁ ସରଳ ଲୋକଙ୍କୁ ରକ୍ଷା କରନ୍ତି; ମୁଁ ଦୀନହୀନ ହେଲେ ହେଁ ସେ ମୋର ପରିତ୍ରାଣ କଲେ।
Psalm 116:16 in Oriya 16 ହେ ସଦାପ୍ରଭୁ, ମୁଁ ନିତାନ୍ତ ତୁମ୍ଭର ଦାସ; ମୁଁ ତୁମ୍ଭର ଦାସ, ତୁମ୍ଭ ଦାସୀର ପୁତ୍ର; ତୁମ୍ଭେ ମୋହର ବନ୍ଧନସବୁ ମୁକୁଳାଇଅଛ।
Psalm 119:75 in Oriya 75 ହେ ସଦାପ୍ରଭୁ, ମୁଁ ଜାଣେ, ତୁମ୍ଭ ଶାସନସକଳ ଧର୍ମମୟ, ପୁଣି, ତୁମ୍ଭେ ବିଶ୍ୱସ୍ତ ଭାବରେ ମୋତେ ଦୁଃଖ ଦେଇଅଛ।
Psalm 119:132 in Oriya 132 ତୁମ୍ଭେ ଆପଣା ନାମର ପ୍ରେମକାରୀମାନଙ୍କ ପ୍ରତି ଯେପରି କରିଥାଅ, ସେପରି ମୋ' ପ୍ରତି ଫେର ଓ ମୋତେ ଦୟା କର।
Psalm 143:2 in Oriya 2 ନିଜ ଦାସକୁ ବିଚାରରେ ଆଣ ନାହିଁ; କାରଣ ତୁମ୍ଭ ଦୃଷ୍ଟିରେ କୌଣସି ଜୀବିତ ମନୁଷ୍ୟ ଧାର୍ମିକ ହୋଇ ପାରିବ ନାହିଁ।
Isaiah 45:24 in Oriya 24 ଲୋକେ ଆମ୍ଭ ଉଦ୍ଦେଶ୍ୟରେ କହିବେ, “କେବଳ ସଦାପ୍ରଭୁଙ୍କଠାରେ ଧାର୍ମିକତା ଓ ଶକ୍ତି ଅଛି।” ତାହାଙ୍କ ନିକଟକୁ ଲୋକମାନେ ଆସିବେ, ପୁଣି ଯେଉଁମାନେ ତାହାଙ୍କ ପ୍ରତି ବିରକ୍ତ ହୋଇଥିଲେ, ସେମାନେ ସମସ୍ତେ ଲଜ୍ଜିତ ହେବେ।
Jeremiah 23:6 in Oriya 6 ତାହାଙ୍କ ସମୟରେ ଯିହୁଦା ପରିତ୍ରାଣ ପାଇବ ଓ ଇସ୍ରାଏଲ ନିରାପଦରେ ବାସ କରିବ; ପୁଣି, ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମରେ ସେ ବିଖ୍ୟାତ ହେବେ।”
Habakkuk 3:19 in Oriya 19 ପ୍ରଭୁ ସଦାପ୍ରଭୁ ମୋର ବଳସ୍ୱରୂପ ଓ ସେ ମୋର ଚରଣ ହରିଣୀର ଚରଣ ସଦୃଶ କରନ୍ତି, ପୁଣି ମୋର ଉଚ୍ଚସ୍ଥଳୀରେ ମୋତେ ଗମନ କରାଇବେ। ମୋର ତାରଯୁକ୍ତ ଯନ୍ତ୍ରରେ ପ୍ରଧାନ ବାଦ୍ୟକର ନିମନ୍ତେ।
1 Corinthians 1:30 in Oriya 30 କିନ୍ତୁ ତାହାଙ୍କ ହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛ, ସେ ଈଶ୍ୱରଙ୍କଠାରୁ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନ, ଅର୍ଥାତ୍, ଧାର୍ମିକତା, ପବିତ୍ରତା ଓ ମୁକ୍ତିସ୍ୱରୂପ ହୋଇଅଛନ୍ତି।
2 Corinthians 1:8 in Oriya 8 କାରଣ, ହେ ଭାଇମାନେ, ଆସିଆରେ ଆମ୍ଭମାନଙ୍କ ଉପରେ ଘଟିଥିବା କ୍ଳେଶ ସମ୍ବନ୍ଧରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହେଁ; ଆମ୍ଭେମାନେ ଆମ୍ଭମାନଙ୍କ ଶକ୍ତିରୁ ଅତିରିକ୍ତ ରୂପେ ଭାରଗ୍ରସ୍ତ ହୋଇଥିଲୁ, ଏପରିକି ଜୀବନର ଆଶା ମଧ୍ୟ ପରିତ୍ୟାଗ କରିଥିଲୁ;
2 Corinthians 1:10 in Oriya 10 ସେ ଆମ୍ଭମାନଙ୍କୁ ଏପରି ଭୟାନକ ମୃତ୍ୟୁରୁ ଉଦ୍ଧାର କଲେ ଓ ଉଦ୍ଧାର କରିବେ, ପୁଣି, ସେ ଯେ ଭବିଷ୍ୟତରେ ସୁଦ୍ଧା ଉଦ୍ଧାର କରିବେ, ତାହାଙ୍କଠାରେ ଆମ୍ଭମାନଙ୍କର ଏହି ଭରସା ଅଛି;
2 Corinthians 5:20 in Oriya 20 ଅତଏବ, ଈଶ୍ୱର ଆମ୍ଭମାନଙ୍କ ଦ୍ୱାରା ଆହ୍ୱାନ କରୁଥିବାରୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ପକ୍ଷରେ ରାଜଦୂତର କର୍ମ କରୁଅଛୁ; ଖ୍ରୀଷ୍ଟଙ୍କ ପକ୍ଷରୁ ଆମ୍ଭେମାନେ ନିବେଦନ କରୁଅଛୁ, ତୁମ୍ଭେମାନେ ଇଶ୍ବରଙ୍କ ସହିତ ସମ୍ମିଳିତ ହୁଅ।