Psalm 17:3 in Oriya 3 ତୁମ୍ଭେ ମୋହର ଅନ୍ତଃକରଣ ପରୀକ୍ଷା କରିଅଛ; ତୁମ୍ଭେ ରାତ୍ରିକାଳରେ ମୋର ତତ୍ତ୍ୱାନୁସନ୍ଧାନ କରିଅଛ; ତୁମ୍ଭେ ମୋତେ ପରଖ କରି କିଛି ପାଇ ନାହଁ; ମୋହର ମୁଖ ଅପରାଧ ନ କରିବ ବୋଲି ମୁଁ ସ୍ଥିର କରିଅଛି।
Other Translations King James Version (KJV) Thou hast proved mine heart; thou hast visited me in the night; thou hast tried me, and shalt find nothing; I am purposed that my mouth shall not transgress.
American Standard Version (ASV) Thou hast proved my heart; thou hast visited me in the night; Thou hast tried me, and findest nothing; I am purposed that my mouth shall not transgress.
Bible in Basic English (BBE) You have put my heart to the test, searching me in the night; you have put me to the test and seen no evil purpose in me; I will keep my mouth from sin.
Darby English Bible (DBY) Thou hast proved my heart, thou hast visited me by night; thou hast tried me, thou hast found nothing: my thought goeth not beyond my word.
Webster's Bible (WBT) Thou hast proved my heart; thou hast visited me in the night; thou hast tried me, and shalt find nothing; I have purposed that my mouth shall not transgress.
World English Bible (WEB) You have proved my heart; you have visited me in the night; You have tried me, and found nothing; I have resolved that my mouth shall not disobey.
Young's Literal Translation (YLT) Thou hast proved my heart, Thou hast inspected by night, Thou hast tried me, Thou findest nothing; My thoughts pass not over my mouth.
Cross Reference 1 Samuel 24:10 in Oriya 10 ଦେଖନ୍ତୁ, ଆଜି ସଦାପ୍ରଭୁ ଗୁମ୍ଫା ମଧ୍ୟରେ କିପରି ଆପଣଙ୍କୁ ମୋହର ହସ୍ତରେ ଦେଇଥିଲେ, ଏହା ଆଜି ଆପଣଙ୍କ ଚକ୍ଷୁ ଦେଖିଅଛି; ଆପଣଙ୍କୁ ବଧ କରିବା ପାଇଁ କେହି କେହି ମୋତେ କହିଥିଲେ; ମାତ୍ର ମୋର ଚକ୍ଷୁ ଆପଣଙ୍କୁ ଦୟା କଲା ଓ ମୁଁ କହିଲି, ମୁଁ ଆପଣା ପ୍ରଭୁଙ୍କ ବିରୁଦ୍ଧରେ ହାତ ଉଠାଇବି ନାହିଁ, କାରଣ ସେ ସଦାପ୍ରଭୁଙ୍କ ଅଭିଷିକ୍ତ।
1 Samuel 24:12 in Oriya 12 ସଦାପ୍ରଭୁ ମୋହର ଓ ଆପଣଙ୍କ ମଧ୍ୟରେ ବିଚାର କରନ୍ତୁ ଓ ସଦାପ୍ରଭୁ ଆପଣଙ୍କଠାରୁ ମୋହର ପରିଶୋଧ ନେଉନ୍ତୁ; ମାତ୍ର ମୋହର ହସ୍ତ ଆପଣଙ୍କ ପ୍ରତିକୂଳ ହେବ ନାହିଁ।
1 Samuel 26:11 in Oriya 11 ମୁଁ ଯେ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ ହସ୍ତ ବିସ୍ତାର କରିବି, ଏହା ସଦାପ୍ରଭୁ ମୋ'ଠାରୁ ଦୂର କରନ୍ତୁ; ମାତ୍ର ତୁମ୍ଭେ ତାଙ୍କ ମସ୍ତକ ପାଖରୁ ବର୍ଚ୍ଛା ଓ ଜଳପାତ୍ର ନେଇ ଆସ, ଆମ୍ଭେମାନେ ଯିବା।
1 Samuel 26:23 in Oriya 23 ପୁଣି, ସଦାପ୍ରଭୁ ପ୍ରତ୍ୟେକ ମନୁଷ୍ୟକୁ ତାହାର ଧାର୍ମିକତା ଓ ବିଶ୍ୱସ୍ତତା ପ୍ରମାଣେ ଫଳ ଦେଉନ୍ତୁ; ସଦାପ୍ରଭୁ ଆଜି ଆପଣଙ୍କୁ ମୋହର ହସ୍ତରେ ସମର୍ପଣ କଲେ ହେଁ ମୁଁ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ ହସ୍ତ ବିସ୍ତାର କରିବାକୁ ଇଚ୍ଛା କଲି ନାହିଁ।
Job 23:10 in Oriya 10 ମାତ୍ର ମୁଁ ଯେଉଁ ପଥ ଅବଲମ୍ବନ କରେ, ସେ ତାହା ଜାଣନ୍ତି; ସେ ମୋହର ପରୀକ୍ଷା କଲା ଉତ୍ତାରେ ମୁଁ ସୁବର୍ଣ୍ଣ ପରି ଉତ୍ତୀର୍ଣ୍ଣ ହେବି।
Job 24:14 in Oriya 14 ହତ୍ୟାକାରୀ ପ୍ରଭାତ ସମୟରେ ଉଠି ଦରିଦ୍ର ଓ ଦୀନହୀନକୁ ବଧ କରେ ଓ ରାତ୍ରିରେ ସେ ଚୋର ପରି ହୁଏ।
Psalm 7:4 in Oriya 4 ଯଦି ମୁଁ ଆପଣା ସଙ୍ଗେ ମିଳନରେ ଥିବା ଲୋକର ମନ୍ଦ କରିଥାଏ; (ମାତ୍ର ଯେ ଅକାରଣରେ ମୋହର ବିପକ୍ଷ, ମୁଁ ତାହାକୁ ଉଦ୍ଧାର କରିଅଛି;)
Psalm 11:5 in Oriya 5 ସଦାପ୍ରଭୁ ଧାର୍ମିକର ପରୀକ୍ଷା କରନ୍ତି; ମାତ୍ର ଦୁଷ୍ଟ ଓ ଦୌରାତ୍ମ୍ୟପ୍ରିୟ ଲୋକକୁ ସେ ଘୃଣା କରନ୍ତି।
Psalm 16:7 in Oriya 7 ମୁଁ ସଦାପ୍ରଭୁଙ୍କର ଧନ୍ୟବାଦ କରିବି, ଯେ ମୋତେ ପରାମର୍ଶ ଦେଇଅଛନ୍ତି; ଆହୁରି, ରାତ୍ରିକାଳରେ ମୋହର ଚିତ୍ତ ମୋତେ ଉପଦେଶ ଦିଏ।
Psalm 26:2 in Oriya 2 ହେ ସଦାପ୍ରଭୁ, ମୋତେ ପରୀକ୍ଷା କରି ପ୍ରମାଣ ନିଅ; ମୋର ମର୍ମ ଓ ଚିତ୍ତ ପରିଷ୍କାର କର।
Psalm 39:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ, ଯିଦୂଥୂନ ପାଇଁ ଦାଉଦଙ୍କର ଗୀତ। ମୁଁ କହିଲି, “ମୁଁ ଜିହ୍ୱାରେ ପାପ ନ କରିବା ପାଇଁ ଆପଣା ପଥ ବିଷୟରେ ସାବଧାନ ହେବି; ଦୁଷ୍ଟ ମୋ' ସମ୍ମୁଖରେ ଥିବା ପର୍ଯ୍ୟନ୍ତ ମୁଁ ଆପଣା ମୁଖକୁ ଲଗାମ ଦେଇ ରଖିବି।”
Psalm 44:17 in Oriya 17 ଆମ୍ଭମାନଙ୍କ ପ୍ରତି ଏସବୁ ଘଟିଅଛି; ତଥାପି ଆମ୍ଭେମାନେ ତୁମ୍ଭକୁ ପାସୋରି ନାହୁଁ, କିଅବା ତୁମ୍ଭ ନିୟମ ବିଷୟରେ ଅସତ୍ୟ ବ୍ୟବହାର କରି ନାହୁଁ।
Psalm 66:10 in Oriya 10 କାରଣ ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ପରୀକ୍ଷା କରିଅଛ; ରୂପା ପରଖିଲା ପରି ତୁମ୍ଭେ ଆମ୍ଭମାନଙ୍କୁ ପରଖିଅଛ।
Psalm 119:106 in Oriya 106 ମୁଁ ତୁମ୍ଭର ଧର୍ମମୟ ଶାସନସବୁ ପାଳିବା ପାଇଁ ଶପଥ କରିଅଛି ଓ ତାହା ସ୍ଥିର କରିଅଛି।
Psalm 139:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, ତୁମ୍ଭେ ମୋହର ଅନୁସନ୍ଧାନ କରିଅଛ ଓ ମୋହର ପରିଚୟ ନେଇଅଛ।
Proverbs 13:3 in Oriya 3 ଯେଉଁ ଲୋକ ଆପଣା ମୁଖରେ ପ୍ରହରୀ ରଖେ, ସେ ଆପଣା ପ୍ରାଣ ରକ୍ଷା କରେ; ମାତ୍ର ଯେକେହି ଚିନ୍ତା ନ କରି କଥା କହେ, ତାହାର ବିନାଶ ହେବ।
Jeremiah 50:20 in Oriya 20 ସଦାପ୍ରଭୁ କହନ୍ତି, “ସେହି ଦିନରେ ଓ ସେହି ସମୟରେ ଇସ୍ରାଏଲର ଅଧର୍ମ ଅନ୍ୱେଷଣ କରାଯିବ, ମାତ୍ର କିଛି ମିଳିବ ନାହିଁ ଓ ଯିହୁଦାର ପାପ ଅନ୍ୱେଷଣ କରାଯିବ, ମାତ୍ର ତାହା ମିଳିବ ନାହିଁ। କାରଣ ଆମ୍ଭେ ଯେଉଁମାନଙ୍କୁ ଅବଶିଷ୍ଟ ରଖିବା, ସେମାନଙ୍କୁ କ୍ଷମା କରିବା।”
Hosea 7:6 in Oriya 6 କାରଣ ସେମାନେ ଛକି ବସି ଆପଣା ଆପଣା ଅନ୍ତଃକରଣ ତନ୍ଦୁର ପରି ପ୍ରସ୍ତୁତ କରିଅଛନ୍ତି; ସେମାନଙ୍କର କ୍ରୋଧ ରାତ୍ରିସାରା କୁହୁଳୁ ଥାଏ; ପ୍ରାତଃକାଳରେ ତାହା ପ୍ରଜ୍ୱଳିତ ଅଗ୍ନି ପରି ଜ୍ୱଳଇ।
Micah 2:1 in Oriya 1 ଯେଉଁମାନେ ଆପଣା ଆପଣା ଶଯ୍ୟାରେ ଅଧର୍ମ କଳ୍ପନା କରନ୍ତି ଓ କୁକର୍ମ ସ୍ଥିର କରନ୍ତି, ସେମାନେ ସନ୍ତାପର ପାତ୍ର ! ପ୍ରଭାତ ହେବାମାତ୍ର ସେମାନେ ତାହା ସାଧନ କରନ୍ତି, କାରଣ ତାହା ସେମାନଙ୍କ ହସ୍ତର କ୍ଷମତାଧୀନ।
Zechariah 13:9 in Oriya 9 ଆଉ, ସେହି ତୃତୀୟାଂଶକୁ ଆମ୍ଭେ ଅଗ୍ନି ମଧ୍ୟଦେଇ ଆଣିବା ଓ ରୂପା ଯେପରି ପରିଷ୍କୃତ ହୁଏ, ତଦ୍ରୂପ ସେମାନଙ୍କୁ ପରିଷ୍କାର କରିବା, ଆଉ ସୁନା ଯେପରି ପରୀକ୍ଷିତ ହୁଏ, ସେପରି ସେମାନଙ୍କୁ ପରୀକ୍ଷା କରିବା। ସେମାନେ ଆମ୍ଭ ନାମରେ ପ୍ରାର୍ଥନା କରିବେ ଓ ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା। ଆମ୍ଭେ କହିବା, ‘ଏମାନେ ଆମ୍ଭର ଲୋକ' ଆଉ, ସେମାନେ କହିବେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଅଟନ୍ତି।'”
Malachi 3:2 in Oriya 2 ମାତ୍ର ତାହାଙ୍କର ଆଗମନ ଦିନ କିଏ ସହି ପାରେ ? ଆଉ, ସେ ଦର୍ଶନ ଦେବା ବେଳେ କିଏ ଠିଆ ହେବ ? କାରଣ ସେ ପରିଷ୍କାରକାରୀର ଅଗ୍ନି ତୁଲ୍ୟ ଓ ଲୁଗା ସଫା କ୍ଷାର ସ୍ୱରୂପ;
Acts 11:23 in Oriya 23 ସେ ଉପସ୍ଥିତ ହୋଇ ଈଶ୍ୱରଙ୍କର ଅନୁଗ୍ରହ ଦେଖି ଆନନ୍ଦିତ ହେଲେ, ଆଉ ଯେପରି ସେମାନେ ହୃଦୟର ଏକାଗ୍ରତାରେ ପ୍ରଭୁଙ୍କ ପ୍ରତି ଆସକ୍ତ ହୋଇ ରୁହନ୍ତି, ସେଥିନିମନ୍ତେ ସମସ୍ତଙ୍କୁ ଉତ୍ସାହ ଦେଲେ;
Acts 16:9 in Oriya 9 ଆଉ ରାତ୍ରିକାଳରେ ପାଉଲ ଗୋଟିଏ ଦର୍ଶନ ପାଇଲେ, ମାକିଦନିଆର ଜଣେ ଠିଆ ହୋଇ ତାହାଙ୍କୁ ବିନତି କରି କହୁଅଛି, ମାକିଦନିଆକୁ ପାର ହୋଇ ଆସି ଆମ୍ଭମାନଙ୍କର ଉପକାର କର।
Acts 18:9 in Oriya 9 ପୁଣି, ପ୍ରଭୁ ରାତ୍ରିରେ ଦର୍ଶନ ଦ୍ୱାରା ପାଉଲଙ୍କୁ କହିଲେ, “ଭୟ କର ନାହିଁ, ନୀରବ ନ ରହି କଥା କୁହ,
1 Corinthians 4:4 in Oriya 4 କାରଣ ମୁଁ ନିଜ ବିରୁଦ୍ଧରେ କିଛି ଜାଣେ ନାହିଁ, ତଥାପି ଏଥିରେ ମୁଁ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇ ନାହିଁ କିନ୍ତୁ ଯେ ମୋହର ବିଚାର କରନ୍ତି, ସେ ପ୍ରଭୁ।
2 Corinthians 1:12 in Oriya 12 ଜଗତରେ, ବିଶେଷତଃ ତୁମ୍ଭମାନଙ୍କ ପ୍ରତି, ଆମ୍ଭେମାନେ ସାଂସାରିକ ଜ୍ଞାନରେ ଆଚରଣ ନ କରି ବରଂ ଇଶ୍ବରଙ୍କ ଅନୁଗ୍ରହରେ, ତାହାଙ୍କ ପବିତ୍ର ଓ ସରଳ ଭାବଅନୁସାରେ ଆଚରଣ କରିଥିଲୁ ବୋଲି ଆମ୍ଭମାନଙ୍କର ବିବେକ ଯେ ସାକ୍ଷ୍ୟ ଦେଉଅଛି, ଏହା ଆମ୍ଭମାନଙ୍କ ଦର୍ପର ବିଷୟ।
James 3:2 in Oriya 2 ଯେଣୁ ଆମ୍ଭେମାନେ ସମସ୍ତେ ଅନେକ ବିଷୟରେ ଝୁଣ୍ଟିପଡ଼ୁ। ଯଦି କେହି ବାକ୍ୟରେ ଝୁଣ୍ଟି ନ ପଡ଼େ, ତେବେ ସେ ସିଦ୍ଧ ପୁରୁଷ, ସମସ୍ତ ଶରୀରକୁ ମଧ୍ୟ ବଶରେ ରଖିବାକୁ ସମର୍ଥ।
1 Peter 1:7 in Oriya 7 ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ୱାସ, ତାହା ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ।