Psalm 15:5 in Oriya 5 ଯେ ସୁଧ ପାଇଁ ଟଙ୍କା ଋଣ ଦିଏ ନାହିଁ, କିଅବା ନିର୍ଦ୍ଦୋଷ ବିରୁଦ୍ଧରେ ଲାଞ୍ଚ ନିଏ ନାହିଁ। ଯେ ଏହି ସକଳ କର୍ମ କରେ, ସେ କେବେ ଘୁଞ୍ଚାଯିବ ନାହିଁ।
Other Translations King James Version (KJV) He that putteth not out his money to usury, nor taketh reward against the innocent. He that doeth these things shall never be moved.
American Standard Version (ASV) He that putteth not out his money to interest, Nor taketh reward against the innocent. He that doeth these things shall never be moved. Psalm 16 Michtam of David.
Bible in Basic English (BBE) He who does not put out his money at interest, or for payment give false decisions against men who have done no wrong. He who does these things will never be moved.
Darby English Bible (DBY) [He that] putteth not out his money to usury, nor taketh reward against the innocent. He that doeth these [things] shall never be moved.
Webster's Bible (WBT) He that putteth not out his money to usury, nor taketh reward against the innocent. He that doeth these things shall never be moved.
World English Bible (WEB) He who doesn't lend out his money for usury, Nor take a bribe against the innocent. He who does these things shall never be shaken.
Young's Literal Translation (YLT) His silver he hath not given in usury, And a bribe against the innocent Hath not taken; Whoso is doing these is not moved to the age!
Cross Reference Exodus 22:25 in Oriya 25 ତୁମ୍ଭେ ଯଦି ଆମ୍ଭ ଲୋକମାନଙ୍କ ମଧ୍ୟରେ ତୁମ୍ଭର ପ୍ରତିବାସୀ କୌଣସି ଦରିଦ୍ର ଲୋକଙ୍କୁ ଋଣ ଦିଅ, ତେବେ ତାହା ପ୍ରତି ମହାଜନ ତୁଲ୍ୟ ହେବ ନାହିଁ ଓ ତାହାଠାରୁ ସୁଧ ନେବ ନାହିଁ।
Exodus 23:7 in Oriya 7 ମିଥ୍ୟା ବିଷୟରୁ ଆପଣାକୁ ଦୂରରେ ରଖ; ପୁଣି, ନିର୍ଦ୍ଦୋଷକୁ ଓ ଧାର୍ମିକକୁ ନଷ୍ଟ କର ନାହିଁ; ଯେହେତୁ ଆମ୍ଭେ ଦୁଷ୍ଟକୁ ନିର୍ଦ୍ଦୋଷ କରିବା ନାହିଁ।
Leviticus 25:35 in Oriya 35 ଆଉ ଯଦି ତୁମ୍ଭର ଭାଇ ଦରିଦ୍ର ହୋଇଯାଏ ଓ ତୁମ୍ଭ ନିକଟରେ ତାହାର ହାତ ପଡ଼ିଯାଏ, ତେବେ ତୁମ୍ଭେ ତାହାକୁ ଧରି ରଖିବ; ସେ ବିଦେଶୀ ଓ ପ୍ରବାସୀ ପରି ତୁମ୍ଭ ସହିତ ଜୀବନଯାପନ କରିବ।
Deuteronomy 16:19 in Oriya 19 ତୁମ୍ଭେ ଅନ୍ୟାୟ ବିଚାର କରିବ ନାହିଁ; ତୁମ୍ଭେ ମନୁଷ୍ୟର ମୁଖାପେକ୍ଷା କରିବ ନାହିଁ; କିଅବା ତୁମ୍ଭେ ଲାଞ୍ଚ ନେବ ନାହିଁ; କାରଣ ଲାଞ୍ଚ ଜ୍ଞାନୀମାନଙ୍କର ଚକ୍ଷୁ ଅନ୍ଧ କରେ ଓ ଧାର୍ମିକମାନଙ୍କ ବାକ୍ୟ ଅନ୍ୟଥା କରେ।
Deuteronomy 23:19 in Oriya 19 ତୁମ୍ଭେ ସୁଧ ନିମନ୍ତେ, ଅର୍ଥାତ୍, ରୂପାର ସୁଧ, ଖାଦ୍ୟସାମଗ୍ରୀର ସୁଧ, କିଅବା ଯେ କୌଣସି ଦ୍ରବ୍ୟ ସୁଧ ନିମନ୍ତେ ଦିଆଯାଏ, ତହିଁର ସୁଧ ପାଇବା ନିମନ୍ତେ ଆପଣା ଭାଇକୁୁ ଋଣ ଦେବ ନାହିଁ।
Nehemiah 5:2 in Oriya 2 କାରଣ କେହି କେହି କହିଲେ, “ଆମ୍ଭେମାନେ, ଆମ୍ଭମାନଙ୍କ ପୁତ୍ର ଓ କନ୍ୟାଗଣ ସମେତ ଅନେକ ଲୋକ ଅଟୁ; ତେଣୁ ଆମ୍ଭମାନେ ଶସ୍ୟ ନେଇ ତାହା ଖାଇ ବଞ୍ଚିବା।
Nehemiah 5:7 in Oriya 7 ପୁଣି, ମୁଁ ଆପଣା ମନରେ ବିବେଚନା କଲି, ପୁଣି କୁଳୀନମାନଙ୍କର ଓ ଅଧ୍ୟକ୍ଷମାନଙ୍କର ସଙ୍ଗେ ବାଦାନୁବାଦ କରି ସେମାନଙ୍କୁ କହିଲି, “ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଭାଇଠାରୁ ସୁଧ ନେଉଅଛ।” ତହୁଁ ମୁଁ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କଲି।
Psalm 16:8 in Oriya 8 ମୁଁ ସର୍ବଦା ସଦାପ୍ରଭୁଙ୍କୁ ଆପଣା ସମ୍ମୁଖରେ ରଖିଅଛି; ସେ ମୋହର ଦକ୍ଷିଣ ପାଖରେ ଥିବାରୁ ମୁଁ ବିଚଳିତ ହେବି ନାହିଁ।
Psalm 55:22 in Oriya 22 ତୁମ୍ଭେ ସଦାପ୍ରଭୁଙ୍କ ଉପରେ ଆପଣା ଭାର ପକାଅ, ତହିଁରେ ସେ ତୁମ୍ଭକୁ ସମ୍ଭାଳିବେ; ସେ ଧାର୍ମିକକୁ କଦାପି ବିଚଳିତ ହେବାକୁ ଦେବେ ନାହିଁ।
Psalm 106:3 in Oriya 3 ଯେଉଁମାନେ ନ୍ୟାୟ ରକ୍ଷା କରନ୍ତି, ସେମାନେ ଧନ୍ୟ ଓ ଯେ ସବୁବେଳେ ଧର୍ମାଚରଣ କରେ, ସେ ଧନ୍ୟ।
Psalm 112:6 in Oriya 6 କାରଣ ସେ କଦାପି ବିଚଳିତ ନୋହିବ; ଧାର୍ମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ।
Proverbs 12:3 in Oriya 3 ଦୁଷ୍ଟତା ଦ୍ୱାରା କୌଣସି ମନୁଷ୍ୟ ସୁସ୍ଥିର ହେବ ନାହିଁ, କିନ୍ତୁ ଧାର୍ମିକର ମୂଳ କେବେ ଘୁଞ୍ଚା ଯିବ ନାହିଁ।
Isaiah 33:15 in Oriya 15 ଯେଉଁ ଲୋକ ଧର୍ମରୂପ ପଥରେ ଚାଲେ ଓ ଯେ ସରଳ କଥା କହେ; ଯେଉଁ ଲୋକ ଉପଦ୍ରବଜାତ ଲାଭ ତୁଚ୍ଛ କରେ ଓ ଲାଞ୍ଚ ଧରିବା ବିଷୟରୁ ଆପଣା ହାତ ଝାଡ଼ି ଦିଏ, ଯେ ରକ୍ତପାତ କଥାର ଶ୍ରବଣରୁ ଆପଣା କର୍ଣ୍ଣ ରୋଧ କରେ, ପୁଣି ଦୁଷ୍କର୍ମର ଦର୍ଶନରୁ ଆପଣା ଚକ୍ଷୁ ମୁଦ୍ରିତ କରେ;
Ezekiel 18:8 in Oriya 8 ଯେ ସୁଧ ପାଇଁ ଋଣ ଦେଇ ନାହିଁ, କିଅବା କିଛି ବୃଦ୍ଧି ନେଇ ନାହିଁ, ଯେ ଅଧର୍ମରୁ ଆପଣା ହସ୍ତ ଫେରାଇଅଛି, ମନୁଷ୍ୟ ମନୁଷ୍ୟର ମଧ୍ୟରେ ଯଥାର୍ଥ ବିଚାର କରିଅଛି,
Ezekiel 18:17 in Oriya 17 ଯେ ଦରିଦ୍ର ପ୍ରତି ଉପଦ୍ରବରୁ ଆପଣା ହସ୍ତ ଫେରାଇଅଛି, ସୁଧ କି ବୃଦ୍ଧି ଗ୍ରହଣ କରି ନାହିଁ, ଆମ୍ଭର ଶାସନସକଳ ପାଳନ କରିଅଛି, ଆମ୍ଭ ବିଧି ଅନୁଯାୟୀ ଆଚରଣ କରିଅଛି; ସେ ଆପଣା ପିତାର ଅଧର୍ମ ସକାଶୁ ମରିବ ନାହିଁ, ସେ ନିଶ୍ଚୟ ବଞ୍ଚିବ।
Ezekiel 18:27 in Oriya 27 ପୁନର୍ବାର ଦୁଷ୍ଟ ଲୋକ ଯେତେବେଳେ ଆପଣା କୃତ ଦୁଷ୍ଟତାରୁ ଫେରେ, ଆଉ ନ୍ୟାୟ ଓ ଧର୍ମାଚରଣ କରେ, ସେତେବେଳେ ସେ ଆପଣା ପ୍ରାଣ ଜୀବିତ ରକ୍ଷା କରିବ।
Ezekiel 22:12 in Oriya 12 ତୁମ୍ଭ ମଧ୍ୟରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନେଇ ଅଛନ୍ତି; ତୁମ୍ଭେ ସୁଧ ଓ ବୃଦ୍ଧି ଗ୍ରହଣ କରିଅଛ, ଆଉ ତୁମ୍ଭେ ଲୋଭରେ ଉପଦ୍ରବ କରି ଆପଣା ପ୍ରତିବାସୀଠାରୁ ଲାଭ ନେଇଅଛ,” ପୁଣି, ଆମ୍ଭକୁ ପାସୋରିଅଛ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Micah 7:3 in Oriya 3 ଯାହା ମନ୍ଦ, ତାହା ଯତ୍ନପୂର୍ବକ କରିବା ପାଇଁ ତହିଁ ଉପରେ ସେମାନଙ୍କର ହସ୍ତ ଅଛି; ଅଧିପତି ଚାହେଁ ଓ ବିଚାରକର୍ତ୍ତା ପୁରସ୍କାର ପାଇଁ ପ୍ରସ୍ତୁତ ଆଉ, ବଡ଼ ଲୋକ ଆପଣା ପ୍ରାଣର ହିଂସାଭାବ ମୁଖରେ ବ୍ୟକ୍ତ କରେ; ଏହିରୂପେ ସେମାନେ ବସ୍ତ୍ର ତୁଲ୍ୟ ତାହା ଏକତ୍ର ବୁଣନ୍ତି।
Matthew 7:21 in Oriya 21 ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ।
Matthew 26:15 in Oriya 15 ମୋତେ କ'ଣ ଦେବେ କୁହନ୍ତୁ, ମୁଁ ତାହାଙ୍କୁ ଧରାଇଦେବି। ସେଥିରେ ସେମାନେ ତାହାକୁ ତିରିଶିଗୋଟି ରୌପ୍ୟମୁଦ୍ରା ତୌଲି କରିଦେଲେ।
Matthew 27:3 in Oriya 3 ସେତେବେଳେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ଯିହୂଦା, ସେ ପ୍ରାଣ ଦଣ୍ଡାଜ୍ଞା ପାଇଅଛନ୍ତି, ଏହା ଦେଖି ଅନୁତାପ କରି ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗଙ୍କ ନିକଟକୁ ସେହି ତିରିଶିଗୋଟି ରୌପ୍ୟମୁଦ୍ରା ଫେରାଇ ଆଣି କହିଲା,
John 13:17 in Oriya 17 ଯଦି ତୁମ୍ଭେମାନେ ଏହି ସବୁ ଜାଣ, ତେବେ ସେହି ପ୍ରକାର କଲେ ତୁମ୍ଭେମାନେ ଧନ୍ୟ।
James 1:22 in Oriya 22 କିନ୍ତୁ ଶ୍ରୋତାମାତ୍ର ହୋଇ ଆପଣାମାନଙ୍କୁ ପ୍ରବଞ୍ଚନା ନ କରି ବାକ୍ୟର କର୍ମକାରୀ ହୁଅ।
2 Peter 1:10 in Oriya 10 ଅତଏବ, ହେ ଭାଇମାନେ, ତୁମ୍ଭେମାନେ ଆପଣା ଆପଣା ଆହ୍ୱାନ ଓ ମନୋନୟନକୁ ସ୍ଥିର କରିବା ନିମନ୍ତେ ଅଧିକ ଯତ୍ନଶୀଳ ହୁଅ; ଯେଣୁ ଏପରି କଲେ ତୁମ୍ଭେମାନେ କେବେ ହେଁ ଝୁଣ୍ଟିପଡ଼ିବ ନାହିଁ,