Psalm 131:1 in Oriya 1 ଆରୋହଣ-ଗୀତ; ଦାଉଦଙ୍କ ରଚିତ। ହେ ସଦାପ୍ରଭୁ, ମୋ' ଅନ୍ତଃକରଣ ଅହଙ୍କାରୀ ନୁହେଁ, ଅବା ମୋ' ଦୁଷ୍ଟି ଉଚ୍ଚ ନୁହେଁ; କିଅବା ମୁଁ ମହତ୍ ମହତ୍ ବ୍ୟାପାରରେ, ଅଥବା ମୋ' ପ୍ରତି ବୋଧାତୀତ ଆଶ୍ଚର୍ଯ୍ୟ ବିଷୟମାନଙ୍କରେ ପ୍ରୟାସ କରୁ ନାହିଁ।
Other Translations King James Version (KJV) Lord, my heart is not haughty, nor mine eyes lofty: neither do I exercise myself in great matters, or in things too high for me.
American Standard Version (ASV) Jehovah, my heart is not haughty, nor mine eyes lofty; Neither do I exercise myself in great matters, Or in things too wonderful for me.
Bible in Basic English (BBE) <A Song of the going up. Of David.> Lord, there is no pride in my heart and my eyes are not lifted up; and I have not taken part in great undertakings, or in things over-hard for me.
Darby English Bible (DBY) {A Song of degrees. Of David.} Jehovah, my heart is not haughty, nor mine eyes lofty; neither do I exercise myself in great matters, and in things too wonderful for me.
World English Bible (WEB) > Yahweh, my heart isn't haughty, nor my eyes lofty; Nor do I concern myself with great matters, Or things too wonderful for me.
Young's Literal Translation (YLT) A Song of the Ascents, by David. Jehovah, my heart hath not been haughty, Nor have mine eyes been high, Nor have I walked in great things, And in things too wonderful for me.
Cross Reference Numbers 12:3 in Oriya 3 ମୋଶା ପୃଥିବୀସ୍ଥ ସମସ୍ତ ଲୋକଙ୍କଠାରୁ ଅତି ନମ୍ର ଲୋକ ଥିଲେ।
Deuteronomy 17:20 in Oriya 20 ଆପଣା ଭ୍ରାତୃଗଣ ଉପରେ ତାହାର ହୃଦୟ ଅହଙ୍କାରୀ ହେବ ନାହିଁ, ପୁଣି ସେ ଆଜ୍ଞାର ଦକ୍ଷିଣକୁ କି ବାମକୁ ଫେରିବ ନାହିଁ; ତହିଁରେ ସେ ଇସ୍ରାଏଲ ମଧ୍ୟରେ ତାହାର ଓ ତାହାର ସନ୍ତାନମାନଙ୍କ ରାଜତ୍ୱର ଦିନ ବଢ଼ାଇ ପାରିବ।
1 Samuel 16:13 in Oriya 13 ତହୁଁ ଶାମୁୟେଲ ତୈଳଶୃଙ୍ଗ ନେଇ ତାଙ୍କ ଭ୍ରାତୃଗଣ ମଧ୍ୟରେ ତାଙ୍କୁ ଅଭିଷେକ କଲେ; ତହିଁରେ ସେହି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କୁ ଆକ୍ରାନ୍ତ କଲେ। ଏଉତ୍ତାରେ ଶାମୁୟେଲ ଉଠି ରାମାକୁ ଚାଲିଗଲେ।
1 Samuel 16:18 in Oriya 18 ତହିଁରେ ଯୁବାମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲା; ଦେଖନ୍ତୁ, ମୁଁ ବେଥଲିହିମୀୟ ଯିଶୀର ଏକ ପୁତ୍ରଙ୍କୁ ଦେଖିଅଛି, ସେ ବଜାଇବାରେ ନିପୁଣ ଓ ମହାବିକ୍ରମଶାଳୀ ଓ ଯୋଦ୍ଧା ଓ କଥାରେ ବିଜ୍ଞ, ଆଉ ରୂପବାନ, ପୁଣି, ସଦାପ୍ରଭୁ ତାଙ୍କର ସଙ୍ଗେ ସଙ୍ଗେ ଅଛନ୍ତି।
1 Samuel 16:22 in Oriya 22 ଏଉତ୍ତାରେ ଶାଉଲ ଯିଶୀକି କହି ପଠାଇଲେ, ବିନୟ କରୁଅଛି, ଦାଉଦକୁ ମୋ' ସମ୍ମୁଖରେ ଛିଡ଼ା ହେବାକୁ ଦିଅ; କାରଣ ସେ ମୋ' ଦୃଷ୍ଟିରେ ଅନୁଗ୍ରହ ପାଇଅଛି।
1 Samuel 17:15 in Oriya 15 ମାତ୍ର ଦାଉଦ ଆପଣା ପିତାର ମେଷପଲ ଚରାଇବା ନିମନ୍ତେ ଶାଉଲଙ୍କ ନିକଟରୁ ବେଥ୍ଲିହିମ୍କୁ ଯା'ଆସ କରୁଥାଆନ୍ତି।
1 Samuel 17:28 in Oriya 28 ସେ ଲୋକମାନଙ୍କୁ କହିବା ବେଳେ ତାଙ୍କର ଜ୍ୟେଷ୍ଠ ଭ୍ରାତା ଇଲୀୟାବ ଶୁଣିଲା; ତହିଁରେ ଇଲୀୟାବର କ୍ରୋଧ ଦାଉଦଙ୍କ ଉପରେ ପ୍ରଜ୍ୱଳିତ ହେଲା, ଆଉ ସେ କହିଲା, ତୁ କାହିଁକି ଏଠିକି ଆସିଲୁ ? ପ୍ରାନ୍ତରରେ ତୁ ସେ ମେଣ୍ଡା କେତୋଟି କାହା ପାଖରେ ଛାଡ଼ିଲୁ ? ମୁଁ ତୋ' ଗର୍ବ ଓ ତୋ' ମନର ଦୁଷ୍ଟତା ଜାଣେ; କାରଣ ତୁ ଯୁଦ୍ଧ ଦେଖିବା ପାଇଁ ଆସିଅଛୁ।
1 Samuel 18:23 in Oriya 23 ତହିଁରେ ଶାଉଲଙ୍କର ଦାସମାନେ ଦାଉଦଙ୍କର କର୍ଣ୍ଣଗୋଚରରେ ଏହି କଥା କହିଲେ। ତହୁଁ ଦାଉଦ କହିଲେ, ରାଜାଙ୍କର ଜୁଆଁଇ ହେବା ତୁମ୍ଭମାନଙ୍କ ଦୃଷ୍ଟିରେ କି କ୍ଷୁଦ୍ର କଥା ? କାରଣ ମୁଁ ଦରିଦ୍ର ଲୋକ ଓ ଅଳ୍ପମାନ୍ୟ।
Job 42:3 in Oriya 3 ଜ୍ଞାନ ବିନା ମନ୍ତ୍ରଣା ଗୋପନକାରୀ ଏ କିଏ ? ସତ୍ୟ, ମୁଁ ଯାହା ବୁଝିଲି ନାହିଁ, ଯେଉଁ ଅତି ଆଶ୍ଚର୍ଯ୍ୟ କଥା ଜାଣିଲି ନାହିଁ, ତାହା ହିଁ କହିଅଛି।
Psalm 78:70 in Oriya 70 ଆହୁରି, ସେ ଆପଣା ଦାସ ଦାଉଦଙ୍କୁ ମନୋନୀତ କଲେ ଓ ମେଷଖୁଆଡ଼ରୁ ତାଙ୍କୁ ଗ୍ରହଣ କଲେ।
Psalm 101:5 in Oriya 5 ଯେଉଁ ଜନ ଗୋପନରେ ଆପଣା ପ୍ରତିବାସୀର ଅପବାଦ କରେ, ମୁଁ ତାହାକୁ ବିନାଶ କରିବି; ଯାହାର ଅହଙ୍କାର-ଦୃଷ୍ଟି ଓ ଗର୍ବୀ ଅନ୍ତଃକରଣ, ମୁଁ ତାହାକୁ ସହିବି ନାହିଁ।
Psalm 122:1 in Oriya 1 ଆରୋହଣ ଗୀତ; ଦାଉଦଙ୍କ ରଚିତ। “ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହକୁ ଯାଉ,” ଏହି କଥା ଲୋକମାନେ ମୋତେ କହିବା ବେଳେ ମୁଁ ଆନନ୍ଦିତ ହେଲି।
Psalm 124:1 in Oriya 1 ଆରୋହଣ-ଗୀତ; ଦାଉଦଙ୍କ ରଚିତ। “ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥାଆନ୍ତେ,” ଇସ୍ରାଏଲ ଏବେ କହୁନ୍ତୁ;
Psalm 133:1 in Oriya 1 ଆରୋହଣ ଗୀତ, ଦାଉଦଙ୍କ ରଚିତ। ଦେଖ, ଭାଇମାନେ ମିଳନରେ ଏକତ୍ର ବାସ କରିବା କିପରି ଉତ୍ତମ ଓ ମନୋହର !
Psalm 139:6 in Oriya 6 ଏହି ପ୍ରକାର ଜ୍ଞାନ ମୋ' ପ୍ରତି ଅତି ଆଶ୍ଚର୍ଯ୍ୟ; ତାହା ଉଚ୍ଚ, ମୋ' ବୋଧର ଅଗମ୍ୟ।
Jeremiah 17:16 in Oriya 16 ମୁଁ ତ ତୁମ୍ଭ ପଛେ ପଛେ ମେଷପାଳକର କାର୍ଯ୍ୟ କରିବାରୁ ବିମୁଖ ହେବା ପାଇଁ ବେଗଗାମୀ ହୋଇ ନାହିଁ; କିଅବା ସେହି ଅମଙ୍ଗଳର ଦିନ ଚାହିଁ ନାହିଁ; ତୁମ୍ଭେ ଜାଣୁଅଛ; ମୋ' ଓଷ୍ଠରୁ ଯାହା ନିର୍ଗତ ହେଲା, ତାହା ତୁମ୍ଭ ସମ୍ମୁଖରେ ଥିଲା।
Jeremiah 45:5 in Oriya 5 ତୁମ୍ଭେ କି ଆପଣା ପାଇଁ ମହତ ବିଷୟମାନ ଚେଷ୍ଟା କରୁଅଛ ? ତାହା ଚେଷ୍ଟା କର ନାହିଁ,' କାରଣ ସଦାପ୍ରଭୁ କହନ୍ତି, ‘ଦେଖ, ଆମ୍ଭେ ସମଗ୍ର ପ୍ରାଣୀ ଉପରେ ଅମଙ୍ଗଳ ଘଟାଇବା; ମାତ୍ର ତୁମ୍ଭେ ଯେ ଯେ ସ୍ଥାନକୁ ଯାଉଅଛ, ସେସକଳ ସ୍ଥାନରେ ଲୁଟ ଦ୍ରବ୍ୟ ତୁଲ୍ୟ ଆମ୍ଭେ ତୁମ୍ଭର ପ୍ରାଣ ତୁମ୍ଭକୁ ଦେବା।'”
Amos 7:14 in Oriya 14 ତହିଁରେ ଆମୋଷ ଉତ୍ତର କରି ଅମତ୍ସୀୟକୁ କହିଲେ, “ମୁଁ ଭବିଷ୍ୟଦ୍ବକ୍ତା ନ ଥିଲି, କିଅବା କୌଣସି ଭବିଷ୍ୟଦ୍ବକ୍ତାଙ୍କ ପୁତ୍ର ନ ଥିଲି; ମାତ୍ର ମୁଁ ଗୋପାଳକ ଓ ଡିମ୍ୱିରି ବୃକ୍ଷର କୃଷକ ଥିଲି;
Matthew 11:29 in Oriya 29 ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି, ମୋ'ନିକଟରୁ ଶିଖ, କାରଣ, ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ;
Acts 20:19 in Oriya 19 ଅଶ୍ରୁପାତ ସହିତ ସମ୍ପୂର୍ଣ୍ଣ ନମ୍ର ମନରେ ଯିହୂଦୀମାନଙ୍କର ନାନା ଷଡ଼ଯନ୍ତ୍ର ହେତୁ, ମୋତେ ଯେ ଯେ ପରୀକ୍ଷା ଘଟୁଥିଲା, ସେହି ସବୁ ମଧ୍ୟରେ କିପରି ପ୍ରଭୁଙ୍କ ସେବା କରୁଥିଲି,
Romans 11:33 in Oriya 33 ଆହା ! ଇଶ୍ବରଙ୍କ ବୁଦ୍ଧି ଓ ଜ୍ଞାନରୂପ ନିଧି କେଡ଼େ ଗଭୀର ! ତାହାଙ୍କର ବିଚାରସବୁ କିପରି ବୋଧର ଅଗମ୍ୟ ଓ ତାହାଙ୍କ ପଥସବୁ କିପରି ରହସ୍ୟାବୃତ !
Romans 12:16 in Oriya 16 ପରସ୍ପର ପ୍ରତି ଏକମନା ହୁଅ; ଉଚ୍ଚାଭିମାନୀ ନ ହୋଇ ଦୀନ ଲୋକମାନଙ୍କର ସଙ୍ଗୀ ହୁଅ। ଆପଣା ଆପଣା ବୁଦ୍ଧିରେ ବୁଦ୍ଧିମାନ ନ ହୁଅ।
1 Thessalonians 2:6 in Oriya 6 ଯଦ୍ୟପି ଖ୍ରୀଷ୍ଟଙ୍କ ପ୍ରେରିତ ସ୍ୱରୂପେ ଆମ୍ଭେମାନେ ସମ୍ଭ୍ରମ ଦାବି କରି ପାରିଥାନ୍ତୁ, ତଥାପି ତୁମ୍ଭମାନଙ୍କର ଠାରୁ ହେଉ ବା ଅନ୍ୟ କାହାରିଠାରୁ ହେଉ କୌଣସି ମନୁଷ୍ୟଠାରୁ ଗୌରବ ପାଇବାକୁ ଚେଷ୍ଟା କରି ନାହୁଁ।
1 Thessalonians 2:10 in Oriya 10 ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ପ୍ରତି ଆମ୍ଭେମାନେ କିପରି ପବିତ୍ର, ଧାର୍ମିକ ଓ ଅନିନ୍ଦନୀୟ ବ୍ୟବହାର କରିଥିଲୁ, ସେଥିର ତୁମ୍ଭେମାନେ ସାକ୍ଷୀ, ପୁଣି, ଈଶ୍ୱର ମଧ୍ୟ ସାକ୍ଷୀ।