Psalm 10:14 in Oriya 14 ତୁମ୍ଭେ ତାହା ଦେଖିଅଛ; କାରଣ ତୁମ୍ଭେ ହସ୍ତକ୍ଷେପ କରିବା ପାଇଁ ଉପଦ୍ରବ ଓ ଦ୍ୱେଷ ପ୍ରତି ଦୃଷ୍ଟି କରୁଅଛ; ଅସହାୟ ଲୋକ ଆପଣାକୁ ତୁମ୍ଭଠାରେ ସମର୍ପଣ କରେ; ତୁମ୍ଭେ ପିତୃହୀନର ସହାୟ ହୋଇଅଛ।
Other Translations King James Version (KJV) Thou hast seen it; for thou beholdest mischief and spite, to requite it with thy hand: the poor committeth himself unto thee; thou art the helper of the fatherless.
American Standard Version (ASV) Thou hast seen `it'; for thou beholdest mischief and spite, to requite it with thy hand: The helpless committeth `himself' unto thee; Thou hast been the helper of the fatherless.
Bible in Basic English (BBE) You have seen it; for your eyes are on sorrow and grief, to take it into your hand: the poor man puts his faith in you; you have been the helper of the child who has no father.
Darby English Bible (DBY) Thou hast seen [it], for thou thyself beholdest trouble and vexation, to requite by thy hand. The wretched committeth himself unto thee; thou hast been the helper of the fatherless.
Webster's Bible (WBT) Thou hast seen it; for thou beholdest mischief and spite, to requite it with thy hand: the poor committeth himself to thee; thou art the helper of the fatherless.
World English Bible (WEB) But you do see trouble and grief; You consider it to take it into your hand. You help the victim and the fatherless.
Young's Literal Translation (YLT) Thou hast seen, For Thou perverseness and anger beholdest; By giving into Thy hand, On Thee doth the afflicted leave `it', Of the fatherless Thou hast been an helper.
Cross Reference Deuteronomy 10:18 in Oriya 18 ସେ ପିତୃହୀନ, ବିଧବାର ବିଚାର ନିଷ୍ପତ୍ତି କରନ୍ତି ଓ ବିଦେଶୀକୁ ଅନ୍ନ ଓ ବସ୍ତ୍ର ଦେଇ ପ୍ରେମ କରନ୍ତି।
Judges 1:7 in Oriya 7 ଏଥିରେ ଅଦୋନୀବେଷକ୍ କହିଲା, “ସତୁରି ଜଣ ରାଜା ଯାହାଙ୍କର ହସ୍ତ ଓ ପାଦର ବୃଦ୍ଧାଙ୍ଗୁଳି ଛିନ୍ନ କରାଯାଇଥିଲା, ସେମାନେ ଆମ୍ଭ ମେଜ ତଳେ ଆପଣାମାନଙ୍କ ଆହାର ସାଉଣ୍ଟୁ ଥିଲେ; ମୁଁ ଯେପରି କଲି, ପରମେଶ୍ୱର ସେପରି ମୋତେ ପ୍ରତିଫଳ ଦେଲେ।” ପୁଣି, ଲୋକମାନେ ତାକୁ ଯିରୂଶାଲମକୁ ଆଣିଲେ ଓ ସେ ସେଠାରେ ମଲା।
2 Kings 9:26 in Oriya 26 ଯଥା, ସଦାପ୍ରଭୁ କହନ୍ତି, ‘ଆମ୍ଭେ ନିଶ୍ଚୟ ଗତ କାଲି ନାବୋତର ରକ୍ତ ଓ ତାହାର ପୁତ୍ରମାନଙ୍କ ରକ୍ତ ଦେଖିଲୁ; ପୁଣି ଆମ୍ଭେ ଏହି ଭୂମିରେ ତୁମ୍ଭକୁ ପ୍ରତିଫଳ ଦେବା, ଏହା ସଦାପ୍ରଭୁଙ୍କ ଉକ୍ତି।' ଏହେତୁ ତୁମ୍ଭେ ସଦାପ୍ରଭୁଙ୍କ ଉକ୍ତି ଅନୁସାରେ ତାହାକୁ ନେଇ ସେହି କ୍ଷେତ୍ରଭୂମିରେ ପକାଇଦିଅ।”
2 Chronicles 6:23 in Oriya 23 ତେବେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣି ନିଷ୍ପତ୍ତି କର ଓ ଆପଣା ଦାସମାନଙ୍କର ବିଚାର କରି ଦୋଷୀର କର୍ମଫଳ ତାହାର ନିଜ ମସ୍ତକରେ ବର୍ତ୍ତାଇବା ପାଇଁ ଦୋଷୀକୁ ପ୍ରତିଫଳ ଦିଅ; ପୁଣି ଧାର୍ମିକକୁ ତାହାର ଧାର୍ମିକତା ପ୍ରମାଣେ ଫଳ ଦେବା ପାଇଁ ଧାର୍ମିକ କର।
Psalm 22:11 in Oriya 11 ମୋ'ଠାରୁ ଦୂରବର୍ତ୍ତୀ ହୁଅ ନାହିଁ; କାରଣ ସଙ୍କଟ ସନ୍ନିକଟ; ସାହାଯ୍ୟକାରୀ କେହି ନାହିଁ।
Psalm 35:22 in Oriya 22 ହେ ସଦାପ୍ରଭୁ, ତୁମ୍ଭେ ତାହା ଦେଖିଅଛ; ନୀରବ ରୁହ ନାହିଁ; ହେ ପ୍ରଭୁ, ମୋ'ଠାରୁ ଦୂରବର୍ତ୍ତୀ ହୁଅ ନାହିଁ।
Psalm 55:22 in Oriya 22 ତୁମ୍ଭେ ସଦାପ୍ରଭୁଙ୍କ ଉପରେ ଆପଣା ଭାର ପକାଅ, ତହିଁରେ ସେ ତୁମ୍ଭକୁ ସମ୍ଭାଳିବେ; ସେ ଧାର୍ମିକକୁ କଦାପି ବିଚଳିତ ହେବାକୁ ଦେବେ ନାହିଁ।
Psalm 68:5 in Oriya 5 ପରମେଶ୍ୱର ଆପଣା ପବିତ୍ର ବାସସ୍ଥାନରେ ପିତୃହୀନମାନଙ୍କର ପିତା ଓ ବିଧବାମାନଙ୍କର ବିଚାରକର୍ତ୍ତା ଅଟନ୍ତି।
Psalm 146:9 in Oriya 9 ସଦାପ୍ରଭୁ ବିଦେଶୀମାନଙ୍କୁ ରକ୍ଷା କରନ୍ତି; ସେ ପିତୃହୀନ ଓ ବିଧବାକୁ ଧରି ରଖନ୍ତି; ମାତ୍ର ଦୁଷ୍ଟମାନଙ୍କର ଗତି ସେ ଓଲଟାଇ ପକାନ୍ତି।
Proverbs 15:3 in Oriya 3 ସଦାପ୍ରଭୁଙ୍କ ଚକ୍ଷୁ ସବୁଠାରେ ଥାଇ ଅଧମ ଓ ଉତ୍ତମ ଲୋକଙ୍କୁ ନିରୀକ୍ଷଣ କରେ।
Isaiah 10:3 in Oriya 3 ଏଣୁ ପ୍ରତିଫଳ ଦେବାର ଦିନରେ ଓ ଦୂରରୁ ଆସନ୍ତା ବିନାଶ ସମୟରେ ତୁମ୍ଭେମାନେ କଅଣ କରିବ ? ସାହାଯ୍ୟ ନିମନ୍ତେ ତୁମ୍ଭେମାନେ କାହା ନିକଟକୁ ପଳାଇବ ? ଓ ତୁମ୍ଭମାନଙ୍କର ପ୍ରତାପ କେଉଁଠାରେ ରଖିବ ?
Jeremiah 16:17 in Oriya 17 କାରଣ ସେମାନଙ୍କର ସମସ୍ତ ପଥରେ ଆମ୍ଭର ଦୃଷ୍ଟି ଅଛି; ସେମାନେ ଆମ୍ଭ ସାକ୍ଷାତରୁ ଲୁଚା ନୁହନ୍ତି, କିଅବା ସେମାନଙ୍କର ଅଧର୍ମ ଆମ୍ଭ ଦୃଷ୍ଟିରେ ଅଗୋଚର ନୁହେଁ।
Jeremiah 23:24 in Oriya 24 ସଦାପ୍ରଭୁ କହନ୍ତି, “ଆମ୍ଭେ ଯେଉଁ ସ୍ଥାନରେ ଦେଖି ନ ପାରିବୁ, ଏପରି ଗୁପ୍ତ ସ୍ଥାନରେ କି କେହି ଆପଣାକୁ ଲୁଚାଇ ପାରେ ?” ସଦାପ୍ରଭୁ କହନ୍ତି, “ଆମ୍ଭେ କି ସ୍ୱର୍ଗ ଓ ମର୍ତ୍ତ୍ୟ ବ୍ୟାପି ନ ଥାଉ ?
Jeremiah 49:11 in Oriya 11 ତୁମ୍ଭେ ଆପଣା ପିତୃହୀନ ସନ୍ତାନଗଣକୁ ଛାଡ଼, ଆମ୍ଭେ ସେମାନଙ୍କୁ ଜୀବନରେ ରକ୍ଷା କରିବା ଓ ତୁମ୍ଭର ବିଧବାମାନେ ଆମ୍ଭଠାରେ ବିଶ୍ୱାସ କରନ୍ତୁ।”
Jeremiah 51:56 in Oriya 56 କାରଣ ତାହା ବିରୁଦ୍ଧରେ, ହଁ, ବାବିଲର ବିରୁଦ୍ଧରେ ବିନାଶକ ଆସିଅଛି ଓ ତାହାର ବୀରମାନେ ଧରା ଯାଇଅଛନ୍ତି, ସେମାନଙ୍କର ଧନୁସବୁ ଖଣ୍ଡ ଖଣ୍ଡ ହୋଇ ଭଙ୍ଗା ଯାଇଅଛି; କାରଣ ସଦାପ୍ରଭୁ ପ୍ରତିଫଳଦାତା ପରମେଶ୍ୱର ଅଟନ୍ତି, ସେ ନିଶ୍ଚୟ ସମୁଚିତ ପ୍ରତିଫଳ ଦେବେ।
Hosea 14:3 in Oriya 3 ଅଶୂର ଆମ୍ଭମାନଙ୍କର ପରିତ୍ରାଣ କରିବ ନାହିଁ; ଆମ୍ଭେମାନେ ଅଶ୍ୱାରୋହଣ କରିବା ନାହିଁ; କିଅବା ତୁମ୍ଭେମାନେ ଆମ୍ଭମାନଙ୍କର ଦେବଗଣ ବୋଲି ଆପଣାମାନଙ୍କ ହସ୍ତକୃତ ବସ୍ତୁକୁ ଆଉ କହିବା ନାହିଁ; କାରଣ ପିତୃହୀନ ତୁମ୍ଭ ନିକଟରେ ଦୟା ପ୍ରାପ୍ତ ହୁଏ।
Joel 3:4 in Oriya 4 ଆହୁରି, ହେ ସୋର, ସୀଦୋନ ଓ ପଲେଷ୍ଟୀୟାର ସକଳ ଅଞ୍ଚଳ, ତୁମ୍ଭେମାନେ ଆମ୍ଭ ପ୍ରତି କଅଣ କରିବ ? ତୁମ୍ଭେମାନେ କି ଆମ୍ଭକୁ ପ୍ରତିଫଳ ଦେବ ? ଓ ତୁମ୍ଭେମାନେ ଆମ୍ଭକୁ ପ୍ରତିଫଳ ଦେଲେ, ଆମ୍ଭେ ଅବିଳମ୍ବରେ ଓ ଅତି ଶୀଘ୍ରରେ ତୁମ୍ଭମାନଙ୍କର ପ୍ରତିଫଳ ତୁମ୍ଭମାନଙ୍କର ନିଜ ମସ୍ତକରେ ବର୍ତ୍ତାଇବା।
Habakkuk 1:13 in Oriya 13 ତୁମ୍ଭେ ତ ଏପରି ନିର୍ମଳ ଚକ୍ଷୁ ଯେ, ମନ୍ଦ ଦେଖି ନ ପାର ଓ ତୁମ୍ଭେ କୁଟିଳାଚରଣ ପ୍ରତି ଦୃଷ୍ଟି କରି ନ ପାର, ତେବେ ଯେଉଁମାନେ ବିଶ୍ୱାସଘାତକତା କରନ୍ତି, ସେମାନଙ୍କ ପ୍ରତି କାହିଁକି ଦୃଷ୍ଟିପାତ କରୁଅଛ ? ଓ ଦୁଷ୍ଟ ଲୋକ ଆପଣା ଅପେକ୍ଷା ଧାର୍ମିକ ଲୋକକୁ ଗ୍ରାସ କଲା ବେଳେ କାହିଁକି ନୀରବ ହୋଇ ରହୁଅଛ ?
2 Timothy 1:12 in Oriya 12 ଏହି କାରଣରୁ ମଧ୍ୟ ମୁଁ ଏହି ସବୁ ଦୁଃଖଭୋଗ କରୁଅଛି; ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କଠାରେ ବିଶ୍ୱାସ କରିଅଛି, ତାହାଙ୍କୁ ଜାଣେ, ପୁଣି, ମୁଁ ତାହାଙ୍କ ହାତରେ ଯାହା ସମର୍ପଣ କରିଅଛି, ତାହା ମହାଦିନ (ବିଚାର ଦିନ) ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି, ଏହା ଦୃଢ଼ରୂପେ ବିଶ୍ୱାସ କରୁଅଛି।
Hebrews 4:13 in Oriya 13 ଇଶ୍ବରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଙ୍ଗ ଓ ଅନାବୃତ ଅଟେ।
1 Peter 4:19 in Oriya 19 ଅତଏବ, ଯେଉଁମାନେ ଇଶ୍ବରଙ୍କ ଇଚ୍ଛାମତେ ଦୁଃଖଭୋଗ କରନ୍ତି, ସେମାନେ ବିଶ୍ୱସ୍ତ ସୃଷ୍ଟିକର୍ତ୍ତାଙ୍କର ହସ୍ତରେ ଆପଣା ଆପଣା ଆତ୍ମାକୁ ସମର୍ପଣ କରି ସତ୍କାର୍ଯ୍ୟରେ ନିବିଷ୍ଟ ରହନ୍ତୁ।
1 Peter 5:7 in Oriya 7 ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି।