Philippians 1:5 in Oriya 5 ତୁମ୍ଭ ସମସ୍ତଙ୍କ ନିମନ୍ତେ ସର୍ବଦା ମୁଁ ମୋହର ପ୍ରତ୍ୟେକ ପ୍ରାର୍ଥନାରେ ଆନନ୍ଦ ସହ ନିବେଦନ କରୁଅଛି
Other Translations King James Version (KJV) For your fellowship in the gospel from the first day until now;
American Standard Version (ASV) for your fellowship in furtherance of the gospel from the first day until now;
Bible in Basic English (BBE) Because of your help in giving the good news from the first day till now;
Darby English Bible (DBY) because of your fellowship with the gospel, from the first day until now;
World English Bible (WEB) for your partnership{The word translated "partnership" (koinonia) also means "fellowship" and "sharing."} in furtherance of the Gospel from the first day until now;
Young's Literal Translation (YLT) for your contribution to the good news from the first day till now,
Cross Reference Acts 2:42 in Oriya 42 ସେମାନେ ପ୍ରେରିତମାନଙ୍କର ଶିକ୍ଷାରେ, ସହଭାଗିତାରେ, ରୁଟି ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ ନିବିଷ୍ଟ ଚିତ୍ତ ହୋଇ ରହିଲେ।
Acts 16:12 in Oriya 12 ସେଠାରୁ ଫିଲିପ୍ପୀକୁ ଗଲୁ, ଏହା ମାକିଦନିଆର ସେହି ଅଞ୍ଚଳର ଏକ ପ୍ରଧାନ ନଗର, ପୁଣି, ଗୋଟିଏ ରୋମୀୟ ଉପନିବେଶ; ସେହି ନଗରରେ ଆମ୍ଭେମାନେ କେତେକ ଦିନ ରହିଲୁ।
Romans 11:17 in Oriya 17 କିନ୍ତୁ ଯଦି କେତେକ ଶାଖା ଉଚ୍ଛିନ୍ନ ହେଲା ଓ ତୁମ୍ଭେ ବନ୍ୟ ଜୀତ ବୃକ୍ଷର ଶାଖା ହେଲେ ହେଁ ସେହି ସବୁ ମଧ୍ୟରେ କଲମ କରାଗଲ, ପୁଣି, ସେମାନଙ୍କ ସହିତ ଜୀତବୃକ୍ଷ ମୂଳର ରସର ଅଂଶୀ ହେଲ,
Romans 12:13 in Oriya 13 ସାଧୁମାନଙ୍କ ଅଭାବ ମୋଚନ କର; ଆତିଥ୍ୟ ସତ୍କାରରେ ପ୍ରସ୍ତୁତ ହୁଅ।
Romans 15:26 in Oriya 26 କାରଣ ଯିରୂଶାଲମସ୍ଥ ସାଧୁମାନଙ୍କ ମଧ୍ୟରେ ଯେଉଁମାନେ ଦରିଦ୍ର, ସେମାନଙ୍କ ନିମନ୍ତେ ମାକିଦନିଆ ଓ ଆଖାୟାର ମଣ୍ଡଳୀସମୂହ ସହଭାଗିତାସୂଚକ କିଛି ଦାନ ସଂଗ୍ରହ କରିବାକୁ ଭଲ ମଣିଅଛନ୍ତି।
1 Corinthians 1:9 in Oriya 9 ଈଶ୍ୱର ବିଶ୍ୱାସ୍ୟ, ଯାହାଙ୍କ ଦ୍ୱାରା ତୁମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ, ଆମ୍ଭମାନଙ୍କ ପ୍ରଭୁଙ୍କର ସହଭାଗିତା ନିମନ୍ତେ ଆହୂତ ହୋଇଅଛ।
2 Corinthians 8:1 in Oriya 1 ହେ ଭାଇମାନେ, ମାକିଦନିଆର ମଣ୍ଡଳୀସମୂହ ମଧ୍ୟରେ ଇଶ୍ବରଙ୍କ ଦିଆଯାଇଥବା ଯେଉଁ ଅନୁଗ୍ରହ ପ୍ରକାଶିତ ହୋଇଅଛି, ତାହା ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ;
Ephesians 2:19 in Oriya 19 ଅତଏବ ତୁମ୍ଭେମାନେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଓ ଇଶ୍ବରଙ୍କ ପରିବାରଭୁକ୍ତ ଅଟ;
Ephesians 3:6 in Oriya 6 ଅର୍ଥାତ୍ ସୁସମାଚାର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଣଯିହୂଦୀମାନେ ମଧ୍ୟ ଅଂଶାଧିକାରୀ, ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ପ୍ରତିଜ୍ଞାର ସହଭାଗୀ ଅଟନ୍ତି;
Philippians 1:7 in Oriya 7 ଆଉ ତୁମ୍ଭ ସମସ୍ତଙ୍କ ବିଷୟରେ ମୋହର ଏପରି ଭାବିବା ଉଚିତ୍, ଯେଣୁ ତୁମ୍ଭେ ସମସ୍ତେ ମୋହର ବନ୍ଧନରେ ଯେପରି, ସୁସମାଚାର ପକ୍ଷ ସମର୍ଥନ ଓ ସେଥିର ସତ୍ୟ ପ୍ରମାଣ କରିବାରେ ସେହିପରି ମୋ' ସହିତ ଅନୁଗ୍ରହର ସହଭାଗୀ ଅଟ, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି।
Philippians 2:12 in Oriya 12 ଅତଏବ, ହେ ମୋହର ପ୍ରିୟମାନେ, ଯେପରି ତୁମ୍ଭେମାନେ ସର୍ବଦା ଆଜ୍ଞାବହ ହୋଇଅଛ, କେବଳ ମୋହର ଉପସ୍ଥିତିରେ କଲାପରି ନୁହେଁ, କିନ୍ତୁ ବର୍ତ୍ତମାନ ମୋହର ଅନୁପସ୍ଥିତିରେ ଆହୁରି ଅଧିକ ରୂପେ ଭୟ ଓ କମ୍ପ ସହ ଆପଣା ଆପଣା ପରିତ୍ରାଣ ସାଧନ କର,
Philippians 4:14 in Oriya 14 ତଥାପି ତୁମ୍ଭେମାନେ ମୋହର କ୍ଳେଶଭୋଗର ସହଭାଗୀ ହେବା ଦ୍ୱାରା ଭଲ କରିଅଛ।
Colossians 1:21 in Oriya 21 ଆଉ, ପୂର୍ବେ ଦୁଷ୍କର୍ମ କରି ତୁମ୍ଭେମାନେ ଈଶ୍ୱରଙ୍କଠାରୁ ପୃଥକ୍ ଓ ମନରେ ତାହାଙ୍କର ଶତ୍ରୁ ଥିଲ,
Philemon 1:17 in Oriya 17 ଏଣୁ ଯଦି ତୁମ୍ଭେ ମୋତେ ଜଣେ ସହଭାଗୀ ବୋଲି ମନେ କର, ତାହାହେଲେ ମୋତେ ଗ୍ରହଣ କଲାପରି ତାହାକୁ ଗ୍ରହଣ କର।
Hebrews 3:14 in Oriya 14 କାରଣ ଆରମ୍ଭରେ ଆମ୍ଭମାନଙ୍କର ଯେଉଁ ବିଶ୍ୱାସ ଥିଲା, ତାହା ଯଦି ଶେଷ ପର୍ଯ୍ୟନ୍ତ ଦୃଢ଼ରୂପେ ଧରି ରଖୁ, ତାହାହେଲେ ଖ୍ରୀଷ୍ଟଙ୍କ ସହଭାଗୀ ହୋଇ ରହିବୁ।
2 Peter 1:1 in Oriya 1 ଶିମୋନ ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଦାସ ଓ ପ୍ରେରିତ, ଆମ୍ଭମାନଙ୍କ ଈଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଧାର୍ମିକତା ହେତୁ ଯେଉଁମାନେ ଆମ୍ଭମାନଙ୍କ ସହିତ ସମାନ ଭାବରେ ବହୁମୂଲ୍ୟ ବିଶ୍ୱାସ ପ୍ରାପ୍ତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି।
1 John 1:3 in Oriya 3 ଯାହା ଆମ୍ଭେମାନେ ଦେଖିଅଛୁ ଓ ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ ମଧ୍ୟ ଜଣାଉଅଛୁ, ଯେପରି ତୁମ୍ଭମାନଙ୍କର ମଧ୍ୟ ଆମ୍ଭମାନଙ୍କ ସହିତ ସହଭାଗିତା ହୋଇ ପାରେ; ଆଉ ଆମ୍ଭମାନଙ୍କର ସହଭାଗିତା ପିତା ଓ ତାହାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିତ ଅଛି।
1 John 1:7 in Oriya 7 କିନ୍ତୁ ସେ ଯେପରି ଜ୍ୟୋତିଃର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିଃରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି, ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ।