Numbers 10:33 in Oriya 33 ଏଉତ୍ତାରେ ସେମାନେ ସଦାପ୍ରଭୁଙ୍କ ପର୍ବତରୁ ତିନି ଦିନର ପଥ ଗଲେ, ପୁଣି, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସେମାନଙ୍କ ନିମନ୍ତେ ବିଶ୍ରାମ ସ୍ଥାନ ଅନ୍ୱେଷଣ କରିବା ପାଇଁ ସେମାନଙ୍କ ଆଗରେ ତିନି ଦିନର ପଥ ଗଲା।
Other Translations King James Version (KJV) And they departed from the mount of the LORD three days' journey: and the ark of the covenant of the LORD went before them in the three days' journey, to search out a resting place for them.
American Standard Version (ASV) And they set forward from the mount of Jehovah three days' journey; and the ark of the covenant of Jehovah went before them three days' journey, to seek out a resting-place for them.
Bible in Basic English (BBE) So they went forward three days' journey from the mountain of the Lord; and the ark of the Lord's agreement went three days' journey before them, looking for a resting-place for them;
Darby English Bible (DBY) And they set forward from the mountain of Jehovah [and went] three days' journey; and the ark of the covenant of Jehovah went before them in the three days' journey, to search out a resting-place for them.
Webster's Bible (WBT) And they departed from the mount of the LORD three days' journey: and the ark of the covenant of the LORD went before them in the three days' journey, to seek a resting-place for them.
World English Bible (WEB) They set forward from the Mount of Yahweh three days' journey; and the ark of the covenant of Yahweh went before them three days' journey, to seek out a resting-place for them.
Young's Literal Translation (YLT) And they journey from the mount of Jehovah a journey of three days; and the ark of the covenant of Jehovah is journeying before them the journey of three days, to spy out for them a resting-place;
Cross Reference Exodus 3:1 in Oriya 1 ସେହି ସମୟରେ ମୋଶା ଆପଣା ଶ୍ୱଶୁର ଯିଥ୍ରୋ ନାମକ ମିଦୀୟନୀୟ ଯାଜକଙ୍କର ମେଷପଲ ଚରାଉ ଥିଲେ; ଦିନକରେ ସେ ପ୍ରାନ୍ତରର ପଶ୍ଚାଦ୍ଭାଗରେ ମେଷପଲ ଘେନି ହୋରେବ୍ ନାମକ ପରମେଶ୍ୱରଙ୍କ ପର୍ବତରେ ଉପସ୍ଥିତ ହେଲେ।
Exodus 19:3 in Oriya 3 ଏଥିଉତ୍ତାରେ ମୋଶା ପରମେଶ୍ୱରଙ୍କ ନିକଟକୁ ଆରୋହଣ କରନ୍ତେ, ସଦାପ୍ରଭୁ ପର୍ବତରୁ ତାଙ୍କୁ ଡାକି କହିଲେ, “ତୁମ୍ଭେ ଯାକୁବ ବଂଶକୁ ଏହି କଥା କୁହ ଓ ଇସ୍ରାଏଲ-ସନ୍ତାନଗଣଙ୍କୁ ଏହା ଜଣାଅ।”
Exodus 24:17 in Oriya 17 ତହିଁରେ ଇସ୍ରାଏଲ-ସନ୍ତାନଗଣର ଦୃଷ୍ଟିରେ ପର୍ବତ ଶୃଙ୍ଗରେ ଗ୍ରାସକାରୀ ଅଗ୍ନି ତୁଲ୍ୟ ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶିତ ହେଲା।
Exodus 33:14 in Oriya 14 ସେତେବେଳେ ସେ କହିଲେ, “ମୋହର ଉପସ୍ଥିତି ତୁମ୍ଭ ସହିତ ଗମନ କରିବ, ପୁଣି, ଆମ୍ଭେ ତୁମ୍ଭକୁ ବିଶ୍ରାମ ଦେବା।”
Numbers 10:12 in Oriya 12 ତହିଁରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କରିବାର ନିୟମାନୁସାରେ ସୀନୟ ପ୍ରାନ୍ତରରୁ ଅଗ୍ରସର ହେଲେ; ପୁଣି, ସେହି ମେଘ ପାରଣ ପ୍ରାନ୍ତରରେ ଅବସ୍ଥିତି କଲା।
Deuteronomy 1:33 in Oriya 33 ସେ ତୁମ୍ଭମାନଙ୍କ ଛାଉଣି ସ୍ଥାପନ କରିବାର ସ୍ଥାନ ଅନ୍ୱେଷଣ କରିବା ପାଇଁ ରାତ୍ରିରେ ଅଗ୍ନି ଦ୍ୱାରା ଓ ଦିବସରେ ମେଘ ଦ୍ୱାରା ତୁମ୍ଭମାନଙ୍କର ଗନ୍ତବ୍ୟ ପଥ ଦେଖାଇବାକୁ ପଥରେ ତୁମ୍ଭମାନଙ୍କ ଆଗେ ଆଗେ ଗମନ କଲେ।
Deuteronomy 9:9 in Oriya 9 ଯେତେବେଳେ ମୁଁ ପ୍ରସ୍ତରଦ୍ୱୟ, ଅର୍ଥାତ୍, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ କୃତ ନିୟମର ଦୁଇ ପ୍ରସ୍ତର ଫଳକ ଗ୍ରହଣ କରିବା ପାଇଁ ପର୍ବତ ଉପରକୁ ଗଲି, ସେତେବେଳେ ମୁଁ ପର୍ବତରେ ଚାଳିଶ ଦିନ ଓ ଚାଳିଶ ରାତ୍ରି ରହିଲି; ମୁଁ ଅନ୍ନ ଭୋଜନ କିଅବା ଜଳ ପାନ କଲି ନାହିଁ,
Deuteronomy 31:26 in Oriya 26 “ତୁମ୍ଭେମାନେ ଏହି ବ୍ୟବସ୍ଥା-ପୁସ୍ତକ ନେଇ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ପାଖରେ ରଖ; ତାହା ସେହି ସ୍ଥାନରେ ତୁମ୍ଭ ପ୍ରତିକୂଳରେ ସାକ୍ଷୀ ସ୍ୱରୂପ ହୋଇ ରହିବ।”
Joshua 3:2 in Oriya 2 ତହୁଁ ତିନି ଦିନ ଉତ୍ତାରେ ଅଧ୍ୟକ୍ଷମାନେ ଛାଉଣି ମଧ୍ୟଦେଇ ଗଲେ;
Joshua 3:11 in Oriya 11 ଦେଖ, ସମଗ୍ର ଜଗତର ପ୍ରଭୁଙ୍କନିୟମ-ସିନ୍ଦୁକ ତୁମ୍ଭମାନଙ୍କ ସମ୍ମୁଖରେ ଯର୍ଦ୍ଦନକୁ ଯାଉଅଛି।
Joshua 4:7 in Oriya 7 ତୁମ୍ଭେମାନେ ସେମାନଙ୍କୁ କହିବ, ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ସମ୍ମୁଖରେ ଯର୍ଦ୍ଦନର ଜଳ କଟା ହୋଇଥିଲା; ତାହା ଯର୍ଦ୍ଦନ ପାର ହେବା ସମୟରେ ଯର୍ଦ୍ଦନର ଜଳ କଟା ହୋଇଥିଲା; ଏହେତୁ ଏହି ପ୍ରସ୍ତରସବୁ ଇସ୍ରାଏଲ-ସନ୍ତାନଗଣ ପ୍ରତି ଅନନ୍ତ କାଳଯାଏ ସ୍ମରଣୀୟ ହେବ।
Judges 20:27 in Oriya 27 ସେହି ସମୟରେ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସେଠାରେ ଥିଲା, ପୁଣି ହାରୋଣର ପୌତ୍ର, ଇଲୀୟାସରର ପୁତ୍ର ପୀନ୍ହସ୍ ସେହି ସମୟରେ ତହିଁ ସମ୍ମୁଖରେ ଠିଆ ହେବା ବ୍ୟକ୍ତି ଥିଲା।
1 Samuel 4:3 in Oriya 3 ତହୁଁ ଲୋକମାନେ ଛାଉଣିକୁ ଆସନ୍ତେ, ଇସ୍ରାଏଲର ପ୍ରାଚୀନବର୍ଗ କହିଲେ, ସଦାପ୍ରଭୁ ଆଜି ପଲେଷ୍ଟୀୟମାନଙ୍କ ସମ୍ମୁଖରେ ଆମ୍ଭମାନଙ୍କୁ କାହିଁକି ପରାସ୍ତ କଲେ ? ଆସ, ଯେପରି ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ଆମ୍ଭମାନଙ୍କ ମଧ୍ୟକୁ ଆସି ତାହା ଆମ୍ଭମାନଙ୍କ ଶତ୍ରୁଗଣ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କରିବ, ଏଥିପାଇଁ ଆମ୍ଭେମାନେ ଶୀଲୋରୁ ତାହା ଆପଣାମାନଙ୍କ ନିକଟକୁ ଆଣୁ।
Psalm 95:11 in Oriya 11 ଏହେତୁ ସେମାନେ ଆମ୍ଭ ବିଶ୍ରାମରେ ପ୍ରବେଶ କରିବେ ନାହିଁ ବୋଲି ଆମ୍ଭେ ଆପଣା କୋପରେ ଶପଥ କଲୁ।
Isaiah 28:12 in Oriya 12 ସେ ସେମାନଙ୍କୁ କହିଲେ, “ଏହି ବିଶ୍ରାମ, ତୁମ୍ଭେମାନେ କ୍ଳାନ୍ତ ଲୋକମାନଙ୍କୁ ବିଶ୍ରାମ ଦିଅନ୍ତି, ପୁଣି, ଏହି ତ ଆରାମ,” ମାତ୍ର ସେମାନେ ଶୁଣିବାକୁ ସମ୍ମତ ହେଲେ ନାହିଁ।
Isaiah 66:1 in Oriya 1 ସଦାପ୍ରଭୁ ଏହି କଥା କହନ୍ତି, “ସ୍ୱର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ; ତୁମ୍ଭେମାନେ ଆମ୍ଭ ନିମନ୍ତେ କିପ୍ରକାର ଗୃହ ନିର୍ମାଣ କରିବ ? ଓ କେଉଁ ସ୍ଥାନ ଆମ୍ଭର ବିଶ୍ରାମ ସ୍ଥାନ ହେବ ?
Jeremiah 3:16 in Oriya 16 ସଦାପ୍ରଭୁ କହନ୍ତି, ‘ସେହି ସମୟରେ, ଯେତେବେଳେ ତୁମ୍ଭେମାନେ ଦେଶରେ ବର୍ଦ୍ଧିଷ୍ଣୁ ଓ ବହୁବଂଶ ହେବ, ସେତେବେଳେ ଲୋକମାନେ ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ବୋଲି ଆଉ କହିବେ ନାହିଁ; କିଅବା ତାହା ମନରେ ପଡ଼ିବ ନାହିଁ; ଅଥବା ସେମାନେ ତାହା ସ୍ମରଣ କରିବେ ନାହିଁ, କିଅବା ତାହା ନିକଟକୁ ଯିବେ ନାହିଁ; ଅଥବା ଆଉ ତାହା ନିର୍ମିତ ହେବ ନାହିଁ।'
Jeremiah 6:16 in Oriya 16 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ପଥମାନର ମଧ୍ୟରେ ଠିଆ ହୋଇ ଦେଖ, ଆଉ ପୁରାତନ ପଥମାନର ବିଷୟ ପଚାରି କୁହ, ଉତ୍ତମ ପଥ କାହିଁ ? ଓ ତହିଁରେ ଗମନ କର; ତେବେ ତୁମ୍ଭେମାନେ ଆପଣା ଆପଣା ପ୍ରାଣରେ ବିଶ୍ରାମ ପାଇବ;” ମାତ୍ର ସେମାନେ କହିଲେ, “ଆମ୍ଭେମାନେ ତହିଁରେ ଗମନ କରିବା ନାହିଁ।”
Jeremiah 31:8 in Oriya 8 ଦେଖ, ଆମ୍ଭେ ସେମାନଙ୍କୁ ଉତ୍ତର ଦେଶରୁ ଆଣିବା, ପୁଣି ପୃଥିବୀର ପ୍ରାନ୍ତଭାଗରୁ ସେମାନଙ୍କୁ ଓ ସେମାନଙ୍କ ସହିତ ଅନ୍ଧ ଓ ଛୋଟା, ଗର୍ଭବତୀ ଓ ପ୍ରସବବେଦନାଗ୍ରସ୍ତା ସ୍ତ୍ରୀକୁ ଏକତ୍ର ସଂଗ୍ରହ କରିବା; ସେମାନେ ମହାଲୋକାରଣ୍ୟ ହୋଇ ଏହି ସ୍ଥାନକୁ ଆସିବେ।
Ezekiel 20:6 in Oriya 6 ସେହି ଦିନ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା ପାଇଁ ଓ ଆମ୍ଭେ ସେମାନଙ୍କ ନିମନ୍ତେ ଯେଉଁ ଦେଶ ଅନୁସନ୍ଧାନ କରିଥିଲୁ, ସର୍ବ ଦେଶର ଗୌରବ ସ୍ୱରୂପ ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ସେମାନଙ୍କୁ ନେଇଯିବା ପାଇଁ ଆମ୍ଭେ ସେମାନଙ୍କ ସପକ୍ଷରେ ଆପଣା ହସ୍ତ ଉଠାଇଲୁ;
Matthew 11:28 in Oriya 28 ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ଥ ଲୋକ ସମସ୍ତେ, ମୋ' ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି।
Hebrews 4:3 in Oriya 3 ଯେଣୁ ବିଶ୍ୱାସ କରିଅଛୁ ଯେ ଆମ୍ଭେମାନେ, କେବଳ ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବା, ଯେପରି ସେ କହିଅଛନ୍ତି, ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ। କିନ୍ତୁ ଜଗତର ପତ୍ତନ ସମୟଠାରୁ ସମସ୍ତ କର୍ମ ସମାପ୍ତ ହୋଇଥିଲା;
Hebrews 13:20 in Oriya 20 ଯେଉଁ ଶାନ୍ତିଦାତା ଈଶ୍ୱର ଅନନ୍ତକାଳସ୍ଥାୟୀ ନିୟମର ରକ୍ତ ହେତୁ ପ୍ରଧାନ ମେଷପାଳକ, ଅର୍ଥାତ୍, ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଫେରାଇ ଆଣିଲେ;