Nehemiah 12 in Oriya

1 ଯେଉଁ ଯାଜକମାନେ ଓ ଲେବୀୟମାନେ ଶଲ୍‍ଟୀୟେଲର ପୁତ୍ର ସରୁବ୍ବାବିଲ ଓ ଯେଶୂୟ ସଙ୍ଗେ ଆସିଥିଲେ, ସେମାନେ ଏହି, ଯଥା, ସରାୟ, ଯିରିମୀୟ, ଏଜ୍ରା;

2 ଅମରୀୟ, ମଲ୍ଲୂକ, ହଟୂଶ,

3 ଶଖନୀୟ, ରହୂମ, ମରେମୋତ୍‍;

4 ଇଦ୍ଦୋ, ଗିନ୍ନଥୋୟ, ଅବୀୟ;

5 ମିୟାମୀନ୍‍, ମୋୟଦୀୟ, ବିଲଗା;

6 ଶମୟୀୟ ଓ ଯୋୟାରୀବ୍‍, ଯିଦୟୀୟ;

7 ସଲ୍ଲ, ଆମୋକ, ହିଲ୍‍କୀୟ, ଯିଦୟୀୟ। ଏମାନେ ଯେଶୂୟଙ୍କ ସମୟରେ ଯାଜକମାନଙ୍କ ଓ ଆପଣା ଆପଣା ଭ୍ରାତୃଗଣଙ୍କ ମଧ୍ୟରେ ପ୍ରଧାନ ଥିଲେ।

8 ଆଉ ଲେବୀୟମାନେ, ଯଥା, ଯେଶୂୟ, ବିନ୍ନୁୟି, କଦ୍‍ମୀୟେଲ, ଶେରେବିୟ, ଯିହୁଦା ଓ ମତ୍ତନିୟ, ଏହି ମତ୍ତନିୟ ଓ ତାହାର ଭ୍ରାତୃଗଣ ଧନ୍ୟବାଦ-ସେବାର ଅଧ୍ୟକ୍ଷ ଥିଲେ।

9 ମଧ୍ୟ ସେମାନଙ୍କର ଭ୍ରାତା ବକ୍‍ବୁକୀୟ ଓ ଉନ୍ନି ସେମାନଙ୍କ ସମ୍ମୁଖରେ ପ୍ରହରୀକର୍ମ କଲେ।

10 ପୁଣି, ଯେଶୂୟର ପୁତ୍ର ଯୋୟାକୀମ୍‍, ଯୋୟାକୀମ୍‍ର ପୁତ୍ର ଇଲୀୟାଶୀବ୍‍ ଓ ଇଲିୟାଶୀବ୍‍ର ପୁତ୍ର ଯୋୟାଦ୍‍,

11 ଯୋୟାଦ୍‍ର ପୁତ୍ର ଯୋନାଥନ ଓ ଯୋନାଥନର ପୁତ୍ର ଯଦ୍ଦୂୟ।

12 ପୁଣି, ଯୋୟାକୀମ୍‍ର ସମୟରେ ଏହି ଯାଜକମାନେ ପିତୃବଂଶ-ପ୍ରଧାନ ଥିଲେ, ଯଥା, ସରାୟ-ବଂଶର ମରାୟ;

13 ଯିରିମୀୟ-ବଂଶର ହନାନିୟ; ଏଜ୍ରା-ବଂଶର ମଶୁଲ୍ଲମ୍‍; ଅମରିୟ-ବଂଶର ଯିହୋହାନନ୍‍;

14 ମଲ୍ଲୁକି-ବଂଶର ଯୋନାଥନ, ଶବନିୟ-ବଂଶର ଯୋଷେଫ୍‍;

15 ହାରିମ-ବଂଶର ଅଦନ୍‍; ମରାୟୋତ-ବଂଶର ହିଲ୍‍କୟ;

16 ଇଦ୍ଦୋ-ବଂଶର ଜିଖରିୟ; ଗିନ୍ନଥୋନ-ବଂଶର ମଶୁଲ୍ଲମ୍‍;

17 ଅବିୟ-ବଂଶର ସିଖ୍ରୀ; ମିନ୍ୟାମୀନ-ବଂଶର, ମୋୟଦିୟ-ବଂଶର ପିଲ୍‍ଟେୟ;

18 ବିଲ୍‍ଗା-ବଂଶର ଶମ୍ମୁୟ; ଶମୟିୟ-ବଂଶର ଯିହୋନାଥନ୍‍;

19 ଆଉ, ଯୋୟାରୀବ-ବଂଶର ମତ୍ତନୟ; ଯିଦୟିୟ-ବଂଶର ଉଷି;

20 ସଲ୍ଲୟ-ବଂଶର କଲ୍ଲୟ;

21 ଆମୋକ-ବଂଶର ଏବର୍‍; ହିଲ୍‍କିୟ-ବଂଶର ହଶବୀୟ; ଯିଦୟିୟ-ବଂଶର ନଥନେଲ।

22 ଇଲିୟାଶୀବ, ଯୋୟାଦ ଓ ଯୋହାନନ ଓ ଯଦ୍ଦୂୟ ସମୟରେ ଲେବୀୟମାନେ, ମଧ୍ୟ ପାରସିକ ଦାରିୟାବସର ଅଧିକାର ସମୟରେ ଯାଜକମାନେ ପିତୃବଂଶ-ପ୍ରଧାନ ରୂପେ ବଂଶାବଳିରେ ଲିଖିତ ହେଲେ।

23 ଲେବୀ-ବଂଶଜାତ ପିତୃବଂଶ-ପ୍ରଧାନମାନଙ୍କ ନାମ ଇଲିୟାଶୀବର ପୁତ୍ର ଯୋହାନନର ସମୟ ପର୍ଯ୍ୟନ୍ତ ବଂଶାବଳି ପୁସ୍ତକରେ ଲିଖିତ ହେଲା।

24 ଲେବୀୟମାନଙ୍କର ପ୍ରଧାନଗଣ; ହଶବୀୟ, ଶେରେବିୟ ଓ କଦ୍‍ମୀୟେଲର ପୁତ୍ର ଯେଶୂୟ ଓ ସେମାନଙ୍କ ସମ୍ମୁଖସ୍ଥ ଭ୍ରାତୃଗଣ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ଆଜ୍ଞାନୁସାରେ ଦଳ ଦଳ ହୋଇ ପ୍ରଶଂସା ଓ ଧନ୍ୟବାଦ ଉତ୍ସର୍ଗ କରିବାକୁ ନିଯୁକ୍ତ ହେଲେ।

25 ମତ୍ତନୀୟ ଓ ବକ୍‍ବୁକୀୟ, ଓବଦିୟ, ମଶୁଲ୍ଲମ୍‍, ଟଲମୋନ୍‍, ଅକ୍‍କୂବ, ଦ୍ୱାରପାଳ ହୋଇ ଦ୍ୱାର ନିକଟବର୍ତ୍ତୀ ଭଣ୍ଡାର-ଗୃହସକଳର ପ୍ରହରୀକର୍ମ କଲେ।

26 ଏମାନେ ଯୋଷାଦକର ପୌତ୍ର ଯେଶୂୟର ପୁତ୍ର ଯୋୟାକୀମ ସମୟରେ, ଆଉ ଶାସନକର୍ତ୍ତା ନିହିମିୟା ଓ ଅଧ୍ୟାପକ ଏଜ୍ରା ଯାଜକର ସମୟରେ ଥିଲେ।

27 ଏଥିଉତ୍ତାରେ ଯିରୁଶାଲମର ପ୍ରାଚୀର-ପ୍ରତିଷ୍ଠା ସମୟରେ ଲୋକମାନେ କରତାଳ, ନେବଲ ଓ ବୀଣା ବଜାଇ ଧନ୍ୟବାଦ ଓ ଗାନ ସହିତ ଆନନ୍ଦରେ ପ୍ରତିଷ୍ଠା-ଉତ୍ସବ ପାଳନ କରିବା ପାଇଁ ଲେବୀୟମାନଙ୍କୁ ଯିରୁଶାଲମକୁ ଆଣିବା ନିମନ୍ତେ ସେମାନଙ୍କ ସକଳ ସ୍ଥାନରେ ସେମାନଙ୍କୁ ଅନ୍ୱେଷଣ କଲେ।

28 ଆଉ, ଗାୟକମାନଙ୍କ ସନ୍ତାନଗଣ ଯିରୁଶାଲମର ଚତୁର୍ଦ୍ଦିଗସ୍ଥିତ ପଦାଭୂମିରୁ ଓ ନଟୋଫାତୀୟମାନଙ୍କ ନାନା ଗ୍ରାମରୁ;

29 ମଧ୍ୟ ବୈଥ୍‍-ଗିଲ୍‍ଗଲରୁ, ଆଉ ଗେବା ଓ ଅସ୍ମାବତ କ୍ଷେତ୍ରରୁ ଏକତ୍ରିତ ହେଲେ; କାରଣ ଗାୟକମାନେ ଯିରୁଶାଲମର ଚତୁର୍ଦ୍ଦିଗରେ ଆପଣାମାନଙ୍କ ପାଇଁ ଗ୍ରାମ ବସାଇଥିଲେ।

30 ପୁଣି, ଯାଜକମାନେ ଓ ଲେବୀୟମାନେ ଆପଣା ଆପଣାକୁ ଶୁଚି କଲେ; ଆଉ, ସେମାନେ ଲୋକମାନଙ୍କୁ ଓ ଦ୍ୱାରସବୁ ଓ ପ୍ରାଚୀର ଶୁଚି କଲେ।

31 ଏଥି ଉତ୍ତାରେ ମୁଁ ଯିହୁଦାର ଅଧିପତିମାନଙ୍କୁ ପ୍ରାଚୀର ଉପରକୁ ଆଣିଲି, ଆଉ ଧନ୍ୟବାଦ ଓ ସଂକୀର୍ତ୍ତନ କରିବା ପାଇଁ ଦୁଇ ମହାଦଳ ନିଯୁକ୍ତ କଲି; ତହିଁରେ ଏକ ଦଳ ଦକ୍ଷିଣ ପାର୍ଶ୍ଵରେ ପ୍ରାଚୀର ଉପର ଦେଇ ଖତ-ଦ୍ୱାର ଆଡ଼କୁ ଗଲେ;

32 ପୁଣି, ସେମାନଙ୍କ ପଛେ ହୋଶୟିୟ ଓ ଯିହୁଦାର ଅଧିପତିବର୍ଗର ଅର୍ଦ୍ଧେକ,

33 ଆଉ ଅସରୀୟ, ଏଜ୍ରା ଓ ମଶୁଲ୍ଲମ୍‍,

34 ଯିହୁଦା ଓ ବିନ୍ୟାମୀନ୍‍ ଓ ଶମୟୀୟ ଓ ଯିରିମୀୟ

35 ଓ କେତେକ ଯାଜକ-ସନ୍ତାନ ତୂରୀ ନେଇ ଗମନ କଲେ; ଆସଫ-ବଂଶଜାତ ସକ୍‍କୂରର ବୃଦ୍ଧ ପ୍ରପୌତ୍ର, ମୀଖାୟର ପ୍ରପୌତ୍ର, ମତ୍ତନିୟର ପୌତ୍ର, ଶମୟୀୟର ପୁତ୍ର ଯେ ଯୋନାଥନ, ତାହାର ପୁତ୍ର ଯିଖରୀୟ

36 ଓ ତାହାର ଭ୍ରାତୃଗଣ ଶମୟୀୟ ଓ ଅସରେଲ, ମିଲଲୟ, ଗିଲଲୟ, ମାୟିୟ, ନଥନେଲ ଓ ଯିହୁଦା, ହନାନି, ଏମାନେ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ନିରୂପିତ ନାନା ବାଦ୍ୟଯନ୍ତ୍ର ନେଇ ଗମନ କଲେ; ଏଜ୍ରା ଅଧ୍ୟାପକ ସେମାନଙ୍କ ଆଗେ ଆଗେ ଚାଲିଲେ;

37 ପୁଣି, ସେମାନେ ନିର୍ଝରଦ୍ୱାର ନିକଟ ହୋଇ ଆପଣାମାନଙ୍କ ସମ୍ମୁଖସ୍ଥ ସଳଖ ପଥରେ ଦାଉଦ-ନଗରର ପାହାଚ ଦ୍ୱାରା ପ୍ରାଚୀରର ଉଠାଣିରେ ଉଠି ଦାଉଦଙ୍କର ଗୃହ ଉପର ଦେଇ ପୂର୍ବ ଆଡ଼େ ଜଳଦ୍ୱାର ପର୍ଯ୍ୟନ୍ତ ଗଲେ।

38 ପୁଣି, ସେମାନଙ୍କର ଅନ୍ୟ ଯେଉଁ ଦଳ ଧନ୍ୟବାଦ ଉତ୍ସର୍ଗ କଲେ, ସେମାନେ ସେମାନଙ୍କୁ ସାକ୍ଷାତ କରିବାକୁ ଗଲେ, ଆଉ ଆମ୍ଭେ ଓ ଲୋକମାନଙ୍କର ଅର୍ଦ୍ଧେକ ସେମାନଙ୍କ ପଛେ ପଛେ ପ୍ରାଚୀର ଉପରେ ତୁନ୍ଦୁରୁ-ଦୁର୍ଗ ଦେଇ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଗଲୁ;

39 ଆଉ, ଇଫ୍ରୟିମ-ଦ୍ୱାର ଓ ପୁରାତନ ଦ୍ୱାର ଓ ମତ୍ସ୍ୟଦ୍ୱାର ଓ ହନନେଲ ଦୁର୍ଗ ଓ ହମିୟ ଦୁର୍ଗ ଦେଇ ମେଷଦ୍ୱାର ପର୍ଯ୍ୟନ୍ତ ଗଲୁ; ଆଉ, ସେମାନେ ପ୍ରହରୀ-ଦ୍ୱାରରେ ଠିଆ ହୋଇ ରହିଲେ।

40 ଏହିରୂପେ ପରମେଶ୍ୱରଙ୍କ ଗୃହରେ ଧନ୍ୟବାଦ ଉତ୍ସର୍ଗକାରୀ ସେହି ଦୁଇ ଦଳ ଓ ଆମ୍ଭେ, ପୁଣି ଆମ୍ଭ ସଙ୍ଗେ ଅଧ୍ୟକ୍ଷମାନଙ୍କର ଅର୍ଦ୍ଧେକ;

41 ଆଉ ଇଲୀୟାକୀମ୍‍, ମାସେୟ, ମିନ୍ୟାମୀନ, ମୀଖାୟ, ଇଲୀୟୋ-ଐନୟ, ଜିଖରିୟ, ହନାନିୟ, ତୂରୀବାଦକ, ଏହି ଯାଜକମାନେ;

42 ଆଉ, ମାସେୟ ଓ ଶମୟିୟ ଓ ଇଲୀୟାସର ଓ ଉଷି ଓ ଯିହୋହାନନ୍‍ ଓ ମଲକିୟ ଓ ଏଲମ ଓ ଏଷର, ପୁଣି ଆମ୍ଭେ ସମସ୍ତେ ଠିଆ ହୋଇ ରହିଲୁ। ସେତେବେଳେ ଗାୟକମାନେ ଓ ସେମାନଙ୍କର ଅଧ୍ୟକ୍ଷ ଯିଷ୍ରହିୟ ଉଚ୍ଚସ୍ୱରରେ ଗାନ କଲେ।

43 ପୁଣି, ସେହି ଦିନ ଲୋକମାନେ ମହାବଳିଦାନ କରି ଆନନ୍ଦ କଲେ; କାରଣ ପରମେଶ୍ୱର ସେମାନଙ୍କୁ ମହାନନ୍ଦରେ ଆନନ୍ଦିତ କରିଥିଲେ; ଆଉ ସ୍ତ୍ରୀମାନେ, ମଧ୍ୟ ଓ ବାଳକ ବାଳିକାଗଣ ଆନନ୍ଦ କଲେ; ତହିଁରେ ଯିରୁଶାଲମର ଆନନ୍ଦଧ୍ୱନି ଅନେକ ଦୂର ପର୍ଯ୍ୟନ୍ତ ଶୁଣାଗଲା।

44 ପୁଣି, ସେହି ଦିନରେ ଧନ ଓ ଉତ୍ତୋଳନୀୟ ଉପହାର, ପ୍ରଥମଜାତ ଫଳ ଓ ଦଶମାଂଶ, ଯାଜକ ଓ ଲେବୀୟମାନଙ୍କ ନିମନ୍ତେ ନାନା ନଗରର କ୍ଷେତ୍ରାନୁସାରେ ବ୍ୟବସ୍ଥା-ନିରୂପିତ ଅଂଶ ସଂଗ୍ରହ କରିବା ପାଇଁ କୋଠରୀସବୁରେ ଲୋକମାନେ ନିଯୁକ୍ତ ହେଲେ; କାରଣ ପରିଚର୍ଯ୍ୟାକାରୀ ଯାଜକ ଓ ଲେବୀୟମାନଙ୍କ ସକାଶୁ ଯିହୁଦା ଆନନ୍ଦିତ ହୋଇଥିଲା।

45 ପୁଣି, ସେମାନେ ଦାଉଦ ଓ ତାଙ୍କର ପୁତ୍ର ଶଲୋମନଙ୍କର ଆଜ୍ଞାନୁସାରେ ଆପଣାମାନଙ୍କ ପରମେଶ୍ୱରଙ୍କ ସେବା କଲେ ଓ ଶୁଚି ହେଲେ, ଆଉ ଗାୟକମାନେ ଓ ଦ୍ୱାରପାଳମାନେ ସେହିପରି କଲେ।

46 କାରଣ ପୂର୍ବକାଳେ ଦାଉଦ ଓ ଆସଫଙ୍କ ସମୟରେ ଗାୟକମାନଙ୍କର ଜଣେ ପ୍ରଧାନ ଥିଲା ଓ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଓ ଧନ୍ୟବାଦାର୍ଥକ ନାନା ଗୀତ ଥିଲା।

47 ପୁଣି, ସରୁବ୍ବାବିଲ ଓ ନିହିମିୟାଙ୍କ ସମୟରେ ସମଗ୍ର ଇସ୍ରାଏଲ ପ୍ରତି ଦିନର ପ୍ରୟୋଜନାନୁସାରେ ଗାୟକମାନଙ୍କର ଓ ଦ୍ୱାରପାଳମାନଙ୍କର ଅଂଶ ଦେଲେ; ଆଉ ଲୋକମାନେ ଲେବୀୟମାନଙ୍କ ନିମନ୍ତେ ଦ୍ରବ୍ୟ ପ୍ରତିଷ୍ଠା କଲେ ଓ ଲେବୀୟମାନେ ହାରୋଣ-ସନ୍ତାନଗଣ ନିମନ୍ତେ ଦ୍ରବ୍ୟ ପ୍ରତିଷ୍ଠା କଲେ।