Cross Reference Genesis 4:5 in Oriya 5 ମାତ୍ର କୟିନଙ୍କୁ ଓ ତାଙ୍କର ନୈବେଦ୍ୟକୁ ସେ ଅଗ୍ରାହ୍ୟ କଲେ। ଏହେତୁ କୟିନ ଅତି କ୍ରୋଧ କରି ଦୁଃଖିତ ହେଲେ।
Genesis 37:4 in Oriya 4 ମାତ୍ର ପିତା ସମସ୍ତ ପୁତ୍ର ଅପେକ୍ଷା ଯୋଷେଫକୁ ଅଧିକ ସ୍ନେହ କରିବାର ଦେଖି ତାହାର ଭାଇମାନେ ତାକୁ ଘୃଣା କଲେ ଓ ତାହା ପ୍ରତି ପ୍ରେମର କଥା କହି ପାରିଲେ ନାହିଁ।
Genesis 37:8 in Oriya 8 ଏଥିରେ ତାହାର ଭାଇମାନେ ତାକୁ କହିଲେ, “ତୁ କି ସତେ ଆମ୍ଭମାନଙ୍କର ରାଜା ହେବୁ ? ତୁ କି ସତେ ଆମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବୁ ?” ତହୁଁ ସେମାନେ ତାହାର ସବୁ ସ୍ୱପ୍ନ ଓ କଥା ସକାଶୁ ତାକୁ ଆହୁରି ଅଧିକ ଘୃଣା କଲେ।
Deuteronomy 15:11 in Oriya 11 କାରଣ ଦେଶରୁ ଦରିଦ୍ରମାନେ କେବେ ହେଁ ଲୋପ ପାଇବେ ନାହିଁ; ଏନିମନ୍ତେ ମୁଁ ତୁମ୍ଭକୁ ଆଜ୍ଞା ଦେଇ କହୁଅଛି, ତୁମ୍ଭେ ନିଶ୍ଚୟ ଆପଣା ଦେଶସ୍ଥ ଭାଇ ପ୍ରତି, ଆପଣା ଦୁଃଖୀ ପ୍ରତି ଓ ଆପଣା ଦୀନହୀନ ପ୍ରତି ଆପଣା ହସ୍ତ ମୁକ୍ତ କରିବ।
Deuteronomy 18:18 in Oriya 18 ଆମ୍ଭେ ସେମାନଙ୍କ ନିମନ୍ତେ ସେମାନଙ୍କ ଭ୍ରାତୃଗଣ ମଧ୍ୟରୁ ତୁମ୍ଭ ସଦୃଶ ଜଣେ ଭବିଷ୍ୟଦ୍ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମୁଖରେ ଆପଣା ବାକ୍ୟ ଦେବା ଓ ଆମ୍ଭେ ତାହାଙ୍କୁ ଯେଉଁ ଯେଉଁ ଆଜ୍ଞା ଦେବା, ତାହା ସେ ସେମାନଙ୍କୁ କହିବେ।
1 Samuel 17:27 in Oriya 27 ତହିଁରେ ଲୋକମାନେ ପୂର୍ବ ପରି ଉତ୍ତର ଦେଇ କହିଲେ, ଯେ ତାହାକୁ ବଧ କରିବ, ତାହା ପ୍ରତି ଉପରୋକ୍ତ ପ୍ରକାରେ କରାଯିବ।
1 Samuel 18:8 in Oriya 8 ଏଥିରେ ଶାଉଲ ଅତି କ୍ରୁଦ୍ଧ ହେଲେ ଓ ଏହି କଥା ତାଙ୍କର ଦୃଷ୍ଟିରେ ମନ୍ଦ ବୋଧ ହେଲା; ଏଣୁ ସେ କହିଲେ, ସେମାନେ ଦାଉଦକୁ ଅୟୁତ ଅୟୁତର ଜୟୀ ଓ ଆମ୍ଭଙ୍କୁ କେବଳ ସହସ୍ର ସହସ୍ରର ଜୟୀ ବୋଲି କହିଲେ; ରାଜତ୍ୱ ଛଡ଼ା ତାହାର ଆଉ କଅଣ ପାଇବାର ବାକି ଅଛି ?
1 Samuel 20:30 in Oriya 30 ଏଥିରେ ଯୋନାଥନ ପ୍ରତି ଶାଉଲଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା ଓ ସେ ତାହାକୁ କହିଲେ, ଆରେ ବିପଥଗାମିନୀ ଦ୍ରୋହିଣୀର ପୁତ୍ର, ତୁ ଯେ ଆପଣାର ଲଜ୍ଜା ଓ ଆପଣା ମାତାର ଆବରଣୀୟର ଲଜ୍ଜା ନିମନ୍ତେ ଯିଶୀର ପୁତ୍ରକୁ ମନୋନୀତ କରିଅଛୁ, ଏହା କ'ଣ ମୁଁ ଜାଣୁ ନାହିଁ ?
1 Samuel 22:12 in Oriya 12 ଏଥିରେ ଶାଉଲ କହିଲେ, ହେ ଅହୀଟୂବର ପୁତ୍ର, ତୁମ୍ଭେ ଶୁଣ। ସେ ଉତ୍ତର କଲା, ହେ ମୋହର ପ୍ରଭୁ, ମୁଁ ଏଠାରେ ଅଛି।
2 Samuel 6:20 in Oriya 20 ଏଥିଉତ୍ତାରେ ଦାଉଦ ଆପଣା ପରିବାରକୁ ଆଶୀର୍ବାଦ କରିବା ପାଇଁ ଫେରି ଗଲେ। ତହିଁରେ ଶାଉଲଙ୍କର କନ୍ୟା ମୀଖଲ ଦାଉଦଙ୍କୁ ଭେଟିବା ପାଇଁ ବାହାରେ ଆସି କହିଲା, “ଆଜି ଇସ୍ରାଏଲର ରାଜା କେଡ଼େ ଗୌରବ ପାଇଲେ, ସେ ଆଜି ଆପଣା ଦାସଗଣର ଦାସୀମାନଙ୍କ ସାକ୍ଷାତରେ ବିବସ୍ତ୍ର ହୋଇଥିଲେ, ଯେପରି କୌଣସି ଅଗାଡ଼ି ଲୋକ ନିର୍ଲଜ ରୂପେ ବିବସ୍ତ୍ର ହୁଏ !”
2 Samuel 16:7 in Oriya 7 ପୁଣି ଶିମୀୟି ଅଭିଶାପ ଦେଉ ଦେଉ ଏପରି କହିଲା, “ଆରେ ରକ୍ତପାତୀ ମନୁଷ୍ୟ, ଆରେ ପାପାଧମ ଲୋକ, ଦୁର୍ ହୁଅ, ଚାଲି ଯାଅ!
1 Kings 21:4 in Oriya 4 ତହୁଁ ଆହାବ ଯିଷ୍ରିୟେଲୀୟ ନାବୋତର ଉକ୍ତ କଥା ସକାଶୁ ବିଷଣ୍ଣ ଓ ଅତୁଷ୍ଟ ହୋଇ ଆପଣା ଗୃହକୁ ଆସିଲେ; କାରଣ ନାବୋତ କହିଥିଲା ଯେ, “ମୁଁ ଆପଣା ପୈତୃକ ଅଧିକାର ଆପଣଙ୍କୁ ଦେବି ନାହିଁ।” ଏଣୁ ଆହାବ ଆପଣା ମୁଖ ଫେରାଇ ଶଯ୍ୟାରେ ପଡ଼ି ଭୋଜନ କରିବାକୁ ଅସମ୍ମତ ହେଲେ।
2 Chronicles 16:10 in Oriya 10 ସେତେବେଳେ ଆସା ସେହି ଦର୍ଶକ ପ୍ରତି କ୍ରୁଦ୍ଧ ହୋଇ ତାହାକୁ କାରାଗାରରେ ରଖିଲେ; କାରଣ ଏହି କଥା ସକାଶୁ ସେ ତାହା ଉପରେ କୋପାନ୍ୱିତ ହୋଇଥିଲେ। ଆଉ, ସେହି ସମୟରେ ଆସା କେତେକ ଲୋକ ପ୍ରତି ଅତ୍ୟାଚାର କଲେ।
Nehemiah 5:8 in Oriya 8 ଆଉ, ମୁଁ ସେମାନଙ୍କୁ କହିଲି, “ଆମ୍ଭମାନଙ୍କର ଯିହୁଦୀୟ ଭାଇମାନେ ଅନ୍ୟ ଦେଶୀୟମାନଙ୍କ ନିକଟରେ ବିକା ଯାଇଥିଲେ, ଆମ୍ଭେମାନେ ସେମାନଙ୍କୁ ଆପଣା ସାମର୍ଥ୍ୟରେ ମୁକ୍ତ କରିଅଛୁ, ଏବେ ତୁମ୍ଭେମାନେ କ'ଣ ଆପଣା ଭାଇମାନଙ୍କୁ ବିକ୍ରି କରିବ ? ଓ ସେମାନେ କ'ଣ ଆମ୍ଭମାନଙ୍କ ନିକଟରେ ବିକାଯିବେ ?” ଏଥିରେ ସେମାନେ ନୀରବ ହେଲେ, କିଛି ଉତ୍ତର ଦେଇ ପାରିଲେ ନାହିଁ।
Esther 3:5 in Oriya 5 ଯେତେବେଳେ ହାମନ୍ ଦେଖିଲେ ଯେ, ମର୍ଦ୍ଦଖୟ ନତ ହେଲେ ନାହିଁ କିଅବା ତାହାଙ୍କୁ ପ୍ରଣାମ କଲେ ନାହିଁ, ସେତେବେଳେ ସେ କ୍ରୋଧରେ ପରିପୂର୍ଣ୍ଣ ହେଲେ।
Psalm 7:4 in Oriya 4 ଯଦି ମୁଁ ଆପଣା ସଙ୍ଗେ ମିଳନରେ ଥିବା ଲୋକର ମନ୍ଦ କରିଥାଏ; (ମାତ୍ର ଯେ ଅକାରଣରେ ମୋହର ବିପକ୍ଷ, ମୁଁ ତାହାକୁ ଉଦ୍ଧାର କରିଅଛି;)
Psalm 14:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ମୂଢ଼ ମନେ ମନେ କହିଅଛି, “ପରମେଶ୍ୱର ନାହାନ୍ତି।” ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି; ସୁକର୍ମକାରୀ କେହି ନାହିଁ।
Psalm 25:3 in Oriya 3 ହଁ, ଯେଉଁମାନେ ତୁମ୍ଭର ଅନୁସରଣ କରନ୍ତି, ସେମାନଙ୍କର କେହି ଲଜ୍ଜିତ ହେବେ ନାହିଁ; ଯେଉଁମାନେ ଅକାରଣରେ ବିଶ୍ୱାସଘାତକତା କରନ୍ତି, ସେମାନେ ଲଜ୍ଜିତ ହେବେ।
Psalm 35:19 in Oriya 19 ମୋ' ଉପରେ ମୋ' ଶତ୍ରୁମାନଙ୍କୁ ଅନ୍ୟାୟରେ ଆନନ୍ଦ କରିବାକୁ ଦିଅ ନାହିଁ। କିଅବା ଯେଉଁମାନେ ଅକାରଣରେ ମୋତେ ଘୃଣା କରନ୍ତି, ସେମାନଙ୍କୁ ପରିହାସ କରିବାକୁ ଦିଅ ନାହିଁ।
Psalm 37:8 in Oriya 8 କ୍ରୋଧରୁ କ୍ଷାନ୍ତ ହୁଅ ଓ କୋପ ତ୍ୟାଗ କର; ଆପଣାକୁ ବିରକ୍ତ କର ନାହିଁ, ତାହା କେବଳ ଦୁଷ୍କର୍ମ କରିବାକୁ ପ୍ରବର୍ତ୍ତାଏ।
Psalm 49:10 in Oriya 10 ଯେଣୁ ସେ ଦେଖେ ଯେ, ଜ୍ଞାନୀ ଲୋକମାନେ ମରନ୍ତି, ମୂର୍ଖ ଓ ପଶୁବତ୍ ଲୋକେ ଏକତ୍ର ବିନଷ୍ଟ ହୁଅନ୍ତି, ପୁଣି, ଆପଣାମାନଙ୍କ ସମ୍ପତ୍ତି ଅନ୍ୟମାନଙ୍କ ନିମନ୍ତେ ଛାଡ଼ିଯା'ନ୍ତି।
Psalm 69:4 in Oriya 4 ଅକାରଣରେ ମୋତେ ଘୃଣା କରିବା ଲୋକେ ମୋ' ମସ୍ତକର କେଶଠାରୁ ଅନେକ; ଯେଉଁମାନେ ଅନ୍ୟାୟରେ ମୋହର ଶତ୍ରୁ ହୋଇ ମୋତେ ଉଚ୍ଛିନ୍ନ କରିବାକୁ ଇଚ୍ଛା କରନ୍ତି, ସେମାନେ ବଳବାନ; ତେଣୁ ମୁଁ ଯାହା ଅପହରଣ କଲି ନାହିଁ, ତାହା ଫେରାଇ ଦେଲି।
Psalm 92:6 in Oriya 6 ପଶୁବତ୍ ଲୋକ ଜାଣେ ନାହିଁ; କିଅବା ନିର୍ବୋଧ ଲୋକ ଏହା ବୁଝେ ନାହିଁ;
Psalm 109:3 in Oriya 3 ଆହୁରି, ସେମାନେ ଦ୍ୱେଷବାକ୍ୟରେ ମୋତେ ଘେରିଅଛନ୍ତି ଓ ବିନା କାରଣରେ ମୋ' ସଙ୍ଗେ ଯୁଦ୍ଧ କରିଅଛନ୍ତି।
Proverbs 14:16 in Oriya 16 ଜ୍ଞାନୀ ଲୋକ ଭୟ କରେ ଓ ମନ୍ଦକୁ ଛାଡ଼ି ଦିଏ; ମାତ୍ର ମୂର୍ଖ ଲୋକ ଦାମ୍ଭିକଭାବ ବହି ଦୁଃସାହସୀ ହୁଏ।
Proverbs 18:6 in Oriya 6 ମୂର୍ଖର ଓଷ୍ଠ ବିବାଦରେ ପ୍ରବର୍ତ୍ତେ, ପୁଣି, ତାହାର ମୁଖ ମାଡ଼ ଖାଇବାକୁ ଡାକେ।
Jeremiah 17:11 in Oriya 11 ଯେଉଁ ତିତ୍ତିର ପକ୍ଷୀ ଆପଣାର ଅପ୍ରସୂତ ଛୁଆମାନଙ୍କୁ ସଂଗ୍ରହ କରେ, ଅନ୍ୟାୟରେ ଧନ ସଞ୍ଚୟକାରୀ ଲୋକ ତାହାରି ତୁଲ୍ୟ; ତାହାର ପରମାୟୁ ମଧ୍ୟରେ ସେ ଧନ ତାହାକୁ ଛାଡ଼ି ଯିବ ଓ ଆପଣାର ଅନ୍ତିମ କାଳରେ ସେ ମୂଢ଼ ହେବ।
Lamentations 3:52 in Oriya 52 ବିନା କାରଣରେ ଯେଉଁମାନେ ମୋହର ଶତ୍ରୁ, ସେମାନେ ମୋତେ ପକ୍ଷୀ ପରି ମୃଗୟା କରିଅଛନ୍ତି।
Daniel 2:12 in Oriya 12 ଏହି କାରଣରୁ ରାଜା କ୍ରୁଦ୍ଧ ଓ ପ୍ରଚଣ୍ଡ କୋପାନ୍ୱିତ ହୋଇ ବାବିଲର ସକଳ ବିଦ୍ୱାନ୍ ଲୋକଙ୍କୁ ବଧ କରିବାକୁ ଆଜ୍ଞା ଦେଲା।
Daniel 3:13 in Oriya 13 ତହିଁରେ ନବୂଖଦ୍ନିତ୍ସର ପ୍ରଚଣ୍ଡ କ୍ରୋଧ ଓ କୋପରେ ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋକୁ ଆଣିବା ପାଇଁ ଆଜ୍ଞା କଲା। ତହୁଁ ଲୋକମାନେ ସେମାନଙ୍କୁ ରାଜାର ଛାମୁକୁ ଆଣିଲେ।
Daniel 3:19 in Oriya 19 ଏଥିରେ ନବୂଖଦ୍ନିତ୍ସର କୋପରେ ପରିପୂର୍ଣ୍ଣ ହେଲା ଓ ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପ୍ରତିକୂଳରେ ତାହାର ମୁଖ ବିକଟାକାର ହେଲା। ଏଥିପାଇଁ ଅଗ୍ନିକୁଣ୍ଡକୁ ସାଧାରଣ ପରିମାଣ ଅପେକ୍ଷା ସାତ ଗୁଣ ଉତ୍ତପ୍ତ କରିବା ପାଇଁ ସେ ଆଜ୍ଞା ଦେଲା।
Obadiah 1:10 in Oriya 10 ତୁମ୍ଭର ଭ୍ରାତା ଯାକୁବ ପ୍ରତି କୃତ ଦୌରାତ୍ମ୍ୟ ସକାଶୁ ତୁମ୍ଭେ ଲଜ୍ଜାରେ ଆଚ୍ଛନ୍ନ ହେବ, ପୁଣି ତୁମ୍ଭେ ଚିରକାଳ ଉଚ୍ଛିନ୍ନ ହେବ।
Obadiah 1:12 in Oriya 12 ମାତ୍ର ତୁମ୍ଭେ ଆପଣା ଭ୍ରାତାର ଦିନ ପ୍ରତି, ଅର୍ଥାତ୍, ତାହାର ଦୁର୍ଦ୍ଦଶା ଦିନ ପ୍ରତି ଅନାଅ ନାହିଁ ଓ ଯିହୁଦା ସନ୍ତାନଗଣର ବିନାଶ ଦିନରେ ସେମାନଙ୍କ ବିଷୟରେ ଆନନ୍ଦ କର ନାହିଁ; କିଅବା ସଂକଟ ଦିନରେ ଦର୍ପ କଥା କୁହ ନାହିଁ।
Matthew 3:17 in Oriya 17 ଆଉ ଦେଖ, ଆକାଶରୁ ଏହି ବାଣୀ ହେଲା, “ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ।”
Matthew 5:23 in Oriya 23 ଅତଏବ ଯଦି ବେଦି ନିକଟକୁ ତୁମ୍ଭେ ନିଜର ନୈବେଦ୍ୟ ଆଣୁଥିବା ସମୟରେ ତୁମ୍ଭ ବିରୁଦ୍ଧରେ ତୁମ୍ଭ ଭାଇର କୌଣସି କଥା ଅଛି ବୋଲି ସେଠାରେ ତୁମ୍ଭର ମନେ ପଡ଼େ,
Matthew 5:28 in Oriya 28 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି।
Matthew 5:34 in Oriya 34 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଦୌ ଶପଥ କର ନାହିଁ; ସ୍ୱର୍ଗର ଶପଥ କର ନାହିଁ, କାରଣ ତାହା ଇଶ୍ବରଙ୍କ ସିଂହାସନ;
Matthew 5:44 in Oriya 44 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର,
Matthew 10:17 in Oriya 17 ମାତ୍ର ମନୁଷ୍ୟମାନଙ୍କଠାରୁ ସାବଧାନ ହୋଇଥାଅ, କାରଣ ସେମାନେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ ଓ ସେମାନଙ୍କ ସମାଜଗୃହ ସମୂହରେ କୋରଡ଼ା ମାରିବେ,
Matthew 10:28 in Oriya 28 ଆଉ ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ କରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନର୍କରେ ବିନଷ୍ଟ କରି ପାରନ୍ତି, ତାହାଙ୍କୁ ହିଁ ଭୟ କର।
Matthew 11:18 in Oriya 18 କାରଣ ଯୋହନ ଆସି ଭୋଜନପାନ କଲେ ନାହିଁ, ଆଉ ଲୋକେ କହନ୍ତି, ସେ ଭୂତଗ୍ରସ୍ତ।
Matthew 12:24 in Oriya 24 ମାତ୍ର ଫାରୂଶୀମାନେ ତାହା ଶୁଣି କହିଲେ, ଏ ଲୋକଟା ଭୂତ ପରି ବାଲ୍ଜିବୂଲ୍ର ବିନା ସାହାଯ୍ୟରେ ଭୂତ ଛଡ଼ାଏ ନାହିଁ।
Matthew 17:5 in Oriya 5 ସେ ଏହି କଥା କହୁ କହୁ, ଦେଖ, ଖଣ୍ଡେ ମେଘ ସେମାନଙ୍କୁ ଆଚ୍ଛାଦନ କଲା, ଆଉ ଦେଖ, ସେହି ମେଘରୁ ଏହି ବାଣୀ ହେଲା, “ଏ ଆମ୍ଭର ପ୍ରିୟ ପୁତ୍ର ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ” ଏହାଙ୍କ ବାକ୍ୟ ଶୁଣ।
Matthew 18:8 in Oriya 8 ତୁମ୍ଭର ହସ୍ତ ଅବା ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ିଦିଅ; ଦୁଇ ହସ୍ତ ଓ ଦୁଇ ପାଦ ନେଇ ଅନନ୍ତ ଅଗ୍ନିରେ ପଡ଼ିବା ଅପେକ୍ଷା ବରଂ ପଙ୍ଗୁ ଅବା ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ।
Matthew 18:21 in Oriya 21 ସେତେବେଳେ ପିତର ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ପ୍ରଭୁ, କେତେ ଥର ମୋହର ଭାଇ ମୋ ବିରୁଦ୍ଧରେ ପାପ କଲେ ମୁଁ କ୍ଷମା କରିବି ?
Matthew 18:35 in Oriya 35 ତୁମ୍ଭେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଆପଣା ଭାଇକୁ କ୍ଷମା ନ କର, ତାହାହେଲେ ମୋହର ସ୍ୱର୍ଗସ୍ଥ ପିତା ହିଁ ତୁମ୍ଭମାନଙ୍କ ପ୍ରତି ସେହି ପ୍ରକାର କରିବେ।
Matthew 23:15 in Oriya 15 ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଜଣକୁ ତୁମ୍ଭମାନଙ୍କର ଧର୍ମାବଲମ୍ବୀ କରିବା ପାଇଁ ଜଳସ୍ଥଳ ଭ୍ରମଣ କରୁଥାଅ, ପୁଣି, ଯେତେବେଳେ ସେ ହୁଏ, ସେତେବେଳେ ତାହାକୁ ତୁମ୍ଭମାନଙ୍କ ଅପେକ୍ଷା ଦୁଇ ଗୁଣ ନର୍କର ପାତ୍ର କରୁଥାଅ।
Matthew 23:33 in Oriya 33 ଆରେ ସର୍ପଗୁଡ଼ାକ, ଆରେ କାଳସର୍ପର ବଂଶ, ତୁମ୍ଭେମାନେ କିପ୍ରକାରେ ନର୍କ ଦଣ୍ଡରୁ ରକ୍ଷା ପାଇବ ?
Matthew 25:41 in Oriya 41 ତାହା ପରେ ସେ ବାମ ପାର୍ଶ୍ୱସ୍ଥ ଲୋକଙ୍କୁ ମଧ୍ୟ କହିବେ, ରେ ଶାପଗ୍ରସ୍ତମାନେ, ମୋ ସମ୍ମୁଖରୁ ଦୂର ହୋଇ ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନି ମଧ୍ୟକୁ ଚାଲିଯାଅ କର,
Matthew 26:59 in Oriya 59 ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଖୋଜିବାକୁ ଲାଗିଲେ,
Mark 9:43 in Oriya 43 ପୁଣି, ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ; ଦୁଇ ହସ୍ତ ଘେନି ନର୍କ, ଅର୍ଥାତ୍ ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ।
Mark 14:55 in Oriya 55 ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସାକ୍ଷ୍ୟ ଅନ୍ୱେଷଣ କରିବାକୁ ଲାଗିଲେ, କିନ୍ତୁ ପାଇଲେ ନାହିଁ;
Mark 15:1 in Oriya 1 ପ୍ରଭାତ ହେବାମାତ୍ରେ ସମସ୍ତେ ମହାସଭା, ଅର୍ଥାତ୍ ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କ ସହିତ ପ୍ରଧାନ ଯାଜକମାନେ ସଭା କରି ଯୀଶୁଙ୍କୁ ବାନ୍ଧି ଘେନିଯାଇ ପୀଲାତଙ୍କ ହସ୍ତରେ ସମର୍ପଣ କଲେ।
Luke 12:5 in Oriya 5 କିନ୍ତୁ କାହାକୁ ଭୟ କରିବ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି; ବଧ କଲା ଉତ୍ତାରେ ନର୍କରେ ପକାଇବା ନିମନ୍ତେ ଯାହାଙ୍କର ଅଧିକାର ଅଛି, ତାହାଙ୍କୁ ଭୟ କର; ହଁ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତାହାଙ୍କୁ ଭୟ କର।
Luke 16:23 in Oriya 23 ଆଉ, ସେ ନର୍କଯନ୍ତ୍ରଣାରେ କଲବଲ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରାହାମ ଓ ତାହାଙ୍କ କୋଳରେ ଲାଜାରକୁ ଦେଖିଲେ।
John 7:20 in Oriya 20 ଲୋକସମୂହ ଉତ୍ତର ଦେଲେ, ତୁମକୁ ଭୂତ ଲାଗିଅଛି, କିଏ ତୁମକୁ ବଧ କରିବାକୁ ଚେଷ୍ଟା କରୁଅଛି ?
John 8:48 in Oriya 48 ଯିହୂଦୀମାନେ ତାହାଙ୍କୁ ଉତ୍ତର ଦେଲେ, ତୁ ଯେ ଜଣେ ଶମିରୋଣୀୟ ଓ ତୋତେ ଯେ ଭୂତ ଲାଗିଅଛି, ଏହା କ'ଣ ଆମ୍ଭେମାନେ ଠିକ କହୁ ନାହୁଁ ?
John 11:47 in Oriya 47 ସେଥିରେ ପ୍ରଧାନ ଯାଜକ ଓ ଫାରୂଶୀମାନେ ମହାସଭା ଆହ୍ୱାନ କରି କହିଲେ, ଆମ୍ଭେମାନେ କ'ଣ କରୁଅଛୁ ? ଏ ଲୋକ ତ ଅନେକ ଆଶ୍ଚର୍ଯ୍ୟକର୍ମ କରୁଅଛି।
John 15:25 in Oriya 25 ମାତ୍ର ସେମାନେ ଅକାରଣରେ ମୋତେ ଘୃଣା କଲେ, ସେମାନଙ୍କ ମୋଶାଙ୍କ ବ୍ୟବସ୍ଥାରେ ଲିଖିତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥି ନିମନ୍ତେ ଏପରି ଘଟୁଅଛି।
Acts 3:20 in Oriya 20 ତାହାହେଲେ ପ୍ରଭୁଙ୍କ ଛାମୁରୁ ସାନ୍ତ୍ୱନାର ସମୟ ଉପସ୍ଥିତ ହେବ; ପୁଣି, ଆପଣମାନଙ୍କ ନିମନ୍ତେ ପୂର୍ବନିରୂପିତ ଖ୍ରୀଷ୍ଟଙ୍କୁ ଅର୍ଥାତ୍ ଯୀଶୁଙ୍କୁ ସେ ପ୍ରେରଣ କରିବେ।
Acts 5:27 in Oriya 27 ସେମାନେ ସେମାନଙ୍କୁ ଆଣି ମହାସଭା ସମ୍ମୁଖରେ ଠିଆ କରାଇଲେ। ସେଥିରେ ମହାଯାଜକ ସେମାନଙ୍କୁ ପଚାରିଲେ,
Acts 7:37 in Oriya 37 ଏହି ମୋଶା ଇସ୍ରାଏଲର ସନ୍ତାନମାନଙ୍କୁ କହିଲେ, ଈଶ୍ୱର ତୁମ୍ଭମାନଙ୍କର ଭାଇମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ ମୋହର ସଦୃଶ ଜଣେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ।
Acts 17:18 in Oriya 18 ସେଥିରେ ଏପିକୂୂରୀୟ ଓ ସ୍ତୋୟିକ କେତେକ ଦାର୍ଶନିକ ମଧ୍ୟ ତାହାଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ, ପୁଣି, କେହି କେହି କହିଲେ, ଏ ବାଚାଳଟା କ'ଣ କହିବାକୁ ଇଚ୍ଛା କରୁଅଛ ? ଆଉ କେହି କେହି କହିଲେ, ସେ ଅଜଣା ଦେବତାମାନଙ୍କର ପ୍ରଚାରକ ହେଲା ପରି ଜଣାଯାଉଅଛି; କାରଣ ସେ ଯୀଶୁ ଓ ପୁନରୁତ୍ଥାନ ବିଷୟକ ସୁସମାଚାର ପ୍ରଚାର କରୁଥିଲେ।
Romans 12:10 in Oriya 10 ଭ୍ରାତୃପ୍ରେମରେ ପରସ୍ପର ପ୍ରତି ପ୍ରେମଶୀଳ ହୁଅ; ସମାଦରରେ ପରସ୍ପରକୁ ଶ୍ରେଷ୍ଠ ଜ୍ଞାନ କର;
1 Corinthians 6:6 in Oriya 6 ମାତ୍ର ଜଣେ ବିଶ୍ବାସୀ ଅନ୍ୟ ବିଶ୍ବାସୀ ବିରୁଦ୍ଧରେ ବିଚାରାଳୟରେ ଅଭିଯୋଗ କରେ, ତାହା ପୁଣି, ଅବିଶ୍ୱାସୀମାନଙ୍କ ନିକଟରେ !
1 Corinthians 6:10 in Oriya 10 କି ପୁଂମୈଥୁନକାରୀ କି ଚୋର କି ଧନଲୋଭୀ କି ମତୁଆଳ କି ନିନ୍ଦକ କି ପରଦ୍ରବ୍ୟ ଲୁଣ୍ଠନକାରୀ, ଏମାନେ ଇଶ୍ବରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ।
Ephesians 4:26 in Oriya 26 କ୍ରୋଧ କର କିନ୍ତୁ ପାପ କର ନାହିଁ; ସୁର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର, ପୁଣି, ଶୟତାନକୁ ସ୍ଥାନ ଦିଅ ନାହିଁ।
Ephesians 4:31 in Oriya 31 ସମସ୍ତ ପ୍ରକାର କଟୁ ଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି, ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କଠାରୁ ଦୁର ହେଉ;
1 Thessalonians 4:6 in Oriya 6 ପୁଣି, ଯେପରି କେହି ଏବିଷୟରେ ସୀମା ଅତିକ୍ରମ କରି ଆପଣା ଭାଇକୁ ପ୍ରବଞ୍ଚନା ନ କରେ, ଯେଣୁ ପ୍ରଭୁ ଏସମସ୍ତ ବିଷୟରେ ଦଣ୍ଡଦାତା, ଯେପରି ଆମ୍ଭେମାନେ ପୂର୍ବେ ମଧ୍ୟ ତୁମ୍ଭମାନଙ୍କୁ ଜଣାଇ ସାକ୍ଷ୍ୟ ଦେଇଥିଲୁ।
Titus 3:2 in Oriya 2 କାହାରି ନିନ୍ଦା ନ କରିବାକୁ, କାହାରି ବିରୋଧୀ ନ ହେବାକୁ, ମୃଦୁଶୀଳ ହେବାକୁ ପୁଣି, ସମସ୍ତ ଲୋକଙ୍କ ପ୍ରତି ସର୍ବପ୍ରକାରେ କୋମଳ ଭାବ ଦେଖଇବାକୁ ସେମାନଙ୍କୁ ସ୍ମରଣ କରାଅ।
Hebrews 5:9 in Oriya 9 ପୁଣି, ସିଦ୍ଧ ହୋଇ ନିଜ ଆଜ୍ଞାକାରୀମାନଙ୍କ ପ୍ରତି ଅନନ୍ତ ପରିତ୍ରାଣର କାରଣ ସ୍ୱରୂପ ହେଲେ;
Hebrews 12:25 in Oriya 25 ସାବଧାନ, ଯେ ବାକ୍ୟ କହୁଅଛନ୍ତି, ତାହାଙ୍କୁ ଅଗ୍ରାହ୍ୟ ନ କର, କାରଣ ଯେ ପୃଥିବୀରେ ଆଦେଶ ଦେଲେ, ତାହାଙ୍କୁ ଅଗ୍ରାହ୍ୟ କରିବାରୁ ସେମାନେ ଯଦି ରକ୍ଷା ପାଇଲେ ନାହିଁ, ତେବେ ଯେ ସ୍ୱର୍ଗରୁ ଆଦେଶ ଦେଉଅଛନ୍ତି, ତାହାଙ୍କଠାରୁ ବିମୁଖ ହେଲେ ଆମ୍ଭେମାନେ ଯେ ରକ୍ଷା ପାଇବା ନାହିଁ, ଏହା କେତେ ଅଧିକ ସୁନିଶ୍ଚିତ !
James 2:20 in Oriya 20 କିନ୍ତୁ ହେ ନିର୍ବୋଧ ମନୁଷ୍ୟ, କର୍ମ ବିନା ବିଶ୍ୱାସ ଯେ ନିଷ୍ପଳ, ଏହା କ'ଣ ଜାଣିବାକୁ ଇଚ୍ଛା କରୁଅଛ ?
James 3:6 in Oriya 6 ଜିହ୍ୱା ମଧ୍ୟ ଅଗ୍ନି ସ୍ୱରୂପ; ତାହା ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ସମସ୍ତ ଅଧର୍ମର ମୂଳାଧାର ସ୍ୱରୂପେ ଅବସ୍ଥିତ; ତାହା ସମସ୍ତ ଶରୀରକୁ ଅଶୁଚି କରେ ଓ ନିଜେ ନର୍କରେ ପ୍ରଜ୍ୱଳିତ ହୋଇ ପ୍ରକୃତିର ଚକ୍ରକୁ ଜ୍ୱଳାଏ।
1 Peter 2:23 in Oriya 23 ସେ ନିନ୍ଦା ପାଇବା ସମୟରେ ଫେରି ନିନ୍ଦା କଲେ ନାହିଁ; ଦୁଃଖଭୋଗ କରିବା ସମୟରେ ପ୍ରତିହିଂସା କରିବାକୁ ଭୟ ଦେଖାଇଲେ ନାହିଁ, କିନ୍ତୁ ନ୍ୟାୟବିଚାରକର୍ତ୍ତାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କଲେ;
1 Peter 3:9 in Oriya 9 ଅନିଷ୍ଟ ପରିବର୍ତ୍ତରେ ଅନିଷ୍ଟ କିଅବା ନିନ୍ଦାର ପରିବର୍ତ୍ତରେ ନିନ୍ଦା ନ କରି ଅନ୍ୟ ପକ୍ଷରେ ବରଂ ଆଶୀର୍ବାଦ କର, କାରଣ ତୁମ୍ଭେମାନେ ଯେପରି ଆଶୀର୍ବାଦର ଅଧିକାରୀ ହୁଅ, ଏଥିପାଇଁ ଆହୂତ ହୋଇଅଛ।
1 John 2:9 in Oriya 9 ଯେ ଆପଣା ଭାଇକୁ ଘୃଣା କରି କହେ ଯେ, ସେ ଜ୍ୟୋତିଃରେ ଅଛି, ସେ ଏପର୍ଯ୍ୟନ୍ତ ସୁଦ୍ଧା ଅନ୍ଧକାରରେ ଅଛି।
1 John 3:10 in Oriya 10 ଏଥିରେ କିଏ ଇଶ୍ବରଙ୍କ ସନ୍ତାନ ଓ କିଏ ଶୟତାନର ସନ୍ତାନ, ଏହା ପ୍ରକାଶିତ ହୁଏ; ଯେ କେହି ଧର୍ମାଚରଣ କରେ ନାହିଁ, କିଅବା ଆପଣା ଭାଇକୁ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କଠାରୁ ଜାତ ନୁହେଁ।
1 John 3:14 in Oriya 14 ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛୁ, ଯେଣୁ ଆମ୍ଭେମାନେ ଭାଇମାନଙ୍କୁ ପ୍ରେମ କରୁଅଛୁ। ଯେ ପ୍ରେମ କରେ ନାହିଁ, ସେ ମୃତ୍ୟୁର ଅଧିନରେ ଥାଏ।
1 John 4:20 in Oriya 20 ଈଶ୍ୱରଙ୍କୁ ପ୍ରେମ କରୁଅଛି ବୋଲି କହି ଯଦି କେହି ଆପଣା ଭାଇକୁ ଘୃଣା କରେ, ତାହାହେଲେ ସେ ମିଥ୍ୟାବାଦୀ, ଯେଣୁ ଯେଉଁ ଭାଇକୁ ଦେଖିଅଛି, ଯଦି ତାହାକୁ କେହି ପ୍ରେମ ନ କରେ, ତାହାହେଲେ ଯେଉଁ ଈଶ୍ୱରଙ୍କୁ ସେ ଦେଖି ନାହିଁ, ତାହାଙ୍କୁ ପ୍ରେମ କରି ପାରେ ନାହିଁ।
1 John 5:16 in Oriya 16 କେହି ଯେବେ ଭାଇକୁ ପାପ କରୁଥିବା ଦେଖେ, ଆଉ ସେହି ପାପ ମୃତ୍ୟୁଜନକ ହୋଇ ନ ଥାଏ, ତେବେ ସେ ପ୍ରାର୍ଥନା କରୁ, ଆଉ ଈଶ୍ୱର ଯେଉଁପରି ମୃତ୍ୟୁଜନକ ପାପ ନ କରିଥିବା ଲୋକମାନଙ୍କୁ ଜୀବନ ଦାନ କରନ୍ତି, ସେହିପରି ତାହାକୁ ମଧ୍ୟ ଜୀବନ ଦାନ କରିବେ। ମୃତ୍ୟୁଜନକ ପାପ ଅଛି; ସେଥିପାଇଁ ସେ ପ୍ରାର୍ଥନା କରୁ ବୋଲି ମୁଁ କହୁ ନାହିଁ।
Jude 1:9 in Oriya 9 କିନ୍ତୁ ପ୍ରଧାନ ଦୂତ ମୀଖାୟେଲ ମୋଶାଙ୍କ ଶବ ବିଷୟରେ ଶୟତାନ ସହିତ ବାଦାନୁବାଦ କରିବା ସମୟରେ ନିନ୍ଦା କରି ତାହାର ବିଚାର କରିବାକୁ ସାହସୀ ନ ହୋଇ, କେବଳ ଏତିକି କହିଲେ, ପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ।
Revelation 20:14 in Oriya 14 ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା। ଏହି ମୃତ୍ୟୁ, ଅର୍ଥାତ୍ ଅଗ୍ନିମୟ ହ୍ରଦ, ଦ୍ୱିତୀୟ ମୃତ୍ୟୁ।