Leviticus 27:28 in Oriya 28 ଆଉ କୌଣସି ମନୁଷ୍ୟ ଆପଣା ସର୍ବସ୍ୱରୁ, ଅର୍ଥାତ୍, ମନୁଷ୍ୟ କି ପଶୁ କି ଅଧିକୃତ କ୍ଷେତ୍ରରୁ ଯାହା କିଛି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରେ, ଏପରି କୌଣସି ଉତ୍ସର୍ଗିତ ବସ୍ତୁ ବିକ୍ରୀତ ବା ମୁକ୍ତ ହେବ ନାହିଁ; ପ୍ରତ୍ୟେକ ଉତ୍ସର୍ଗିତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ।
Other Translations King James Version (KJV) Notwithstanding no devoted thing, that a man shall devote unto the LORD of all that he hath, both of man and beast, and of the field of his possession, shall be sold or redeemed: every devoted thing is most holy unto the LORD.
American Standard Version (ASV) Notwithstanding, no devoted thing, that a man shall devote unto Jehovah of all that he hath, whether of man or beast, or of the field of his possession, shall be sold or redeemed: every devoted thing is most holy unto Jehovah.
Bible in Basic English (BBE) But nothing which a man has given completely to the Lord, out of all his property, of man or beast, or of the land which is his heritage, may be given away or got back in exchange for money; anything completely given is most holy to the Lord.
Darby English Bible (DBY) Notwithstanding, no devoted thing that a man hath devoted to Jehovah of all that he hath, of man or beast, or of the field of his possession, shall be sold or redeemed: every devoted thing is most holy to Jehovah.
Webster's Bible (WBT) Notwithstanding, no devoted thing that a man shall devote to the LORD of all that he hath, both of man and beast, and of the field of his possession, shall be sold or redeemed: every devoted thing is most holy to the LORD.
World English Bible (WEB) "'Notwithstanding, no devoted thing, that a man shall devote to Yahweh of all that he has, whether of man or animal, or of the field of his possession, shall be sold or redeemed: every devoted thing is most holy to Yahweh.
Young's Literal Translation (YLT) `Only, no devoted thing which a man devoteth to Jehovah, of all that he hath, of man, and beast, and of the field of his possession, is sold or redeemed; every devoted thing is most holy to Jehovah.
Cross Reference Exodus 22:20 in Oriya 20 ଯେଉଁ ଲୋକ କେବଳ ସଦାପ୍ରଭୁଙ୍କ ବିନା କୌଣସି ଦେବତା ନିକଟରେ ବଳିଦାନ କରେ, ସେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହେବ।
Leviticus 27:21 in Oriya 21 ମାତ୍ର ସେହି କ୍ଷେତ୍ର ଯୁବ୍ଲୀ ସମୟରେ ମୁକ୍ତ ହେଲେ, ତାହା ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗିତ କ୍ଷେତ୍ର ତୁଲ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ତହିଁରେ ସେହି କ୍ଷେତ୍ର ଯାଜକର ଅଧିକାର ହେବ।
Numbers 18:14 in Oriya 14 ଇସ୍ରାଏଲ ମଧ୍ୟରେ ସମସ୍ତ ଉତ୍ସର୍ଗୀକୃତ ବସ୍ତୁ ସବୁ ତୁମ୍ଭର ହେବ।
Numbers 21:2 in Oriya 2 ତହିଁରେ ଇସ୍ରାଏଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରି କହିଲେ, “ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଆମ୍ଭ ହସ୍ତରେ ସମର୍ପଣ କରିବ, ଯଦି ଆମ୍ଭେ ସେମାନଙ୍କ ନଗରସବୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା।”
Deuteronomy 7:1 in Oriya 1 ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରବେଶ କରାଇବେ ଓ ତୁମ୍ଭ ସାକ୍ଷାତରୁ ନାନା ଗୋଷ୍ଠୀୟ ଲୋକମାନଙ୍କୁ, ହିତ୍ତୀୟ, ଗିର୍ଗାଶୀୟ, ଇମୋରୀୟ, କିଣାନୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ, ତୁମ୍ଭଠାରୁ ମହାନ୍ ଓ ବଳବାନ୍ ଏହି ସାତ ଗୋଷ୍ଠୀଙ୍କୁ ଦୂର କରିବେ;
Deuteronomy 13:15 in Oriya 15 ତେବେ ତୁମ୍ଭେ ନିଶ୍ଚୟ ସେହି ନଗର ନିବାସୀମାନଙ୍କୁ ଖଡ଼୍ଗଧାରରେ ଆଘାତ କରିବ, ପୁଣି ନଗର, ତହିଁ ମଧ୍ୟସ୍ଥିତ ସମୁଦାୟ ଓ ତହିଁର ପଶୁମାନଙ୍କୁ ଖଡ଼୍ଗଧାରରେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କରିବ;
Deuteronomy 20:16 in Oriya 16 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ଲୋକମାନଙ୍କର ଯେଉଁ ଯେଉଁ ନଗର ତୁମ୍ଭର ଅଧିକାର ପାଇଁ ଦିଅନ୍ତି, ତୁମ୍ଭେ ତହିଁ ମଧ୍ୟରେ ନିଃଶ୍ୱାସଧାରୀ କାହାରିକୁ ଜୀବିତ ରଖିବ ନାହିଁ।
Deuteronomy 25:19 in Oriya 19 ଏହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଚତୁର୍ଦ୍ଦିଗସ୍ଥ ତୁମ୍ଭ ଶତ୍ରୁମାନଙ୍କଠାରୁ ତୁମ୍ଭକୁ ବିଶ୍ରାମ ଦେଲେ, ତୁମ୍ଭେ ଆକାଶ-ତଳରୁ ଅମାଲେକର ସ୍ମରଣ ଚିହ୍ନ ଲୋପ କରିବ; ତୁମ୍ଭେ ପାସୋରିବ ନାହିଁ।
Joshua 6:17 in Oriya 17 ମାତ୍ର ନଗର ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବର୍ଜିତ ହେବ; କେବଳ ରାହାବ ବେଶ୍ୟା, ସେ ଓ ଗୃହରେ ତାହା ସଙ୍ଗେ ଥିବା ସମସ୍ତ ଲୋକ ଜୀବିତ ରହିବେ, କାରଣ ସେ ଆମ୍ଭମାନଙ୍କ ପ୍ରେରିତ ଗୁପ୍ତଚରଙ୍କୁ ଲୁଚାଇ ରଖିଥିଲା।
Joshua 6:26 in Oriya 26 ସେସମୟରେ ଯିହୋଶୂୟ ସେମାନଙ୍କୁ ଶପଥ କରାଇ କହିଲେ, ଯେକେହି ଉଠି ପୁନର୍ବାର ଏହି ଯିରୀହୋ ନଗର ନିର୍ମାଣ କରେ, ସେ ସଦାପ୍ରଭୁଙ୍କ ସାକ୍ଷାତରେ ଶାପଗ୍ରସ୍ତ ହେଉ; ସେ ଆପଣା ଜ୍ୟେଷ୍ଠପୁତ୍ରର ମୃତ୍ୟୁୁ ସହିତ ତହିଁର ଭିତ୍ତିମୂଳ ସ୍ଥାପନ କରିବ ଓ ଆପଣା କନିଷ୍ଠ ପୁତ୍ରର ମୃତ୍ୟୁୁ ସହିତ ତହିଁର ଦ୍ୱାରମାନ ସ୍ଥାପନ କରିବ।
Joshua 7:1 in Oriya 1 ମାତ୍ର ଇସ୍ରାଏଲ-ସନ୍ତାନଗଣ ବର୍ଜିତ ବସ୍ତୁ ବିଷୟରେ ସତ୍ୟଲଙ୍ଘନ କଲେ; କାରଣ ଯିହୁଦା ବଂଶୀୟ ସେରହର ପ୍ରପୌତ୍ର, ସଦ୍ଦିର ପୌତ୍ର, କର୍ମିର ପୁତ୍ର ଆଖନ୍ ବର୍ଜିତ ବସ୍ତୁରୁ କିଛି ହରଣ କଲା; ତହିଁରେ ଇସ୍ରାଏଲ ସନ୍ତାନଗଣ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା।
Joshua 7:11 in Oriya 11 ଇସ୍ରାଏଲ ପାପ କରିଅଛନ୍ତି; ମଧ୍ୟ ଆମ୍ଭେ ସେମାନଙ୍କୁ ଯେଉଁ ନିୟମ ଆଜ୍ଞା କରିଥିଲୁ, ତାହା ସେମାନେ ଲଙ୍ଘନ କରିଅଛନ୍ତି; ମଧ୍ୟ ସେମାନେ ବର୍ଜିତ ବସ୍ତୁରୁ କିଛି ନେଇ ଅଛନ୍ତି, ମଧ୍ୟ ଚୋରି କରିଅଛନ୍ତି, ମଧ୍ୟ ପ୍ରବଞ୍ଚନା କରିଅଛନ୍ତି, ଆଉ ମଧ୍ୟ ଆପଣାମାନଙ୍କ ସାମଗ୍ରୀ ମଧ୍ୟରେ ତାହା ରଖିଅଛନ୍ତି।
Joshua 7:25 in Oriya 25 ପୁଣି ଯିହୋଶୂୟ କହିଲେ, ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦୁଃଖ ଦେଲ? ସଦାପ୍ରଭୁ ଆଜି ତୁମ୍ଭକୁ ଦୁଃଖ ଦେବେ। ଏଥିରେ ସମଗ୍ର ଇସ୍ରାଏଲ ତାହାକୁ ପ୍ରସ୍ତରାଘାତ କରି ବଧ କଲେ; ପୁଣି ସେମାନେ ସେସବୁ ଅଗ୍ନିରେ ଦଗ୍ଧ କରି ପ୍ରସ୍ତରରେ ପୋତି ପକାଇଲେ।
Judges 11:30 in Oriya 30 ସେ ସମୟରେ ଯିପ୍ତହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ ମନାସି କହିଲେ, ଯେବେ ତୁମ୍ଭେ ଅମ୍ମୋନ ସନ୍ତାନମାନଙ୍କୁ ନିଃସନ୍ଦେହ ମୋହର ହସ୍ତରେ ସମର୍ପଣ କରିବ,
Judges 21:5 in Oriya 5 ପୁଣି ଇସ୍ରାଏଲ ସନ୍ତାନମାନେ କହିଲେ, ସମାଜ ସହିତ ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିଲା, ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରେ ଏପରି କିଏ ଅଛି ? କାରଣ ମିସ୍ପୀକୁ ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିବ, ସେ ଅବଶ୍ୟ ହତ ହେବ, ଏହା କହି ସେମାନେ ମହା ଶପଥ କରିଥିଲେ।
Judges 21:11 in Oriya 11 ଆହୁରି ତୁମ୍ଭେମାନେ ଏହା କରିବ; ତୁମ୍ଭେମାନେ ପ୍ରତ୍ୟେକ ପୁରୁଷକୁ ଓ ପୁରୁଷ-ସହବାସିନୀ ପ୍ରତ୍ୟେକ ସ୍ତ୍ରୀକୁ ବର୍ଜିତ ରୂପେ ବିନାଶ କରିବ।
Judges 21:18 in Oriya 18 ତଥାପି ଆମ୍ଭେମାନେ ସେମାନଙ୍କ ସହିତ ଆପଣାମାନଙ୍କ କନ୍ୟାର ବିବାହ ଦେଇ ନ ପାରୁ, କାରଣ ଯେ କେହି ବିନ୍ୟାମୀନକୁ କନ୍ୟା ଦେବ, ସେ ଶାପଗ୍ରସ୍ତ ହେଉ ବୋଲି କହି ଇସ୍ରାଏଲ ସନ୍ତାନଗଣ ଶପଥ କରିଅଛନ୍ତି।
1 Samuel 14:24 in Oriya 24 ପୁଣି, ସେହିଦିନ ଇସ୍ରାଏଲ ଲୋକମାନେ ବଡ଼ କଷ୍ଟ ଭୋଗିଲେ; ତଥାପି ଶାଉଲ ଲୋକମାନଙ୍କୁ ଏହି ଶପଥ କରାଇଲେ, ସନ୍ଧ୍ୟା ପର୍ଯ୍ୟନ୍ତ, ଅର୍ଥାତ୍, ମୁଁ ଆପଣା ଶତ୍ରୁଗଣଠାରୁ ପରିଶୋଧ ନେବା ପର୍ଯ୍ୟନ୍ତ ଯେଉଁ ଲୋକ କିଛି ଖାଦ୍ୟ ଭୋଜନ କରେ, ସେ ଶାପଗ୍ରସ୍ତ ହେଉ। ଏହେତୁ ଲୋକମାନଙ୍କର କେହି ଖାଦ୍ୟଦ୍ରବ୍ୟ ଆସ୍ୱାଦନ କଲା ନାହିଁ।
1 Samuel 14:38 in Oriya 38 ତହିଁରେ ଶାଉଲ କହିଲେ, ହେ ଲୋକମାନଙ୍କ ପ୍ରଧାନ ସମସ୍ତେ, ତୁମ୍ଭେମାନେ ଏହି ସ୍ଥାନରେ ଉପସ୍ଥିତ ହୁଅ; ଆଜିର ଏହି ପାପ କିପରି ହେଲା, ଏହା ବିବେଚନା କରି ଦେଖ।
1 Samuel 15:3 in Oriya 3 ଏବେ ତୁମ୍ଭେ ଯାଇ ଅମାଲେକକୁ ଆଘାତ କର ଓ ସେମାନଙ୍କର ସର୍ବସ୍ୱ ସମ୍ପୂର୍ଣ୍ଣ ରୂପେ ବିନାଶ କର ଓ ସେମାନଙ୍କୁ ଦୟା କର ନାହିଁ; ମାତ୍ର ପୁରୁଷଠାରୁ ସ୍ତ୍ରୀ ପର୍ଯ୍ୟନ୍ତ, ବାଳକଠାରୁ ସ୍ତନ୍ୟପାୟୀ ଶିଶୁ ପର୍ଯ୍ୟନ୍ତ, ଗୋରୁଠାରୁ ମେଷ ପର୍ଯ୍ୟନ୍ତ, ଓଟଠାରୁ ଗଧ ପର୍ଯ୍ୟନ୍ତ ସମସ୍ତଙ୍କୁ ବଧ କର।
1 Samuel 15:18 in Oriya 18 ଆଉ ସଦାପ୍ରଭୁ ତୁମ୍ଭକୁ ଯୁଦ୍ଧ ଯାତ୍ରାରେ ପଠାଇ କହିଲେ, ଯାଅ, ସେହି ଅମାଲେକୀୟ ପାପୀମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କର, ଆଉ ସେମାନେ ନିଃଶେଷରେ ଉଚ୍ଛିନ୍ନ ହେବା ପର୍ଯ୍ୟନ୍ତ ସେମାନଙ୍କ ସଙ୍ଗେ ଯୁଦ୍ଧ କର।
1 Samuel 15:32 in Oriya 32 ଏଥିଉତ୍ତାରେ ଶାମୁୟେଲ କହିଲେ, ତୁମ୍ଭେମାନେ ଅମାଲେକୀୟମାନଙ୍କ ରାଜା ଅଗାଗକୁ ଏଠାରେ ଆମ୍ଭ ନିକଟକୁ ଆଣ। ତହିଁରେ ଅଗାଗ ଖୁସି ହୋଇ ତାଙ୍କ ନିକଟକୁ ଆସିଲା; କାରଣ ଅଗାଗ କହିଲା, ଅବଶ୍ୟ ମୃତ୍ୟୁୁର ତିକ୍ତତା ଗଲା।
Matthew 25:41 in Oriya 41 ତାହା ପରେ ସେ ବାମ ପାର୍ଶ୍ୱସ୍ଥ ଲୋକଙ୍କୁ ମଧ୍ୟ କହିବେ, ରେ ଶାପଗ୍ରସ୍ତମାନେ, ମୋ ସମ୍ମୁଖରୁ ଦୂର ହୋଇ ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନି ମଧ୍ୟକୁ ଚାଲିଯାଅ କର,
Acts 23:12 in Oriya 12 ଦିନ ହୁଅନ୍ତେ ଯିହୂଦୀମାନେ ଦଳବଦ୍ଧ ହୋଇ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ, ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି, ଶପଥରେ ନିଜ ନିଜକୁ ଆବଦ୍ଧ କଲେ।
Romans 9:3 in Oriya 3 କାରଣ ଯେଉଁମାନେ ଶାରୀରିକ ଭାବେ ମୋହର ଆତ୍ମୀୟ, ଏପରି ମୋହର ଭାଇମାନଙ୍କ ନିମନ୍ତେ ମୁଁ ନିଜେ ଖ୍ରୀଷ୍ଟଙ୍କଠାରୁ ପୃଥକ୍ ରହି ଶାପଗ୍ରସ୍ତ ହେବା ପାଇଁ ଇଚ୍ଛା କରି ପାରନ୍ତି।
1 Corinthians 16:22 in Oriya 22 ଯଦି କେହି ପ୍ରଭୁଙ୍କୁ ପ୍ରେମ ନ କରେ, ତେବେ ସେ ଶାପଗ୍ରସ୍ତ ହେଉ।
Galatians 3:10 in Oriya 10 କାରଣ ଯେତେ ଲୋକ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ କରନ୍ତି, ସେମାନେ ଶାପଗ୍ରସ୍ତ, ଯେଣୁ ଲେଖା ଅଛି, “ଯେ କେହି ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଲିଖିତ ସମସ୍ତ କଥା ପାଳନ କରିବା ପାଇଁ ସେଥିରେ ନିତ୍ୟ ପ୍ରବୃତ୍ତ ନ ହୁଏ, ସେ ଶ୍ରାପଗ୍ରସ୍ତ।”
Galatians 3:13 in Oriya 13 ଯୀଶୁଖ୍ରୀଷ୍ଟଙ୍କ ହେତୁ ଅବ୍ରାହାମଙ୍କର ଆଶୀର୍ବାଦ ଯେପରି ଅଣଯିହୂଦୀମାନଙ୍କ ପ୍ରତିବର୍ତ୍ତେ, ପୁଣି, ଆମ୍ଭେମାନେ ଯେପରି ବିଶ୍ୱାସ ହେତୁ ପ୍ରତିଜ୍ଞାତ ଆତ୍ମା ପ୍ରାପ୍ତ ହେଉ,