Leviticus 26:30 in Oriya 30 ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚ ସ୍ଥଳସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ଯ୍ୟ ପ୍ରତିମାସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣର ଦେହ ଉପରେ ତୁମ୍ଭମାନଙ୍କ ମୃତ ଦେହ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ।
Other Translations King James Version (KJV) And I will destroy your high places, and cut down your images, and cast your carcasses upon the carcasses of your idols, and my soul shall abhor you.
American Standard Version (ASV) And I will destroy your high places, and cut down your sun-images, and cast your dead bodies upon the bodies of your idols; and my soul shall abhor you.
Bible in Basic English (BBE) And I will send destruction on your high places, overturning your perfume altars, and will put your dead bodies on your broken images, and my soul will be turned from you in disgust.
Darby English Bible (DBY) And I will lay waste your high places, and cut down your sun-pillars, and cast your carcases upon the carcases of your idols; and my soul shall abhor you.
Webster's Bible (WBT) And I will destroy your high places, and cut down your images, and cast your carcasses upon the carcasses of your idols, and my soul shall abhor you.
World English Bible (WEB) I will destroy your high places, and cut down your incense altars, and cast your dead bodies upon the bodies of your idols; and my soul will abhor you.
Young's Literal Translation (YLT) And I have destroyed your high places, and cut down your images, and have put your carcases on the carcases of your idols, and My soul hath loathed you;
Cross Reference Leviticus 20:23 in Oriya 23 ପୁଣି, ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ଯେଉଁ ଦେଶୀୟ ଲୋକମାନଙ୍କୁ ଦୂର କରୁଅଛୁ, ସେମାନଙ୍କ ଆଚରଣ ଅନୁସାରେ ତୁମ୍ଭେମାନେ ଚ଼ାଲିବ ନାହିଁ; କାରଣ ସେମାନେ ସେହିସବୁ ଦୁଷ୍କର୍ମ କଲେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ଘୃଣା କଲୁ।
Leviticus 26:11 in Oriya 11 ଆଉ ଆମ୍ଭେ ଆପଣା ଆବାସ ତୁମ୍ଭମାନଙ୍କ ମଧ୍ୟରେ ସ୍ଥାପନ କରିବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ ନାହିଁ।
Leviticus 26:15 in Oriya 15 ପୁଣି, ଯଦି ତୁମ୍ଭେମାନେ ଆମ୍ଭ ବିଧି ଅବଜ୍ଞା କରିବ ଓ ତୁମ୍ଭମାନଙ୍କ ପ୍ରାଣ ଆମ୍ଭର ସକଳ ଶାସନ ଘୃଣା କରିବାରୁ ତୁମ୍ଭେମାନେ ଆମ୍ଭର ଆଜ୍ଞାସକଳ ପାଳନ ନ କରିବ, ମାତ୍ର ଆମ୍ଭର ନିୟମ ଲଙ୍ଘନ କରିବ,
1 Kings 13:2 in Oriya 2 ପୁଣି, ସେ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯଜ୍ଞବେଦି ବିରୁଦ୍ଧରେ ଉଚ୍ଚ ସ୍ୱର କରି କହିଲା, “ହେ ଯଜ୍ଞବେଦି, ଯଜ୍ଞବେଦି, ସଦାପ୍ରଭୁ ଏହିପରି କହନ୍ତି; ଦେଖ, ଦାଉଦ-ବଂଶରେ ଯୋଶୀୟ ନାମରେ ଏକ ସନ୍ତାନ ଜନ୍ମିବ; ପୁଣି, ଉଚ୍ଚସ୍ଥଳୀର ଯେଉଁ ଯାଜକମାନେ ତୁମ୍ଭ ଉପରେ ଧୂପ ଜ୍ୱଳାଉଅଛନ୍ତି, ସେମାନଙ୍କୁ ତୁମ୍ଭ ଉପରେ ସେ ବଳିଦାନ କରିବ ଓ ଲୋକମାନେ ମନୁଷ୍ୟର ଅସ୍ଥି ତୁମ୍ଭ ଉପରେ ଦଗ୍ଧ କରିବେ।”
2 Kings 23:8 in Oriya 8 ପୁଣି ଯୋଶୀୟ ଯିହୁଦାର ନାନା ନଗରରୁ ସମସ୍ତ ଯାଜକଙ୍କୁ ଆଣିଲେ ଓ ଗେବା ଠାରୁ ବେର୍ଶେବା ପର୍ଯ୍ୟନ୍ତ ଯେ ଯେ ସ୍ଥାନରେ ଯାଜକମାନେ ଧୂପ ଜ୍ୱଳାଇଥିଲେ, ସେସବୁ ଉଚ୍ଚସ୍ଥଳୀ ଅଶୁଚି କଲେ। ପୁଣି ସେ ନଗର ଦ୍ୱାରରେ ପ୍ରବେଶକାରୀ ମନୁଷ୍ୟର ବାମ ଦିଗସ୍ଥିତ, ନଗରାଧ୍ୟକ୍ଷ ଯିହୋଶୂୟର ଦ୍ୱାର ପ୍ରବେଶ ସ୍ଥାନ ନିକଟବର୍ତ୍ତୀ ନଗର ଦ୍ୱାରର ଉଚ୍ଚସ୍ଥଳୀସକଳ ଭାଙ୍ଗି ପକାଇଲେ।
2 Kings 23:16 in Oriya 16 ଏଥିଉତ୍ତାରେ ଯୋଶୀୟ ମୁଖ ଫେରାଇବା ବେଳେ ସେଠାର ପର୍ବତସ୍ଥିତ କବରମାନ ଦେଖିଲେ। ତହୁଁ ସେ ଲୋକ ପଠାଇ ସେହି କବରରୁ ଅସ୍ଥି ଅଣାଇଲେ, ଆଉ ପରମେଶ୍ୱରଙ୍କର ଯେଉଁ ଲୋକ ପୂର୍ବେ ଏହିସବୁ ବିଷୟ ପ୍ରଚାର କରିଥିଲେ, ତାଙ୍କ ପ୍ରଚାରିତ ସଦାପ୍ରଭୁଙ୍କ ସେହି ବାକ୍ୟାନୁସାରେ ସେହି ଯଜ୍ଞବେଦି ଉପରେ ସେହି ଅସ୍ଥିସବୁ ଦଗ୍ଧ କରି ତାହା ଅଶୁଚି କଲେ।
2 Kings 23:20 in Oriya 20 ପୁଣି ସେ ଉଚ୍ଚସ୍ଥଳୀର ଯାଜକ ସମସ୍ତଙ୍କୁ ଯଜ୍ଞବେଦିରେ ବଧ କରି, ତହିଁ ଉପରେ ମନୁଷ୍ୟମାନଙ୍କ ଅସ୍ଥି ଦଗ୍ଧ କଲେ; ଏଥିଉତ୍ତାରେ ସେ ଯିରୂଶାଲମକୁ ଫେରିଗଲେ।
2 Chronicles 14:3 in Oriya 3 କାରଣ ସେ ଅନ୍ୟ (ଦେବଗଣର) ଯଜ୍ଞବେଦି ଓ ଉଚ୍ଚସ୍ଥଳୀସକଳ ଦୂର କଲେ ଓ ସ୍ତମ୍ଭସକଳ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତିସକଳ ଛେଦନ କଲେ;
2 Chronicles 23:17 in Oriya 17 ଏଉତ୍ତାରେ ସମଗ୍ର ଲୋକ ବାଲ୍-ମନ୍ଦିରକୁ ଯାଇ ତାହା ଭାଙ୍ଗି ପକାଇଲେ, ସେମାନେ ତାହାର ଯଜ୍ଞବେଦି ଓ ପ୍ରତିମାସବୁ ଚୂର୍ଣ୍ଣ କଲେ ଓ ଯଜ୍ଞବେଦି ସମ୍ମୁଖରେ ବାଲ୍ର ଯାଜକ ମତ୍ତନକୁ ବଧ କଲେ।
2 Chronicles 31:1 in Oriya 1 ଏହିସବୁ ସମାପ୍ତ ହେଲା ଉତ୍ତାରେ ଉପସ୍ଥିତ ସମଗ୍ର ଇସ୍ରାଏଲ ଯିହୁଦାର ନଗରମାନଙ୍କୁ ଯାଇ ସ୍ତମ୍ଭସବୁ ଭାଙ୍ଗି ପକାଇଲେ ଓ ଆଶେରାମୂର୍ତ୍ତିମାନ କାଟି ପକାଇଲେ, ପୁଣି ନିଃଶେଷରେ ବିନାଶ ନ କରିବା ପର୍ଯ୍ୟନ୍ତ ସମସ୍ତ ଯିହୁଦା ଓ ବିନ୍ୟାମୀନ ମଧ୍ୟରୁ, ଆହୁରି ଇଫ୍ରୟିମ୍ ଓ ମନଃଶିରେ ସ୍ଥିତ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ। ତହୁଁ ଇସ୍ରାଏଲ-ସନ୍ତାନଗଣର ପ୍ରତ୍ୟେକ ଲୋକ ଆପଣା ଆପଣା ଅଧିକାର ଓ ନଗରକୁ ଫେରି ଗଲେ।
2 Chronicles 34:3 in Oriya 3 ତାଙ୍କର ଅଧିକାରର ଅଷ୍ଟମ ବର୍ଷରେ ସେ ଅଳ୍ପ ବୟସ୍କ ଥାଉ ଥାଉ ଆପଣା ପୂର୍ବପୁରୁଷ ଦାଉଦଙ୍କର ପରମେଶ୍ୱରଙ୍କୁ ଅନ୍ୱେଷଣ କରିବାକୁ ଆରମ୍ଭ କଲେ ଓ ସେ ଦ୍ୱାଦଶ ବର୍ଷରେ ଉଚ୍ଚସ୍ଥଳୀ ଓ ଆଶେରା ମୂର୍ତ୍ତି ଓ ଖୋଦିତ-ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମାରୁ ଯିହୁଦା ଓ ଯିରୂଶାଲମକୁ ଶୁଚି କରିବାକୁ ଲାଗିଲେ।
Psalm 78:58 in Oriya 58 କାରଣ ସେମାନେ ଆପଣାମାନଙ୍କ ଉଚ୍ଚସ୍ଥଳୀ ଦ୍ୱାରା ତାହାଙ୍କୁ ବିରକ୍ତ କଲେ। ଓ ଆପଣାମାନଙ୍କ ଖୋଦିତ ପ୍ରତିମା ଦ୍ୱାରା ତାହାଙ୍କର ଅନ୍ତର୍ଜ୍ୱାଳା ଜନ୍ମାଇଲେ।
Psalm 89:38 in Oriya 38 ମାତ୍ର ତୁମ୍ଭେ ଦୂର କରି ଅଗ୍ରାହ୍ୟ କରିଅଛ, ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କ୍ରୁଦ୍ଧ ହୋଇଅଛ।
Isaiah 27:9 in Oriya 9 ଏହେତୁ ଏହା ଦ୍ୱାରା ଯାକୁବର ଅପରାଧ ମାର୍ଜିତ ହେବ ଓ ତାହାର ପାପ ଦୂରୀକୃତ ହେବାର ସମସ୍ତ ଫଳ ଏହି; ସେ ଯଜ୍ଞବେଦିର ପ୍ରସ୍ତର ସବୁକୁ ଚୂନର ଭଗ୍ନ ପ୍ରସ୍ତର ତୁଲ୍ୟ କଲେ, ଆଶେରା ମୂର୍ତ୍ତି ଓ ସୂର୍ଯ୍ୟ ପ୍ରତିମାସବୁ ଆଉ ଉଠିବେ ନାହିଁ।
Jeremiah 8:1 in Oriya 1 ସଦାପ୍ରଭୁ କହନ୍ତି, “ସେହି ସମୟରେ ଲୋକମାନେ ଯିହୁଦାର ରାଜାଗଣର ଅସ୍ଥି ଓ ତାହାର ଅଧିପତିଗଣର ଅସ୍ଥି, ଯାଜକଗଣର ଅସ୍ଥି, ଭବିଷ୍ୟଦ୍ବକ୍ତାଗଣଙ୍କ ଅସ୍ଥି ଓ ଯିରୂଶାଲମ ନିବାସୀଗଣର ଅସ୍ଥି ସେମାନଙ୍କ କବରରୁ ବାହାର କରିବେ।
Jeremiah 14:19 in Oriya 19 ତୁମ୍ଭେ କି ଯିହୁଦାକୁ ନିତାନ୍ତ ଅଗ୍ରାହ୍ୟ କରିଅଛ ? ତୁମ୍ଭର ପ୍ରାଣ କି ସିୟୋନକୁ ଘୃଣା କରିଅଛି ? କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ପ୍ରହାର କଲ ଓ ଆମ୍ଭମାନଙ୍କ ପୀଡ଼ାର କୌଣସି ପ୍ରତିକାର ନାହିଁ ? ଆମ୍ଭେମାନେ ଶାନ୍ତିର ଅପେକ୍ଷା କଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ ଓ ଆମ୍ଭେମାନେ ସ୍ୱାସ୍ଥ୍ୟ ସମୟର ଅପେକ୍ଷା କଲୁ, ଆଉ ଦେଖ, ଆଶଙ୍କା ଉପସ୍ଥିତ !
Ezekiel 6:3 in Oriya 3 ଆଉ, କୁହ, ହେ ଇସ୍ରାଏଲର ପର୍ବତଗଣ ତୁମ୍ଭେମାନେ ପ୍ରଭୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ପ୍ରଭୁ, ସଦାପ୍ରଭୁ ପର୍ବତଗଣକୁ ଓ ଉପପର୍ବତଗଣକୁ, ଜଳପ୍ରଣାଳୀ ଓ ଉପତ୍ୟକା ସମୂହକୁ ଏହି କଥା କହନ୍ତି; ଦେଖ, ଆମ୍ଭେ, ଆମ୍ଭେ ହିଁ ତୁମ୍ଭମାନଙ୍କ ବିରୁଦ୍ଧରେ ଏକ ଖଡ଼୍ଗ ଆଣିବା ଓ ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚସ୍ଥଳୀସକଳ ବିନଷ୍ଟ କରିବା।
Ezekiel 6:13 in Oriya 13 ପୁଣି, ଯେତେବେଳେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ, ସକଳ ପର୍ବତ ଶୃଙ୍ଗରେ, ପ୍ରତ୍ୟେକ ହରିତ୍ବର୍ଣ୍ଣ ବୃକ୍ଷ ତଳେ ଓ ପ୍ରତ୍ୟେକ ନିବିଡ଼ ଅଲୋନ ବୃକ୍ଷ ତଳେ, ଯେଉଁ ଯେଉଁ ସ୍ଥାନରେ ସେମାନେ ଆପଣା ଆପଣାର ସକଳ ଦେବତା ଉଦ୍ଦେଶ୍ୟରେ ସୌରଭାର୍ଥକ ନୈବେଦ୍ୟ ଉତ୍ସର୍ଗ କଲେ, ସେହି ସକଳ ସ୍ଥାନରେ ସେମାନଙ୍କ ଯଜ୍ଞବେଦିର ଚତୁର୍ଦ୍ଦିଗରେ ଦେବତାଗଣର ମଧ୍ୟରେ ସେମାନଙ୍କ ହତ ଲୋକମାନେ ରହିବେ, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।