Leviticus 14:34 in Oriya 34 “ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କ ଅଧିକାର ନିମନ୍ତେ ଦେବା, ସେହି କିଣାନ ଦେଶରେ ତୁମ୍ଭେମାନେ ପ୍ରବେଶ କଲେ, ଯେବେ ଆମ୍ଭେ ତୁମ୍ଭମାନଙ୍କ ଅଧିକୃତ ଦେଶର କୌଣସି ଗୃହରେ କୁଷ୍ଠରୋଗର ଦାଗ ଉତ୍ପନ୍ନ କରୁ;
Other Translations King James Version (KJV) When ye be come into the land of Canaan, which I give to you for a possession, and I put the plague of leprosy in a house of the land of your possession;
American Standard Version (ASV) When ye are come into the land of Canaan, which I give to you for a possession, and I put the plague of leprosy in a house of the land of your possession;
Bible in Basic English (BBE) When you have come into the land of Canaan which I will give you for your heritage, if I put the leper's disease on a house in the land of your heritage,
Darby English Bible (DBY) When ye come into the land of Canaan, which I give to you for a possession, and I put a leprous plague in a house of the land of your possession,
Webster's Bible (WBT) When ye shall have come into the land of Canaan, which I give to you for a possession, and I put the plague of leprosy in a house of the land of your possession;
World English Bible (WEB) "When you have come into the land of Canaan, which I give to you for a possession, and I put a spreading mildew in a house in the land of your possession,
Young's Literal Translation (YLT) `When ye come in unto the land of Canaan, which I am giving to you for a possession, and I have put a plague of leprosy in a house `in' the land of your possession;
Cross Reference Genesis 12:7 in Oriya 7 ଏଥିଉତ୍ତାରେ ସଦାପ୍ରଭୁ ଅବ୍ରାମଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା; ଏଥିନିମନ୍ତେ ଅବ୍ରାମ ଆପଣା ନିକଟରେ ଦର୍ଶନଦାତା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହି ସ୍ଥାନରେ ଯଜ୍ଞବେଦି ନିର୍ମାଣ କଲେ।
Genesis 13:17 in Oriya 17 ଉଠ, ଏହି ଦେଶର ଦୀର୍ଘ ପ୍ରସ୍ଥରେ ଭ୍ରମଣ କର; ଯେଣୁ ଆମ୍ଭେ ତୁମ୍ଭକୁ ତାହା ଦେବା।
Genesis 17:8 in Oriya 8 ପୁଣି, ତୁମ୍ଭେ ଏବେ ଏହି ଯେଉଁ କିଣାନ ଦେଶରେ ପ୍ରବାସ କରୁଅଛ, ତହିଁର ସମୁଦାୟ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ଭବିଷ୍ୟତ ବଂଶକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଦେବା ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।”
Exodus 15:26 in Oriya 26 “ତୁମ୍ଭେ ଯଦି ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କର, ତାହାଙ୍କ ଦୃଷ୍ଟିରେ ଯାହା ଉଚିତ ତାହା କର, ତାହାଙ୍କ ଆଜ୍ଞାରେ କର୍ଣ୍ଣ ଦିଅ ଓ ତାହାଙ୍କ ବିଧି ସମସ୍ତ ପାଳନ କର, ତେବେ ଆମ୍ଭେ ମିସ୍ରୀୟ ଲୋକମାନଙ୍କୁ ଯେସବୁ ରୋଗ ଭୋଗ କରାଇଲୁ, ତାହାସବୁ ତୁମ୍ଭମାନଙ୍କୁ ଭୋଗ କରିବାକୁ ଦେବା ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।”
Leviticus 23:10 in Oriya 10 “ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବା, ସେହି ଦେଶରେ ପ୍ରବେଶ କରି ଯେତେବେଳେ ତୁମ୍ଭେମାନେ ଶସ୍ୟ କାଟିବ, ସେତେବେଳେ ତୁମ୍ଭମାନଙ୍କର ପ୍ରଥମ କଟା ଶସ୍ୟର ଏକ ବିଡ଼ା ଯାଜକ ନିକଟକୁ ଆଣିବ।
Leviticus 25:2 in Oriya 2 “ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବା, ତୁମ୍ଭେମାନେ ସେହି ଦେଶରେ ପ୍ରବେଶ କଲେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମି ବିଶ୍ରାମ ଭୋଗ କରିବ।
Numbers 32:22 in Oriya 22 ଓ ଦେଶ ସଦାପ୍ରଭୁଙ୍କ ଆଗରେ ବଶୀଭୂତ ନ ହୁଏ, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କର ପ୍ରତ୍ୟେକ ସସଜ୍ଜ ଲୋକ ଯଦି ସଦାପ୍ରଭୁଙ୍କ ସମ୍ମୁଖରେ ଯର୍ଦ୍ଦନ ପାର ହୁଅ; ତେବେ ତହିଁ ଉତ୍ତାରେ ତୁମ୍ଭେମାନେ ଫେରି ଆସିଲେ, ସଦାପ୍ରଭୁଙ୍କ ନିକଟରେ ଓ ଇସ୍ରାଏଲ ନିକଟରେ ନିର୍ଦ୍ଦୋଷ ହେବ; ଆଉ ସେହି ଦେଶ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ଅଧିକାର ହେବ।
Numbers 32:32 in Oriya 32 ଆମ୍ଭେମାନେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ କିଣାନ ଦେଶକୁ ଯିବୁ ମାତ୍ର ଯର୍ଦ୍ଦନର ପୂର୍ବ ଆଡ଼େ ଆମ୍ଭମାନଙ୍କ ଅଧିକାରରେ ଆମ୍ଭମାନଙ୍କ ସ୍ୱତ୍ୱ ରହିବ।”
Numbers 35:10 in Oriya 10 “ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ କିଣାନ ଦେଶରେ ଉପସ୍ଥିତ ହେଲେ,
Deuteronomy 7:1 in Oriya 1 ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରବେଶ କରାଇବେ ଓ ତୁମ୍ଭ ସାକ୍ଷାତରୁ ନାନା ଗୋଷ୍ଠୀୟ ଲୋକମାନଙ୍କୁ, ହିତ୍ତୀୟ, ଗିର୍ଗାଶୀୟ, ଇମୋରୀୟ, କିଣାନୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ, ତୁମ୍ଭଠାରୁ ମହାନ୍ ଓ ବଳବାନ୍ ଏହି ସାତ ଗୋଷ୍ଠୀଙ୍କୁ ଦୂର କରିବେ;
Deuteronomy 7:15 in Oriya 15 ପୁଣି ସଦାପ୍ରଭୁ ତୁମ୍ଭଠାରୁ ସମସ୍ତ ରୋଗ ଦୂର କରିବେ; ଆଉ ତୁମ୍ଭେ ଯେଉଁ ସବୁ ମିସ୍ରୀୟ ମନ୍ଦ-ବ୍ୟାଧି ଜାଣିଅଛ, ତାହା ସେ ତୁମ୍ଭ ଉପରେ ବର୍ତ୍ତାଇବେ ନାହିଁ, ମାତ୍ର ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସେହି ସମସ୍ତଙ୍କ ଉପରେ ତାହା ବର୍ତ୍ତାଇବେ।
Deuteronomy 12:1 in Oriya 1 ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଅଧିକାର ନିମନ୍ତେ ଦେଇଅଛନ୍ତି, ସେହି ଦେଶରେ ତୁମ୍ଭମାନଙ୍କର ଏହି ପୃଥିବୀରେ ଜୀବିତ ଥିବା ସମସ୍ତ ଦିନ ଯେଉଁ ସକଳ ବିଧି ଓ ଶାସନ ମାନ୍ୟ କରି ପାଳନ କରିବାକୁ ହେବ, ତାହା ଏହି।
Deuteronomy 12:8 in Oriya 8 ଯାହାର ଦୃଷ୍ଟିରେ ଯାହା ଭଲ, ଏପରି କାର୍ଯ୍ୟ ଆମ୍ଭେମାନେ ପ୍ରତ୍ୟେକେ ଆଜି ଏ ସ୍ଥାନରେ କରୁଅଛୁ, ସେହିପରି ତୁମ୍ଭେମାନେ କରିବ ନାହିଁ।
Deuteronomy 19:1 in Oriya 1 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁମାନଙ୍କର ଦେଶ ଦେବେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେହି ଦେଶୀୟ ଲୋକମାନଙ୍କୁ ଉଚ୍ଛିନ୍ନ କଲେ ଓ ତୁମ୍ଭେ ସେମାନଙ୍କୁ ଅଧିକାର କରି ସେମାନଙ୍କ ନଗରରେ ଓ ସେମାନଙ୍କ ଗୃହରେ ବାସ କଲେ,
Deuteronomy 26:1 in Oriya 1 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଦେଶ ଦେବେ, ତୁମ୍ଭେ ସେହି ଦେଶରେ ଉପସ୍ଥିତ ହୋଇ ତାହା ଅଧିକାର କରି ବାସ କଲେ;
Deuteronomy 27:3 in Oriya 3 ପୁଣି ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱର ତୁମ୍ଭ ନିକଟରେ ଯେଉଁ ପ୍ରତିଜ୍ଞା କରିଅଛନ୍ତି, ତଦନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦୁଗ୍ଧ ଓ ମଧୁପ୍ରବାହୀ ଦେଶ ଦେବେ, ତହିଁ ମଧ୍ୟରେ ତୁମ୍ଭେ ଯେପରି ପ୍ରବେଶ କରି ପାରିବ, ଏଥିପାଇଁ ପାର ହେବା ସମୟରେ ତୁମ୍ଭେ ସେହି ପ୍ରସ୍ତରଗୁଡ଼ିକ ଉପରେ ଏହି ବ୍ୟବସ୍ଥାର ସମସ୍ତ କଥା ଲେଖିବ।
Deuteronomy 32:49 in Oriya 49 “ତୁମ୍ଭେ ଏହି ଅବାରୀମ୍ ପର୍ବତ, ଅର୍ଥାତ୍, ଯିରୀହୋ ସମ୍ମୁଖସ୍ଥିତ ମୋୟାବ ଦେଶୀୟ ନବୋ ପର୍ବତ ଉପରକୁ ଯାଅ, ପୁଣି ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଅଧିକାରାର୍ଥେ ଯେଉଁ ଦେଶ ଦେଉଅଛୁ, ସେହି କିଣାନ ଦେଶ ଦେଖ।”
Joshua 13:1 in Oriya 1 ଏହି ସମୟରେ ଯିହୋଶୂୟ ବୃଦ୍ଧ ଓ ଗତ-ବୟସ୍କ ହୋଇଥିଲେ; ପୁଣି ସଦାପ୍ରଭୁ ତାଙ୍କୁ କହିଲେ, ତୁମ୍ଭେ ବୃଦ୍ଧ ଓ ଗତବୟସ୍କ ହେଲ; ମାତ୍ର ଏବେ ହେଁ ବହୁତ ଦେଶ ଅଧିକାର କରିବାକୁ ଅବଶିଷ୍ଟ ଅଛି।
1 Samuel 2:6 in Oriya 6 ସଦାପ୍ରଭୁ ମୃତ୍ୟୁୁ ଘଟାନ୍ତି ଓ ସଜୀବ କରନ୍ତି; ସେ ପାତାଳକୁ ଓହ୍ଲାଇ ଆଣନ୍ତି ଓ ଉପରକୁ ଉଠାଇ ନିଅନ୍ତି।
Proverbs 3:33 in Oriya 33 ପାପୀମାନଙ୍କ ଗୃହରେ ସଦାପ୍ରଭୁଙ୍କର ଅଭିଶାପ ଥାଏ, ମାତ୍ର ସେ ଧାର୍ମିକମାନଙ୍କ ନିବାସକୁ ଆଶୀର୍ବାଦ କରନ୍ତି।
Isaiah 45:7 in Oriya 7 ଆମ୍ଭେ ଦୀପ୍ତି ନିର୍ମାଣ କରୁ ଓ ଆମ୍ଭେ ଅନ୍ଧକାର ସୃଷ୍ଟି କରୁ; ଆମ୍ଭେ ଶାନ୍ତି ରଚନା କରୁ, ଅନିଷ୍ଟ ସୃଷ୍ଟି କରୁ; ଆମ୍ଭେ ସଦାପ୍ରଭୁ ଏହାସବୁ ସାଧନ କରୁ।
Amos 3:6 in Oriya 6 ନଗର ମଧ୍ୟରେ ତୂରୀ ବଜାଗଲେ ଲୋକମାନେ କି ଭୀତ ହେବେ ନାହିଁ ? ସଦାପ୍ରଭୁ ନ ଘଟାଇଲେ ନଗର ମଧ୍ୟରେ କି ଅମଙ୍ଗଳ ଘଟିବ ?
Amos 6:11 in Oriya 11 କାରଣ ଦେଖ, ସଦାପ୍ରଭୁ ଆଜ୍ଞା କରନ୍ତି ଓ ବଡ଼ ବଡ଼ ଗୃହ ଭଗ୍ନ ହେବ ଓ ସାନ ସାନ ଗୃହରେ ଫାଟ ହେବ।
Micah 6:9 in Oriya 9 ସଦାପ୍ରଭୁ ଏହି ନଗର ପ୍ରତି ଘୋଷଣା କରୁଅଛି ଓ ଜ୍ଞାନବାନ ମନୁଷ୍ୟ ତୁମ୍ଭର ନାମ ଦେଖିବ। ତୁମ୍ଭେମାନେ ଦଣ୍ଡ ଓ ତନ୍ନିରୂପଣକାରୀଙ୍କୁ ମାନ।