Cross Reference Genesis 8:20 in Oriya 20 ଏଥିଉତ୍ତାରେ ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ନିର୍ମାଣ କଲେ, ପୁଣି, ସର୍ବପ୍ରକାର ଶୁଚି ପଶୁ ଓ ଶୁଚି ପକ୍ଷୀଗଣ ମଧ୍ୟରୁ କେତେକ ନେଇ ବେଦି ଉପରେ ହୋମବଳି ଉତ୍ସର୍ଗ କଲେ।
Genesis 22:2 in Oriya 2 ସେତେବେଳେ ସେ କହିଲେ, “ତୁମ୍ଭେ ଏବେ ଆପଣା ପୁତ୍ରକୁ, ତୁମ୍ଭର ଅଦ୍ୱିତୀୟ ପୁତ୍ରକୁ, ଅର୍ଥାତ୍, ତୁମ୍ଭେ ଯାହାକୁ ସ୍ନେହ କର, ସେହି ଇସ୍ହାକକୁ ଘେନି ମୋରୀୟା ଦେଶକୁ ଯାଅ; ପୁଣି, ଆମ୍ଭେ ସେହି ଦେଶରେ ଯେଉଁ ପର୍ବତ କହିବା, ସେହି ପର୍ବତ ଉପରେ ତାହାକୁ ହୋମାର୍ଥେ ବଳିଦାନ କର।”
Genesis 22:8 in Oriya 8 ତହିଁରେ ଅବ୍ରହାମ କହିଲେ, “ପୁତ୍ର, ପରମେଶ୍ୱର ଆପେ ହୋମ ପାଇଁ ମେଣ୍ଢାଛୁଆ ଯୋଗାଇବେ।” ତହୁଁ ଦୁହେଁ ଏକତ୍ର ଚାଲିଗଲେ।
Genesis 22:13 in Oriya 13 ସେତେବେଳେ ଅବ୍ରହାମ ଅନାଇ ଆପଣା ପଛଆଡ଼ ବୁଦାର ଲତାରେ ବଦ୍ଧଶୃଙ୍ଗ ଗୋଟିଏ ମେଷ ଦେଖିଲେ; ତହିଁରେ ଅବ୍ରହାମ ଯାଇ ସେହି ମେଷକୁ ଆଣି ଆପଣା ପୁତ୍ର ବଦଳେ ତାକୁ ହୋମ ନିମନ୍ତେ ଉତ୍ସର୍ଗ କଲେ।
Exodus 12:5 in Oriya 5 ତୁମ୍ଭେମାନେ ମେଷପଲ ବା ଛାଗପଲ ମଧ୍ୟରୁ ଶାବକ ନେବ; ତାହା ନିର୍ଦ୍ଦୋଷ, ଏକ ବର୍ଷୀୟ ଓ ପୁଂଶାବକ ହେବ;
Exodus 24:5 in Oriya 5 ଆଉ, ସେ ଇସ୍ରାଏଲ-ସନ୍ତାନଗଣର ଯୁବାମାନଙ୍କୁ ପଠାନ୍ତେ, ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥେ ଓ ମଙ୍ଗଳାର୍ଥେ ବୃଷମାନଙ୍କୁ ବଳିଦାନ କଲେ।
Exodus 29:4 in Oriya 4 ଆଉ ହାରୋଣକୁ ଓ ତାହାର ପୁତ୍ରଗଣକୁ ସମାଗମ-ତମ୍ବୁ-ଦ୍ୱାର ନିକଟକୁ ଆଣି ଜଳରେ ସେମାନଙ୍କୁ ସ୍ନାନ କରାଇବ।
Exodus 29:18 in Oriya 18 ପୁଣି, ତୁମ୍ଭେ ସମ୍ପୂର୍ଣ୍ଣ ମେଷକୁ ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କର ହୋମବଳି ଓ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଅଟେ।
Exodus 29:42 in Oriya 42 ଏହା ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ନିତ୍ୟ (କର୍ତ୍ତବ୍ୟ) ହୋମ ହେବ; ସେହି ସ୍ଥାନରେ ଆମ୍ଭେ ତୁମ୍ଭ ସହିତ ଆଳାପ କରିବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବା।
Exodus 32:6 in Oriya 6 ଏଥିରେ ଲୋକମାନେ ପରଦିନ ପ୍ରଭାତରେ ଉଠି ହୋମବଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ନୈବେଦ୍ୟ ଆଣିଲେ; ତହୁଁ ଲୋକମାନେ ଭୋଜନ ଓ ପାନ କରିବାକୁ ବସିଲେ; ଏଉତ୍ତାରେ ଲୀଳା କରିବାକୁ ଉଠିଲେ।
Exodus 35:5 in Oriya 5 ତୁମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ଆପଣାମାନଙ୍କ ମଧ୍ୟରୁ ଉପହାର ସଂଗ୍ରହ କର; ଯେକେହି ସ୍ୱଚ୍ଛନ୍ଦମନା, ସେ ସଦାପ୍ରଭୁଙ୍କ ନିମନ୍ତେ ସ୍ୱର୍ଣ୍ଣ, ରୌପ୍ୟ ଓ ପିତ୍ତଳ,
Exodus 35:21 in Oriya 21 ପୁଣି, ଯାହାର ମନ ଯାହାକୁ ପ୍ରବର୍ତ୍ତାଇଲା ଓ ଯାହାର ଆତ୍ମା ଯାହାକୁ ଇଚ୍ଛୁକ କଲା, ସେମାନେ ସମାଗମ-ତମ୍ବୁ ନିର୍ମାଣ ନିମନ୍ତେ ଓ ତତ୍ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଓ ପବିତ୍ର ବସ୍ତ୍ର ନିମନ୍ତେ ସଦାପ୍ରଭୁଙ୍କର ଉପହାର ଆଣିଲେ।
Exodus 35:29 in Oriya 29 ଇସ୍ରାଏଲ-ସନ୍ତାନଗଣ ସ୍ୱେଚ୍ଛାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଆଣିଲେ; ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯାହା ଯାହା କରିବାକୁ ଆଜ୍ଞା ଦେଇଥିଲେ, ତହିଁର କୌଣସି ପ୍ରକାର କର୍ମ କରିବା ପାଇଁ ଯେଉଁ ଯେଉଁ ପୁରୁଷ ଓ ସ୍ତ୍ରୀମାନଙ୍କର ମନ ସେମାନଙ୍କୁ ଇଚ୍ଛୁକ କଲା, ସେମାନେ ପ୍ରତ୍ୟେକେ ଉପହାର ଆଣିଲେ।
Exodus 36:3 in Oriya 3 ତହିଁରେ ସେମାନେ ପବିତ୍ର ସ୍ଥାନର କାର୍ଯ୍ୟ ନିର୍ମାଣ କରିବା ନିମନ୍ତେ ଇସ୍ରାଏଲ-ସନ୍ତାନଗଣର ଆନୀତ ଉପହାର ସବୁ ମୋଶାଙ୍କଠାରୁ ଗ୍ରହଣ କଲେ; ତଥାପି ଲୋକମାନେ ପ୍ରତି ପ୍ରଭାତରେ ତାଙ୍କ ନିକଟକୁ ସ୍ୱେଚ୍ଛାରେ ଆହୁରି ଉପହାର ଆଣିଲେ।
Exodus 38:1 in Oriya 1 ଏଥିଉତ୍ତାରେ ସେ ଶିଟୀମ୍ କାଷ୍ଠରେ ପାଞ୍ଚ ହସ୍ତ ଦୀର୍ଘ ଓ ପାଞ୍ଚ ହସ୍ତ ପ୍ରସ୍ଥ ଓ ତିନି ହସ୍ତ ଉଚ୍ଚ ଏକ ଚତୁଷ୍କୋଣ ହୋମବେଦି ନିର୍ମାଣ କଲେ।
Leviticus 3:1 in Oriya 1 ଆଉ, କୌଣସି ବ୍ୟକ୍ତିର ଉପହାର ଯଦି ମଙ୍ଗଳାର୍ଥକ ବଳିଦାନ ହୁଏ; ଯଦି ସେ ପଲରୁ ଅଣ୍ଡିରା କି ମାଈ ଗୋରୁ ଦିଏ, ତେବେ ସେ ସଦାପ୍ରଭୁଙ୍କ ଛାମୁକୁ ନିଖୁନ୍ତ ପଶୁ ଆଣିବ।
Leviticus 4:23 in Oriya 23 ତେବେ ସେ ଯେଉଁ ବିଷୟରେ ପାପ କରିଅଛି, ତାହାର ସେହି ପାପ ତାହାକୁ ଜ୍ଞାତ କରାଗଲେ, ସେ ଏକ ନିଖୁନ୍ତ ପୁଂ ଛାଗ ଉପହାର ଆଣିବ।
Leviticus 6:9 in Oriya 9 “ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ ଏହି ଆଜ୍ଞା ଦିଅ, ହୋମବଳିର ବ୍ୟବସ୍ଥା ଏହି; ହୋମଦ୍ରବ୍ୟ ସମସ୍ତ ରାତ୍ରି, ପ୍ରଭାତ ପର୍ଯ୍ୟନ୍ତ ବେଦିର ଅଗ୍ନିସ୍ଥାନ ଉପରେ ରହିବ, ପୁଣି ବେଦିର ଅଗ୍ନି ପ୍ରଜ୍ୱଳିତ ରହିବ।
Leviticus 7:16 in Oriya 16 ମାତ୍ର ଯଦି ସେହି ଉପହାର ବଳି ତାହାର ମାନତ ବା ସ୍ୱେଚ୍ଛାଦତ୍ତ ନୈବେଦ୍ୟ ହୁଏ, ତେବେ ତାହାର ସେହି ବଳି ଉତ୍ସର୍ଗ କରିବା ଦିନରେ ତାହା ଭୋଜନ କରାଯିବ; ପୁଣି ତହିଁରୁ ଯାହା ଅବଶିଷ୍ଟ ରହିବ, ତାହା ଆରଦିନ ପ୍ରାତଃକାଳରେ ଭୋଜନ କରାଯିବ।
Leviticus 8:18 in Oriya 18 ଏଥିଉତ୍ତାରେ ସେ ହୋମାର୍ଥକ ମେଷ ଆଣିଲେ; ତହିଁରେ ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକରେ ହସ୍ତ ରଖିଲେ।
Leviticus 8:21 in Oriya 21 ଆଉ, ସେ ତାହାର ଅନ୍ତ ଓ ପାଦ ଜଳରେ ଧୌତ କଲେ। ପୁଣି, ମୋଶା ବେଦି ଉପରେ ମେଷ ସମେତ ଦଗ୍ଧ କଲେ, ଏହା ତୁଷ୍ଟିଜନକ ଆଘ୍ରାଣାର୍ଥକ ହୋମବଳି; ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର। ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।
Leviticus 16:7 in Oriya 7 ତହୁଁ ସେହି ଦୁଇ ଛାଗ ନେଇ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ କରାଇବ।
Leviticus 17:4 in Oriya 4 ମାତ୍ର ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରିବା ପାଇଁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ତାହା ନ ଆଣେ, ତାହା ପ୍ରତି ରକ୍ତପାତର ଅପରାଧ ଗଣିତ ହେବ; ସେ ରକ୍ତପାତ କରିଅଛି; ସେହି ମନୁଷ୍ୟ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
Leviticus 17:9 in Oriya 9 ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ତାହା ସମାଗମ-ତମ୍ବୁର ଦ୍ୱାର ନିକଟକୁ ନ ଆଣେ, ତେବେ ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
Leviticus 22:19 in Oriya 19 ସେମାନେ ଗ୍ରାହ୍ୟ ହେବା ନିମନ୍ତେ ଗୋରୁ କି ମେଷ କି ଛାଗ ମଧ୍ୟରୁ ନିଖୁନ୍ତ ପୁଂ ପଶୁ ଉତ୍ସର୍ଗ କରିବେ।
Numbers 23:3 in Oriya 3 ତହୁଁ ବିଲୀୟମ ବାଲାକଙ୍କୁ କହିଲା, “ତୁମ୍ଭେ ଆପଣା ହୋମବଳି ନିକଟରେ ଠିଆ ହୁଅ, ମୁଁ ଯିବି କେଜାଣି ସଦାପ୍ରଭୁ ମୋତେ ସାକ୍ଷାତ କରିବାକୁ ଆସିବେ; ଆଉ ସେ ଯାହା ମୋତେ ଦେଖାଇବେ, ତାହା ମୁଁ ତୁମ୍ଭକୁ କହିବି।” ପୁଣି, ସେ ଏକ ଉଚ୍ଚ ସ୍ଥାନକୁ ଗଲା।
Numbers 23:10 in Oriya 10 ଯାକୁବର ଧୂଳି କିଏ ଗଣି ପାରେ ଅବା ଇସ୍ରାଏଲର ଚତୁର୍ଥାଂଶର ସଂଖ୍ୟା କିଏ କହି ପାରେ; ଧାର୍ମିକର ମରଣ ମୁଁ ମରେ, ମୋହର ଶେଷାବସ୍ଥା ତାହାର ତୁଲ୍ୟ ହେଉ।
Numbers 23:19 in Oriya 19 ପରମେଶ୍ୱର ମନୁଷ୍ୟ ନୁହଁନ୍ତି ଯେ, ସେ ମିଥ୍ୟା କହିବେ; କିଅବା ସେ ମନୁଷ୍ୟର ସନ୍ତାନ ନୁହଁନ୍ତି ଯେ, ସେ ଅନୁତାପ କରିବେ; ସେ କହିଅଛନ୍ତି, ଆଉ ସେ କି ତାହା କରିବେ ନାହିଁ ? ସେ କହିଅଛନ୍ତି, ଆଉ ତାହା କି ସେ ସିଦ୍ଧ କରିବେ ନାହିଁ ?
Numbers 23:23 in Oriya 23 ନିତାନ୍ତ ଯାକୁବ ପାଇଁ କୌଣସି ଗଣକତା ନାହିଁ, କିଅବା ଇସ୍ରାଏଲ ପାଇଁ କୌଣସି ମନ୍ତ୍ର ନାହିଁ; ଏହିକ୍ଷଣି ଯାକୁବ ଓ ଇସ୍ରାଏଲ ବିଷୟରେ କୁହାଯିବ, ପରମେଶ୍ୱର କି କର୍ମ କରିଅଛନ୍ତି !
Numbers 23:27 in Oriya 27 ତହୁଁ ବାଲାକ ବିଲୀୟମକୁ କହିଲେ, “ବିନୟ କରୁଅଛୁ, ଆସ, ଆମ୍ଭେ ତୁମ୍ଭକୁ ଅନ୍ୟ ଏକ ସ୍ଥାନକୁ ନେଇ ଯିବା; ହୋଇପାରେ, ସେହି ସ୍ଥାନରେ ଆମ୍ଭ ନିମନ୍ତେ ସେମାନଙ୍କୁ ଅଭିଶାପ ଦେବାର ପରମେଶ୍ୱରଙ୍କ ଦୃଷ୍ଟିରେ ଉପଯୁକ୍ତ ହେବ।”
Numbers 23:30 in Oriya 30 ତହୁଁ ବାଲାକ ବିଲୀୟମର କଥାନୁସାରେ କଲେ ଓ ପ୍ରତ୍ୟେକ ବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।
Numbers 29:8 in Oriya 8 ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ହୋମବଳି ରୂପେ ଏକ ପୁଂଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ, ତୁମ୍ଭ ପ୍ରତି ଏମାନେ ନିଖୁନ୍ତ ହେବେ;
Numbers 29:13 in Oriya 13 ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ହୋମବଳି ରୂପେ ତେର ପୁଂଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ ଉତ୍ସର୍ଗ କରିବ; ଏମାନେ ନିଖୁନ୍ତ ହେବେ।
Deuteronomy 12:5 in Oriya 5 ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ନାମ ରଖିବା ନିମନ୍ତେ ତୁମ୍ଭମାନଙ୍କ ସମସ୍ତ ବଂଶ ମଧ୍ୟରୁ ଯେଉଁ ସ୍ଥାନ ମନୋନୀତ କରିବେ, ତାହାଙ୍କ ସେହି ନିବାସ ସ୍ଥାନ ତୁମ୍ଭେମାନେ ଅନ୍ୱେଷଣ କରିବ ଓ ସେହି ସ୍ଥାନକୁ ତୁମ୍ଭେ ଯିବ;
Deuteronomy 12:13 in Oriya 13 ଆପଣା ବିଷୟରେ ସାବଧାନ ହୁଅ, ଯେଉଁ ପ୍ରତ୍ୟେକ ସ୍ଥାନ ତୁମ୍ଭେ ଦେଖିବ, ଯେପରି ସେସବୁ ସ୍ଥାନରେ ଆପଣା ହୋମବଳି ଉତ୍ସର୍ଗ ନ କର।
Deuteronomy 12:27 in Oriya 27 ପୁଣି ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ମାଂସ ଓ ରକ୍ତ ସମେତ ଆପଣା ହୋମବଳି ଉତ୍ସର୍ଗ କରିବ, ଆଉ ତୁମ୍ଭ ବଳିଦାନାଦିର ରକ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ଢଳାଯିବ, ତହୁଁ ତୁମ୍ଭେ ସେହି ମାଂସ ଭୋଜନ କରିବ।
Deuteronomy 15:21 in Oriya 21 ଯଦି ତହିଁରେ କୌଣସି ଖୁଣ ଥାଏ, ସେହି ପଶୁ ଯଦି ଛୋଟା କି ଅନ୍ଧ କି ଅନ୍ୟ କୌଣସି ପ୍ରକାର ମନ୍ଦଖୁଣଯୁକ୍ତ ଥାଏ, ତେବେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତାହାକୁ ବଳିଦାନ କରିବ ନାହିଁ।
Deuteronomy 17:1 in Oriya 1 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ କୌଣସି ପ୍ରକାର ଖୁନ୍ତ କି ମନ୍ଦତା ବିଶିଷ୍ଟ ଗୋରୁ କି ମେଷ ବଳିଦାନ କରିବ ନାହିଁ; କାରଣ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ଘୃଣିତ ବସ୍ତୁ ଅଟେ।
Psalm 40:8 in Oriya 8 ହେ ମୋହର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ; ତୁମ୍ଭ ବ୍ୟବସ୍ଥା ମୋ' ହୃଦୟରେ ଅଛି।”
Psalm 110:3 in Oriya 3 ତୁମ୍ଭ ପରାକ୍ରମର ଦିନରେ ତୁମ୍ଭ ଲୋକମାନେ ସ୍ଵେଚ୍ଛାରେ ଆପଣାମାନଙ୍କୁ ଉତ୍ସର୍ଗ କରନ୍ତି; ପବିତ୍ରତାର ସୌନ୍ଦର୍ଯ୍ୟରେ ଅରୁଣର ଗର୍ଭରୁ ତୁମ୍ଭର ଯୁବକଗଣ ଶିଶିର ତୁଲ୍ୟ ଉତ୍ପନ୍ନ।”
Isaiah 1:11 in Oriya 11 ସଦାପ୍ରଭୁ କହନ୍ତି, “ଆମ୍ଭ ଉଦ୍ଦେଶ୍ୟରେ ତୁମ୍ଭମାନଙ୍କ ଅପାର ବଳିଦାନର ଅଭିପ୍ରାୟ କଅଣ ?” “ଆମ୍ଭେ ମେଷଗଣର ହୋମବଳିରେ ଓ ପୁଷ୍ଟ ପଶୁଗଣର ମେଦରେ ପୂର୍ଣ୍ଣ ହୋଇଅଛୁ; ପୁଣି, ବୃଷ କିମ୍ବା ମେଷ କିମ୍ବା ଛାଗଳମାନଙ୍କ ରକ୍ତରେ ଆମ୍ଭର ତୁଷ୍ଟି ନାହିଁ।
Ezekiel 20:40 in Oriya 40 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭର ପବିତ୍ର ପର୍ବତରେ, ଇସ୍ରାଏଲର ଉଚ୍ଚତମ ପର୍ବତରେ, ସମୁଦାୟ ଇସ୍ରାଏଲ ବଂଶ, ସେମାନଙ୍କର ସମସ୍ତେ ହିଁ ସେଠାରେ ଦେଶ ମଧ୍ୟରେ ଆମ୍ଭର ସେବା କରିବେ; ସେହି ସ୍ଥାନରେ ଆମ୍ଭେ ସେମାନଙ୍କୁ ଗ୍ରାହ୍ୟ କରିବା ଓ ସେହି ସ୍ଥାନରେ ଆମ୍ଭେ ତୁମ୍ଭମାନଙ୍କର ଯାବତୀୟ ପବିତ୍ର ବସ୍ତୁ ସହିତ ତୁମ୍ଭମାନଙ୍କ ଉପହାର ଓ ପ୍ରଥମଜାତ ଫଳର ନୈବେଦ୍ୟ ଚାହିଁବା।
Zechariah 13:7 in Oriya 7 ହେ ଖଡ଼୍ଗ, ଆମ୍ଭ ପାଳକର ବିରୁଦ୍ଧରେ ଓ ଆମ୍ଭ ସଖା-ମନୁଷ୍ୟର ବିରୁଦ୍ଧରେ ଜାଗ୍ରତ ହୁଅ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ପାଳକକୁ ଆଘାତ କର,” ତହିଁରେ ମେଷଗଣ ଛିନ୍ନଭିନ୍ନ ହୋଇଯିବେ ଓ ଆମ୍ଭେ କ୍ଷୁଦ୍ର ଲୋକମାନଙ୍କର ଉପରେ ଆପଣା ହସ୍ତ ଫେରାଇବା।”
Malachi 1:14 in Oriya 14 ମାତ୍ର ଆପଣା ପଲର ପୁଂପଶୁ ଥିଲେ ହେଁ ଯେଉଁ ପ୍ରତାରକ ମାନତ କରି ପ୍ରଭୁଙ୍କ ଉଦ୍ଦେଶ୍ୟରେ ଖୁନ୍ତବିଶିଷ୍ଟ ପଶୁ ଉତ୍ସର୍ଗ କରେ, ସେ ଅଭିଶପ୍ତ ହେଉ; କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ମହାନ୍ ରାଜା ଅଟୁ ଓ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ନାମ ଭୟଙ୍କର ଅଟେ।”
Luke 1:35 in Oriya 35 ଦୂତ ତାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ମହାନ ଇଶ୍ବରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଇଶ୍ବରଙ୍କ ପୁତ୍ର ବୋଲି ଖ୍ୟାତ ହେବେ।
John 1:36 in Oriya 36 ଆଉ, ସେ ଯୀଶୁଙ୍କୁ ସେହି ବାଟ ଦେଇ ଯାଉଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହି ଦେଖ, ଇଶ୍ବରଙ୍କ ମେଷଶାବକ।
John 10:7 in Oriya 7 ତେଣୁ ଯୀଶୁ ପୁନର୍ବାର କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୁଁ ମେଷଗୁଡ଼ିକର ଦ୍ୱାର।
John 10:9 in Oriya 9 ମୁଁ ଦ୍ୱାର, ଯଦି କେହି ମୋ' ଦେଇ ପ୍ରବେଶ କରେ, ତାହାହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରା ପାଇବ।
2 Corinthians 8:12 in Oriya 12 କାରଣ ଯଦି ଆଗ୍ରହଭାବ ଥାଏ, ତେବେ ତାହା ଜଣକର ଅଭାବାନୁସାରେ ସୁଗ୍ରାହ୍ୟ ନୁହେଁ, ବରଂ ତାହାର ଯାହା ଅଛି, ତଦନୁସାରେ ସୁଗ୍ରାହ୍ୟ ହୁଏ।
2 Corinthians 9:7 in Oriya 7 ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛି, ସେହିପରି କରୁ, କୁଣ୍ଠିତ ଭାବରେ ନୁହେଁ ଅବା ବାଧ୍ୟବାଧକତା ହେତୁରୁ ନୁହେଁ; କାରଣ ଈଶ୍ୱର ହୃଷ୍ଟଚିତ୍ତଦାତାକୁ ଭଲ ପାଆନ୍ତି।
Ephesians 2:18 in Oriya 18 କାରଣ ତାହାଙ୍କ ଦେଇ ଆମ୍ଭେମାନେ ଉଭୟ ଏକ ଆତ୍ମାଙ୍କ ଦ୍ୱାରା ପିତାଙ୍କ ନିକଟକୁ ଯିବା ପାଇଁ ପଥ ପାଇଅଛୁ।
Ephesians 5:27 in Oriya 27 ଯେପରି ମଣ୍ଡଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ , ଆଉ ସେହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି।
Hebrews 7:26 in Oriya 26 କାରଣ ଏହି ପ୍ରକାର ମହାଯାଜକ ଆମ୍ଭମାନଙ୍କ ପକ୍ଷରେ ଉପଯୁକ୍ତ, ଯେ କି ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ, ପାପୀମାନଙ୍କଠାରୁ ପୃଥକୀକୃତ, ପୁଣି, ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ।
Hebrews 9:14 in Oriya 14 ତେବେ ଯେଉଁ ଖ୍ରୀଷ୍ଟ ଚିରନ୍ତନ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁନ୍ତ ବଳି ସ୍ୱରୂପେ ଇଶ୍ବରଙ୍କ ନିକଟରେ ଉତ୍ସର୍ଗ କଲେ, ତାହାଙ୍କ ରକ୍ତ କେତେ ଅଧିକ ପରିମାଣରେ ଜୀବିତ ଇଶ୍ବରଙ୍କ ସେବା କରିବା ନିମନ୍ତେ ମୃତ କର୍ମରୁ ଆମ୍ଭମାନଙ୍କ ବିବେକକୁ ଶୁଦ୍ଧ ନ କରିବ !
Hebrews 10:8 in Oriya 8 ଏସବୁ ଊର୍ଦ୍ଧ୍ୱରେ ସେ କହନ୍ତି, ବଳିଦାନ, ନୈବେଦ୍ୟ, ହୋମବଳି ଓ ପାପାର୍ଥକ ବଳି ତୁମ୍ଭେ ଲୋଡ଼ିଲ ନାହିଁ, କିମ୍ବା ସେଥିରେ ତୁମ୍ଭର ସନ୍ତୋଷ ନ ଥିଲା (ଯାହାସବୁ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଉତ୍ସର୍ଗ କରାଯାଏ;)
1 Peter 1:18 in Oriya 18 ଯେଣୁ ତୁମ୍ଭେମାନେ ଜାଣ ଯେ, ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାର ବ୍ୟବହାରରୁ ରୂପା କି ସୁନା ପରି କ୍ଷୟଣୀୟ ବସ୍ତୁ ଦ୍ୱାରା ମୁକ୍ତ ନ ହୋଇ